ଏସ୍କର୍ଟ ସର୍ଭିସ୍‌ ନାଁରେ ସାଇବର ଠକେଇ: ମାଷ୍ଟରମାଇଣ୍ଡଙ୍କ ସମେତ ୫ ଗିରଫ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଇଣ୍ଟନେଟ୍‌ରେ ବିଜ୍ଞାପନ ଦେଇ ଭିନ୍ନ ଭିନ୍ନ ଏସ୍କର୍ଟ ସର୍ଭିସ ସେବା ଆଳରେ ଠକେଇ କରୁଥିବା ଏକ ଗ୍ୟାଙ୍ଗ କମିଶନରେଟ ପୋଲିସ ହାତରେ ଧରାପଡ଼ିଛି। ଗ୍ୟାଙ୍ଗ ମୁଖ୍ୟଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦାରେ ରହୁଥିବା ପୁରୀ ଜିଲା ଡେଲାଙ୍ଗ ଥାନା ଅଞ୍ଚଳର ଗ୍ୟାଙ୍ଗ ମୁଖ୍ୟ ତଥା ମାଷ୍ଟରମାଇଣ୍ଡ୍‌ ସୁଶାନ୍ତ କୁମାର ପାତ୍ର ଓରଫ ବାବୁ (୨୮), ବଳଙ୍ଗା ଥାନା ଅଞ୍ଚଳର ଉପମନ୍ୟୁ ବରାଳ(୩୪), ଭୁବନେଶ୍ୱର ବାଲିପାଟଣା ଥାନା ଅଞ୍ଚଳର ଜଗନ୍ନାଥ ପ୍ରଧାନ(୩୮), ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ସଦାଶିବ ସେଠୀ(୨୪) ଓ ବାଣପୁର ଥାନା ଅଞ୍ଚଳର ସସ୍ମିତା ଜେନା (୨୪)। ଏମାନଙ୍କଠାରୁ ୧୧ଟି ମୋବାଇଲ, ୨୩ଟି ଏଟିଏମ୍‌ କାର୍ଡ, ୭୦ଟି ପ୍ରି-ଆକ୍ଟିଭେଟ୍‌ ସିମ୍‌ କାର୍ଡ ଓ ନଗଦ ୮୬ ହଜାର ୫୦୦ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଜୋନ-୫ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ତାଙ୍କ ସ୍ତ୍ରୀ ଓ ୨ ଜଣ ଝିଅଙ୍କୁ ଏହି ଗ୍ୟାଙ୍ଗରେ ନିୟୋଜିତ କରିଥିଲେ। ଏଯାବତ ଏଭଳି ଠକେଇ ସଂକ୍ରାନ୍ତରେ ୯ଜଣ ଅଭିଯୋଗ କରିଛନ୍ତି। ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ସେ କହିଛନ୍ତି।
ଅନୁଯାୟୀ, ବିଜ୍ଞାପନରେ ଦିଆଯାଇଥିବା ନମ୍ବରରେ ଗ୍ରାହକମାନେ ଫୋନ କଲେ ଯୁବତୀମାନେ ଉଠାଇ କଥା ହେବା ପରେ ଠକୁଥିଲେ। ଗତ ସେପ୍ଟେମ୍ବର ୧୮ରେ ଭୁବନେଶ୍ୱରରେ ରହୁଥିବା ବିବେକାନନ୍ଦ ନାମକ ଜଣେ ଯୁବକ ଇଣ୍ଟରନେଟ୍‌ରେ ବିଜ୍ଞାପନ ଦେଖିବା ପରେ କଲ୍‌ଗାର୍ଲ ପାଇଁ ଫୋନ୍‌ କରିଥିଲେ। ଜଣେ ଯୁବତୀ ତାଙ୍କ ସହ କଥା ହୋଇ ମାଷ୍ଟରକ୍ୟାଣ୍ଟିନସ୍ଥିତ ଏକ ହୋଟେଲ ନିକଟକୁ ଡକାଇଥିଲେ। ଏଥିପାଇଁ ବିବେକାନନ୍ଦ ପ୍ରଥମେ ୧୫୦୦ ପରେ ୨୨ ହଜାର ୫୦୦ ଟଙ୍କା ଅନ୍‌ଲାଇନ ଜରିଆରେ ଦେଇଥିଲେ। ଉକ୍ତ ହୋଟେଲରେ ଖାଦ୍ୟ ଓ ପାନୀୟ ମାଗଣା ସହ କଲଗାର୍ଲ ସୁବିଧା ଦିଆଯିବ ବୋଲି ଯୁବତୀ କହିଥିଲେ। ହେଲେ ଉକ୍ତ ହୋଟେଲକୁ ଯିବା ପରେ ସେପରି କିଛି ବ୍ୟବସ୍ଥା କରାଯାଇ ନ ଥିବା ବିବେକାନନ୍ଦ ଜାଣିବାକୁ ପାଇଥିଲେ। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସେପ୍ଟେମ୍ବର ୨୦ରେ ଏକ ମାମଲା (ନଂ.୩୯/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଗ୍ୟାଙ୍ଗର ଆଉ ୩ ଫେରାର ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri