ଭିତରକନିକା ଆର୍ଦ୍ରଭୂମିକୁ ଉଜାଡ଼ିବ ପ୍ରଦୂଷିତ ଜଳ

କେନ୍ଦ୍ରାପଡ଼ା,୨।୭ (ଜଗନ୍ନାଥ ଧଳ)ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିଛି ା ତେବେ କେନ୍ଦ୍ରାପଡ଼ା ଜିଲାରେ ଆଶାନୂରୂପକ ବର୍ଷା ହୋଇନାହିଁ ା ଫଳରେ ଜିଲାରେ ଉତ୍କଟ ଜଳାଭାବ ଦେଖାଦେଇଛି। ଏପରି କି ଭିତରକନିକା ଆଦ୍ରଭୂମିକୁ ସଂଲଗ୍ନ ଥିବା ୩ ନଦୀ ସିଷ୍ଟମ ଜଳାଭାବରୁ ଶୁଖିଲା ପଡିଛି ା ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ସିଷ୍ଟମରେ ଥିବା ୭ନଦୀରେ ଏବେ ପ୍ରଦୂଷିତ ଜଳ ପ୍ରବାହିତ ହେଉଛି। ଏହି ଜଳ ଜାତୀୟ ଉଦ୍ୟାନର ବହୁ କ୍ଷତି ଘଟାଇବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି ା
ଏ ସମ୍ପର୍କରେ ପରିବେଶବିତ୍‌ ଅଧ୍ୟାପକ କ୍ଷୀତିଶ କୁମାର ସିଂହ କହିଛନ୍ତି, ଭିତରକନିକା ଆଦ୍ରଭୂମିରେ ପ୍ରଦୂଷିତ ଜଳକୁ ନେଇ ହାଇକୋର୍ଟରେ ଉଦ୍‌ବେଗ ପ୍ରକାଶ କରାଯାଇଛି ା ନିକଟରେ ଏହି ମାମଲାର ହାଇକୋର୍ଟ ପକ୍ଷରୁ ରହିଥିବା ଆମିସକ୍ୟୁରୀ ମୋହିତ ଅଗ୍ରୱାଲ ଆଶଙ୍କା କରିଛନ୍ତି, ବ୍ରାହ୍ମଣୀ ନଦୀ ଜଳ ଭିତରକନିକାକୁ ସର୍ବାଧିକ ପ୍ରଦୂଷିତ କରୁଛି। ନାଲ୍‌କୋ ଓ ଅନ୍ୟ ରାସାୟନିକ ସାର କାରଖାନାରୁ ନିର୍ଗତ ରାସାୟନିକ ଦ୍ରବ୍ୟ ବ୍ରାହ୍ମଣୀ ନଦୀକୁ ପ୍ରଦୂଷିତ କରୁଛି ା ଏହି ଶିଳ୍ପଗୁଡିକ କୋଇଲା ସହିତ ଫ୍ଲୋରାଇଡ, ନାଇଟ୍ରୋଜେନ, ସିଆନାଇଡ, କ୍ରୋମିୟମ, ଫ୍ଲାଏ ଆସ୍‌ ସହିତ ଅନ୍ୟ ସାମଗ୍ରୀ ବ୍ୟବହାର କରୁଥିବାରୁ ଏହାର ଉଦ୍‌ବୃତ୍ତ ଅଂଶ ବ୍ରାହ୍ମଣୀରେ ମିଶୁଛି ା ଭିତରକନିକା ଜଳ ପ୍ରଦୂଷଣରେ ବେଆଇନ ଚିଙ୍ଗୁଡି ଘେରି, ଅବାଧ ନୌଚଳାଚଳ, ବେଆଇନ ଭାବେ ରହିଥିବା ବାଂଲାଦେଶୀଙ୍କ ଦ୍ୱାରା ବନ କ୍ଷୟ ଓ ଚିଙ୍ଗୁଡ଼ି ଘେରି ଆଦି ନିର୍ମାଣ ସହିତ ନଦୀ ଜଳ ପ୍ରଦୂଷଣର କାରଣ ହୋଇଛି ା ଅପରପକ୍ଷେ ଏହି ଆଦ୍ରଭୂମିକୁ ଆଗାମୀ ଦିନରେ ମଧୁର ଜଳ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୭ ନଦୀ ଓ ୨୭ ନାଳ ଭିତରକନିକାର ହେନ୍ତାଳ ବଣକୁ ବଞ୍ଚାଇ ରଖୁଛି ା ତେବେ ବିଭିନ୍ନ ସ୍ଥାନରେ ମଧୁର ପାଣି ଅଟକ ଓ ଉତ୍ତୋଳନ ଜୈବ ବିବିଧତାକୁ ନଷ୍ଟ କରିବ ବୋଲି ଅଧ୍ୟାପକ ସିଂହ ମତ ଦେଇଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ମଧୁର ଜଳ ଅଭାବ ହେନ୍ତାଳବଣ ନଷ୍ଟର କାରଣ ହେବ ା ୬୦ ପ୍ରତିଶତ ଲୁଣା ଓ ୪୦ ପ୍ରତିଶତ ମଧୁର ଜଳର ମିଶ୍ରଣ ଅଞ୍ଚଳରେ ସାଧାରଣରେ ହେନ୍ତାଳବଣ ସୃଷ୍ଟି ହୋଇଥାଏ ା
ମଧୁର ଜଳ ନ ଥିବାରୁ ସମୁଦ୍ର ତଟରେ କେବଳ ଝାଉଁବଣ ଦେଖିବାକୁ ମିଳେ ା ଭିତରକନିକାକୁ ମଧୁର ଜଳ ଯୋଗାଉଥିବା ମୁଖ୍ୟତଃ ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତା ଏବେ ଅକାମୀ ହେବାକୁ ଯାଉଛି ା ଛତିଶଗଡ଼ ରାଜ୍ୟରେ ବନ୍ଧ ନିର୍ମାଣ ପରେ ମହାନଦୀ ଜଳକୁ ନେଇ ଓଡ଼ିଶା ସରକାରଙ୍କ ସହିତ ଦ୍ୱନ୍ଦ ଦେଖାଯାଇଛି। ଅଣମୌସୁମୀରେ ମହାନଦୀର ତଳ ମୁଣ୍ଡରେ ଥିବା କେନ୍ଦ୍ରାପଡ଼ା ଜିଲାରେ ଜଳସ୍ରୋତ କମି ଯାଇଛି ା ଶିକ୍ଷାବିତ୍‌ ଭୂବନମୋହନ ଜେନା ଦର୍ଶାଇଛନ୍ତି, ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ସନ୍ତରାଠାରେ ମହାନଦୀରେ ଏକ ବୃହତ୍‌ ଜଳାଶୟ ନିର୍ମାଣ କରାଯାଇ କେନ୍ଦ୍ରାପଡ଼ା ଜିଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହେବାକୁ ଯାଉଛି।
ଜଳାଶୟରୁ ଉଦ୍‌ବୃତ ଜଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳର ୨୦୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ୨ଟି ମେଗା ପ୍ରକଳ୍ପ ନିର୍ମାଣାଧୀନ ଅଛି ା ଫଳରେ ମହାନଦୀର ଜଳ ତଳମୁଣ୍ଡରେ ଥିବା ଭିତରକନିକାକୁ ମଧୁର ଜଳ ପହଞ୍ଚତ୍ବା ଆଶା କ୍ଷୀଣ ହୋଇଛି ା ସେହିପରି ଗତ କିଛି ବର୍ଷ ଧରି ଅଣମୌସୁମୀ ସମୟରେ ବୈତରଣୀର ମଧୁର ଜଳ ଭିତରକନିକାକୁ ପହଞ୍ଚୁ ନାହିଁ। ମୌସୁମୀ ସମୟରେ ଭିତରକନିକା ଆସୁଥିବା ଜଳକୁ ଏବେ ଯାଜପୁର ସହର ନିକଟ ନିର୍ମାଣାଧୀନ ଜଳାଶୟରେ ରଖିବାକୁ ଯୋଜନା ହୋଇଛି। ବ୍ରାହ୍ମଣୀ ସିଷ୍ଟମରେ ବ୍ରାହ୍ମଣୀ ଓ ଶାଖାନଦୀ ଖରସ୍ରୋତା ଅଛି ା ଏବେ ଖରସ୍ରୋତାରେ କେନ୍ଦ୍ରାପଡ଼ା ଜିଲାର ୨ଟି ସ୍ଥାନରେ ମେଗା ଜଳସେଚନ ପ୍ରକଳ୍ପ ଓ ୨ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି ା ଏଥିସହିତ ଭଦ୍ରକ ଜିଲାର ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣି ନିଆଯିବ। ଏହି ୫ ପ୍ରକଳ୍ପର ଆବଶ୍ୟକ ଜଳକୁ ଖରସ୍ରୋତାରେ ଏକ ବ୍ୟାରେଜ ଦ୍ୱାରା ଅଟକାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ଖରସ୍ରୋତା ନଦୀ ବଞ୍ଚାଅ ଆନ୍ଦୋଳନ ହେଉଛି ା ବ୍ୟାରେଜ ପରେ ଉଦବୃତ ଜଳ ଭିତରକନିକାରେ ପହଞ୍ଚାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି ା କେବଳ ବ୍ରାହ୍ମଣୀର ସ୍ବଳ୍ପଧାରା ଭିତରକନିକାର ପ୍ରାକୃତିକ ବିଭବକୁ ବଞ୍ଚାଇବା ସମ୍ଭବ ନୁହେଁ ବୋଲି ପ୍ରାଧ୍ୟାପକ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?