ଆହତ ଅଜଗରର ସିଟି ସ୍କାନ୍‌ ହେଲା

ଭୁବନେଶ୍ୱର,୭।୧୦(ବ୍ୟୁରୋ): ବରଗଡ଼ ଫରେଷ୍ଟ ଡିଭିଜନରୁ ଗୁରୁତର ଆହତ ଅବସ୍ଥାରେ ଭୁବନେଶ୍ୱର ଅଣାଯାଇଥିବା ଏକ ଭାରତୀୟ ଅଜଗରର ଗୁରୁବାର ସିଟି ସ୍କାନ କରାଯାଇଛି। ଓୟୁଏଟି ଭେଟେରିନାରି କଲେଜର ସର୍ଜରି ଓ ରେଡିଓଲୋଜି ବିଭାଗ ପ୍ରଫେସର ଡା. ଇନ୍ଦ୍ରମଣି ନାଥ ମଡର୍ନ ହେଲ୍‌ଥ କେୟାରଠାରେ ଏହି ସାଢ଼େ ୯ ଫୁଟ ଅଜଗରର ସିଟି ସ୍କାନ କରାଇଥିଲେ। ସାପଟିର ମୁଣ୍ଡକୁ ଲୋକେ ତେଣ୍ଟାରେ ଭୁସିବା ସହିତ ପାଟିକୁ ଗୁରୁତର ଆଘାତ ଦେଇଥିଲେ। ଫଳରେ ସାପଟି ଠିକ୍‌ରେ ଚଳପ୍ରଚଳ କରିପାରୁନାହିଁ। ସାପ ମୁଣ୍ଡ ଭିତରେ ହୋଇଥିବା କ୍ଷତି ଜାଣିବା ପାଇଁ ଏହି ସ୍କାନିଂ କରାଯାଇଥିଲା। ଏଥିରେ ଡା. ନାଥଙ୍କୁ ଭେଟରିନାରି ସର୍ଜରି ବିଭାଗର ଡା. ସିଦ୍ଧାର୍ଥ ଶଙ୍କର ବେହେରା ସହଯୋଗ କରିଥିଲେ।
ସାପକୁ ସ୍କାନିଂ କରିବା ପୂର୍ବରୁ ନିଶ୍ଚେତକ ଦିଆଯାଇଥାଏ, ମାତ୍ର ଡା. ନାଥ ଏହି ଅଜଗରକୁ ସ୍କାନିଂ କରିବା ପାଇଁ କୌଣସି ନିଶ୍ଚେତକ ଦେଇ ନ ଥିଲେ। ଅଜଗରକୁ ସ୍କାନିଂ ଟେବୁଲ ଉପରେ ରଖିବା ପରେ ଡା. ସିଦ୍ଧାର୍ଥ ଓ ପ୍ରଫେସର ନାଥ ମାଇକ୍ରୋପୋର୍‌ ପଟି ଲଗାଇ ମୁଣ୍ଡ ଏବଂ ଅଧା ଶରୀରକୁ ସ୍ଥିର କରି ରଖିଥିଲେ। ଏହାପରେ ପ୍ରାୟ ଅଧଘଣ୍ଟା ଧରି ସ୍କାନିଂ କରାଯାଇଥିଲା। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସମୀର ମହାକୁଡ ଏବଂ ଆଶିଷ ବେହେରା ଡାକ୍ତରୀ ଟିମ୍‌କୁ ସହାୟତା କରିଥିଲେ। ପରେ ଅଜଗରକୁ ଓୟୁଏଟି ସର୍ଜରି ବିଭାଗରେ ରଖାଯାଇଛି। ଏ ସମ୍ପର୍କରେ ଡା. ନାଥ କହିଛନ୍ତି, ମଣିଷଙ୍କ କ୍ଷେତ୍ରରେ ଯେଉଁଭଳି ସ୍କାନିଂ ପାଇଁ କମ୍ପ୍ୟୁଟର ସ୍ଥିରୀକୃତ ଫର୍ମାଟ ଅଛି, ସାପ ପାଇଁ ଆମ ଦେଶରେ ସେଭଳି ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ ହୋଇନାହିଁ। ଆମକୁ ସ୍କାନ୍‌ ଫଟୋ ଦେଖି ସାପର ଆଘାତକୁ ଅନୁଶୀଳନ କରିବାକୁ ହେବ। ତେବେ ୪ ସପ୍ତାହ ପରେ ସାପର ଭବିଷ୍ୟତ ବିଷୟରେ ଅନୁମାନ କରି ହେବ ବୋଲି ସେ ସୂଚନା ଦେଇଛନ୍ତି। ସ୍ନେକ୍‌ ହେଲ୍ପ ଲାଇନ୍‌ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଅଜଗରଟିର ପାଟିରେ ଆଦୌ ଦାନ୍ତ ନାହଁି ଏବଂ ମାଢ଼ି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମାଢ଼ି କ୍ଷତ ଶୁଖିବା ପାଇଁ ଆଉ ଏକ ସପ୍ତାହ ଅପେକ୍ଷା କରିବା ପରେ ଆମେ ତାକୁ ଫୋର୍ସ ଫିଡ଼ିଂ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସୁସ୍ଥ ହେଲେ ୧୪୯

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସୁସ୍ଥ ସଂଖ୍ୟା ୨୨୮୨ରେ ପହଞ୍ଚିଛି। ଏନେଇ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ଓ...

ପଙ୍କପାଳରେ ମାଙ୍କଡ଼ ଆତଙ୍କ: ଭୟରେ ହନୁମାନଙ୍କ ପୂଜା କଲେ ଗ୍ରାମବାସୀ

କୁଜଙ୍ଗ,୧୬ା୬(ସ୍ବ.ପ୍ର.): ଦୀର୍ଘ ଏକ ମାସ ହେଲା ପଙ୍କପାଳରେ ଆତଙ୍କ ସୃଷ୍ଟି କରିଥିବା ଏକ ମାଙ୍କଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି। ଇତିମଧ୍ୟରେ ମାଙ୍କଡ଼...

ଗଞ୍ଜାମରେ ବୋଲ ମାନୁନି କରୋନା: ଆଜି ୧୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହୋଇ ପଡ଼ିଲାଣି। ଶୁକ୍ରବାର ୩୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାରେ ମୋଟ...

୫ଦିନ ମଧ୍ୟରେ ବହି ବଣ୍ଟା ଶେଷ କର

ଭୁବନେଶ୍ୱର, ୨୩ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ପିଲାମାନଙ୍କ ପାଠପଢା ଏକ ପ୍ରକାର ଠପ୍‌ ହୋଇଯାଇଛି। ଦଶମ ପିଲାଙ୍କ ପରୀକ୍ଷା ମୂଲ୍ୟାୟନ ଶେଷ ହୋଇପାରି ନ ଥିବାବେଳେ ଯୁକ୍ତ୨...

ଅଟୋ ଉପରେ ପଡ଼ିଲା ଗଛ: ଚାଲିଗଲା ମହିଳାଙ୍କ ଜୀବନ

ଖମାର,୨୭।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅଧୀନ ବାଲିପଶି ଗ୍ରାମ ନିକଟ ୧୪୯ ନଂ. ଜାତୀୟ ରାଜପଥରେ ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି।...

କୃଷି ଆଇନ ପ୍ରତ୍ୟାହାର ସ୍ବାଗତଯୋଗ୍ୟ ପଦକ୍ଷେପ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ୩ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଛନ୍ତି । ସେ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ ସ୍ବାଗତ୍ୟନ୍‌ଯୋଗ୍ୟ ।...

ପୂର୍ବତନ ମୁଖ୍ୟ ଶାସନ ସଚିବ ନଳିନୀକାନ୍ତ ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ନଳିନୀକାନ୍ତ ପଣ୍ଡାଙ୍କର ଶନିବାର ପରଲୋକ ହୋଇଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ହୃଦ୍‌ଘାତରେ ପ୍ରାଣ...

CORONAVIRUS UPDATE: ଆଉ ୩ କରୋନା ପଜିଟିଭ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଲା

ଭୁବନେଶ୍ୱର, ୫।୫(ବ୍ୟୁରୋ): ରାଜ୍ୟରେ ଆଉ ୩ କରୋନା ପଜିଟିଭ ମଙ୍ଗଳବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି।...

Advertisement
Archives

Model This Week