Home

ଲିଥିୟମ-ଆୟନ ବ୍ୟାଟେରିର ନିର୍ମାତା, ନୋବେଲ ପୁରସ୍କାର ବିଜେତା ଜନ ଗୁଡଏନଫଙ୍କ ଶହେ ବର୍ଷ ବୟସରେ ପରଲୋକ

ନ୍ୟୁୟର୍କ,୨୭।୬: ଲିଥିୟମ-ଆୟନ ବ୍ୟାଟେରିର ନିର୍ମାତା ଜନ ବି ଗୁଡଏନଫଙ୍କ ୧୦୦ ବର୍ଷ ବୟସରେ ପରଲୋକ ହୋଇଛି। ଟେକ୍ସାସର ଅଷ୍ଟିନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ଟେକ୍ସାସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଛି, ଯେଉଁଠାରେ ସେ ଇଞ୍ଜିନିୟରିଂର ପ୍ରଫେସର…

ମଧ୍ୟପ୍ରଦେଶ ଯିବେ ପ୍ରଧାନମନ୍ତ୍ରୀ, ୫ ବନ୍ଦେ ଭାରତ ଟ୍ରେନକୁ ଦେଖାଇବେ ସବୁଜ ପତାକା

ନୂଆଦିଲ୍ଲୀ,୨୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟପ୍ରଦେଶ ଗସ୍ତ କରିବେ। ଭୋପାଳରେ ପ୍ରଧାନମନ୍ତ୍ରୀ ଏକାସାଙ୍ଗରେ ୫ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବେ। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ଭାଜପା କର୍ମୀଙ୍କୁ ବୁଥ ବିଜୟର ମନ୍ତ୍ର ଦେବେ। ପୂର୍ବାହ୍ନ ୧୦.୩୦ରେ…

‘ଉଗ୍ରବାଦୀଙ୍କୁ ପଳାୟନରେ ସାହାଯ୍ୟ କରୁଛନ୍ତି ମହିଳା, ଜାଣିଶୁଣି ଅଟକାଉଛନ୍ତି ରାସ୍ତା’, ମଣିପୁର ହିଂସାକୁ ନେଇ ଟୁଇଟ କଲା ସେନା

ଇମ୍ଫାଲ,୨୭।୬: ଜାତି ହିଂସାର ନିଆଁରେ ଜଳୁଥିବା ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଥିବା ବେଳେ ଏଥିରେ କେବଳ ସ୍ଥାନୀୟ ମହିଳାମାନେ ବାଧା ସୃଷ୍ଟି କରୁଛନ୍ତି। ଭାରତୀୟ ସେନା ମଙ୍ଗଳବାର ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛି। ଗତ ମେ’…

ଏୟାର ଇଣ୍ଡିଆ ଫ୍ଲାଇଟରେ ପରିଶ୍ରା କରିଥିବା ଯାତ୍ରୀ ଦିଲ୍ଲୀ ବିମାନ ବନ୍ଦରରେ ଗିରଫ

ନୂଆଦିଲ୍ଲୀ,୨୭।୬: ବିମାନ ଭିତରେ ପରିସ୍ରା କରିବାର ଆଉ ଏକ ମାମଲା ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ପରିସ୍ରା କରିଛନ୍ତି। ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ବିମାନରେ ଏହି ଘଟଣା ଘଟିଥିଲା, ପରେ ଅଭିଯୁକ୍ତକୁ ଦିଲ୍ଲୀ ବିମାନବନ୍ଦରରେ ଗିରଫ କରାଯାଇଥିଲା।…

‘ପ୍ରଥମ ବର୍ଷାରେ ବସ୍ତ୍ର ହରଣ’, ସାମନାରେ ଶିନ୍ଦେ-ଫଡନବିଶଙ୍କୁ ଟାର୍ଗେଟ

ମୁମ୍ବାଇ,୨୭।୬: ପ୍ରଥମ ମୌସୁମୀ ବର୍ଷାରେ ଜଳମଗ୍ନ ହୋଇଛି ମାୟାନଗରି ମୁମ୍ବାଇ। ଲୋକଙ୍କୁ ସହରର ବିଭିନ୍ନ ସ୍ଥାନରେ ଓ୍ବାଟର ଲଗିଙ୍ଗର ସାମ୍ନା କରିବାକୁ ପଡିଛି। ଏ ସମ୍ପର୍କରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ସାମାନା ସମ୍ପାଦକୀୟ ମାଧ୍ୟମରେ ଶିନ୍ଦେ-ଫଡନବିଶ ସରକାରକୁ ଟାର୍ଗେଟ କରିଛନ୍ତି।…

ନ୍ୟୁୟର୍କରେ ମିଳିବ ଦୀପାବଳି ଛୁଟି

ଓ୍ବାଶିଂଟନ,୨୭।୬: ଆମେରିକାର ନ୍ୟୁୟର୍କରେ ରହୁଥିବା ବିଦେଶୀ ଭାରତୀୟଙ୍କ ସଂସ୍କୃତିକୁ ସମ୍ମାନ ଦେଇ ଏଠାରେ ଥିବା ପ୍ରଶାସନ ଦୀପାବଳିକୁ ବିଦ୍ୟାଳୟଗୁଡ଼ିକ ପାଇଁ ସାଧାରଣ ଛୁଟି ତାଲିକାରେ ଅନ୍ତର୍ଭୁକ୍ତ କରିଛି। ସହରର ମେୟର ଏରିକ ଆଡମ୍ସ ସୋମବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି…

ୟୁପି ଏସଟିଏଫ ଏନକାଉଣ୍ଟରରେ ପୁରସ୍କାର ଘୋଷିତ ଅପରାଧି ନିହତ

ଲକ୍ଷ୍ନୌ,୨୭।୬: ଉତ୍ତରପ୍ରଦେଶର କୌଶମ୍ବୀ ଜିଲ୍ଲାରେ ୟୁପି ଏସଟିଏଫ ଏବଂ ପୁରସ୍କାର ଘେଶଷିତ ଅପରାଧିଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଅପରାଧୀଙ୍କ ନିହତ ହୋଇଛନ୍ତି। ହତ୍ୟା ଓ ହକାୟତି ମାମଲାରେ ଅପରାଧୀଙ୍କୁ ଖୋଜା ଚାଲିଥିଲା। ପୋଲିସ ମୃତଦେହକୁ ପୋଷ୍ଟ ମର୍ଟମ…

କ୍ରିକେଟରେ ୟୋ ୟୋ ଟେଷ୍ଟ

ଭାରତୀୟ କ୍ରିକେଟ ଦଳରେ ମୁମ୍ବାଇ କ୍ରିକେଟର ସର୍ଫରାଜ ଖାନ୍‌ଙ୍କୁ ସାମିଲ କରା ନ ଯିବାକୁ ନେଇ ତୁମ୍ବିତୋଫାନ ଉଠିଛି। ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଉ ନ ଥିବା ବେଳେ ଅନେକ ପୂର୍ବତନ କ୍ରିକେଟର ଏହାକୁ ନେଇ ଭିନ୍ନ ଭିନ୍ନ ମତ…

ବିଦ୍ରୋହ ପରେ ସର୍ବସମ୍ମୁଖକୁ ଆସିଲେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ

ମସ୍କୋ, ୨୭।୬: ଜୁନ୍‌ ୨୪ରେ ୟେଭଗେନି ପ୍ରିଗୋଝିନ୍‌ଙ୍କ ନେତୃତ୍ୱାଧୀନ ଓ୍ବାଗନର ଗ୍ରୁପ୍‌ ରୋସ୍ତଭ-ଅନ୍‌-ଡନ୍‌ ଅକ୍ତିଆର କରି ମସ୍କୋ ଆଡ଼କୁ ଅଗ୍ରସର ହେବା ଓ ପରବର୍ତ୍ତୀ ସମୟରେ ବିଦ୍ରେହକୁ ରୋକାଯିବା ପରେ ପ୍ରଥମ ଥର ପାଇଁ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ…

‘ସବୁ ଜାତିର ବ୍ୟକ୍ତି ମନ୍ଦିର ପୂଜକ ହୋଇପାରିବେ’

ଚେନ୍ନାଇ, ୨୭ା୬: ମନ୍ଦିର ପୂଜକ ନିଯୁକ୍ତ କରିବାରେ ଜାତିର କୌଣସି ଭୂମିକା ନ ଥିବା ମାଡ୍ରାସ ହାଇକୋର୍ଟ ସୋମବାର କହିଛନ୍ତି। ପୂଜକ ହେବାକୁ ଥିବା ବ୍ୟକ୍ତି ନିର୍ଦ୍ଦିଷ୍ଟ ମନ୍ଦିରର ରୀତିନୀତି ସମ୍ପର୍କରେ ଭଲ ଭାବେ ଜାଣିଥିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଏନ୍‌.…

ମଣିପୁରରେ ତଲାସି ଅଭିଯାନ ଜାରି

ଇମ୍ଫାଲ, ୨୭ା୬: ମଣିପୁରରେ ସେନା ଯବାନମାନେ ଶନିବାର ଏକ ସ୍ବତନ୍ତ୍ର ଅଭିଯାନରେ ଗିରଫ କରିଥିବା ୧୨ ଜଣ ଉଗ୍ରପନ୍ଥୀଙ୍କୁ ସ୍ଥାନୀୟ ମହିଳାମାନଙ୍କ ନେତୃତ୍ୱରେ ୧,୨୦୦ରୁ ଊର୍ଦ୍ଧ୍ୱ ଲୋକେ ଛଡ଼ାଇନେବା ପରେ ଇମ୍ଫାଲ ଇଷ୍ଟ, ବିଷ୍ଣୁପୁର, କଙ୍ଗପୋକ୍‌ପି, କାକ୍‌ଚିଙ୍ଗ ଏବଂ ଚୁରାଚାନ୍ଦପୁର ଜିଲାରେ…

କୋଇଲା ସାମ୍ପଲିଂରେ ୧୩୭ କୋଟିର ଦୁର୍ନୀତି

ନୂଆଦିଲ୍ଲୀ, ୨୭ା୬(ପି.ଟି.): କୋଲ୍‌ ସାମ୍ପଲିଂ ପ୍ରକଳ୍ପ ପାଇଁ ୧୩୭ କୋଟି ଟଙ୍କା ବୌଦ୍ଧିକ ଦେୟ ଆବଣ୍ଟନରେ ଦୁର୍ନୀତିକୁ ନେଇ ସିବିଆଇ ସିଏସ୍‌ଆଇଆର୍‌-କେନ୍ଦ୍ରୀୟ ଖଣି ଓ ଇନ୍ଧନ ଗବେଷଣା ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ପି.କେ. ସିଂ ଏବଂ ମୁଖ୍ୟ ବୈଜ୍ଞାନିକ ଏ.କେ. ସିଂଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?