Posted inରାଜ୍ୟ

ଆମ ମନ୍ଦିର ଐତିହ୍ୟର ସ୍ମାରକୀ

ଓଡ଼ିଆ ଜାତିର ଏଇ ଦୁର୍ଦ୍ଦିନ ବେଳେ ଆମ ଲୁଣ୍ଠିତ ଧନରେ ହେଉଡ଼ି ମାରୁଥିବା ମାନନୀୟମାନେ ଆମ ସାଂସ୍କୃତିକ ପରମ୍ପରା ମୂଳରେ ଚୋଟ ମାରି ଚାଲିଲେ। ଆମେ ଆମ ପରମ୍ପରା ଜାଣିବାକୁ ସେଇମାନଙ୍କ ଲେଖା ଉପରେ ନିର୍ଭର କଲୁ। ୟାକୁ ବୁଝିଥିଲେ ଶ୍ରୀ କୁଞ୍ଜବିହାରୀ ଦାଶ ଆପଣେ। ସେ ଲେଖିଲେ- ‘ଉତ୍କଳୀୟ ଭାସ୍କର୍ଯ୍ୟ ସମ୍ବନ୍ଧରେ ନିରପେକ୍ଷ ଅଭିମତ ପାଇବା ଏକ ବିଡ଼ମ୍ବନା।’
ଓଡ଼ିଆ ଜାତିର ଅମାବାସ୍ୟା ଦେଖି କେତେକ ପଡ଼ୋଶୀ ପଣ୍ଡିତ ଏହା ନିଜ ନିଜ ଦେଶର କୀର୍ତ୍ତି ବୋଲି ଦାବି କରିବାକୁ ଲଜ୍ଜାବୋଧ କରୁନାହାନ୍ତି। ବୋଧହୁଏ ସେମାନଙ୍କ ଦେଶର ରାଜାମାନେ ଅତି ପରୋପକାରୀ ଥିବାରୁ ନିଜ ଦେଶ ଛାଡି ଅନ୍ୟ ଦେଶରେ ମନ୍ଦିର ନିର୍ମାଣ କରାଇଥିଲେ। ଧନ୍ୟ ନିଃସ୍ବାର୍ଥପରତା! ଧନ୍ୟ ବିଶ୍ୱପ୍ରେମ! ସମ୍ଭବ ହୋଇଥିଲେ ଏହି ତଥାକଥିତ ମନୀଷୀମାନେ ଓଡ଼ିଶାର ମନ୍ଦିରଗୁଡ଼ିକୁ ଟେକିନେଇ ନିଜ ଦେଶରେ ବସାଇ ସାରନ୍ତେଣି।
ଶାଳୀନତା ଭିତରେ ଆଉ କିପରି ଜଣେ ଶବ୍ଦ ପ୍ରୟୋଗ କରି ଲାଳିତ୍ୟ ଭାଷାରେ ସମାଲୋଚନା କରିପାରନ୍ତା! ଶ୍ରୀଯୁକ୍ତ ଦାଶଙ୍କୁ ବାହାର ପଣ୍ଡିତଙ୍କ ଇତିହାସ କେତେ ବ୍ୟଥା ଦେଇଥିବ ତାଙ୍କ ଭାଷାରୁ ହିଁ ମାପି ହେବ। ତା’ ପରେ ପରେ ନିଜ ଜାତିର ଦୃଢ଼ ନିଷ୍ଠାକୁ ନେଇ ଯେଉଁ ବାର୍ତ୍ତା ଉଲ୍ଲେଖ କରିଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଆଙ୍ଗୁଠି ଦେଖାଇଥିବା ପଣ୍ଡିତମାନଙ୍କ ପାଇଁ ସେତିକି ଲଜ୍ଜାଜନକ ନିଶ୍ଚୟ। ତାଙ୍କ ଭାଷାରେ-
‘ମନ୍ଦିର ନିର୍ମାଣ କ୍ଷଣିକ ରୂପ ସୃଜନ ଖିଆଲର ପରିତୃପ୍ତି ନୁହେଁ। ଏହା ସମଗ୍ର ଜାତିର ଯୁଗ ଯୁଗ ସାଧନାର ଅପୂର୍ବ ସିଦ୍ଧି। ଶିଳ୍ପ ନିପୁଣତା ହାସଲ କରିବାକୁ କେତେ ଅଧ୍ୟବସାୟ, ଏକାଗ୍ରନିଷ୍ଠା ଆବଶ୍ୟକ ହୋଇଥିବ କିଏ କଳ୍ପନା କରିବ?’
ଓଡ଼ିଆ ଶିଳ୍ପୀର ଏକାଗ୍ରନିଷ୍ଠା କିପରି ଉଚ୍ଚକୋଟୀର ଥିଲା ତାହା ଆମେ ସୂଚନା ପାଉଛେ। ‘ଏକାଗ୍ରନିଷ୍ଠା ସହିତ ଆତ୍ମତ୍ୟାଗର ମିଶ୍ରଣ ନ ହେଲେ ସଫଳତା ମିଳେ ନାହିଁ।’ ସ୍ପଷ୍ଟ ଭାଷାରେ ତାହା ପ୍ରତିପାଦନ କରିଛନ୍ତି ଶ୍ରୀଯୁକ୍ତ ଦାଶ। ‘ଉତ୍କଳୀୟ ମନ୍ଦିରଗୁଡ଼ିକ ଆତ୍ମତ୍ୟାଗର ପୂର୍ଣ୍ଣ ଦୃଷ୍ଟାନ୍ତ। ସବୁ ସୁଖ, ଶାନ୍ତି, ସୌଭାଗ୍ୟ, ମନୁଷ୍ୟ ବଳି ଦେଇଛି କଳାର ଚରଣରେ। ନିଜକୁ ହଜାଇ ଦେଇଛି ଦେବତାର ସୌନ୍ଦର୍ଯ୍ୟ ଭିତରେ, ସବୁ ଦେବତାର କାର୍ଯ୍ୟ, ମନୁଷ୍ୟ ନିମିତ୍ତ ମାତ୍ର। କଳା ବ୍ୟକ୍ତିଗତ ନୁହେଁ। ଜାତିର, ଦେଶର, ବିଶ୍ୱର ଏବଂ ଭଗବାନଙ୍କର। ତାଙ୍କରି ପ୍ରତିଭାରେ ତାଙ୍କୁ ହିଁ ଆଳତି କରାଯାଏ।’
ଆମେ କଳାକୁ ନେଇ ଯେଉଁ ଚିନ୍ତା ଓ ଚେତନାର କଥା ଏଠାରେ ଉପସ୍ଥାପନ କଲୁ, କୁଞ୍ଜବିହାରୀଙ୍କ ମନର କଥାକୁ ସମସ୍ତଙ୍କୁ ବାଣ୍ଟିଲୁ, ତାହାର ଉଦ୍ଦେଶ୍ୟ ଖୁବ୍‌ ସରଳ। ଶ୍ରେଷ୍ଠ ଶିଳ୍ପକଳା ସୃଷ୍ଟି କରିବାକୁ ଶିଳ୍ପୀର ଯେଉଁ ମନୋବୈଜ୍ଞାନିକ ଭାବାବେଗ ଥାଏ, ତାକୁ ପ୍ରଥମେ ପଢ଼ିବା କଥା। ଗଭୀର ମନନଶୀଳତାର କଥା ଇୟେ। ବାହାର ପଣ୍ଡିତ ଶିଳ୍ପୀର ତ୍ୟାଗ ଓ ନିଷ୍ଠାକୁ ଅଣେ ଅଂଶରେ ବୁଝିଥିଲେ ଲେଖିଥାନ୍ତେ ଯେ ଆମେ ସବୁ କରିନାହୁଁ ବୋଲି?
ଯେଉଁମାନେ ଆମର କଳା, ଭାସ୍କର୍ଯ୍ୟ ଓ ସ୍ଥାପତ୍ୟକୁ ନେଇ ଆଲୋଚନା କରିଛନ୍ତି, ସେମାନଙ୍କ ଅନୁସନ୍ଧାନ ପ୍ରବୃତ୍ତିକୁ ଆମେ ଅଭିନନ୍ଦନ ଜଣାଇବା କଥା, ମାତ୍ର ଯେତେବେଳେ ଓଡ଼ିଆ ଶିଳ୍ପୀଙ୍କ ଦକ୍ଷତା ଉପରେ ସନ୍ଦେହ ପ୍ରକାଶ କଲେ, ଜାତିର ଗୌରବମୟ ଐତିହ୍ୟକୁ ଛଡାଇ ନେବାର ଉପକ୍ରମ ଲେଖିଲେ, ଆମ ଐତିହ୍ୟକୁ ବିକୃତ କରିବାକୁ ପଛାଇଲେ ନାହିଁ, ସେତେବେଳେ କି ଅଭିନନ୍ଦନ ଆମେ ଜଣାଇବା! ଓଡ଼ିଶାର ତଥା ଭାରତର କୋଡିଏ ପ୍ରକାର ଦେଉଳ ସମ୍ବନ୍ଧରେ ଯଦି ସାମାନ୍ୟ ଜ୍ଞାନ ଆହରଣ କରିଥାନ୍ତେ, ପାଞ୍ଚ ପ୍ରକାରର ଭାସ୍କର୍ଯ୍ୟର ରହସ୍ୟ ଅବଗତ ହୋଇ ଲେଖିଥାନ୍ତେ, ତେବେ ଲେଖକୀୟ ଦୃଷ୍ଟିଭଙ୍ଗୀ ତାଙ୍କର ବଦଳି ଯାଇଥାନ୍ତା।
ଏ ଜାତିର ଜଣେ ନମସ୍ୟ ଶିଳ୍ପୀ ନିଜ ଲିଖିତ ‘ଶିଳ୍ପ ଚନ୍ଦ୍ରିକା’ ପୁସ୍ତକରେ ୨୦ ପ୍ରକାର ମନ୍ଦିରର ନାମ ତାଲିକା ଦେଇଛନ୍ତି। ନବାକ୍ଷରୀ ବୃତ୍ତରେ ଦେଇଥିବା ବର୍ଣ୍ଣନା ଆମେ ଅବିକଳ ଦେଉଅଛୁ-
ଦେଉଳ ଯେ ବିଂଶ ପ୍ରକାର, ବର୍ଣ୍ଣିମା ତାହା ଶୁଣ ଧୀର।
ବୀର ଚାଳ ଯେ ନାହା ଚାଳ, ପୁଣି ହିଁ ଫୁଲବନ୍ଧ ଚାଳ।
ଖଣ୍ଡିବନ୍ଧ ଯେ ଛନ୍ଦାବନ୍ଧ, ନବରଥର ନାହିଁ ଚ୍ଛେଦ।
ସପ୍ତରଥ ଯେ ତିନିରଥ, ଦକ୍ଷିଣୀ କାଟରେ ବସନ୍ତ।
ଲହଡ଼ି ମୁଦାଚାଳ ହେମ, ପଟଳ ଏଥିନାହିଁ କାମ।
ବିରଥ ଶିବଚାଳ ଗୋଟି, ବୋଇତାଳ ଯେ ଖଣ୍ଡାଛାଟି।
ଖଣ୍ଡାଶାଳ ଯେ ଖ୍ୟାତ ୟାର, ଆମ ମନ୍ଦିର କାରବାର।
ରେଖ ଦେଉଳ ପୀଢ଼ ଜାଣ, କାଠଚାଳିଆ ଜାଣ ପୁଣ।
୨୦ଟି ମନ୍ଦିରର ନାମ ଲେଖିଲା ବେଳେ ଛନ୍ଦ ପଡ଼ିବା ପାଇଁ ଦୁଇଟି ନାମ ଲକ୍ଷଣୀୟ। ଚାଳହେମ ନୁହେଁ – ହେମଚାଳ। ଦକ୍ଷିଣୀ କାଟରେ ବସନ୍ତ ନୁହେଁ – ଦକ୍ଷିଣୀ କାଟ ବସନ୍ତ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri