ଜରିପାଲ ତଳେ ଜୀବନ

ପରଜଙ୍ଗ,୧୦।୭(ନିଗମାନନ୍ଦ ଦଳବେହେରା): ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅଛି ସମସ୍ତ ଯୋଗ୍ୟତା। ହେଲେ ରାଜନୀତିର ପରପେଞ୍ଚ ଭିତରେ ଛନ୍ଦି ହୋଇଯାଇଛି ଗରିବଙ୍କ ଭାଗ୍ୟ। ଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ ହେବା ସତ୍ତ୍ୱେ ଚୂଡ଼ାନ୍ତ ପର୍ଯ୍ୟାୟରୁ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କୁ ବାଦ୍‌ ଦିଆଯାଇଛି। ଫଳରେ ଜରିପାଲ ତଳେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ଖାଲପାଳ ଗ୍ରାମର ୧୫ରୁ ଊର୍ଦ୍ଧ୍ୱ ପରିବାର। କେବଳ ଏତିକି ନୁହେଁ, ଦାବି ଅନୁଯାୟୀ ହାତଗୁଞ୍ଜା ଦେଇ ନ ପାରିବାରୁ ରାଜନେତା ଏବଂ ଦାୟିତ୍ୱରେ ଥିବା ଅଧିକାରୀ ସେମାନଙ୍କ ପ୍ରତି ଏଭଳି ଅନ୍ୟାୟ କରିଥିବା ଅଭିଯୋଗ ହୋଇଛି।
ଆବାସରୁ ବଞ୍ଚତ୍ତ ଖାଲପାଳ ଗ୍ରାମର ବରଦାକାନ୍ତ ରାଉତ, ପଦ୍ମିନୀ ରାଉତ, କପିଳେଶ୍ୱର ବର୍ମା, ଡାକ୍ତର ବର୍ମା, ଆଶିଷ ବର୍ମା, ସନ୍ଧ୍ୟାରାଣୀ ବର୍ମା, ମାନସୀ ବର୍ମା, ଅଞ୍ଜନା ସିଂ ବର୍ମା, ଅମିତା ବର୍ମା, ଗୀତା ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି, ଗ୍ରାମର ସରପଞ୍ଚ ଭାଜପା ସମର୍ଥିତ। ଗତ ନିର୍ବାଚନରେ ହିତାଧିକାରୀଙ୍କ ମଧ୍ୟରୁ ଅନେକେ ବିଜେଡି ଓ କଂଗ୍ରେସକୁ ସମର୍ଥନ କରିଥିଲେ। ତେଣୁ ଉଦ୍ଦେଶ୍ୟମୂଳକ ଭାବେ ଆବାସ ଯୋଜନା ଦାୟିତ୍ୱରେ ଥିବା ପଞ୍ଚାୟତ ଅଧିକାରୀଙ୍କୁ ହାତ କରି ସରପଞ୍ଚ ସେମାନଙ୍କୁ ଚୂଡ଼ାନ୍ତ ତାଲିକାରୁ ବାଦ୍‌ ଦେଇଛନ୍ତି। ଫଳରେ ସେମାନେ ଭଙ୍ଗା ଦଦରା, ଝାଟିମାଟି ଘରେ ଜରିପାଲ, ଟିଣ ପକାଇ ଛୋଟ ଛୋଟ ପିଲାଙ୍କୁ ନେଇ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ସାମାନ୍ୟ ବର୍ଷା ହେଲେ ପାଣି ଗଳୁଛି। ପଞ୍ଚାୟତ ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଯାଏ ଗୁହାରି କରି କରି ଥକିଯିବା ସତ୍ତ୍ୱେ ସୁଫଳ ମିଳୁ ନ ଥିବା ସେମାନେ କହିଛନ୍ତି। ଯୋଗ୍ୟ ହିତାଧିକାରୀ ଚିହ୍ନଟ ଲାଗି ସରପଞ୍ଚ ପ୍ରାଥମିକ ତାଲିକା ଦେଇଥାନ୍ତି। ମାନଦଣ୍ଡ ତଦନ୍ତ ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଏ। ତେବେ ଯୋଗ୍ୟତା ଥାଇ ଏତେସଂଖ୍ୟକ ହିତାଧିକାରୀ କିପରି ବାଦ୍‌ ପଡ଼ିଲେ ତାହା ତଦନ୍ତ ସାପେକ୍ଷ ବୋଲି ସେମାନେ କହିଛନ୍ତି। ତେଣୁ ପୁନର୍ବାର ଯାଞ୍ଚ କରି ଆବାସ ତାଲିକାଭୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି।
ଅନ୍ୟପଟେ ହାତଗୁଞ୍ଜା ପାଇଁ ଆବାସ ଯୋଜନାରୁ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ସରପଞ୍ଚ ଅଶୋକ କୁମାର ବର୍ମା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏ କଥା ସତ୍ୟ ଯେ କେତେଜଣ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଛନ୍ତି। ହେଲେ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ। ତଦନ୍ତକାରୀ ଟିମ୍‌ର ରିପୋର୍ଟ ଅନୁଯାୟୀ ଚୂଡ଼ାନ୍ତ ତାଲିକା ପ୍ରକାଶିତ ହୋଇଥାଏ। ଏଥିରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି। ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକ କୁହନ୍ତି, ଚଳିତବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଯେଉଁ ହିତାଧିକାରୀ ଯୋଗ୍ୟ ବୋଲି ବିବେଚିତ ହୋଇଛନ୍ତି, ସେମାନଙ୍କ ଜମାଖାତାକୁ ଟଙ୍କା ପଠାଯାଉଛି। ତେଣୁ ଆବାସ ଯୋଜନାରେ ସେମାନଙ୍କୁ ସାମିଲ କରିବା ଏବେକାର ସ୍ଥିତିରେ ସମ୍ଭବପର ନୁହେଁ। ବିକଳ୍ପ ସ୍ବରୂପ ସେମାନଙ୍କୁ ‘ମୋ ଘର’ ଯୋଜନାରେ ସାମିଲ କରାଯିବା ଲାଗି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri