Posted inଜାତୀୟ

ମଣିପୁରରେ ୧୨,୬୯୪ ପିଲା ବିସ୍ଥାପିତ

ଇମ୍ଫାଲ,୪ା୯ : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦୀର୍ଘ ୪ ମାସ ହେଲା ଲାଗିରହିଥିବା ଜାତିଆଣ ସଂଘର୍ଷ ଓ ହିଂସାକାଣ୍ଡରେ ପାଖାପାଖି ୨୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ୫୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ବିସ୍ଥାପିତଙ୍କ ମଧ୍ୟରେ ୧୨,୬୯୪ ପିଲା ରହିଛନ୍ତି। ଘରଦ୍ୱାର ଛାଡ଼ିଥିବା ଏହି ପିଲାମାନେ ବିଭିନ୍ନ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ହିଂସା ଯୋଗୁ ଶତାଧିକ ପିଲା ଗଭୀର ମାନସିକ ଆଘାତ ପାଇଛନ୍ତି, ଯାହାଙ୍କ ପାଇଁ ପେସାଦାରି କାଉନ୍‌ସେଲିଂର ଆବଶ୍ୟକତା ରହିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଡାକ୍ତରୀ ଟିମ୍‌ ଏବଂ ଶିଶୁ ମନସ୍ତତ୍ତ୍ୱବିଦ୍‌ମାନେ ସ୍ବେଚ୍ଛାସେବୀ ଭାବେ ଉକ୍ତ ପିଲାମାନଙ୍କୁ କାଉନ୍‌ସେଲିଂ ଦେଉଥିବା ମଣିପୁର ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଗଭୀର ମାନସିକ ଆଘାତ ପାଇଥିବା ପିଲାଙ୍କୁ ପାଇଲେ, ଆମେ ସେମାନଙ୍କୁ ଚିହ୍ନଟ କରି ପେସାଦାରି ପରାମର୍ଶଦାତାମାନଙ୍କ ପାଖକୁ ନେଇଯାଉଛୁ। ସେମାନେ ଖୁବ୍‌ଶୀଘ୍ର ସ୍ବାଭାବିକ ସ୍ଥିତିକୁ ଫେରିବା ଆଶା କରାଯାଉଛି ବୋଲି ସାମାଜିକ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଏନ୍‌ଜି ଉତ୍ତମ ସିଂ କହିଛନ୍ତି। ମାନସିକ ଆଘାତପ୍ରାପ୍ତ ଜଣେ ସଙ୍ଗେ ସଙ୍ଗେ ହୋଇ ନ ଥାନ୍ତି। ସପ୍ତାହେ କିମ୍ବା ମାସେ ପରେ ସେମାନଙ୍କଠାରେ ଏଭଳି ଲକ୍ଷଣ ଦେଖାଯାଇଥାଏ। ସେଥିପାଇଁ ପ୍ରତି ଜିଲାର ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଜରିଆରେ କାଉନ୍‌ସେଲରଙ୍କୁ ନିୟୋଜିତ କରାଯାଇଛି। ସେମାନେ ରିଲିଫ କ୍ୟାମ୍ପ୍‌କୁ ଯାଇ ବିସ୍ଥାପିତ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟର ଚିକିତ୍ସା କରିବା ସହ ଯେଉଁମାନଙ୍କର ପେସାଦାରି କାଉନ୍‌ସେଲିଂର ଆବଶ୍ୟକତା ରହିଛି, ସେମାନଙ୍କୁ ଚିହ୍ନଟ କରୁଛନ୍ତି। ଖେଳ ଓ ନାଚ ମାଧ୍ୟମରେ ମାନସିକ ବିଷାଦଗ୍ରସ୍ତ ପିଲାଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କୁ କାଗଜରେ କିଛି ଆଙ୍କିବା ପାଇଁ କୁହାଯାଉଛି।
ଅନ୍ୟପକ୍ଷରେ ରିଲିଫ କ୍ୟାମ୍ପଗୁଡ଼ିକ ଉପଯୁକ୍ତ ଯୋଜନାରେ କରା ନ ଯାଇ ଆବଶ୍ୟକତା ଆଧାରରେ ପ୍ରତିଷ୍ଠା କରାଯାଇଥିବାରୁ ସେଠାରେ ଅନେକ ସମସ୍ୟା ରହିଥିବା ୟୁନିସେଫ୍‌ ଟିମ୍‌ କହିଛି। ଶିଶୁ ଅନୁକୂଳ ରିଲିଫ କ୍ୟାମ୍ପ୍‌ ସ୍ଥାପନ ଲାଗି ଉକ୍ତ ଟିମ୍‌ ପରାମର୍ଶ ଦେଇଛି। ରିଲିଫ କ୍ୟାମ୍ପଗୁଡ଼ିକରେ ପିଲାମାନଙ୍କ ଯତ୍ନରେ ଯେପରି କୌଣସି କମି ନ ହୁଏ, ସେଥିପାଇଁ ପ୍ରତି ସପ୍ତାହରେ ମୁଖ୍ୟ ସଚିବଙ୍କ ସ୍ତରରେ ସମୀକ୍ଷା ବୈଠକ କରାଯାଉଥିବା ସାମାଜିକ କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି। ସେହିପରି ଅପପୁଷ୍ଟିର ଶିକାର ହୋଇଥିବା ପିଲାମାନଙ୍କୁ ଇମ୍ଫାଲର ଜେଏନ୍‌ଆଇଏମ୍‌ଏସ୍‌କୁ ନିଆଯାଇ ସେଠାରେ ଚିକିତ୍ସା କରାଯାଉଛି। ଅତ୍ୟଧିକ ଅପପୁଷ୍ଟିର ସମ୍ମୁଖୀନ ହୋଇଥିବା ୧୬ ପିଲାଙ୍କୁ ଚିକିତ୍ସା କରାଗଲାଣି।

ଇମ୍ଫାଲରୁ ଶେଷ ୧୦ କୁକି ପରିବାର ବିତାଡ଼ିତ

ଇମ୍ଫାଲର ନିଉ ଲାମ୍ବୁଲାନେ ଅଞ୍ଚଳରୁ ଶେଷ ୧୦ କୁକି ପରିବାରର ୨୪ ଜଣ ସଦସ୍ୟଙ୍କୁ ମଣିପୁର ସରକାର କୁକି ଅଧ୍ୟୁଷିତ କାଙ୍ଗପୋକ୍‌ପି ଜିଲାକୁ ସ୍ଥାନାନ୍ତର କରିଛନ୍ତି। ଏହି ପରିବାର ଦୀର୍ଘ ଦଶନ୍ଧି ହେଲା ନିଉ ଲାମ୍ବୁଲାନେରେ ରହିଥିଲେ। ଏପରିକି ୪ ମାସ ପୂର୍ବରୁ ମଣିପୁର ହିଂସାକାଣ୍ଡ ବେଳେ ମଧ୍ୟ ସେମାନେ କୁଆଡ଼େ ଯାଇ ନ ଥିଲେ। ସେମାନଙ୍କୁ ଅନ୍ୟ ସମ୍ପ୍ରଦାୟ ଟାର୍ଗେଟ କରୁଥିବାରୁ ସରକାର ଶନିବାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନଙ୍କୁ ନିରାପଦ ସହ ଇମ୍ଫାଲଠାରୁ ୨୫ କି.ମି. ଦୂର କାଙ୍ଗପୋକ୍‌ପି ଜିଲାର ମୋଟବୁଙ୍ଗ୍‌କୁ ନିଆଯାଇଛି। ଅନ୍ୟପକ୍ଷରେ ସେମାନଙ୍କୁ ବଳପୂର୍ବକ ଘରୁ ତଡ଼ିଦିଆଯାଇଥିବା କୁକି ପରିବାର ଅଭିଯୋଗ କରିଛନ୍ତି। କୁକି ଅଞ୍ଚଳରେ ସୁରକ୍ଷା ଦେଉଥିବା ଜଣେ ସ୍ବେଚ୍ଛାସେବୀଙ୍କ କହିବା ଅନୁଯାୟୀ, ଗୃହ ବିଭାଗ ନିର୍ଦ୍ଦେଶରେ ୟୁନିଫର୍ମରେ ଥିବା ସଶସ୍ତ୍ର ବ୍ୟକ୍ତିମାନଙ୍କର ଏକ ଟିମ୍‌ ସେପ୍ଟେମ୍ବର ୧ ବିଳମ୍ବିତ ରାତିରେ ନିଉ ଲାମ୍ବୁଲେନ୍‌ରେ ପହଞ୍ଚତ୍ କୁକି ପରିବାର ସଦସ୍ୟମାନଙ୍କୁ ସେମାନଙ୍କ ଘରୁ ଜୋର ଜବରଦସ୍ତ ବାହାର କରିଦେଇଥିଲେ। ଏପରିକି ସେମାନଙ୍କୁ ଜିନିଷପତ୍ର ପ୍ୟାକ୍‌ କରିବାକୁ ସମୟ ଦିଆଯାଇ ନ ଥିଲା। ନିଉ ଲାମ୍ବୁଲେନ୍‌ରେ ୩୦୦ରୁ ଊର୍ଦ୍ଧ୍ୱ କୁକି ପରିବାର ରହୁଥିଲେ। ମେ’୩ରେ ମଣିପୁର ହିଂସା ଆରମ୍ଭ ହେବା ପରେ ଅଧିକାଂଶ ପରିବାର ସେଠାରୁ ପଳାଇ ଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri