Posted inଖେଳ

ଲିଜେଣ୍ଡ୍ସ ଲିଗ୍‌: ଇଣ୍ଡିଆ କ୍ୟାପିଟାଲ୍ସ ଚାମ୍ପିୟନ

ଜୟପୁର,୭ା୧୦: ଲିଜେଣ୍ଡ୍ସ ଲିଗ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଗୌତମ ଗମ୍ଭୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ। ଜୟପୁରର ସଓ୍ବାଇ ମାନସିଂହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୧୦୪ ରନରେ ଭିଲଓ୍ବାରା କିଙ୍ଗ୍‌ସକୁ ପରାସ୍ତ କରିଥିଲା ଦଳ। ଟସ୍‌ ହାରି କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ରସ୍‌ ଟେଲରଙ୍କ ୮୨ ରନ୍‌ ବଳରେ ୨୧୧ ରନ କରିଥିଲା। ଜବାବରେ କିଙ୍ଗ୍ସ ମାତ୍ର ୧୦୭ ରନରେ ଅଲଆଉଟ ହୋଇଥିଲା।
ଟସ୍‌ ହାରି ଇଣ୍ଡିଆ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ୨୧ ରନରେ ୪ ଉଇକେଟ ହରାଇ ଦଳ ସଙ୍କଟରେ ପଡିଥିବା ବେଳେ ରସ୍‌ ଟେଲର(୮୨) ଓ ମିଚେଲ ଜନସନ୍‌(୬୨)ଙ୍କ ମଧ୍ୟରେ ହୋଇଥିଲା ୧୨୬ ରନର ପାର୍ଟନରଶିପ୍‌। ଟେଲର ୪୧ ବଲ ଖେଳି ୪ ଚୌକା ଓ ୮ ଛକା ଏବଂ ଜନସନ୍‌ ୩୫ ବଲ୍‌ ଖେଳି ୭ ଚୌକା ଓ ୩ ଛକା ମାରିଥିଲେ। ଶେଷ ଆଡକୁ ଆସ୍‌ଲେ ନର୍ସଙ୍କ ଧୂଆଁଧାର ବ୍ୟାଟିଂ (୧୯ ବଲ୍‌ ୪୨ ରନ୍‌) ବଳରେ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୨୧୧ ରନ୍‌ କରିଥିଲା। କିଙ୍ଗ୍ସ ପକ୍ଷରୁ ରାହୁଲ ଶର୍ମା ୪ ଓ ମଣ୍ଟି ପାନେସର ୨ ଉଇକେଟ ନେଇଥିଲେ। ଜବାବରେ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ମାତ୍ର ୧୦୭ ରନରେ ଅଲଆଉଟ ହୋଇଥିଲା ଇରଫାନ୍‌ ପଠାନଙ୍କ ଦଳ। ସେନ୍‌ ଓ୍ବାଟସନ୍‌ ସର୍ବାଧିକ ୨୭ ରନ୍‌ କରିଥିବା ବେଳେ ଜେସଲ କେରିଆ ୨୨ ରନ୍‌ କରିଥିଲେ। ୭ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିବା ବେଳେ ପ୍ରବୀଣ ତାମ୍ବେ, ପଙ୍କଜ ସିଂ ଓ ପଓ୍ବନ ସୁୟଲ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ୮୨ ରନର ମ୍ୟାଚ ବିଜୟୀ ଇନିଂସ ପାଇଁ ଟେଲରଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିବା ବେଳେ ୟୁସୁଫ ପଠାନଙ୍କୁ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri