ଅଫିସ ଆସିବାକୁ ନିର୍ଦ୍ଧାରିତ ସମୟ ନାହିଁ

ନୂଆଗାଁ,୨।୭(ଧନେଶ୍ୱର ସାହୁ)ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟକୁ କର୍ମଚାରୀମାନେ ସକାଳ ୧୦ଟାରେ ପହଞ୍ଚତ୍ କାର୍ଯ୍ୟାରମ୍ଭ କରିବାର ନିର୍ଦ୍ଦେଶ ରହିଛି। କିନ୍ତୁ ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ଦିନ ୧୧ଟା ସୁଦ୍ଧା କର୍ମଚାରୀଙ୍କ ଦେଖା ମିଳୁନି। ଫଳରେ କୌଣସି କାମରେ ଆସି ଲୋକେ ହଇରାଣ ହେଉଛନ୍ତି ା ଶୁକ୍ରବାର ଦିନ ୧୧ଟା ପର୍ଯ୍ୟନ୍ତ ଅଧିକାଂଶ କର୍ମଚାରୀ ଆସି ନ ଥିବା ଅଭିଯୋଗ ହେଉଛି।
ନୂଆଗାଁ ବ୍ଲକ ସରକାରଙ୍କ ଆଇନ୍‌ କାନୁନରେ ପରିଚାଳିତ ନ ହୋଇ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ଇଚ୍ଛା ମୁତାବକ ଚାଲୁଥିବା ଅଭିଯୋଗ ହେଉଛି। ସମସ୍ତ ସରକାରୀ କର୍ମଚାରୀମାନେ ସକାଳ ୧୦ରେ କାର୍ଯ୍ୟାଳୟରେ ପହଞ୍ଚତ୍ ନିଜର କାର୍ଯ୍ୟାରମ୍ଭ କରିବେ। ଏଥିରେ ଯେଭଳି ବ୍ୟତିକ୍ରମ ନ ହେବ ସେଥିପାଇଁ କାର୍ଯ୍ୟାଳୟରେ ଉପସ୍ଥାନ ପକାଇବାର ବ୍ୟବସ୍ଥା କରାଯିବା ସହ ବାଇଓମେଟ୍ରିକ ମେଶିନ ମଧ୍ୟ ଲଗା ଯାଇଛି। ତେବେ ଏତେ ସବୁ ପରେ ବି କୌଣସି ନିୟମ କାନୁନକୁ ଖାତିର ନ କରି କର୍ମଚାରୀମାନେ ନିଜ ଇଚ୍ଛାରେ କାର୍ଯ୍ୟାଳୟ ଆସୁଛନ୍ତି। ଏପରି କି ଦିନ ୧୧ଟା ସୁଦ୍ଧା ଅନେକ କର୍ମଚାରୀ ଆସି ନ ଥିବା ଦେଖିବାକୁ ମିଳୁଛି। ଗୁରବାର ଭତ୍ତା ସମ୍ପର୍କିତ କୌଣସି କାର୍ଯ୍ୟରେ ଦୁର୍ଦ୍ଦୁରା ପଞ୍ଚାୟତର କେତେଜଣ ଲୋକ ନୂଆଗାଁ ବ୍ଲକ କାର୍ଯ୍ୟାଳୟ ସାମାଜିକ ସୁରକ୍ଷା ବିଭାଗକୁ ଆସିଥିଲେ, କିନ୍ତୁ ୧୦.୪୫ ସୁଦ୍ଧା ଅଫିସ୍‌କୁ କେହି ନ ଆସିବାରୁ ବାରଣ୍ଡାରେ ଲୋକେ ଅପେକ୍ଷା କରିଥିଲେ। ସେହିପରି ପ୍ରତିଷ୍ଠାନ ଉପବିଭାଗ (ଏଷ୍ଟାବ୍ଳିସମେଣ୍ଟସେକ୍ସନ) ଖୋଲା ଥିଲେ ମଧ୍ୟ ଅଧିକାରୀ ନ ଥିଲେ। ବୈଷୟିକ ବିଭାଗ ଓ ମଙ୍ଗଳ ବିଭାଗ ଅଧିକାରୀ ୧୧ ଟା ସୁଦ୍ଧା ଆସି ନ ଥିଲେ। ବ୍ଲକର ମୂଖ୍ୟ କିରାଣୀଙ୍କ ପ୍ରକୋଷ୍ଠ ଖୋଲା ଥାଇ ଫ୍ୟାନ ବୁଲୁଥିଲେ ମଧ୍ୟ ଚେୟାର ଖାଲି ପଡିଥିଲା। ତେବେ ମୂଖ୍ୟ କିରାଣୀ କୌଣସି କାର୍ଯ୍ୟରେ ମୂଖ୍ୟାଳୟକୁ ଯାଇଥିବା ସୂଚନା ମିଳିଥିଲା। ବିଡିଓ ନୂଆଗାଁ ବ୍ଲକ ସଂପର୍କିତ କୌଣସି କାର୍ଯ୍ୟରେ କଟକ ଯାଇଥିବା ବେଳେ କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ସାଧାରଣଙ୍କ ଲୋକଙ୍କୁ ହଇରାଣ ହେବାକୁ ପଡିଥିଲା। କେତେଜଣ କର୍ମଚାରୀ ଘରେ ରହି ଫିଲଡ କାମରେ ଯାଇଥିବା ଦର୍ଶାଉଛନ୍ତି। ନୂଆଗାଁ ବିଡିଓଙ୍କ ସରଳତାର ସୁଯୋଗ ନେଇ କର୍ମଚାରୀମାନେ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ହେଉଛି। ତେବେ ବିଡିଓ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ କଲେ କିଛି ଫରକ ପଡିବନି ବୋଲି ଜଣେ କର୍ମଚାରୀ କହୁଛନ୍ତି ା କର୍ମଚାରୀ ଠିକ ସମୟରେ କାର୍ଯ୍ୟାଳୟକୁ ନ ଆସିବା ବାବଦରେ ନୂଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ଯେଉଁମାନେ ବିଳମ୍ବରେ ଆସୁଛନ୍ତି ସେମାନଙ୍କ ପ୍ରତି କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?