ସମଲିଙ୍ଗୀଙ୍କ ସମସ୍ୟା ସମାଧାନ ପାଇଁ ପ୍ୟାନେଲ ଗଠନ କରିବେ ସରକାର…
ନୂଆଦିଲ୍ଲୀ,୩।୫ : ସମଲିଙ୍ଗୀ ବିବାହ ସମ୍ପର୍କିତ ଏକ ପିଟିଶନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ସମଲିଙ୍ଗୀ ଦମ୍ପତିମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଏକ ପ୍ୟାନେଲ ଗଠନ କରାଯିବ ବୋଲି ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି। କ୍ୟାବିନେଟ…
‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ମଧ୍ୟରେ ସେନସର ବୋର୍ଡ ଜାରି କଲା ‘ଏ’ ସାର୍ଟିଫିକେଟ
ମୁମ୍ବାଇ,୩।୫: ମୁଭି ‘ଦ କେରଲା ଷ୍ଟୋରି’ ରିଲିଜ ହେବା ପୂର୍ବରୁ ବିବାଦ ମଧ୍ୟରେ ଛନ୍ଦି ହୋଇ ପଡିଛି। ଫିଲ୍ମକୁ ନେଇ କେରଳରେ କିଛି ରାଜନୈତିକ ଦଳ ଏହାର ରିଲିଜକୁ ବିରୋଧ କରିଛନ୍ତି। ଫିଲ୍ମକୁ ନେଇ ଚାଲିଥିବା କଣ୍ଟ୍ରୋଭର୍ସି ଭିତରେ ସେଣ୍ଟ୍ରାଲ ବୋର୍ଡ…
୪୫ ତମ ମ୍ୟାଚରେ ପିବିକେଏସ-ଏମଆଇ ମୁହାଁମୁହିଁ…
ମୋହାଲି,୩।୫ :ଆଇପିଏଲ ସିଜିନ ୧୬ର ୪୫ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ବୁଧବାର ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ। ମୋହାଲିର ପଞ୍ଜାବ କ୍ରିକେଟ ଆସେସିଏଶନ ଆଇଏସ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଦୁଇ ଟିମ ବଳ କଷିବେ।…
ଲକ୍ଷ୍ନୌରେ ଏଲଏସଜି-ସିଏସକେ ଲଢ଼େଇ…
ଲକ୍ଷ୍ନୌ,୩।୫ : ଆଇପିଏଲ ସିଜିନ ୧୬ର ୪୪ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ବୁଧବାର ଅପରାହ୍ନ ସାଢ଼େ ୩ଟାରେ ମୁହାଁମୁହିଁ ହେବେ। ଲକ୍ଷ୍ନୌର ଅଟଳ ବିହାରୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଦୁଇ ଟିମ ବଳ…
ଶରଦ ପାଓ୍ବାରଙ୍କ ଇସ୍ତଫା: ପରିବାର ସଦସ୍ୟ ହେବେ ନାହିଁ ଅଧ୍ୟକ୍ଷ, ଏନସିପି ସୂତ୍ରର ଦାବି
ମୁମ୍ବାଇ,୩।୫: ମହାରାଷ୍ଟ୍ର ରାଜନୀତିରେ ମଙ୍ଗଳବାର ସେତେବେଳେ ଏକ ଭୂକମ୍ପ ସୃଷ୍ଟି ହୋଇଥିଲା, ଯେତେବେଳେ ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଦଖଲ ରଖିଥିବା ଏନସିପିର ଅଧ୍ୟକ୍ଷ ଶରଦ ପାଓ୍ବାର ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ଦେଶର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ ପାଓ୍ବାର କହିଥିଲେ…
ପାକିସ୍ତାନରେ ଗୋଟିଏ ଦିନରେ ନିର୍ବାଚନ ପାଇଁ ସହମତି…
ଇସଲାମାବାଦ,୩।୫ : ପାକିସ୍ତାନ ସରକାର ଏବଂ ବିରୋଧୀ ଦଳ ପିଟିଆଇ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ଏହା ଅନୁସାରେ ସମଗ୍ର ଦେଶରେ ଗୋଟିଏ ଦିନରେ ନିର୍ବାଚନ କରିବାକୁ ସହମତି ପ୍ରକାଶ ପାଇଛି। ତେବେ ନିର୍ବାଚନର ତାରିଖ ନେଇ ଏପର୍ଯ୍ୟନ୍ତ ସହମତି…
ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ଜମ୍ମୁ-କଶ୍ମୀର-ଲଦାଖରେ ହେବନି ଯବାନଙ୍କ ଗିରଫଦାରୀ…
ନୂଆଦିଲ୍ଲୀ,୩।୫ : ଜମ୍ମୁ-କଶ୍ମୀର ଏବଂ ଲଦାଖରେ ସଶସ୍ତ୍ର ବାହିନୀର କର୍ମଚାରୀଙ୍କୁ ଗିରଫଦାରୀ ହେବ ନାହିଁ। କେନ୍ଦ୍ର ସରକାର ଏନେଇ ସୁରକ୍ଷା ଯୋଗାଇ ଦେଇଛନ୍ତି। ରାଜ୍ୟରେ ଧାରା ୩୭୦ ହଟାଇବା ପରେ ଏହି ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ଅର୍ଥାତ ବର୍ତ୍ତମାନ କେନ୍ଦ୍ର…
ଭାରତକୁ ଘରେ ପଶି ମାରିବାକୁ ଧମକ ଦେଲେ ପାକିସ୍ତାନି ସେନା ଅଧିକାରୀ
ଇସଲାମାବାଦ,୩।୫: ପାକିସ୍ତାନର ଆର୍ଥିକ ସ୍ଥିତି ବହୁ ପୂର୍ବରୁ ଖରାପ ରହିଛି। ଏଭଳି ସ୍ଥିତି ପରେ ବି ସେ ଭାରତ ସହ ଶତ୍ରୁତା ଛାଡି ପାରୁ ନାହିଁ। ପାକିସ୍ତାନୀ ସେନାର ମିଡିଆ ଓ୍ବିଙ୍ଗ ଇଣ୍ଟର ସର୍ଭିସ ପବ୍ଲିକ ରିଲେଶନ(ଆଇଏସପିଆର)ର ଡିଜି ମେଜର ଜେନରାଲ…
ଥମୁଛି ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…
ମଙ୍ଗଳରେ ରହିଛି ଭରପୁର ଜଳ: ଜୁରୋଙ୍ଗ ପଠାଇଲା ରିପୋର୍ଟ…
ବେଜିଂ,୩।୫ : ମଙ୍ଗଳ ଗ୍ରହରେ ଆଶା କରାଯାଉଥିବା ଠାରୁ ଅଧିକ ଜଳ ରହିଥିବାର ପ୍ରମାଣ ମିଳିଛି। ଜୁରୋଙ୍ଗ ନାମକ ଚାଇନା ମାର୍ସ ରୋଭର ଏହି ଦିଗରେ ନୂତନ ତଥ୍ୟ ସଂଗ୍ରହ କରିଛି। ସାଇନ୍ସ ଆଡଭାନ୍ସ୍ ପତ୍ରିକାରେ ଏହି ନୂତନ ଅଧ୍ୟୟନ ସମ୍ପର୍କରେ…
ରୁଷିଆ ଉପରେ ବିମାନ ଆକ୍ରମଣ କଲା ୟୁକ୍ରେନ୍, ବିସ୍ଫୋରଣରେ ଦ୍ୱିତୀୟ ଦିନରେ ପୁଣିଥରେ ଓଲଟିଲା ଟ୍ରେନ
ମସ୍କୋ,୩।୫: ୟୁକ୍ରେନର ବାଖମୁତରେ ଲାଗି ରହିଥିବା ଲଢେଇ ମଧ୍ୟରେ, ୟୁକ୍ରେନ୍ ରୁଷିଆ ଉପରେ କଡା ଜବାବ ଦେଇଛି। ୟୁକ୍ରେନର ଆକ୍ରମଣ ଫଳରେ ରୁଷିଆର ସୀମାବର୍ତ୍ତି ଅଞ୍ଚଳରେ ଏକ ମାଲଗାଡି ଟ୍ରାକରୁ ଖସି ଓଲଟି ଯାଇଛି। ଏହି ଘଟଣା ରୁଷିଆର ପଶ୍ଚିମ ବ୍ରିସ୍କ…
ଆଇପିସିଏ ପ୍ରୋଟୋକଲ ପାଳନ କରୁନି ଭାରତ: ଆମେରିକା ରିପୋର୍ଟ…
ଓ୍ବାଶିଂଟନ,୩।୫ : ଆମେରିକାର ଏକ ରିପୋର୍ଟରେ ଦର୍ଶାଯାଇଛି ,ଅନ୍ତର୍ଜାତୀୟ ପିତାମାତା ଶିଶୁ ଅପହରଣ (ଆଇପିସିଏ) ପ୍ରୋଟୋକଲକୁ ଅନୁସରଣ କରୁ ନ ଥିବା ୧୪ ଟି ଦେଶ ମଧ୍ୟରେ ଭାରତ ରହିଛି। ୨୦୨୩ ପାଇଁ ଆଇପିସିଏ ଉପରେ ଆମେରିକାର ଗୃହ ବିଭାଗର ବାର୍ଷିକ…
Archives


