ଶେଷ ହେଉଛି ‘ସାପୁଆ’ ସମ୍ଭାବନା

ରାସୋଳ,୧୦।୭(ସରୋଜ ମିଶ୍ର): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର ଜଳସେଚନର ପ୍ରମୁଖ ମାଧ୍ୟମ ସାପୁଆ କେନାଲ ପରିଚାଳନା ଅଭାବରୁ ପରିତ୍ୟକ୍ତ ହୋଇପଡ଼ିଛି। ବଡ଼ ବଡ଼ ଘଳିଆ ଦେଇ ବିପୁଳ ପରିମାଣର ପାଣି ନଷ୍ଟ ହେଉଥିବାରୁ ଜମିକୁ ଜଳ ନିଅଣ୍ଟ ପଡୁଛି। ଏବେ ବର୍ଷାଋତୁ ଆରମ୍ଭ ହୋଇଯାଇଥିବାବେଳେ କେବଳ ଲୋକଦେଖାଣିଆ ଭାବେ କିଛି ଲଟାବୁଦା ସଫେଇ କରି ବିଭାଗ ଦାୟିତ୍ୱ ସାରିଦେଇଛି। ହେଲେ ଘଳିଆ ମରାମତି କରାଯାଇନାହିଁ। ତେଣୁ ଖରିଫ୍‌ ଋତୁରେ କେନାଲ ଦ୍ୱାରା ଜଳସେଚିତ ଜମିରେ ଚାଷ କାର୍ଯ୍ୟ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଯେହେତୁ ମୁଖ୍ୟ କେନାଲ ସ୍ଥିତି ଠିକ୍‌ ନାହିଁ, ତେଣୁ କାଡାନାଳିକୁ ଜଳପ୍ରବାହ ଠିକ୍‌ ଭାବେ ହେବନାହିଁ ବୋଲି ଚାଷୀମାନେ କହିଛନ୍ତି।
ରାସୋଳ ଅଞ୍ଚଳର ଚାଷ ଜମିକୁ ପାଣି ଯୋଗାଇବା ଲକ୍ଷ୍ୟରେ ସାପୁଆ ଜଳସେଚନ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ଏଥିଲାଗି ଦଣ୍ଡିରିଠାରେ ସାପୁଆ ନାଳ ଉପରେ ନିର୍ମାଣ କରାଯାଇଛି ଏକ ଡ୍ୟାମ। ସେଠାରୁ ୮ କିମି ଦୀର୍ଘ ଏକ କେନାଲ ଖନନ କରାଯାଇଛି। ଏହାଦ୍ୱାରା ଦଣ୍ଡିରି, ଲହଡ଼ା, ରାସୋଳ, ନାଉକିଆରି, କୁନୁଆ ଆଦି ଅଞ୍ଚଳର ଚାଷ ଜମି ଜଳସେଚିତ ହେଉଛି। ସେହିପରି ସାପୁଆ ଜଳଭଣ୍ଡାରର ଜଳ ପରିଚାଳନା ପାଇଁ ନୂଆବଗରେ ଏକ ବ୍ୟାରେଜ ନିର୍ମାଣ କରାଯାଇଛି। ଏଠାରୁ ଅନ୍ୟ ଏକ କେନାଲ ନୂଆବଗ, ବାହାଲୁଣ୍ଡା, ରାସୋଳ, କଳିଙ୍ଗା, ବାଙ୍କଟିଆ ଦେଇ ଅଁଳାବେଡ଼ା ପର୍ଯ୍ୟନ୍ତ ଯାଇଛି। ଏହାର ଦୈର୍ଘ୍ୟ ମଧ୍ୟ ପାଖାପାଖି ୮ କି.ମି.। ଉଭୟ କେନାଲ ମାଧ୍ୟମରେ ୨୪୦୦ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ରହିଛି। ତେବେ ନୂଆବଗ ବ୍ୟାରେଜ୍‌ରୁ ବାହାରିଥିବା କେନାଲର ତ୍ରୁଟିପୂର୍ଣ୍ଣ ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ଖରିଫ୍‌ ଚାଷ ପାଇଁ ଯଥେଷ୍ଟ ଜଳର ଆବଶ୍ୟକତା ଥିବାବେଳେ ବର୍ଷା ପୂର୍ବରୁ କେନାଲଗୁଡ଼ିକର ଆବଶ୍ୟକ ସଫେଇ ସହ ଘଳିଆ ମରାମତି କରିବାକୁ ସରକାରୀସ୍ତରରେ ନିର୍ଦ୍ଦେଶ ରହିଛି। ହେଲେ ନୂଆବଗ କେନାଲରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଲଟାବୁଦାରେ ପରିପୂର୍ଣ୍ଣ ସମଗ୍ର କେନାଲ ଶଯ୍ୟା ଏବେ ଅରଣ୍ୟର ଭ୍ରମ ସୃଷ୍ଟି କରୁଛି। ବାଙ୍କଟିଆ ସମେତ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଘଳିଆ ସୃଷ୍ଟି ହୋଇଛି। ଏହାର ମରାମତି କରିବାକୁ ଚାଷୀ ରଘୁନାଥ ପାଳ, ନରେଶ ପାଳ, ଶିଶିର ସାହୁ, ମଗରା ଦେହୁରୀ ବର୍ଷେ ହେଲା ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରୁଛନ୍ତି। ତେବେ କେହି ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।
ସେହିପରି କେନାଲ ଜଳ ଯଥେଷ୍ଟ ହେଉ ନ ଥିବାରୁ ଖରିଫ ଚାଷ ସମୟରେ ଚାଷୀମାନେ ବିଭିନ୍ନ ସ୍ଥାନକୁ କାଟି ଦେଉଥିବା ଦେଖିବାକୁ ମିଳିଥିଲା। ଏହି ସମସ୍ୟାର ସମାଧାନ ଏବଂ କେନାଲଠାରୁ ଦୂରରେ ଥିବା ଆଭ୍ୟନ୍ତରୀଣ ଜମିକୁ ଜଳସେଚନ କରିବା ଉଦ୍ଦେଶ୍ୟରେ ୫ ପାଣି ପଞ୍ଚାୟତକୁ ନେଇ ଏବେ କାଡାନାଳି ନିର୍ମାଣ କରାଯାଉଛି। ଏହାଦ୍ୱାରା ଅଧିକ ୯୦୦ ହେକ୍ଟରକୁ ଜଳସେଚନ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିରେ ୨ କୋଟି ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସରକାରଙ୍କ କାଡାନାଳୀ ନିର୍ମାଣ ପଦକ୍ଷେପକୁ ଚାଷୀମାନେ ସ୍ବାଗତ କରିଛନ୍ତି। ହେଲେ ମୁଖ୍ୟ କେନାଲ ମରାମତି ନ ହେଲେ ଏହାର ଲାଭ ମିଳିବ ନାହିଁ ବୋଲି ସେମାନେ କହିଛନ୍ତି। ତେଣୁ ମୁଖ୍ୟ କେନାଲ ସଫେଇ ସହ ଘଳିଆ ପଡ଼ିଥିବା ସ୍ଥାନ ଚିହ୍ନଟ କରି ତୁରନ୍ତ ମରାମତି କରିବାକୁ ସେମାନେ ଦାବି କରିଛନ୍ତି।
ଏ ନେଇ ସାପୁଆ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଦିବାକର ବେହେରଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ମୁଖ୍ୟ କେନାଲ ମରାମତି ଲାଗି ପଦକ୍ଷେପ ନିଆଯିବ ବୋଲି କହି ସେ ପ୍ରସଙ୍ଗ ଏଡ଼ାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

ପ୍ରଦୀପଙ୍କୁ ସ୍ବାବଲମ୍ବୀ କରିଛି ଡ୍ରାଗନ ଫ୍ରୁଟ ଚାଷ

ଜି.ଉଦୟଗିରି,୭ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରି ବଜାର ଫୁଟପାଥରେ ଡ୍ରାଗନ ଫ୍ରୁଟ ବିକ୍ରି ହେଉଛି। ଏହାର କିଲୋ ୨୦୦ ଟଙ୍କା ରହିଥିଲେ ମଧ୍ୟ ଗ୍ରାହକଙ୍କ…

ପୂର୍ବତନ ବିଧାୟକ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ ଙ୍କ ଶ୍ରାଦ୍ଧ ଦିବସ: ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି         

ଦିଗପହଣ୍ଡି,୭|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମରେ ସ୍ଵାଧୀନତା ସଂଗ୍ରାମୀ ବିଶିଷ୍ଟ କମ୍ୟୁନିଷ୍ଟ ନେତା ପୂର୍ବତନ ବିଧାୟକ ସ୍ବର୍ଗତ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ…

କେସିଙ୍ଗାର ଯୁବ ପ୍ରତିଭା, ସାମାଜିକ କର୍ମୀ ରମେଶ କୁମାର ଜେନାଙ୍କ ଅକାଳ ବିୟୋଗ: ଝୁରୁଛି ଗାଁ ମାଟି

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୧୧ ନମ୍ବର ୱାର୍ଡର ଅନନ୍ତ ରାମ ଜେନାଙ୍କ ପୁତ୍ର ତଥା ସଜନୀ ଜେନାଙ୍କ ସୁପୁତ୍ର ରମେଶ…

ରାକ୍ଷୀପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୭।୮ ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୫…

ବୁଧ ଓ ମଙ୍ଗଳଙ୍କ ଶୁଭ ଯୋଗ! ଭାଗ୍ୟ ନେବ ମୋଡ଼, ୮ ଅଗଷ୍ଟରୁ ୪ ରାଶିକୁ ମିଳିବ ବଡ଼ ଲାଭ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନରେ ଏକ ବିଶେଷ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବୁଧ ଏବଂ ମଙ୍ଗଳଙ୍କ…

କଷ୍ଟ ସହି ନ ପାରି କରିଥିଲେ ଆତ୍ମହତ୍ୟା: ୪ ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନା କେସ୍ ନଂ-୪୩, ତାରିଖ ୧୫.୦୩.୨୦୨୨ରେ ରୁଜୁ ହୋଇଥିବା ୪ ବର୍ଷ ପୁରୁଣା ଏକ ଚର୍ଚ୍ଚିତ ମାମଲାରେ ଘସିପୁରା ପୋଲିସ…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri