କୁକୁର ମୁହଁକୁ ଫିଙ୍ଗିଦେଲେ ବିଲେଇ ଛୁଆ

ଭୁବନେଶ୍ୱର,୧୭ା୫(ବ୍ୟୁରୋ):ଘରେ ପିଶିଯିବାରୁ ବିଲେଇ ଛୁଆଙ୍କୁ କୁକୁର ମୁହଁକୁ ଫିଙ୍ଗିଦେଲେ। କୁକୁରମାନେ ମା’ ଆଗରେ ବିଲେଇ ଛୁଆଙ୍କୁ ଝୁଣିଝୁଣି ଖାଇଗଲେ। ରବିବାର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି। ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଏଭଳି ନିଷ୍ଠୁରତାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା (ନଂ.୧୧୬/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତି ବିହାରରେ ରହୁଥିବା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଘରକୁ ପ୍ରତିଦିନ ୩ ବିଲେଇ ଛୁଆ ମା’ ସହିତ ଯିବାଆସିବା କରନ୍ତି। ଏହାକୁ ନେଇ କର୍ମଚାରୀ ଜଣକ ଅନେକ ସମୟରେ ବିରକ୍ତିଭାବ ପ୍ରକାଶ କରିବା ସହ ଆକ୍ରମଣ କରି ଘଉଡାଇ ଦେଇଥାନ୍ତି। ହେଲେ ପୋଷା ବିଲେଇ ହୋଇଥିବାରୁ ପୁଣି ଘରେ ପଶିଥାନ୍ତି। ଗତ ୧୩ ତାରିଖ ସକାଳୁ ମା’ ବିଲେଇ ସହ ୩ ଛୁଆଙ୍କୁ ଦେଖି ସେ ରାଗିଯାଇଥିଲେ। ଏହାପରେ ବିଲେଇ ଛୁଆଙ୍କୁ ଘର ବାହାରେ ବୁଲୁଥିବା କୁକୁର ସାମ୍ନାରେ ଫୋପାଡି ଦେଇଥିଲେ। ଗୋଟିଏ ବିଲେଇ ଛୁଆ ଖସି ପଳାଇଥିବାବେଳେ ଅନ୍ୟ ଦୁଇ ଛୁଆ କୁକୁର ମୁହଁରୁ ରକ୍ଷା ପାଇପାରି ନ ଥିଲେ। ଦେଖୁଦେଖୁ ଦୁଇ ଛୁଆ ବିଲେଇଙ୍କୁ କୁକୁରମାନେ ଘେରିଯାଇ ଝୁଣି ଝୁଣି ଖାଇଦେଇଥିଲେ। ତେବେ ସେହି ବାଟ ଦେଇ ପ୍ରାତଃଭ୍ରମଣରେ ଯାଉଥିବା ଗୌରବ ଉଦ୍‌ଗାତା ଏସବୁ ଘଟଣାକୁ ଦେଖି ସହ୍ୟ କରିପାରି ନ ଥିଲେ। ସେ ଉକ୍ତ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ରବିବାର ସେ ଇନ୍‌ଫୋସିଟି ଥାନାକୁ ଖବର ଦେବାରୁ ପୋଲିସ ଯାଇ ତାଙ୍କ ନିକଟରୁ ଅଭିଯୋଗ ଗ୍ରହଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ପଦକ୍ଷେପକୁ ପ୍ରଶଂସା

ଭୁବନେଶ୍ୱର, ୧୭ା୫(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜେଡିର ସାମାଜିକ ଅନୁଷ୍ଠାନ ‘ଓଡିଶା ମୋ ପରିବାର’ ସମସ୍ତ ସାମାଜିକ କାର୍ଯ୍ୟକୁ ରାଜ୍ୟରେ ତ୍ୱରାନ୍ବିତ କରୁଛି। ଏହି...

ହାଇକୋର୍ଟଙ୍କ ସର୍କୁଲାର: ଲକ୍‌ଡାଉନ୍‌ ଅଞ୍ଚଳରେ ପ୍ରତ୍ୟେକ ଦିନ ୧ ଘଣ୍ଟା ଖୋଲା ରହିବ ନିମ୍ନ କୋର୍ଟ

କଟକ ଅଫିସ,୨୩।୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୫ ଜିଲା ଏବଂ ୮ ପୌରାଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ...

ରୋହିତ ପୂଜାରୀ ହେଲେ ବିଜେଡିର ଉପମୁଖ୍ୟ ସଚେତକ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ରୋହିତ ପୂଜାରୀ ହେଲେ ସରକାରୀ ଦଳ ଉପମୁଖ୍ୟ ସଚେତକ। ପୂର୍ବରୁ ଏହି ପଦବୀରେ ଥିବା ପ୍ରଣବ ବଳବନ୍ତ ରାୟଙ୍କୁ ବିଦା କରାଯାଇ ରୋହିତଙ୍କୁ ଅବସ୍ଥାପିତ...

ମୁଖ୍ୟ ସ୍ରୋତକୁ ଫେରିଲେ ୪୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ: ପୋଡ଼ିଲେ ଡ୍ରେସ୍‌

ଚିତ୍ରକୋଣ୍ଡା,୫।୧୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଲାଉଗୁଡ଼ାଠାରେ ୪୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ ଶନିବାର ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।...

ପୂର୍ବତନ ମୁଖ୍ୟଯନ୍ତ୍ରୀ ଜିବିଆର୍‌ ଦୋରାଙ୍କ ଦେହାନ୍ତ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ଜିବିଆର୍‌ ଦୋରାଙ୍କ ଗତ ୧୨ ତାରିଖରେ ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦...

ଚଳାଚଳ କରିପାରୁନି ଚାରିଚକିଆ

ବଇଣ୍ଡା,୧୪ା୯(ଡି.ଏନ.ଏ.) ପୂର୍ତ୍ତ ବିଭାଗର ୧୦ କିଲୋମିଟର ରାସ୍ତା ପିଚୁ ହେଲା। ଖର୍ଚ୍ଚ ହେଲା ପାଖାପାଖି ୭ କୋଟି ଟଙ୍କା। ହେଲେ ଦେଢ଼ବର୍ଷ ହେଲା ଏହା ନିର୍ମାଣ...

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ ଅଫିସ,୧୬।୧୨: ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ସୋମବାର ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମକର ସଂକ୍ରାନ୍ତି ପୂର୍ବଦିନ ପଯର୍‌ୟନ୍ତ ପ୍ରତ୍ୟହ...

ରାଜ୍ୟରୁ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨ା୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ (ଆଇଏଲଏସ) ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା...

Advertisement
Archives

Model This Week