ଭୁବନେଶ୍ୱର,୨।୭(ଅଭିଜିତ ଦାସ୍)ଜୁନ୍ ୨ ବାଲେଶ୍ୱର ବାହନଗା ଷ୍ଟେଶନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାକୁ ଶନିବାର ଏକ ମାସ ପୂରିଛି। ହେଲେ ଏଯାଏ ମୃତଦେହ ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟା ସରୁନାହିଁ। ଇତିମଧ୍ୟରେ ଏମ୍ସରେ ରଖାଯାଇଥିବା ୮୧ ମୃତଦେହ ମଧ୍ୟରୁ ୨୯ଟିର ଡିଏନ୍ଏ ରିପୋର୍ଟ ଆସିବା ପରେ ଶୁକ୍ରବାର ୬ଟି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଶନିବାର ଦ୍ୱିତୀୟ ଦିନରେ ଆଉ ୧୩ଟି ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବାବେଳେ ବାକି ୧୦ଟିକୁ ନେବାକୁ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସିବିଆଇ ଏହି ଦୁର୍ଘଟଣାର ତଦନ୍ତ କରୁଥିବାରୁ ମୃତଦେହ ହସ୍ତାନ୍ତର ସମୟରେ ଅଧିକାରୀମାନେ ଉପସ୍ଥିତ ରହି କାଗଜପତ୍ର ଯାଞ୍ଚ କରୁଛନ୍ତି। ଶନିବାର ରାତି ସୁଦ୍ଧା ୪ଟି ମୃତଦେହ ବିହାର, ୮ଟି ପଶ୍ଚିମବଙ୍ଗ ଓ ଗୋଟିଏ ଝାଡଖଣ୍ଡ ପଠାଯାଇଥିବା ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆହୁରି ୫୨ ମୃତଦେହର ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବାବେଳେ ପରିବାର ଲୋକେ ଦ୍ୱିତୀୟ ପର୍ଯ୍ୟାୟ ଡିଏନ୍ଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି।
ପୁଅର ମୃତଦେହ ଖୋଜୁଛି ବାପା
ହୃଦୟରେ ଅନେକ ଯନ୍ତ୍ରଣା, ହେଲେ ପୁଅର ମୃତଦେହ ନେବାକୁ ମନରେ ଉତ୍କଣ୍ଠା। ବହୁ କଷ୍ଟରେ ବିହାରରୁ ଭୁବନେଶ୍ୱର ପହଞ୍ଚତ୍ଛନ୍ତି ବାପା ସୁରେଶ ରାୟ। ଛୋଟା ଗୋଡ଼ରେ ଚାଲି ଚାଲି ୩୦ ଦିନ ହେବ ଦୁଇ ପୁଅର ମୃତଦେହ ଖୋଜିବାରେ ଲାଗିଛନ୍ତି। ତେବେ ବଡପୁଅ ୩୫ ବର୍ଷୀୟ ମନୋଜଙ୍କ ମୃତଦେହ ପାଇଥିବାବେଳେ ସାନପୁଅ ୨୫ ବର୍ଷୀୟ ରଞ୍ଜିତଙ୍କୁ ଏପର୍ଯ୍ୟନ୍ତ ପାଇପାରୁନାହାନ୍ତି। ତାଙ୍କ କହିବାନୁସାରେ, ଦୁଇ ଭାଇ ମନୋଜ ଓ ରଞ୍ଜିତ ଘରର ଆର୍ଥିକ ବୋଝକୁ ଦୂର କରିବା ଲାଗି କରମଣ୍ଡଳ ଏକ୍ସପ୍ରେସରେ ଚେନ୍ନାଇ ଯାଉଥିଲେ। ଦୁର୍ଘଟଣାର କିଛି ସମୟ ପୂର୍ବରୁ ବାପା ସୁରେଶ ଦୁଇ ପୁଅ ସହ କଥା ହେବା ପରେ ଜାଣି ନ ଥିଲେ କି ଏହା ତାଙ୍କର ଶେଷ କଥାବାର୍ତ୍ତା। ଦୁର୍ଘଟଣା ଖବର ପାଇବା ପରେ ବାପା ୨ ପୁଅଙ୍କୁ ଫୋନ ଲଗାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଶେଷରେ ଓଡ଼ିଶା ଆସି ଦୁଇ କୁଳନନ୍ଦନକୁ ଖୋଜାଖୋଜି ଭିତରେ ଏମ୍ସରେ ବଡ଼ପୁଅଙ୍କୁ ଚିହ୍ନଟ କରିଥିଲେ। ଏଥିପାଇଁ ଡିଏନ୍ଏ ଟେଷ୍ଟ ଲାଗି ନମୁନା ଦେଇଥିଲେ। ତେବେ ରିପୋର୍ଟ ଆସିବା ପରେ ଶନିବାର ବିଳମ୍ବିତ ରାତିରେ ବଡପୁଅର ମୃତଦେହକୁ ନେଇ ବିହାର ଫେରିଯାଇଛନ୍ତି।
ମୋ ପୁଅର ମୃତ ଶରୀର ଫେରାଇଦିଅ
ପଶ୍ଚିମବଙ୍ଗ କୁଛ୍ ବିହାର ଅଞ୍ଚଳର ୨୨ ବର୍ଷୀୟ ବିପୁଲ୍ ରୟଙ୍କ ମୃତଦେହ ଖୋଜି ଖୋଜି ନୟାନ୍ତ ହେଲେଣି ବାପା ଶିବକାନ୍ତ ରୟ। ତାଙ୍କ ସୂଚନା ଅନୁଯାୟୀ, ଟ୍ରେନ୍ ଦୁର୍ଘଟଣାରେ ବିପୁଲ୍ ପ୍ରାଣ ହରାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ତାଙ୍କ ମୃତଦେହକୁ ଅନ୍ୟ ଏକ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବାପା ଶିବକାନ୍ତ ରୟ ରେଲ୍ଓ୍ବେ ଓ ଏମ୍ସ କର୍ତ୍ତୃପକ୍ଷଙ୍କୁ ଗୁହାରି କରିବା ସହ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ୩୦ ଦିନ ହୋଇଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ ଶିବକାନ୍ତ ରୟଙ୍କୁ ସାନ୍ତ୍ୱନା ଦେବାଲାଗି କର୍ତ୍ତୃପକ୍ଷ ଶିବକାନ୍ତ ରୟଙ୍କ ଡିଏନ୍ଏ ନମୁନା ପରୀକ୍ଷଣ ଲାଗି ସଂଗ୍ରହ କରିଥିଲେ ମଧ୍ୟ ତାଙ୍କ ମନ ମାନୁନି।
ନୁରୁଲ ପାଇଁ ବାପାର ମେରୁଦଣ୍ଡ ଭାଙ୍ଗିଗଲା
ପଶ୍ଚିମବଙ୍ଗ ମାଲଦା ଜିଲାର ୧୬ ବର୍ଷୀୟ ନୁରୁଲ ଇସଲାମ ଘରର ଆର୍ଥିକ ବୋଝକୁ ଦୂର କରିବା ଲାଗି ଚେନ୍ନାଇ ଯାଉଥିଲେ। ଭଲ ରୋଜଗାର କରିବା ସହ ମନରେ ଆଶା ରଖିଥିଲେ ନୂଆ ଘର କରିବେ ଓ ଘର ଫ୍ଲୋରରେ ଟାଇଲ ପକାଇବେ। ଅଳ୍ପ ବୟସରେ ପୁଅର ରୋଜଗାର ଓ ସ୍ବପ୍ନକୁ ନେଇ ବାପା ମା ବି ବହୁତ ଖୁସି ଥିଲେ। କିନ୍ତୁ ବାହାନଗା ରେଳ ଦୁର୍ଘଟଣାରେ ନୁରୁଲଙ୍କ ମୃତ୍ୟୁ ହେବା ପରେ ଏବେ ବାପା ଆହ୍ଲାଉଦ୍ଦିନ୍ଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ପୁଅ ସହ ସବୁ ସ୍ବପ୍ନ ମାଟିରେ ମିଶିଯାଇଛି। ଏବେ ଡିଏନଏ ରିପୋର୍ଟ ମ୍ୟାଚ ହେବା ପରେ ପୁଅର ମୃତଦେହକୁ ନେବା ଲାଗି ବଡ ପୁଅ ସହ ଏମ୍ସ ଆସିଥିବାବେଳେ ପୂରା ଭାଙ୍ଗିପଡିଥିବା ଦେଖିବାକୁ ମିଳିଥିଲା।
ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…
ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

