Odisha Elections 2024

ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା

ଖଣ୍ଡପଡ଼ା,୨।୭(ଅଜୟ କୁମାର ମହାରଣା)କେନ୍ଦ୍ର ହେଉ ଅବା ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରି ବିକାଶର ପ୍ରଚାର କରୁଥିବା ବେଳେ ତାହା ପ୍ରକୃତପକ୍ଷେ ତୃଣମୂଳସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ସେଥିପ୍ରତି ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି ା ଦାରିଦ୍ର୍ୟର ସୀମାରେଖା ତଳେ ବାସ କରୁଥିବା ଜନସାଧାରଣଙ୍କୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେଉଛନ୍ତି ା ମାତ୍ର ତୃଣମୂଳସ୍ତରରେ ଏହି ଯୋଜନାର ସୁଫଳ ରୁପାୟନ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ପଞ୍ଚାୟତ ଜନ ପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ହେଉ ଅବା ପ୍ରଶାସନିକ ଅଧିକାରୀମାନଙ୍କ ଅର୍ଥ ଉପାର୍ଜନ ଉଦ୍ଦେଶ୍ୟ ଯୋଗୁ ବହୁ ଗରିବ ଜନସାଧାରଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଖଣ୍ଡେ ପାଇବାରୁ ବଞ୍ଚତ୍ତ ହୋଇ ଦୁର୍ଦ୍ଦିନରେ ଦିନ କାଟୁଥିବା ଅଭିଯୋଗ ହୋଇଛି ା
ସୂଚନା ଅନୁଯାୟୀ, ଖଣ୍ଡପଡ଼ା ବ୍ଳକ ଖଳିସାହି ପଞ୍ଚାୟତ ଅଧୀନ ବରଡାବାରୀ ଗ୍ରାମର ସେବତୀ ନାଏକ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି ା ଅଭାବ ଅନଟନରେ ୫ ପ୍ରାଣୀ କୁଟୁମ୍ବଙ୍କୁ ଧରି ସେବତୀ କର୍ମକୁ ଆଦରି ଏକ ନୂଆଣିଆଁ ଚାଳ ଛପର ଘରେ ରହିଛନ୍ତି ା ପ୍ରତିବର୍ଷ ଘରର ଚାଳ ଛପର କରିବା ପାଇଁ ଅର୍ଥର ଅଭାବ ହେତୁ ଚାଳ ଛପର ଉପରେ ଏକ ପଲିଥିନ ପକାଇ ସେବତୀଙ୍କ ପରିବାର ବାସ କରୁଛନ୍ତି ା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ପାଇବା ନିମନ୍ତେ ସେବତୀଙ୍କ ନାମ ହିତାଧିକାରୀ ତାଲିକାରେ ଗତ ୪ ବର୍ଷ ଧରି ଗଡୁଥିବା ବେଳେ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଆବାସ ଯୋଜନା ହିତାଧିକାରୀ ତାଲିକାରୁ ତାଙ୍କ ନାମ ବାଦ ଦିଆଯାଇଛି। ଏ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ସେ ଖଣ୍ଡପଡ଼ା ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି ା ସରପଞ୍ଚ ଫକୀର ଚରଣ ଦାସଙ୍କ ସହ ଯୋଗାଯୋଗ କରିବାରେ ଆବାସ ଯୋଜନା ପାଇଁ ୮୪ ହିତାଧିକାରୀଙ୍କ ଟାର୍ଗେଟ ରହିଥିବା ବେଳେ ମାତ୍ର ୫୫ ଜଣ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି ା ସେବତୀଙ୍କ ଦୟନୀୟ ଅବସ୍ଥା ସମ୍ପର୍କରେ ସରପଞ୍ଚ ଦାସ ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ବିଡିଓ ସୂଚନା ଦେଇଥିବା ସେ କହିଛନ୍ତି ା ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେଇ ଅଭିଯୋଗର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ନିର୍ବାଚନୀ ହିଂସା: କଡ଼ା ନିର୍ଦ୍ଦେଶ ଦେଲେ ଡିଜିପି ଅରୁଣ ଷଡ଼ଙ୍ଗୀ

କଟକ,୧୭।୫(ଅସମାପିକା ସାହୁ): ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT)ଖଲ୍ଲିକୋଟ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।...

କଂଗ୍ରେସର ପ୍ରଚାର ଜୋରଦାର , ଭୋଟରଙ୍କ ମନମୋହୁଛନ୍ତି ଚିତ୍ରସେନ

ପୁରୁଷୋତ୍ତମପୁର,୧୭।୫ (ସିମାଞ୍ଚଳ ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ,ବିଜେଡି ଓ ଭାଜପା ମଧ୍ୟରେ ତ୍ରୀମୁଖି ଲଢେଇ ହେଉଥିବାବେଳେ ପ୍ରଚାରରେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା (ଉଜଳ)...

ଭତ୍ତା କହି ସରପଞ୍ଚଙ୍କ ସ୍ବାମୀ ଭୋଟ ପାଇଁ ବାଣ୍ଟୁଛନ୍ତି ଟଙ୍କା

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ ହେମଲତା ଜେନାଙ୍କ ସ୍ବାମୀ ପୀତବାସ...

ଅଭୟାରଣ୍ୟ ପରିଧୀରେ ମଦ ଆଡ୍ଡା, ଜବତ ହେଲା ୧୬୧୮ ଲିଟର ଦେଶୀ ମହୁଲି ମଦ

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ), କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନରେ ୫ଟି ଥାନା ରହିଛି l ଚଳିତ ମାସ ଗତ ୧୪ ତାରିଖ ହାଟଡିହୀ ବ୍ଲକ ସୋସୋ...

ଗର୍ଜିଲେ ଶାହା, କହିଲେ…

ରାଉରକେଲା,୧୭।୫: ରାଉରକେଲାରେ ପହଞ୍ଚି ବିଜେଡିକୁ ଆକ୍ରମଣାତ୍ମକ ଢଙ୍ଗରେ ଟାର୍ଗେଟ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା। ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି...

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ…

ଭୁବନେଶ୍ୱର,୧୭।୫: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ୧୯ତାରିଖ ରବିବାର...

ନେତାଙ୍କ କଥାରେ ଭଳୁ ନାହାନ୍ତି ଭୋଟର

ବରଗଡ଼ରୁ ଅନିଲ ଦାସ,୧୭ା୫: ଖରାତାତି ସାଙ୍ଗକୁ ବଢ଼ିଚାଲିଛି ନିର୍ବାଚନୀ ଉଷ୍ମତା। ଆଉ ଦୁଇଦିନ ପରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ...

ପ୍ରାର୍ଥୀ କିଏ ଆମେ ଜାଣିନୁ, ଚିହ୍ନ ଦେଖି ଭୋଟ୍‌ ଦେବୁ

ବରଗଡ଼ରୁ ଅନିଲ ଦାସ,୧୭ା୫: ବର୍ତ୍ତମାନ ଚାରିଆଡ଼େ ନିର୍ବାଚନ ଉଷ୍ମତା। ରାଜନେତାମାନେ ଘନଘନ ପ୍ରଚାରରେ ଆସୁଛନ୍ତି। ମାତ୍ର ଭୋଟରମାନେ ଏଥର ଆଉ ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରୁନାହାନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri