ଅନ୍ଲାଇନ୍ ଜୋତାକିଣାରେ ଠକେଇ ମାମଲା: କମ୍ପାନୀକୁ ୬୦ ହଜାର ଜରିମାନା ନିର୍ଦ୍ଦେଶ
କଟକ ଅଫିସ,୨ା୬: ଅନ୍ଲାଇନ୍ ମାଧ୍ୟମରେ କିଣା ଯାଇଥିବା ୧୩୧୯ ଟଙ୍କାର ଏକ ଜୋତା ପାଇଁ କମ୍ପାନୀକୁ ୬୦ ହଜାର ଟଙ୍କା ଜରିମାନା ଦେବାକୁ କଟକ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜୋତାର କିଣାମୂଲ୍ୟ ୧୩୧୯ ଟଙ୍କା ମିଶି ମୋଟ ୬୧,୩୧୯…
ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ
ଯାଜପୁର ଟାଉନ,୨ା୬(ଡି.ଏନ.ଏ.): ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି ରଞ୍ଜନ କୁମାର ମଲ୍ଲିକ। ମାର୍ଚ୍ଚରେ ୯୦ ଦିନ ମଧ୍ୟରେ ବର୍ଦ୍ଧିତ ଦରମା ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟସୀମା ସରିବାକୁ…
୨ ଡଙ୍ଗା ବୁଡ଼ି, ୨ ନିଖୋଜ
ମାଲକାନଗିରି,୨ା୬(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଗୁରୁବାର ଅପରାହ୍ନରେ ହଠାତ୍ କାଳବୈଶାଖୀରେ ପ୍ରବଳ ବେଗରେ ପବନ ବହିବାରୁ ସତୀଗୁଡ଼ା ଜଳଭଣ୍ଡାରରେ ୨ଟି ଡଙ୍ଗା ବୁଡ଼ିଯାଇଛି। ଏଥିରେ ମଞ୍ଜୁସା ଗ୍ରାମର ତୁଳୁସା ମାଢ଼ୀ ଓ ଏମ୍ଭି ୧୧୧ ଗ୍ରାମର ଗୋବିନ୍ଦ ସର୍ଦ୍ଦାର ନିଖୋଜ ଅଛନ୍ତି। ପ୍ରକାଶ…
ଭୁଶୁଡ଼ିଲା ଏୟାରଷ୍ଟ୍ରିପ୍ ପାଚେରି, ୨ ଶ୍ରମିକ ମୃତ
ମାଲକାନଗିରି,୨ା୬(ଡି.ଏନ୍.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ କାଳବୈଶାଖୀ ଯୋଗୁ ୨୦ମିନିଟ୍ ଧରି ପ୍ରବଳ ବେଗରେ ପବନ ବହିବା ସହ ବଜ୍ରପାତ ହୋଇଥିଲା। ଫଳରେ ରାସ୍ତା ଉପରେ ବଡ଼ ବଡ ଗଛ ଉପୁଡି ପଡିବା ସହ ବିଦ୍ୟୁତ୍…
ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨ା୬(ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ)ର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ନିର୍ଦ୍ଦେଶକ ଡ.…
ମୃତ୍ୟୁଞ୍ଜୟ ମହାପାତ୍ର ଡବ୍ଲ୍ୟୁଏମ୍ଓ ଉପାଧ୍ୟକ୍ଷ ନିର୍ବାଚିତ
ନୂଆଦିଲ୍ଲୀ, ୨ା୬(ପି.ଟି.): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ)ର ତୃତୀୟ ଉପାଧ୍ୟକ୍ଷ ଭାବେ ଗୁରୁବାର ନିର୍ବାଚିତ ହୋଇଛନ୍ତି। ଜାତିସଂଘର ଏହି ସଂସ୍ଥା ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖିବା ସହ ଆଗୁଆ ସତର୍କ…
ଗରମରୁ ରକ୍ଷା ପାଇବା ପାଇଁ ଏମିତି ପନ୍ଥା ଆପଣାଇଲେ ବ୍ୟକ୍ତି, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଦେଖି ଲୋକେ ହସ ସମ୍ଭାଳି ପାରନ୍ତିନି କି ପ୍ରଶଂସା ନ କରି ବି ରହି ପାରନ୍ତିନି। ଏବେ ଠିକ୍ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ…
ବିଦେଶରେ ଉଦ୍ଧବ, ଶିନ୍ଦେଙ୍କୁ ଭେଟିଲେ ଶରଦ ପାୱାର
ମୁମ୍ବାଇ,୧।୬: ଏନସିପି ସୁପ୍ରିମୋ ଶରଦ ପାୱାର ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିବା ପାଇଁ ବର୍ଷା ବଙ୍ଗଳାଠାରେ ପହଞ୍ଚିଛନ୍ତି। ଉଦ୍ଧବ ଠାକ୍ରେ ବିଦେଶରେ ଅଛନ୍ତି। ଏହି ସମୟରେ ଶରଦ ପାୱାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଛନ୍ତି। ଏହି ସାକ୍ଷାତର ବିଷୟବସ୍ତୁ ବିଷୟରେ…
ଏହି ରାଜ୍ୟରେ ବଢ଼ିଲା ବିଜୁଳି ଦର
ରାଞ୍ଚି,୧ା୬: ଝାଡ଼ଖଣ୍ଡରେ ନୂତନ ବିଦ୍ୟୁତ ଶୁଳ୍କ ଆଂଶିକ ବୃଦ୍ଧି କରାଯାଇଛି। ତେବେ ନୂତନ ଶୁଳ୍କରେ ବିଦ୍ୟୁତ ଦର ବର୍ତ୍ତମାନ ୪ ଦିନରେ ୨୫ରୁ ୩୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଘରୋଇ ଗ୍ରାମୀଣ ବିଦ୍ୟୁତର ସ୍ଥିର ହାର ୨୬ ଟଙ୍କାରୁ ୫୦ ଟଙ୍କାକୁ…
କେବେ ଭାବି ନ ଥିଲି ଏତେବଡ ଦଣ୍ଡ ମିଳିବ, ହେଲେ…, ସଂସଦ ସଦସ୍ୟତା ଯିବା ପରେ ଆମେରିକାରେ କହିଲେ ରାହୁଲ
ସାନ ଫ୍ରାନସିସକୋ,୧।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ ବର୍ଷିଛନ୍ତି। ଆମେରିକାରେ ରାହୁଲ କହିଛନ୍ତି, ମୁଁ କେବେ ଭାବି ନ ଥିଲି ମାନହାନି ମାମଲାରେ ମୋତେ ଏତେବଡ ଦଣ୍ଡ ମିଳିବ ଓ ଜଣେ…
ଏମକେ ଷ୍ଟାଲିନଙ୍କୁ ଭେଟିଲେ କେଜରିଓ୍ବାଲ, କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ମାଗିଲେ ସମର୍ଥନ
ନୂଆଦିଲ୍ଲୀ,୧।୬: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗି ପଡିଛନ୍ତି। ଇତି ମଧ୍ୟରେ କେଜରିଓ୍ବାଲ ଗୁରୁବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ତାଙ୍କ ଘରେ ଚେନ୍ନାଇରେ ସାକ୍ଷାତ୍ କରିଛନ୍ତି। ଏହି ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ…
ଶୁକ୍ରବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ
ଭୁବନେଶ୍ୱର,୧।୬: ଶୁକ୍ରବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ। ଛାତ୍ରୀଛାତ୍ରମାନେ ଓଜେଇଇ ଓ୍ବେବସାଇଟ୍ ମାଧ୍ୟମରେ ରେଜଲ୍ଟ ଦେଖିପାରିବେ। ସୂଚନାଯୋଗ୍ୟ, ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବେଷୟିକ ଶିକ୍ଷାନୁଷ୍ଠାନର ଏମ୍ବିଏ, ଏମ୍ସିଏ, ଏମଏସ୍ସି, ଏମେ୍ଟେକ, ଏମ ପ୍ଲାନ, ଲାଟେରାଲ ଏଣ୍ଟ୍ରି ବିଏମ୍ବିଏ, ଲାଟେରାଲ…
Archives


