ସାବଧାନ! ଛତିଶଗଡ଼ରୁ ଓଡ଼ିଶା ଆସୁଛି ଜାଲ୍‌ ନୋଟ୍‌

ଭୁବନେଶ୍ୱର,୪ା୯(ସତ୍ୟଜିତ୍‌ ରାଉତ): ଛତିଶଗଡ଼ରୁ ଓଡ଼ିଶା ଆସୁଛି ଜାଲ୍‌ ନୋଟ୍‌। ସାରା ରାଜ୍ୟକୁ ବ୍ୟାପିଛି ଏହି ର଼୍ୟାକେଟର ଚେର। ବାରମ୍ବାର ଚଢ଼ାଉ ଓ ବିପୁଳ ଜାଲ୍‌ ନୋଟ୍‌ ଜବତ ହେଉଥିଲେ ମଧ୍ୟ ଏହି ବେଆଇନ କାରବାର ବନ୍ଦ ହୋଇପାରୁନାହିଁ। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ସୋନପୁର ଜିଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଘାଇ ଗ୍ରାମରେ ଚଢ଼ାଉ କରି ଏକ ଘରୁ ୪୧.୧୬ ଲକ୍ଷର ଜାଲ୍‌ ନୋଟ୍‌ ଜବତ କରିଛି। ଜବତ ଜାଲ୍‌ ନୋଟ୍‌ରେ କେବଳ ୫୦୦ ଟଙ୍କିଆ ରହିଛି। ତେବେ ଚଢ଼ାଉବେଳେ ଏସ୍‌ଟିଏଫ୍‌ ଟିମ୍‌ ସମ୍ପୃକ୍ତ ଅଭିଯୁକ୍ତ ଦୀପକ ମେହେରଙ୍କୁ ଧରିଥିବାବେଳେ ତାଙ୍କ ବଡ଼ଭାଇ ଘଟଣାସ୍ଥଳରୁ ଖସି ପଳାଇଛନ୍ତି। ଧରାପଡିଥିବା ଦୀପକଙ୍କୁ ଗିରଫ ପରେ ଶନିବାର ବୀରମହାରାଜପୁର ଜେଏମ୍‌ଏଫ୍‌ସି କୋର୍ଟକୁ ଚାଲାଣ କରାଯାଇଥିଲା। ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏନେଇ ଏସ୍‌ଟିଏଫ୍‌ ଏକ ମାମଲା (ନଂ.୧୮/୨୦୨୩) ରୁଜୁ କରି ତଦନ୍ତ ଚଳାଇଛି। ଦୀପକଙ୍କୁ ରିମାଣ୍ଡରେ ଆଣି ଏସ୍‌ଟିଏଫ୍‌ ଏହି ମାମଲାରେ ଅଧିକ ତଥ୍ୟ ଯୋଗାଡ଼ କରିବାକୁ ଯୋଜନା କରିଛି। ଜବତ ଜାଲ ନୋଟ୍‌ ଉତ୍ତମମାନର ହୋଇଥିବାବେଳେ ଅବିକଳ ଅସଲି ନୋଟ୍‌ ଭଳି ଦିଶୁଛି। ତେଣୁ ଏହାକୁ ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ପଶ୍ଚିମମେଦିନପୁରସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍‌ ମୁଦ୍ରଣ ପ୍ରାଇଭେଟ୍‌ ଲିମିଟେଡ୍‌କୁ ପଠାଯିବ ବୋଲି ଏସ୍‌ଟିଏଫ୍‌ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଦୀପକ ଓ ତାଙ୍କ ଭାଇ ଲୁଗାବୁଣା କାମ କରନ୍ତି। ଲୁଗା ପ୍ରସ୍ତୁତ ପରେ ତାହାକୁ ଓଡ଼ିଶା ସମେତ ଛତିଶଗଡ଼ରେ ମଧ୍ୟ ବିକ୍ରି କରନ୍ତି। ଦୁଇ ଭାଇଙ୍କ ପାଖରେ ବିପୁଳ ପରିମାଣର ଜାଲ ନୋଟ୍‌ ଥିବା ଜଣାପଡ଼ିବା ପରେ ଶୁକ୍ରବାର ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କ ଘରେ ଚଢ଼ାଉ କରି ଦୀପକଙ୍କୁ କାବୁ କରିବା ପରେ ଏହି ର଼୍ୟାକେଟର ପର୍ଦ୍ଦାଫାଶ ହୋଇଥିଲା। ତେବେ ଦୁଇ ଭାଇ ରାୟପୁର ଓ ମହାସମୁନ୍ଦ ଅଞ୍ଚଳରୁ ଏହି ଜାଲ ନୋଟ୍‌ ଆଣିଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ଉଭୟ ମୂଲଚାଲ କରି ଉକ୍ତ ଜାଲ ନୋଟ କାରବାର କରନ୍ତି। କାହାକୁ ୧୦ ହଜାରରେ ତ ଆଉ କାହାକୁ ୨୦ହଜାର ଟଙ୍କାରେ ଏକ ଲକ୍ଷ ଜାଲ୍‌ ନୋଟ୍‌ ଦିଅନ୍ତି। ବହୁଦିନ ହେବ ଏହି ଦୁଇଭାଇ ଏଭଳି କାରବାର କରୁଥିବା ଅଭିଯୁକ୍ତ ଦୀପକ ସ୍ବୀକାର କରିଛନ୍ତି। ବଡ଼ କଥା ହେଉଛି ଅଭିଯୁକ୍ତଙ୍କ ନାମରେ ଏସ୍‌ଟିଏଫ୍‌ ୟୁଏପିଏ (ଅନ୍‌ ଲ’ଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନଶନ୍‌ ଆକ୍ଟ) ଲଗାଇବ। ଭାରତର ଅଖଣ୍ଡତା ଓ ସାର୍ବଭୌମତା କ୍ଷୁର୍ଣ୍ଣ କରିବା ଭଳି କୌଣସି ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଏହି ଆକ୍ଟ ଲାଗିଥାଏ। ତେବେ ଫରାର ଥିବା ଦୀପକଙ୍କ ବଡ଼ଭାଇ ଓ ଏହି ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?