Posted inରାଜ୍ୟ

ଆମ ମନ୍ଦିର ଐତିହ୍ୟର ସ୍ମାରକୀ

ଓଡ଼ିଆ ଜାତିର ଏଇ ଦୁର୍ଦ୍ଦିନ ବେଳେ ଆମ ଲୁଣ୍ଠିତ ଧନରେ ହେଉଡ଼ି ମାରୁଥିବା ମାନନୀୟମାନେ ଆମ ସାଂସ୍କୃତିକ ପରମ୍ପରା ମୂଳରେ ଚୋଟ ମାରି ଚାଲିଲେ। ଆମେ ଆମ ପରମ୍ପରା ଜାଣିବାକୁ ସେଇମାନଙ୍କ ଲେଖା ଉପରେ ନିର୍ଭର କଲୁ। ୟାକୁ ବୁଝିଥିଲେ ଶ୍ରୀ କୁଞ୍ଜବିହାରୀ ଦାଶ ଆପଣେ। ସେ ଲେଖିଲେ- ‘ଉତ୍କଳୀୟ ଭାସ୍କର୍ଯ୍ୟ ସମ୍ବନ୍ଧରେ ନିରପେକ୍ଷ ଅଭିମତ ପାଇବା ଏକ ବିଡ଼ମ୍ବନା।’
ଓଡ଼ିଆ ଜାତିର ଅମାବାସ୍ୟା ଦେଖି କେତେକ ପଡ଼ୋଶୀ ପଣ୍ଡିତ ଏହା ନିଜ ନିଜ ଦେଶର କୀର୍ତ୍ତି ବୋଲି ଦାବି କରିବାକୁ ଲଜ୍ଜାବୋଧ କରୁନାହାନ୍ତି। ବୋଧହୁଏ ସେମାନଙ୍କ ଦେଶର ରାଜାମାନେ ଅତି ପରୋପକାରୀ ଥିବାରୁ ନିଜ ଦେଶ ଛାଡି ଅନ୍ୟ ଦେଶରେ ମନ୍ଦିର ନିର୍ମାଣ କରାଇଥିଲେ। ଧନ୍ୟ ନିଃସ୍ବାର୍ଥପରତା! ଧନ୍ୟ ବିଶ୍ୱପ୍ରେମ! ସମ୍ଭବ ହୋଇଥିଲେ ଏହି ତଥାକଥିତ ମନୀଷୀମାନେ ଓଡ଼ିଶାର ମନ୍ଦିରଗୁଡ଼ିକୁ ଟେକିନେଇ ନିଜ ଦେଶରେ ବସାଇ ସାରନ୍ତେଣି।
ଶାଳୀନତା ଭିତରେ ଆଉ କିପରି ଜଣେ ଶବ୍ଦ ପ୍ରୟୋଗ କରି ଲାଳିତ୍ୟ ଭାଷାରେ ସମାଲୋଚନା କରିପାରନ୍ତା! ଶ୍ରୀଯୁକ୍ତ ଦାଶଙ୍କୁ ବାହାର ପଣ୍ଡିତଙ୍କ ଇତିହାସ କେତେ ବ୍ୟଥା ଦେଇଥିବ ତାଙ୍କ ଭାଷାରୁ ହିଁ ମାପି ହେବ। ତା’ ପରେ ପରେ ନିଜ ଜାତିର ଦୃଢ଼ ନିଷ୍ଠାକୁ ନେଇ ଯେଉଁ ବାର୍ତ୍ତା ଉଲ୍ଲେଖ କରିଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଆଙ୍ଗୁଠି ଦେଖାଇଥିବା ପଣ୍ଡିତମାନଙ୍କ ପାଇଁ ସେତିକି ଲଜ୍ଜାଜନକ ନିଶ୍ଚୟ। ତାଙ୍କ ଭାଷାରେ-
‘ମନ୍ଦିର ନିର୍ମାଣ କ୍ଷଣିକ ରୂପ ସୃଜନ ଖିଆଲର ପରିତୃପ୍ତି ନୁହେଁ। ଏହା ସମଗ୍ର ଜାତିର ଯୁଗ ଯୁଗ ସାଧନାର ଅପୂର୍ବ ସିଦ୍ଧି। ଶିଳ୍ପ ନିପୁଣତା ହାସଲ କରିବାକୁ କେତେ ଅଧ୍ୟବସାୟ, ଏକାଗ୍ରନିଷ୍ଠା ଆବଶ୍ୟକ ହୋଇଥିବ କିଏ କଳ୍ପନା କରିବ?’
ଓଡ଼ିଆ ଶିଳ୍ପୀର ଏକାଗ୍ରନିଷ୍ଠା କିପରି ଉଚ୍ଚକୋଟୀର ଥିଲା ତାହା ଆମେ ସୂଚନା ପାଉଛେ। ‘ଏକାଗ୍ରନିଷ୍ଠା ସହିତ ଆତ୍ମତ୍ୟାଗର ମିଶ୍ରଣ ନ ହେଲେ ସଫଳତା ମିଳେ ନାହିଁ।’ ସ୍ପଷ୍ଟ ଭାଷାରେ ତାହା ପ୍ରତିପାଦନ କରିଛନ୍ତି ଶ୍ରୀଯୁକ୍ତ ଦାଶ। ‘ଉତ୍କଳୀୟ ମନ୍ଦିରଗୁଡ଼ିକ ଆତ୍ମତ୍ୟାଗର ପୂର୍ଣ୍ଣ ଦୃଷ୍ଟାନ୍ତ। ସବୁ ସୁଖ, ଶାନ୍ତି, ସୌଭାଗ୍ୟ, ମନୁଷ୍ୟ ବଳି ଦେଇଛି କଳାର ଚରଣରେ। ନିଜକୁ ହଜାଇ ଦେଇଛି ଦେବତାର ସୌନ୍ଦର୍ଯ୍ୟ ଭିତରେ, ସବୁ ଦେବତାର କାର୍ଯ୍ୟ, ମନୁଷ୍ୟ ନିମିତ୍ତ ମାତ୍ର। କଳା ବ୍ୟକ୍ତିଗତ ନୁହେଁ। ଜାତିର, ଦେଶର, ବିଶ୍ୱର ଏବଂ ଭଗବାନଙ୍କର। ତାଙ୍କରି ପ୍ରତିଭାରେ ତାଙ୍କୁ ହିଁ ଆଳତି କରାଯାଏ।’
ଆମେ କଳାକୁ ନେଇ ଯେଉଁ ଚିନ୍ତା ଓ ଚେତନାର କଥା ଏଠାରେ ଉପସ୍ଥାପନ କଲୁ, କୁଞ୍ଜବିହାରୀଙ୍କ ମନର କଥାକୁ ସମସ୍ତଙ୍କୁ ବାଣ୍ଟିଲୁ, ତାହାର ଉଦ୍ଦେଶ୍ୟ ଖୁବ୍‌ ସରଳ। ଶ୍ରେଷ୍ଠ ଶିଳ୍ପକଳା ସୃଷ୍ଟି କରିବାକୁ ଶିଳ୍ପୀର ଯେଉଁ ମନୋବୈଜ୍ଞାନିକ ଭାବାବେଗ ଥାଏ, ତାକୁ ପ୍ରଥମେ ପଢ଼ିବା କଥା। ଗଭୀର ମନନଶୀଳତାର କଥା ଇୟେ। ବାହାର ପଣ୍ଡିତ ଶିଳ୍ପୀର ତ୍ୟାଗ ଓ ନିଷ୍ଠାକୁ ଅଣେ ଅଂଶରେ ବୁଝିଥିଲେ ଲେଖିଥାନ୍ତେ ଯେ ଆମେ ସବୁ କରିନାହୁଁ ବୋଲି?
ଯେଉଁମାନେ ଆମର କଳା, ଭାସ୍କର୍ଯ୍ୟ ଓ ସ୍ଥାପତ୍ୟକୁ ନେଇ ଆଲୋଚନା କରିଛନ୍ତି, ସେମାନଙ୍କ ଅନୁସନ୍ଧାନ ପ୍ରବୃତ୍ତିକୁ ଆମେ ଅଭିନନ୍ଦନ ଜଣାଇବା କଥା, ମାତ୍ର ଯେତେବେଳେ ଓଡ଼ିଆ ଶିଳ୍ପୀଙ୍କ ଦକ୍ଷତା ଉପରେ ସନ୍ଦେହ ପ୍ରକାଶ କଲେ, ଜାତିର ଗୌରବମୟ ଐତିହ୍ୟକୁ ଛଡାଇ ନେବାର ଉପକ୍ରମ ଲେଖିଲେ, ଆମ ଐତିହ୍ୟକୁ ବିକୃତ କରିବାକୁ ପଛାଇଲେ ନାହିଁ, ସେତେବେଳେ କି ଅଭିନନ୍ଦନ ଆମେ ଜଣାଇବା! ଓଡ଼ିଶାର ତଥା ଭାରତର କୋଡିଏ ପ୍ରକାର ଦେଉଳ ସମ୍ବନ୍ଧରେ ଯଦି ସାମାନ୍ୟ ଜ୍ଞାନ ଆହରଣ କରିଥାନ୍ତେ, ପାଞ୍ଚ ପ୍ରକାରର ଭାସ୍କର୍ଯ୍ୟର ରହସ୍ୟ ଅବଗତ ହୋଇ ଲେଖିଥାନ୍ତେ, ତେବେ ଲେଖକୀୟ ଦୃଷ୍ଟିଭଙ୍ଗୀ ତାଙ୍କର ବଦଳି ଯାଇଥାନ୍ତା।
ଏ ଜାତିର ଜଣେ ନମସ୍ୟ ଶିଳ୍ପୀ ନିଜ ଲିଖିତ ‘ଶିଳ୍ପ ଚନ୍ଦ୍ରିକା’ ପୁସ୍ତକରେ ୨୦ ପ୍ରକାର ମନ୍ଦିରର ନାମ ତାଲିକା ଦେଇଛନ୍ତି। ନବାକ୍ଷରୀ ବୃତ୍ତରେ ଦେଇଥିବା ବର୍ଣ୍ଣନା ଆମେ ଅବିକଳ ଦେଉଅଛୁ-
ଦେଉଳ ଯେ ବିଂଶ ପ୍ରକାର, ବର୍ଣ୍ଣିମା ତାହା ଶୁଣ ଧୀର।
ବୀର ଚାଳ ଯେ ନାହା ଚାଳ, ପୁଣି ହିଁ ଫୁଲବନ୍ଧ ଚାଳ।
ଖଣ୍ଡିବନ୍ଧ ଯେ ଛନ୍ଦାବନ୍ଧ, ନବରଥର ନାହିଁ ଚ୍ଛେଦ।
ସପ୍ତରଥ ଯେ ତିନିରଥ, ଦକ୍ଷିଣୀ କାଟରେ ବସନ୍ତ।
ଲହଡ଼ି ମୁଦାଚାଳ ହେମ, ପଟଳ ଏଥିନାହିଁ କାମ।
ବିରଥ ଶିବଚାଳ ଗୋଟି, ବୋଇତାଳ ଯେ ଖଣ୍ଡାଛାଟି।
ଖଣ୍ଡାଶାଳ ଯେ ଖ୍ୟାତ ୟାର, ଆମ ମନ୍ଦିର କାରବାର।
ରେଖ ଦେଉଳ ପୀଢ଼ ଜାଣ, କାଠଚାଳିଆ ଜାଣ ପୁଣ।
୨୦ଟି ମନ୍ଦିରର ନାମ ଲେଖିଲା ବେଳେ ଛନ୍ଦ ପଡ଼ିବା ପାଇଁ ଦୁଇଟି ନାମ ଲକ୍ଷଣୀୟ। ଚାଳହେମ ନୁହେଁ – ହେମଚାଳ। ଦକ୍ଷିଣୀ କାଟରେ ବସନ୍ତ ନୁହେଁ – ଦକ୍ଷିଣୀ କାଟ ବସନ୍ତ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?