ସଫ୍ଟଓ୍ବେରରେ ଦ୍ରୁତ ପରିବର୍ତ୍ତନ

ମାଲକାନଗିର,୧୦ା୭ (ଦୁର୍ଯ୍ୟୋଧନ ପାତ୍ର) : ବର୍ତ୍ତମାନ ଆଧୁନିକ ଯୁଗରେ ଡିଜିଟାଲ ମାଧ୍ୟମରେ ଅନେକ କାର୍ଯ୍ୟ ହୋଇପାରୁଛି। ଫଳରେ ପୂର୍ବରୁ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀ ବିଲୁପ୍ତ ହେବାକୁ ବସିଲାଣି। ଏହି ସାମଗ୍ରୀ ଉତ୍ପାଦନରେ ପ୍ରତିଷ୍ଠା ହୋଇଥିବା ଅନେକ କମ୍ପାନୀ କ୍ଷତି ସହୁଥିବା ବେଳେ ଏଥିରେ କାର୍ଯ୍ୟ କରୁଥିବା ଶ୍ରମିକ-କର୍ମଚାରୀ ସେମାନଙ୍କ ଜୀବିକା ହରାଉଛନ୍ତି। ଏହି ଏହି ପରିବର୍ତ୍ତନ ଆଗାମୀ ଦିନରେ ଗମ୍ଭୀର ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ୧୯୯୮ରେ କୋଡାକ କମ୍ପାନୀ ପ୍ରତିଷ୍ଠା ହୋଇଥିଲା। ଏହି କମ୍ପାନୀ ଫଟୋ ପେପର ବ୍ୟବସାୟରେ ସମଗ୍ର ବିଶ୍ୱରେ ୮୫ ପ୍ରତିଶତ କାରବାର ନିଜ ନିୟନ୍ତ୍ରଣରେ ରଖିଥିଲା। କମ୍ପାନୀରେ ୧ ଲକ୍ଷ ୭୦ ହଜାର କର୍ମଚାରୀ କାର୍ଯ୍ୟ କରୁଥିଲେ। ମାତ୍ର ଅଳ୍ପ କିଛି ବର୍ଷ ମଧ୍ୟରେ ଡିଜିଟାଲ ଫଟୋଗ୍ରାଫି ଆସିଯିବାରୁ ଏହା ଫଟୋ ବଜାରକୁ ଅକ୍ତିଆର କରିଥିଲା। କୋଡାକ କମ୍ପାନୀ ଦେବାଳିଆ ହୋଇ ଏଥିରେ କାର୍ଯ୍ୟରତ କର୍ମଚାରୀ ନିଜ ବୃତ୍ତି ହରାଇଥିଲେ।
ସେହିପରି ଏଚ୍‌ଏମ୍‌ଟି ଘଡି, ବାଜାଜ ସ୍କୁଟର, ଡାଇନରା, କୋଣାର୍କ, ଫିଲିପସ୍‌, ମର୍ଫି ଓ ବୁସ୍‌ ରେଡିଓ, ନୋକିଆ ମୋବାଇଲ ଫୋନ, ରାଜଦୁତ ମୋଟର ସାଇକେଲ ଏବଂ ୟେଜଦି ମୋଟର ସାଇକେଲ, ଆମ୍ବାସାଡର କାର ଆଦି ଉପତ୍ାଦନର ଗୁଣବତାରେ କିଛି କମ୍‌ ନ ଥିଲା। ତଥାପି ସେମାନେ ପ୍ରତିଯୋଗିତାମୂଳକ ବଜାରରେ ତିଷ୍ଠି ପାରିଲେ ନାହିଁ। ଏହାର କାରଣ ସ୍ବରୂପ ସେମାନେ ସମୟ ସହିତ ତାଳ ଦେଇ ଚାଲିଲେ ନାହିଁ ଅବା ନିଜକୁ ପରିବର୍ତ୍ତନ କରିପାରିଲେ ନାହିଁ ବୋଲି କୁହାଯାଉଛି। ଦିନକୁ ଦିନ ନୂଆ ରୂପରେ ଉଭା ହେଉଥିବା ଉତ୍ପାଦଗୁଡିକ ମଧ୍ୟରୁ ବିଶ୍ୱରେ ଏବେ ଚାଲୁଥିବା ବଜାର ବ୍ୟବସ୍ଥାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶିଳ୍ପଗୁଡିକରୁ ପ୍ରାୟ ୭୦ରୁ ୯୦ ପ୍ରତିଶତ ଶିଳ୍ପ ବନ୍ଦ ହୋଇଯିବ ବୋଲି ଆକଳନ କରାଯାଉଛି।
ଏବେ ଉବେର କେବଳ ଗୋଟିଏ ସଫ୍ଟଓ୍ବେର୍‌ କମ୍ପାନୀ। ନିଜର ଗୋଟିଏ କାର ନ ଥିଲେ ମଧ୍ୟ ଏହି କମ୍ପାନୀ ଦୁନିଆର ସବୁଠାରୁ ବଡ ଟାକ୍ସି କମ୍ପାନୀ। ସେହିପରି ଏୟାର ବିଏନବି ହେଉଛି ବିଶ୍ୱର ସବୁଠାରୁ ବଡ଼ ହୋଟେଲ କମ୍ପାନୀ। ଯଦିଓ ସେମାନଙ୍କର ଗୋଟିଏ ମଧ୍ୟ ନିଜସ୍ବ ହୋଟେଲ ନାହିଁ। ସେହିପରି ପେଟିଏମ୍‌, ଓଲା କ୍ୟାବ୍‌, ଓୟୋ ରୁମ୍‌ ପରି ଅନେକ ରହିଛି ଏହାର ଉଦାହରଣ। ଆମେରିକାର ଯୁବ ଆଇନଜୀବୀଙ୍କ ନିକଟରେ ବର୍ତ୍ତମାନ କୌଣସି କାମ ନାହିଁ। ଆଇ.ବି.ଏମ୍‌.-ବାଟସନ୍‌ ସଫ୍ଟଓ୍ବେର ଆପ୍‌ ତୁରନ୍ତ ଉତ୍ତମ ଆଇନଗତ ପରାମର୍ଶ ଦେଉଥିବାରୁ ଆମେରିକା ଆଇନଜୀବୀଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଆଗାମୀ ୧୦ ବର୍ଷ ମଧ୍ୟରେ ବେକାର ହୋଇଯିବେ। ଯେଉଁ ୧୦ ପ୍ରତିଶତ ରହିବେ ସେମାନେ ସୁପର ସ୍ପେଶାଲିଷ୍ଟ ହେବେ ବୋଲି ଆକଳନ କରାଯାଇଛି।
ସେହିପରି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନର ସୂଚନା ମିଳିଲାଣି। ବିକଶିିତ ହୋଇଥିବା ବାଟ୍‌ସନ ସପ୍ଟଓ୍ବେର ଡାକ୍ତରମାନଙ୍କ ଅପେକ୍ଷା ୪ ଗୁଣ ଠିକ ରୋଗ ନିର୍ଣ୍ଣୟ କରିପାରିବ। ଏପରିକି ଏହି ସପ୍ଟଓ୍ବେର କର୍କଟ ରୋଗ ମଧ୍ୟ ନିର୍ଣ୍ଣୟ ଓ ଏହାର ନିଦାନ କରିପାରିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ। ତାହାର ସ୍ଥାନ ଅନ୍‌ଲାଇନ ଶିକ୍ଷାଦାନ ନେବ। ଫଳରେ ଶିକ୍ଷୟିତ୍ରୀ ଶିକ୍ଷକ, ଅଧ୍ୟାପିକା ଅଧ୍ୟାପକଙ୍କ ଆବଶ୍ୟକତା ପଡିବ ନାହିଁ। ଏହିସବୁ ପରିବର୍ତ୍ତନର ମାଧ୍ୟମ ସାଜିବ କମ୍ପ୍ୟୁଟର। କମ୍ପ୍ୟୁଟର ବିଶେଷଜ୍ଞ ଓ ବୁଦ୍ଧିଜୀବୀର ଭୂମିକା ନେବ ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri