Home

ଆମେରିକା ଶପିଂ ମଲ୍‌ରୁ ସାମଗ୍ରୀ ଚୋରି ବୃଦ୍ଧି

ନ୍ୟୁୟର୍କ,୪ା୯: ଆମେରିକାରେ ଖୁଚୁରା ଦୋକାନ, ଶପିଂ ମଲ୍‌ଗୁଡ଼ିକରେ ଟୁଥ୍‌ପେଷ୍ଟ, ଚକୋଲେଟ, ଓ୍ବାଂଶି ପାଉଡର, ଡିଓଡାର୍ଣ୍ଟସ୍‌ ଭଳି ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଚୋରି ବୃଦ୍ଧି ପାଉଛି। ଏହାକୁ ଏଡ଼ାଇବା ପାଇଁ ଦୋକାନ ଏବଂ ଶପିଂ ମଲ୍‌ ମାଲିକମାନେ ଉକ୍ତ ସାମଗ୍ରୀଗୁଡ଼ିକୁ ତାଲା ପକାଇ…

ସାବଧାନ! ଛତିଶଗଡ଼ରୁ ଓଡ଼ିଶା ଆସୁଛି ଜାଲ୍‌ ନୋଟ୍‌

ଭୁବନେଶ୍ୱର,୪ା୯(ସତ୍ୟଜିତ୍‌ ରାଉତ): ଛତିଶଗଡ଼ରୁ ଓଡ଼ିଶା ଆସୁଛି ଜାଲ୍‌ ନୋଟ୍‌। ସାରା ରାଜ୍ୟକୁ ବ୍ୟାପିଛି ଏହି ର଼୍ୟାକେଟର ଚେର। ବାରମ୍ବାର ଚଢ଼ାଉ ଓ ବିପୁଳ ଜାଲ୍‌ ନୋଟ୍‌ ଜବତ ହେଉଥିଲେ ମଧ୍ୟ ଏହି ବେଆଇନ କାରବାର ବନ୍ଦ ହୋଇପାରୁନାହିଁ। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ…

ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା: ଆଜି ପ୍ରଥମ ମେଧା ତାଲିକା

ଭୁବନେଶ୍ୱର,୪ା୯(ଅସମାପିକା ସାହୁ): ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଦ୍ୱିତୀୟ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା ପାଇଁ ସୋମବାର ପୂର୍ବାହ୍ନ ୧୧ଟା ୩୦ରେ ପ୍ରଥମ ମେରିଟ ଲିଷ୍ଟ ବା ମେଧା ତାଲିକା ପ୍ରକାଶ ପାଇବ। ୫ ତାରିଖ ସକାଳ ୯ଟାରୁ ୭ ତାରିଖ ଅପରାହ୍ନ…

୩୧୧ ଆପ୍‌, ୯୫ ମେଶିନ ବ୍ୟବହୃତ

ନୂଆଦିଲ୍ଲୀ,୪ା୯: ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପାଇଁ ଜାତୀୟ ରାଜଧାନୀକୁ ଆକର୍ଷଣୀୟ କରାଯାଇଛି। ବିଦେଶୀ ଅତିଥିଙ୍କୁ ସ୍ବାଗତ କରିବାକୁ ଯାଉଥିବା ଦିଲ୍ଲୀର ସଫେଇ ପାଇଁ ୩୧୧ ଆପ୍‌, ୧୨,୦୦୦ କର୍ମୀ ଓ ୯୫ଟି ମେଶିନକୁ…

ସନାତନ ଧର୍ମର ବିଲୋପ ଜରୁରୀ: ଉଦୟନିଧି

ଚେନ୍ନାଇ/ନୂଆଦିଲ୍ଲୀ,୪ା୯ : ଭୋଟ ପାଖେଇ ଆସିଲେ ଭାଜପା ନେତାମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଛାଡ଼ି ଧର୍ମୀୟ କାର୍ଡ ଖେଳିବା ସହ ଧ୍ରୁବୀକରଣ ବଳରେ ନିର୍ବାଚନ ଜିତିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥାଏ। ଦେଶରେ ବଢ଼ିଚାଲିଥିବା ମୁଦ୍ରାସ୍ଫୀତି, ବେକାରି ସମସ୍ୟା ଓ…

ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା

ରାଜନଗର,୪ା୯ (ଭାସ୍କର ରାଉତରାୟ): ବିଶ୍ୱପ୍ରସିଦ୍ଧ ଭିତରକନିକା ଏବେ ଦେଶୀୟ ପକ୍ଷୀଙ୍କ କାକଳିରେ ଫାଟି ପଡୁଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରଠାରୁ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିଛି। ଭିତରକନିକାଠାରେ ଭିଡ଼ ଜମାଇଥିବା ଦେଶୀୟ ପକ୍ଷୀଙ୍କ ଗଣନା ବନ ବିଭାଗ ପକ୍ଷରୁ…

ଏକସଙ୍ଗେ ନୁହେଁ

‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗ ଏବେ ଦେଶବ୍ୟାପୀ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଏହାର ବାସ୍ତବତା ନେଇ ସନ୍ଦେହ ଉପୁଜିଥିବା ବେଳେ ପ୍ରକୃତ କଥାକୁ ନିରେଖି ଦେଖିଲେ କେନ୍ଦ୍ର ସରକାର ବିଫଳତାକୁ ଲୁଚାଇବାକୁ ଯାଇ ଏଭଳି ଏକ ଫନ୍ଦା ଆରମ୍ଭ କରିଥାଇପାରନ୍ତି।…

‘ଯୌତୁକ ନିର୍ଯାତନାର ମିଥ୍ୟା ଅଭିଯୋଗ ଚରମ ନିଷ୍ଠୁରତା’

ନୂଆଦିଲ୍ଲୀ,୪ା୯(ପି.ଟି.) : ସ୍ବାମୀଙ୍କ ପରିବାର ବିରୋଧରେ ମହିଳା ମିଥ୍ୟା ଯୌତୁକ ନିର୍ଯାତନା କିମ୍ବା ବଳାତ୍କାର ଅଭିଯୋଗ ଆଣିବା ‘ଚରମ ନିଷ୍ଠୁରତା’ ଏବଂ ଏହାର କ୍ଷମା ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଉଚ୍ଚ ଅଦାଲତଙ୍କ ମତରେ କୌଣସି ବୈବାହିକ ସମ୍ପର୍କର ଆଧାର…

ମଣିପୁର ସ୍ଥିତି ସମ୍ଭାଳିବେ ଅବସରପ୍ରାପ୍ତ ସେନା ଅଧିକାରୀ

ଇମ୍ଫାଲ,୪।୯: ମଣିପୁରରେ ଦୀର୍ଘ ୪ ମାସହେଲା ହିଂସାକାଣ୍ଡ ଲାଗି ରହିଛି। ଏଥିରେ ୨୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଅବସରପ୍ରାପ୍ତ ସେନା ଅଧିକାରୀ କଲୋନେଲ୍‌ ନେକ୍ଟର ସଞ୍ଜୀବମ୍‌ଙ୍କୁ ପୋଲିସ ବିଭାଗରେ ୫ ବର୍ଷ ଲାଗି ନିଯୁକ୍ତ କରିଛନ୍ତି।…

ମଣିପୁରରେ ୧୨,୬୯୪ ପିଲା ବିସ୍ଥାପିତ

ଇମ୍ଫାଲ,୪ା୯ : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦୀର୍ଘ ୪ ମାସ ହେଲା ଲାଗିରହିଥିବା ଜାତିଆଣ ସଂଘର୍ଷ ଓ ହିଂସାକାଣ୍ଡରେ ପାଖାପାଖି ୨୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ୫୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ବିସ୍ଥାପିତଙ୍କ ମଧ୍ୟରେ ୧୨,୬୯୪ ପିଲା ରହିଛନ୍ତି।…

ଆଦିତ୍ୟ-ଏଲ୍‌୧ର ପ୍ରଥମ କକ୍ଷ ଉତ୍ଥାନ

ବେଙ୍ଗାଲୁରୁ,୪ା୯: ଭାରତର ପ୍ରଥମ ସୋଲାର ମିଶନ ଆଦିତ୍ୟ-ଏଲ୍‌୧ ସୂର୍ଯ୍ୟ ଅଭିମୁଖେ ଉତ୍‌କ୍ଷେପଣ କରାଯିବାର ଦିନକ ପରେ ଏହାର ପ୍ରଥମ ପୃଥିବୀ କୈନ୍ଦ୍ରିକ କକ୍ଷପଥ ଉତ୍ଥାନ ରବିବାର ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ମହାକାଶ ଯାନ ଭଲ ସ୍ଥିତିରେ ରହିଥିବା ଭାରତୀୟ…

ଯୋଗାଡ଼ରେ ଚାଲିଛି ସ୍ନାୟୁ-ନିଶ୍ଚେତନା

କଟକ,୪ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ସ୍ନାୟୁ ନିଶ୍ଚେତନା (ନ୍ୟୁରୋ-ଆନେସ୍ଥେସିଓଲୋଜି) ବିଭାଗ ଖୋଲିପାରିନି। ରାଜ୍ୟର ଏହି ବୃହତ୍‌ ସରକାରୀ ହସ୍ପିଟାଲ୍‌ରେ ସ୍ନାୟୁ-ନିଶ୍ଚେତନା ବିଭାଗ ଖୋଲିବା ଦିଗରେ ମେଡିକାଲ କର୍ତ୍ତୃପକ୍ଷ ଯୋଜନା ଅଗ୍ରଗତି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?