ପଛେଇଛି ଚାଷ କାର୍ଯ୍ୟ, ଚିନ୍ତାରେ ଚାଷୀ

ସୁନ୍ଦରଗଡ଼,୧୦ା୭(ଜୟନାରାୟଣ ମେଣ୍ଡୁଳି): ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲାରେ ଚାଷ କାର୍ଯ୍ୟ ପଛେଇ ଯାଇଛି। ବର୍ତ୍ତମାନ ଯେଉଁଠି ରୁଆ ବିହୁଡା ହେବା କଥା ଏବେ ସେଇଠି ଧାନ ବୁଣାବୁଣି ଓ ତଳିପକା କାର୍ଯ୍ୟ ଚାଲିଛି। ଏପରିକି ଜିଲାର ଅନେକ ସ୍ଥାନରେ ଜମିରେ ଲଙ୍ଗଳ ଧାର ପଡିନଥିବାରୁ ସେଗୁଡିକ ପଡ଼ିଆ ପଡିଛି। ଜିଲା କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜିଲାରେ ଥିବା ମୋଟ ୩ଲକ୍ଷ ୭୩ହଜାର ହେକ୍ଟର ଚାଷଜମି ମଧ୍ୟରୁ ଚଳିତ ବର୍ଷ ୨ଲକ୍ଷ୧୨ହଜାର ହେକ୍ଟର ଚାଷଜମିରେ ଧାନ ଚାଷ ଏବଂ ୧ ଲକ୍ଷ ୧୦୦ ହେକ୍ଟର ଚାଷଜମିରେ ଅଣଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ବିଳମ୍ବରେ ବର୍ଷା ହେବାରୁ ଚାଷ କାମ ଆଗେଇବା କଥା ଦୂରେ ଥାଉ ଆରମ୍ଭ ହୋଇନାହିଁ। ଚଳିତ ସପ୍ତାହରେ ବର୍ଷାପରେ ଜମିରେ ହଳ କାର୍ଯ୍ୟ ,ବୁଣାବୁଣି ଓ ତଳିପକା କାର୍ଯ୍ୟ ଆରମ୍ଭ ହୋଇଛି। ଜିଲାରେ ୧୬ ହଜାର ୩୨୦ହେକ୍ଟର ଜମିରେ ବୁଣାବୁଣି ଏବଂ ୪ହଜାର ହେକ୍ଟର ଜମିରେ ତଳିପକା କାର୍ଯ୍ୟ ହୋଇଛି ବୋଲି ଭାରପ୍ରାପ୍ତ ଜିଲା ମୁଖ୍ୟ କୃଷି ଅଧିକାରୀ ହରୀହର ନାୟକ କହିଛନ୍ତି। ବିଳମ୍ବରେ ବର୍ଷା ହେବା ଯୋଗୁ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବରେ ହୋଇଛି। ଫଳରେ ଧାନଫସଲରେ ଅଧିକ ରୋଗପୋକ ଲାଗିବାର ସମ୍ଭାବନା ରହିଛି। ତେଣୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନ କରି ହରଡ, ବିରି, ଧଣିଚା, ଚିନାବାଦାମ ଚାଷ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଗତବର୍ଷ ଜୁନ ମାସ ଶେଷ ସୁଦ୍ଧା ସ୍ବାଭାବିକ ୨୩୭.୪ ମିଲିମିଟରରୁ ୮୩.୫ମିମି ବର୍ଷା ହୋଇଥିବାବେଳେ ଚଳିତ ବର୍ଷ ଜୁନ ଶେଷ ସୁଦ୍ଧା ୨୧୮ମିଲିମିଟର ବର୍ଷା ହୋଇଛି। ହେଲେ ଏଥର ଜୁନ୨୦ପରେ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ଚାଷୀ ହଳ କରି ସଙ୍ଗେ ସଙ୍ଗେ ଧାନ ବୁଣାବୁଣି ଓ ତଳିପକାଇବା ପାଇଁ ଜମି ପାଗ ଅନୁକୂଳ ନ ଥିଲା। ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ଜମିରେ ବୁଣାବୁଣି କାର୍ଯ୍ୟ ସରିଥିବାବେଳେ ମାତ୍ର ୪ପ୍ରତିଶତ ଜମିରେ ଧାନ ତଳି ପକା ହୋଇଛି। ଏଥର ବୁଣାବୁଣି ଅପେକ୍ଷା ଧାନତଳିରୁଆ ଅଧିକ କରିବାକୁ ଚାଷୀମାନେ ଆଗ୍ରହୀ ହେଉଛନ୍ତି। ବର୍ତ୍ତମାନ ବର୍ଷାହେବାପରେ ଜମିରେ ହଳ ଧରାଧରି ଓ ଧାନତଳିପକା କାର୍ଯ୍ୟ ତ୍ୱରାନ୍ବିତ ବେଗରେ ଆରମ୍ଭ ହୋଇଥିଲେ ମଧ୍ୟ ଜିଲାରେ ଅଧିକାଂଶ ଜମି ପଡିଆ ପଡିଛି।

ଚଳିତ ବର୍ଷ ବର୍ଷା ବିଳମ୍ବରେ ହେବା ଓ ବର୍ଷା ପରିମାଣ କମ ହେବାରୁ ଆମର ସଦର ବ୍ଲକରେ ଚାଷ କାର୍ଯ୍ୟ ପଛେଇ ଯାଇଛି। ୧୧ଏକର ଜମିରେ ଧାନରୁଆ ଓ ୩ ଏକର ଜମିରେ ଧାନବୁଣାକରି ଧାନ ଚାଷ କରିବୁ। ଆଗକୁ ବର୍ଷା ପରିମାଣ କମିଗଲେ ଧାନରୁଆ କାର୍ଯ୍ୟ ବିଗିଡ଼ିଯିବ। ଏଥିସହ ଧାନ ରୁଆ କାର୍ଯ୍ୟ ପାଇଁ ଶ୍ରମିକ ସମସ୍ୟା ଦେଖାଦେଇଛି।
-ଦେବେନ୍ଦ୍ର ପଟେଲ, ଚାଷୀ, କୁଡାବଗା, ସୁନ୍ଦରଗଡ ସଦର ବ୍ଲକ

ବର୍ଷା ଅଭାବ ଯୋଗୁ ବୁଣାବୁଣି ଓ ଧାନ ତଳିପକା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଧାନ ବିଲରେ ପାଣି ନାହିଁ। ଏଣୁ ବେଉଷଣ ଓ ରୁଆ କାର୍ଯ୍ୟ କେମିତି କରିବୁ। ସରକାର ଓ ପ୍ରଶାସନ ଚାଷ ପାଇଁ ପାଣି ସୁବିଧା କଲେ ଚାଷୀମାନେ ଉପକୃତ ହୋଇପାରିବୁ।
-ବନମାଳୀ ବାରସତିଆ,ଚାଷୀ-ସଉନାମୁରା,ବାଲିଶଙ୍କରା ବ୍ଲକ
ଚଳିତ ବର୍ଷ ଆମ ଅଞ୍ଚଳରେ ବର୍ଷାର ପରିମାଣ କମ ହୋଇଛି। ଫଳରେ ଧାନ ବୁଣା ଏବଂ ରୁଆ କାର୍ଯ୍ୟରେ ବିଳମ୍ବ ହେଉଛି। ଆମେମାନେ ବହୁତ ଚିନ୍ତାରେ ପଡିଯାଇଛୁ। ଆଗକୁ ବର୍ଷା ନ ହେଲେ ଅଳ୍ପ ଅଳ୍ପ ବୁଣା ଯାଇଥିବା ଧାନ ଗଜା ମରୁଡି ହୋଇଯିବ। ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଯଦି କିଛି ସରକାରୀ ସାହାଯ୍ୟ ମିଳିପାରନ୍ତା ତା ହେଲେ ମଧ୍ୟ କିଛି ଆଶ୍ବସ୍ତି ମିଳିବ।
-ସୁରେଶ ପଟେଲ, ଗିରିଙ୍ଗକେଲା,ଲେଫ୍ରିପଡା ବ୍ଲକ
ଚଳିତବର୍ଷ ଜୁନ ୨୩ରେ ପ୍ରଥମ ବର୍ଷା ହୋଇଥିଲା। ପ୍ରଚୁର ବର୍ଷା ଯୋଗୁ ହଳ କରି ହେଲାନାହିଁ। ଗତ ସପ୍ତାହରୁ ହଳ ଜମି ପ୍ରସ୍ତୁତ କଲାବେଳେ ପୁଣି ବର୍ଷା ହେଲା। ପ୍ରକୃତି ଦାଉରେ ବର୍ତ୍ତମାନ ସୁଦ୍ଧା ବୁଣା ହୋଇନି କି ହଳ ହୋଇପାରିନାହିଁ।
– ଯୁବ ଚାଷୀ.. ବ୍ରହ୍ମାନନ୍ଦ ପାଣିଗ୍ରାହୀ, ବଡ଼ଗଁା।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ବିଦ୍ୟୁତ୍ ବିଭାଗର ଚରମ ଅବହେଳା ପ୍ରତିବାଦରେ ଉତ୍ତେଜନା: ସବଷ୍ଟେସନରେ ତାଲା ପକାଇ ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ବିଦ୍ୟୁତ୍ ବିଭାଗର ଚରମ ଅବହେଳାକୁ ନେଇ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତଙ୍କ ଉଦ୍ୟମରେ ମେଗା ରକ୍ତଦାନ ଶିବିର: ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri