ଟେନ୍‌ସନ ଦେଲାଣି ଟମାଟୋ

କାମାକ୍ଷାନଗର, ୧୦।୭(ସୁଧୀର ପରିଡ଼ା) : ପରିବା ଚାଷ ପାଇଁ ସୁନାମ ଅର୍ଜନ କରିଛି ଢେଙ୍କାନାଳ ଜିଲାର କାମାକ୍ଷାନଗର। ବ୍ଲକର ସୋଗର, ସମାଟାଙ୍ଗୀ, ଭଗୀରଥପୁର, ଜଗନ୍ନାଥପୁର, ଅଁଳାବେରେଣି, ତୁମୁସିଙ୍ଗା ଆଦି ଅଞ୍ଚଳରେ ଉତ୍ପାଦିତ ହେଉଥିବା ପରିବା ବର୍ଷର ଅଧିକାଂଶ ସମୟ ଖାଉଟିଙ୍କ ଚାହିଦା ମେଣ୍ଟାଇଥାଏ। ଏହାକୁ ବାଦ୍‌ଦେଲେ କଙ୍କଡ଼ାହାଡ଼, ଭୁବନ ବ୍ଲକ, ପଡ଼ୋଶୀ ଅନୁଗୋଳ ଜିଲାରୁ ମଧ୍ୟ ପରିବା ଆମଦାନୀ ହୋଇ ଆସିଥାଏ। ତେବେ ମୌସୁମୀ ଋତୁରେ ଲଘୁଚାପଜନିତ ଲଗାଣ ବର୍ଷାରେ ପରିବା ଚାଷ ଉଜୁଡ଼ିଯିବା ପରେ ଦର ଆକାଶଛୁଅଁା ହୋଇଯାଇଛି। ବିଶେଷକରି ଟମାଟୋ କିଣିବା ବେଳକୁ ଭାବିବାକୁ ବାଧ୍ୟ ହେଉଛନ୍ତି ଖାଉଟି।
କାମାକ୍ଷାନଗର ସହରରେ ଛୋଟ ବଡ଼ ୩୦ରୁ ୩୫ଟି ପରିବା ଦୋକାନ ରହିଛି। ଦର ବୃଦ୍ଧି ପୂର୍ବରୁ ପରିବା ବ୍ୟବସାୟୀମାନେ ଦୈନିକ ୨୦ କୁଇଣ୍ଟାଲ ଟମାଟୋ ବିକ୍ରି କରୁଥିଲେ। ଏବେ ଏହା ୩ କୁଇଣ୍ଟାଲକୁ ଖସିଆସିଛି। ଏବେ ଏହାର ବଜାର ଦର ୧୦୦ରୁ ୧୧୦ ଟଙ୍କା ରହିଛି। ଓଡ଼ିଶାରେ ବର୍ଷାଦିନେ ଟମାଟୋ ଚାଷ ମୁଖ୍ୟତଃ ହୁଏନାହିଁ। ତେଣୁ ବେଙ୍ଗାଲୁରୁରୁ ଆମଦାନୀ ହୋଇ ଆସୁଥିବାରୁ ଏଭଳି ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ଦୈନିକ ୧ କୁଇଣ୍ଟାଲ ଟମାଟୋ ବିକ୍ରି କରୁଥିବା ପରିବା ବ୍ୟବସାୟୀ ବ୍ରହ୍ମାନନ୍ଦ ସାହୁଙ୍କ ପକ୍ଷେ ଏବେ ୩୦ କେଜି ବିକ୍ରି କରିବା କଷ୍ଟକର ହୋଇପଡୁଥିବା ସେ କହିଛନ୍ତି।
କେବଳ ଏତିକି ନୁହେଁ, ଟମାଟୋ ଉପରେ ନିର୍ଭରଶୀଳ ଢାବା, ହୋଟେଲ ମାଲିକ ଚାଟ୍‌ ବ୍ୟବସାୟୀଙ୍କ ମଧ୍ୟ ଚିନ୍ତା ବଢ଼ିଯାଇଛି। ପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଇଁ ଲାଭ ଅଧିକ ହେଉ ନ ଥିବାରୁ ଅନେକେ ହୋଟେଲ ବନ୍ଦ କରିଦେବେ ବୋଲି ଯୋଜନା କଲେଣି। ଏ ସମ୍ପର୍କରେ ସହରର ଅନ୍ୟତମ ପ୍ରତିଷ୍ଠିତ ଢାବା ମାଲିକ ସୌମ୍ୟରଞ୍ଜନ ସାହୁ କୁହନ୍ତି, ଢାବାରେ ଯଦିଓ ଟମାଟୋ ଅଧିକ ବ୍ୟବହାର ହୁଏ ନାହିଁ, ତେବେ ସାଲାଡ୍‌, ଗ୍ରାହକଙ୍କ ଚାହିଦା ଅନୁଯାୟୀ ରେସିପି ପ୍ରସ୍ତୁତ କରିବା ବେଳେ ଏହା ଦରକାର ହୋଇଥାଏ। ତେବେ ପରିବା ଅଧିକ ଆସେ। ଏବେ ଦର ଏମିତି ହୋଇଛି ଯେ, ଆଳୁ ବ୍ୟବହାର ଅଧିକ ହେଉଛି। ଏଭଳି କିଛିଦିନ ଲାଗି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri