Home

କଂଗ୍ରେସ ସ୍ବପ୍ନ ଦେଖାଏ, ଭାଜପା ଏହାକୁ ପୂରଣ କରେ: ନିର୍ମଲା ସୀତାରମଣ

ନୂଆଦିଲ୍ଲୀ,୧୦।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ବିରୋଧରେ ଆଣିଥିବା ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଉପରେ କଂଗ୍ରେସ ଗୁରୁବାର ସମେତ ବିରୋଧୀ ଦଳର ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସ୍ବପ୍ନ ଦେଖାଉଥିଲା ଏବଂ ଭାରତୀୟ ଜନତା…

ଏନଡିଏକୁ ଝଟ୍‌କା! ଅନାସ୍ଥା ପ୍ରସ୍ତାବରେ ବିରୋଧିଙ୍କୁ ସମର୍ଥନ କଲା ଏନଡିଏର ସହଯୋଗୀ ପାର୍ଟି ଏମଏନଏଫ୍‌

ନୂଆଦିଲ୍ଲୀ,୧୦।୮: ତିନି ମାସରୁ ଉର୍ଦ୍ଧ ସମୟ ଧରି ଥମି ନ ଥିବା ମଣିପୁର ହିଂସା ଏବେ ରାଜନୈତିକ ବୟାନବାଜିରେ ପରିଣତ ହୋଇଛି। ହିଂସାକୁ ନେଇ ଦେଶର ପ୍ରଧାନ ସେବକଙ୍କ ନିରବତାରେ ଗୋଟିଏ ଗୋଟିଏ ରାଜ୍ୟ ଜିଅନ୍ତା ଦଗ୍ଧ ହେଉଥିବାବେଳେ କେନ୍ଦ୍ରର ବେପରୁଆପଣ…

ଥରିଲା ଫିଲିପାଇନ୍ସ

ମାନିଲା,୧୦ା୮: ଗୁରୁବାର ପୂର୍ବାହ୍ନରେ ଫିଲିପାଇନ୍ସରେ ଭୂକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଫିଲିପାଇନ୍ସର ସାରଙ୍ଗାନିର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୫୭ କିଲୋମିଟର ଦୂରରେ ଏହି ଭୂକମ୍ପ ସୃଷ୍ଟି ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୭ ରହିଥିବା ବେଳେ ୧୧୬.୫…

ଲ୍ୟାଣ୍ଡର ଇମେଜର କ୍ୟାମେରାରେ ଚନ୍ଦ୍ର ଓ ପୃଥିବୀର ଫଟୋ ପଠାଇଲା ଚନ୍ଦ୍ରାୟନ ୩

ନୂଆଦିଲ୍ଲୀ,୧୦।୮: ଇତିହାସ ରଚିବାକୁ ଯାଉଛି ଇସ୍ରୋ। ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରାୟନ-୩। ଚନ୍ଦ୍ରର କକ୍ଷପଥରେ ପହଞ୍ଚିସାରିଛି ଚନ୍ଦ୍ରାୟନ। ତେବେ ଚନ୍ଦ୍ରଯାନ ଲ୍ୟାଣ୍ଡର ଇମେଜର କ୍ୟାମେରା ପୃଥିବୀ ଏବଂ ଚନ୍ଦ୍ରର ଫଟୋ ପଠାଇଛି। ଯାହାକୁ ଇସ୍ରୋ ଏକ୍ସ(ପୂର୍ବ ଟ୍ବିଟର୍‌) ହ୍ୟାଣ୍ଡେଲରେ ଶୟାର କରିଛି।…

ରାସ୍ତାରେ ଭାସୁଛି ଡ୍ରେନ୍‌ ପାଣି, ସାଧାରଣରେ ଅସନ୍ତୋଷ

ଦେବଗଡ଼,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସହରର ୧୧ ନଂ ଓ୍ବାର୍ଡସ୍ଥିତ ଚିନ୍ମୟ ବିଦ୍ୟାଳୟ ଓ ଜିଲାପାଳଙ୍କ ସରକାରୀ ବାସଭବନକୁ ଯାଇଥିବା ରାସ୍ତା ଉପରେ ଡ୍ରେନ୍‌ ପାଣି ଭାସୁଛି। ଯାହା ଫଳରେ ପ୍ରତ୍ୟେକ ଦିନ ଯାଉଥିବା ଶତାଧିକ ଛାତ୍ରୀଛାତ୍ର ଅବିଭାବକ ଓ ସ୍ଥାନୀୟ ବାସିନ୍ଦା…

ବିବାହ ଭୋଜିକୁ ପଶି ଆସି ସବୁ ମିଠା ଖାଇଗଲା ଭାଲୁ

ଓ୍ବାଶିଂଟନ: ନିମନ୍ତ୍ରିତ ଅତିଥିମାନେ ବିବାହ ଭୋଜିରେ ଯୋଗଦେବା ସାଧାରଣ କଥା। କିଛି ଲୋକ କେବଳ ଖାଦ୍ୟ ଲୋଭରେ ବିବାହ ଭୋଜିକୁ ଆସିଥାନ୍ତି। ଏହି ବିଷୟରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବି ଦେଖିଥିବେ। ମାତ୍ର କେବେ ଭାବିଛନ୍ତି କିମ୍ବା…

ରଣବୀର ଶେୟାର କଲେ ପିଲାଦିନର ଫଟୋ…

ମୁମ୍ବାଇ : ଡନ-୩ରେ ନିଜର ଲୁକ ଉନ୍ମୋଚନ ହେବାର ଦିନକ ପରେ ରଣବୀର ସିଂ ଅମିତାଭ ବଚ୍ଚନ ଏବଂ ଶାହରୁଖ ଖାନଙ୍କୁ ପରଦାରେ ଦେଖିବା ପରେ କିପରି ଅଭିନେତା ହେବାର ସ୍ବପ୍ନ ଦେଖୁଥିଲେ ସେ ବିଷୟରେ ଏକ ନୋଟ ଲେଖିଛନ୍ତି। ସେ…

ମୋଦିଙ୍କୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୦।୮: ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ଦିଲ୍ଲୀ ଅଧ୍ୟାଦେଶ ବିଲ ପାସ ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ଟୁଇଟରେ କହିଛନ୍ତି, ‘ମୁଁ ପୂର୍ବରୁ କହିଥିଲି ଯେ…

ଘଣ୍ଟାଏ ଅଟକିଲା ମେମୁ ଟ୍ରେନ୍‌

ଭଦ୍ରକ,୧୦ା୮(ସନାତନ ରାଉତ): ଭଦ୍ରକ-ନୟାଗଡ଼ ମେମୁ ଟ୍ରେନ୍‌ ଶୌଚାଳୟରେ ନିୟମିତ ଭାବେ ପାଣି ରହୁ ନ ଥିବା ଅଭିଯୋଗରେ ଭଦ୍ରକ ଷ୍ଟେଶନରେ ୧ ଘଣ୍ଟା କାଳ ଟ୍ରେନ୍‌ ଅଟକ ରହିଥିଲା। ପାଣି ରହୁ ନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର…

ନୁହ ହିଂସାର ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର

ନୁହ,୧୦।୮: ହରିୟାଣାର ନୁହରେ ୩୧ ଜୁଲାଇରୁ ବ୍ରଜମଣ୍ଡଳ ଧାମ ଜଳାଭିଷେକ ଯାତ୍ରା ସମୟରୁ ହୋଇଥିବା ହିଂସା ପରେ ପ୍ରଶାସନ ଲଗାତାର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ଚାଲିଛି। ସଦ୍ୟତମ ମାମଲାରେ, ନୁହ ହିଂସା ଅଭିଯୋଗରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି।…

ଇକ୍ୟୁଏଡରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା

କ୍ୱିଟୋ,୧୦।୮: ଇକ୍ୟୁଏଡରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ସାରେ କ୍ୱିଟୋରେ ରାଷ୍ଟ୍ରପତି ପ୍ରାର୍ଥୀ ଫର୍ନାଣ୍ଡୋ ଭିଲାଭିକେନ୍ସିଓଙ୍କୁ ହତ୍ୟା କରାଯାଇଛି। ଏକ ରାଜନୈତିକ ସମାବେଶରେ ଏହି ଘଟଣା ଘଟିଛି। ପ୍ରାୟ ଦୁଇ ସପ୍ତାହ ପରେ ଇକ୍ୟୁଏଡୋରରେ ରାଷ୍ଟ୍ରପତି ନିର୍ବାଚନ…

ନଦୀକୂଳରୁ ମିଳିଲା ଅଜଣା ମୃତଦେହ

ମାଧପୁର,୧୦ା୮(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ କିଆକଟା ପଞ୍ଚାୟତର କୁମ୍ଭୀଆ ଗ୍ରାମ ମହାନଦୀ କୂଳରୁ ଏକ ଅଜଣା ମୃତଦେହ ମିଳିଥିବା ଜଣାପଡ଼ିଛି। ସୂଚନାନୁସାରେ, ଗୁରୁବାର ସକାଳେ କୁମ୍ଭିଆ ଗ୍ରାମର କିଛି ଲୋକ ଗାଁ ନିକଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri