ଯୋଗାଡ଼ରେ ଚାଲିଛି ସ୍ନାୟୁ-ନିଶ୍ଚେତନା

କଟକ,୪ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ସ୍ନାୟୁ ନିଶ୍ଚେତନା (ନ୍ୟୁରୋ-ଆନେସ୍ଥେସିଓଲୋଜି) ବିଭାଗ ଖୋଲିପାରିନି। ରାଜ୍ୟର ଏହି ବୃହତ୍‌ ସରକାରୀ ହସ୍ପିଟାଲ୍‌ରେ ସ୍ନାୟୁ-ନିଶ୍ଚେତନା ବିଭାଗ ଖୋଲିବା ଦିଗରେ ମେଡିକାଲ କର୍ତ୍ତୃପକ୍ଷ ଯୋଜନା ଅଗ୍ରଗତି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିବାର ୪ବର୍ଷ ପରେ ମଧ୍ୟ ଏନେଇ କୌଣସି ସୁଫଳ ମିଳିନାହିଁ। ଏ ସଂକ୍ରାନ୍ତରେ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ସ୍ନାୟୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ସ୍ନାୟୁ-ନିଶ୍ଚେତକମାନଙ୍କ ପ୍ରମୁଖ ଭୂମିକା ରହିଛି। ସ୍ନାୟୁ ରୋଗୀମାନଙ୍କ ଜଟିଳ ଅସ୍ତ୍ରୋପଚାର ସମୟରେ ସେମାନଙ୍କୁ ଖୋଜା ପଡ଼ିଥାଏ। ତେବେ ସ୍ବତନ୍ତ୍ର ପ୍ରଶିକ୍ଷଣ ହାସଲ କରିଥିବା ସ୍ନାୟୁ ନିଶ୍ଚେତକ ଏସ୍‌ସିବିରେ ନାହାନ୍ତି। ନିଶ୍ଚେତନା ବିଭାଗର ଡାକ୍ତରମାନଙ୍କୁ ନେଇ ଅସ୍ତ୍ରୋପଚାର କରିବାକୁ ପଡୁଛି। ସାଧାରଣ ଅସ୍ତ୍ରୋପଚାର ଏବଂ ସ୍ନାୟୁ ଅସ୍ତ୍ରୋପଚାର ଭିତରେ ବହୁ ତଫାତ୍‌ ରହିଛି। ଏହି ପରିପ୍ରେକ୍ଷୀରେ ଏସ୍‌ସିବିରେ ସ୍ନାୟୁ-ନିଶ୍ଚେତନା ବିଭାଗ ଖୋଲିବା ଦିଗରେ ପଦକ୍ଷେପ ନିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ୧୯୬୭ରୁ ଏସ୍‌ସିବି ମେଡିକାଲ ସ୍ନାୟୁ ଶଲ୍ୟ(ନ୍ୟୁରୋ ସର୍ଜରି) ବିଭାଗ କାର୍ଯ୍ୟ କରୁଛି। ମାଇକ୍ରୋ ନ୍ୟୁରୋ ସର୍ଜରି, ପେଡିଆଟ୍ରିକ ନ୍ୟୁରୋ ସର୍ଜରି, ନ୍ୟୁରୋ ଟ୍ରମା, ସ୍କଲ୍‌ ସର୍ଜରି, ସେରିବ୍ରୋ-ଭାସ୍କୁଲାର ସର୍ଜରି, ସ୍ପାଇନାଲ ନ୍ୟୁରୋ ସର୍ଜରି, ପେରିଫେରାଲ ନର୍ଭ ସର୍ଜରି ଭଳି ଅନେକ ଜଟିଳ ଅସ୍ତ୍ରୋପଚାର ଏଠାରେ ସଫଳତାର ସହ କରାଯାଉଛି। ହେଲେ ଅସ୍ତ୍ରୋପଚାର ପୂର୍ବରୁ ରୋଗୀଙ୍କୁ ନିଶ୍ଚେତ କରିବା ନିମନ୍ତେ ସ୍ବତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ ସ୍ନାୟୁ ନିଶ୍ଚେତକ ନ ଥିବାରୁ ଅନେକ ସମସ୍ୟା ହେଉଛି। କିଛି କ୍ଷେତ୍ରରେ ଅସ୍ତ୍ରୋପଚାରରେ ତ୍ରୁଟି ରହୁଥିବା ନେଇ ଅଭିଯୋଗ ଉଠୁଛି। ଅଧୀକ୍ଷକ ପ୍ରଫେସର ମିଶ୍ର ହେଉଛନ୍ତି ଏସ୍‌ସିବି ସ୍ନାୟୁ ଶଲ୍ୟ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ। ଏହାଛଡ଼ା ରାଜ୍ୟର ଜଣେ ପ୍ରତିଷ୍ଠିତ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ଭାବେ ସେ ପରିଚିତ। ଏଭଳି ସମସ୍ୟା ସଂକ୍ରାନ୍ତରେ ସେ କହିଛନ୍ତି, ମସ୍ତିଷ୍କ ଅସ୍ତ୍ରୋପଚାରବେଳେ ଅନେକ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଜରୁରୀ ହୋଇଥାଏ। ଶିଶୁମାନଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର ବହୁ ଜଟିଳ କାର୍ଯ୍ୟ। ପ୍ରଥମତଃ ସେମାନେ ଶିଶୁ, ପୁଣି ସେମାନଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର କରିବାକୁ ପଡ଼ିଥାଏ। ନିଶ୍ଚେତ କରିବା ନିମନ୍ତେ ଉଦ୍ଦିଷ୍ଟ ଇଞ୍ଜେକ୍ସନ ବ୍ୟବହାର କରିବାବେଳେ ସତର୍କ ରହିବାକୁ ପଡ଼େ। ସାଧାରଣ ନିଶ୍ଚେତକଙ୍କ ଅପେକ୍ଷା ଜଣେ ସ୍ନାୟୁ ନିଶ୍ଚେତକ ହିଁ ଏଭଳି କାର୍ଯ୍ୟ ଠିକ୍‌ ଭାବେ ତୁଲାଇପାରିବ। ହେଲେ ଦୀର୍ଘବର୍ଷ ହେବ ସାଧାରଣ ନିଶ୍ଚେତକଙ୍କ ସହଯୋଗରେ ସ୍ନାୟୁ ଶଲ୍ୟ ବିଭାଗରେ ଜଟିଳ ଅସ୍ତ୍ରୋପଚାର ଜାରି ରହିଛି। ସ୍ନାୟୁ-ନିଶ୍ଚେତନା ବିଭାଗ ଖୋଲିଲେ ଚିକିତ୍ସା ସେବା ଆହୁରି ଫଳପ୍ରଦ ହୋଇପାରିବ। ବିଶେଷକରି ନିଶ୍ଚେତକମାନେ ସ୍ବତନ୍ତ୍ର ଭାବେ ସ୍ନାୟୁ-ନିଶ୍ଚେତନା ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିବେ ବୋଲି ଅଧୀକ୍ଷକ ପ୍ରଫେସର ମିଶ୍ର ଜଣାଇଛନ୍ତି।

ସୂଚନାଯୋଗ୍ୟ, ଏସ୍‌ସିବି ମେଡିକାଲ ସମ୍ପ୍ରସାରଣ ପ୍ରକଳ୍ପ ମଧ୍ୟରେ ସ୍ନାୟୁ ଶଲ୍ୟ ବିଭାଗର ରୂପରେଖ ବଦଳାଇବା ପାଇଁ ଯୋଜନା ରହିଛି। ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ ଏ ବାବଦରେ ଏକାଧିକ ପ୍ରସ୍ତାବ ସ୍ବାସ୍ଥ୍ୟ ବିଭାଗକୁ ଦେଇଛନ୍ତି। ବିଭାଗରେ ୬୦ଟି ଶଯ୍ୟା ରହିଛି। ହେଲେ ଏଠାରେ ରୋଗୀସଂଖ୍ୟା ପ୍ରାୟ ସମୟରେ ପାଖାପାଖି ୧୦୦ ରହିଥାଏ। ସମ୍ପ୍ରତି ଏଠାରେ ୩ଟି ୟୁନିଟ୍‌ କାର୍ଯ୍ୟ କରୁଛି। ୨ଜଣ ପ୍ରଫେସର, ଜଣେ ଆସୋସିଏଟ୍‌ ପ୍ରଫେସର, ୪ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିଛନ୍ତି। ୮ଟି ସିନିୟର ରେସିଡେଣ୍ଟସ(ଏସ୍‌ଆର) ପୋଷ୍ଟ ନିମନ୍ତେ ମଞ୍ଜୁରୀ ମିଳିଥିବାବେଳେ ଏହି ପଦବୀରେ ଅଛନ୍ତି ମାତ୍ର ୪ଜଣ। ଏହି ଯୋଜନା କାର୍ଯ୍ୟକାରୀ ହେଲେ ୩ଟି ୟୁନିଟ୍‌ରେ ସୀମିତ ଥିବା ନ୍ୟୁରୋ ସର୍ଜରି ବିଭାଗ ୫ଟି ୟୁନିଟ୍‌ରେ ପହଞ୍ଚତ୍ବ। ସାଧାରଣ ଶଯ୍ୟା ସଂଖ୍ୟା ଅତିକମ୍‌ରେ ୧୦୦ ଛୁଇଁବ। ପ୍ରତ୍ୟେକ ୟୁନିଟ୍‌ରେ ଜଣେ ଲେଖାଏ ପ୍ରଫେସର ପଦବୀର ଡାକ୍ତରଙ୍କ ସମେତ ଜଣେ ଆସୋସିଏଟ ପ୍ରଫେସର ଏବଂ ୨ଜଣ ଆସିଷ୍ଟାଣ୍ଟ ପ୍ରଫେସର ଦାୟିତ୍ୱରେ ରହିବେ। ୮ଜଣ ବଦଳରେ ୨୦ଜଣ ସିନିୟର ରେସିଡେଣ୍ଟସ ନିଯୁକ୍ତି ପାଇବେ। ନ୍ୟୁରୋ ସର୍ଜରି ବିଭାଗରେ ଆଇସିୟୁ ଶଯ୍ୟା ସଂଖ୍ୟା ୬ ରହିଛି। ଏହା ମଧ୍ୟ ୧୦ରେ ପହଞ୍ଚିବ ବୋଲି ହସ୍ପିଟାଲ୍‌ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?