୯ ବର୍ଷ ପରେ ମହାରାଷ୍ଟ୍ରରୁ ବାପା ଗିରଫ

କଟକ,୨।୭ (କାର୍ତ୍ତିକ ସାହୁ)କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଞ୍ଚଳରେ ୧୦ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଶାନ୍ତ ସାହାଣୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ମହାରାଷ୍ଟ୍ରର ଥାନେ ଅନ୍ତର୍ଗତ ମୁରବାଦରୁ ଧରି ଶନିବାର ସନ୍ଧ୍ୟାରେ କଟକରେ ପହଞ୍ଚତ୍ଛି। ଅଭିଯୁକ୍ତଙ୍କୁ ଆନନ୍ଦପୁର ଏସ୍‌ଡିଜେଏମ୍‌ କୋର୍ଟରେ ରବିବାର ହାଜର କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଘରୋଇ କଳିରୁ ନିଜ ୩ ବର୍ଷର ଶିଶୁକନ୍ୟାକୁ ୨୦୧୩ ଅଗଷ୍ଟ ୧୮ରେ ବୈତରଣୀ ନଦୀକୁ ଫିଙ୍ଗି ହତ୍ୟା କରିଥିଲେ। ଏ ନେଇ ପ୍ରଶାନ୍ତଙ୍କ ସ୍ତ୍ରୀ ପୂଜା ସାହାଣୀ ଆନନ୍ଦପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୧୨୫/୨୦୧୩) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ପ୍ରଶାନ୍ତ ୨୦୧୦ରେ ପୂଜାଙ୍କୁ ବିବାହ କରିଥିଲେ। ପରେ ଦୁହେଁ ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ରହୁଥିଲେ। ପ୍ରଶାନ୍ତ ସେଠାରେ ଏକ ଘରୋଇ କାରଖାନାରେ ଫାୟାରମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିଲେ। ଥାନେ ରହଣି ସମୟରେ ଉଭୟଙ୍କ ମଧ୍ୟରେ ଘରୋଇ କଳି ତୀବ୍ର ରୂପ ଧାରଣ କରିଥିଲା। ୨୦୧୧ରେ ପୂଜା ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ କେନ୍ଦୁଝର ଜିଲା ଫକୀରପୁରସ୍ଥିତ ଘରକୁ ଆସିଥିଲେ। ୨୦୧୩ ଅଗଷ୍ଟ ୧୮ରେ ଉଭୟଙ୍କ ମଧ୍ୟରେ ଖୁବ୍‌ ଜୋର୍‌ରେ ବାକ୍‌ବିତଣ୍ଡା ଲାଗିଥିଲା। ପ୍ରଶାନ୍ତ ଉତ୍‌କ୍ଷିପ୍ତ ହୋଇ ତାଙ୍କ ଝିଅକୁ ସାଇକେଲରେ ବସାଇ ନେଇ ବୈତରଣୀ ନଦୀ ଭିତରକୁ ଫିଙ୍ଗି ଦେଇଥିଲେ। ଏହାପରେ ସେ ଫେରାର ହୋଇଯାଇଥିଲେ। ଗିରଫଦାରିରୁ ବର୍ତ୍ତିବା ପାଇଁ ବିଭିନ୍ନ ଅଞ୍ଚଳ ଘୂରି ବୁଲିବା ସହ ବାରମ୍ବାର ନିଜର ମୋବାଇଲ ନମ୍ବର ବଦଳାଉଥିଲେ। ପ୍ରାଥମିକ ଅବସ୍ଥାରେ ଆନନ୍ଦପୁର ପୋଲିସ ଦ୍ୱାରା ଘଟଣାର ତଦନ୍ତ କରାଯାଉଥିଲା। ହେଲେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ନିଷ୍କ୍ରିୟତା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗକାରୀ ପୂଜା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପ୍ରାର୍ଥନା କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୨୦୧୪ ଅଗଷ୍ଟ ୨୮ରେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତଭାର ହାତକୁ ନେଇଥିଲା। କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଦଳ ବିଳାସପୁର, ରାୟପୁର, ଥାନେ, କୋରେଗାଓଁ ଭୀମା, ସିକ୍ରାପୁର, ରଞ୍ଜନଗାଓଁ ଆଦି ସ୍ଥାନରେ ଚଢ଼ାଉ କରିଥିଲା। ହେଲେ ଅଭିଯୁକ୍ତଙ୍କୁ ଧରିବା ସମ୍ଭବ ହୋଇପାରୁ ନ ଥିଲା। ହେଲେ କ୍ରାଇମବ୍ରାଞ୍ଚର ଏକ ଦଳ ଗତ ୧୦ ବର୍ଷ ଧରି ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ଅନବରତ ଟ୍ରାକିଂ ଚଳାଇଥିଲା। ତେବେ ମହାରାଷ୍ଟ୍ରର ମୁରବାଦଠାରେ ଅଭିଯୁକ୍ତ ରହିଥିବା ନେଇ ଏକ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ କ୍ରାଇମବ୍ରାଞ୍ଚ ଦଳ ଗତ ୨୮ ତାରିଖରେ କଟକରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଥିଲା। ୨୯ ତାରିଖରେ ଅଭିଯୁକ୍ତଙ୍କୁ କାବୁ କରି କଟକ ଆଣିଥିଲା। କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ମାରାଥନ ଜେରା ପରେ ଅଭିଯୁକ୍ତ ଜଣଙ୍କ ନିଜ ଦୋଷ ସ୍ବୀକାର କରିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?