ଯୋଗାଡ଼ରେ ଚାଲିଛି ସ୍ନାୟୁ-ନିଶ୍ଚେତନା

କଟକ,୪ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ସ୍ନାୟୁ ନିଶ୍ଚେତନା (ନ୍ୟୁରୋ-ଆନେସ୍ଥେସିଓଲୋଜି) ବିଭାଗ ଖୋଲିପାରିନି। ରାଜ୍ୟର ଏହି ବୃହତ୍‌ ସରକାରୀ ହସ୍ପିଟାଲ୍‌ରେ ସ୍ନାୟୁ-ନିଶ୍ଚେତନା ବିଭାଗ ଖୋଲିବା ଦିଗରେ ମେଡିକାଲ କର୍ତ୍ତୃପକ୍ଷ ଯୋଜନା ଅଗ୍ରଗତି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିବାର ୪ବର୍ଷ ପରେ ମଧ୍ୟ ଏନେଇ କୌଣସି ସୁଫଳ ମିଳିନାହିଁ। ଏ ସଂକ୍ରାନ୍ତରେ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ସ୍ନାୟୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ସ୍ନାୟୁ-ନିଶ୍ଚେତକମାନଙ୍କ ପ୍ରମୁଖ ଭୂମିକା ରହିଛି। ସ୍ନାୟୁ ରୋଗୀମାନଙ୍କ ଜଟିଳ ଅସ୍ତ୍ରୋପଚାର ସମୟରେ ସେମାନଙ୍କୁ ଖୋଜା ପଡ଼ିଥାଏ। ତେବେ ସ୍ବତନ୍ତ୍ର ପ୍ରଶିକ୍ଷଣ ହାସଲ କରିଥିବା ସ୍ନାୟୁ ନିଶ୍ଚେତକ ଏସ୍‌ସିବିରେ ନାହାନ୍ତି। ନିଶ୍ଚେତନା ବିଭାଗର ଡାକ୍ତରମାନଙ୍କୁ ନେଇ ଅସ୍ତ୍ରୋପଚାର କରିବାକୁ ପଡୁଛି। ସାଧାରଣ ଅସ୍ତ୍ରୋପଚାର ଏବଂ ସ୍ନାୟୁ ଅସ୍ତ୍ରୋପଚାର ଭିତରେ ବହୁ ତଫାତ୍‌ ରହିଛି। ଏହି ପରିପ୍ରେକ୍ଷୀରେ ଏସ୍‌ସିବିରେ ସ୍ନାୟୁ-ନିଶ୍ଚେତନା ବିଭାଗ ଖୋଲିବା ଦିଗରେ ପଦକ୍ଷେପ ନିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ୧୯୬୭ରୁ ଏସ୍‌ସିବି ମେଡିକାଲ ସ୍ନାୟୁ ଶଲ୍ୟ(ନ୍ୟୁରୋ ସର୍ଜରି) ବିଭାଗ କାର୍ଯ୍ୟ କରୁଛି। ମାଇକ୍ରୋ ନ୍ୟୁରୋ ସର୍ଜରି, ପେଡିଆଟ୍ରିକ ନ୍ୟୁରୋ ସର୍ଜରି, ନ୍ୟୁରୋ ଟ୍ରମା, ସ୍କଲ୍‌ ସର୍ଜରି, ସେରିବ୍ରୋ-ଭାସ୍କୁଲାର ସର୍ଜରି, ସ୍ପାଇନାଲ ନ୍ୟୁରୋ ସର୍ଜରି, ପେରିଫେରାଲ ନର୍ଭ ସର୍ଜରି ଭଳି ଅନେକ ଜଟିଳ ଅସ୍ତ୍ରୋପଚାର ଏଠାରେ ସଫଳତାର ସହ କରାଯାଉଛି। ହେଲେ ଅସ୍ତ୍ରୋପଚାର ପୂର୍ବରୁ ରୋଗୀଙ୍କୁ ନିଶ୍ଚେତ କରିବା ନିମନ୍ତେ ସ୍ବତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ ସ୍ନାୟୁ ନିଶ୍ଚେତକ ନ ଥିବାରୁ ଅନେକ ସମସ୍ୟା ହେଉଛି। କିଛି କ୍ଷେତ୍ରରେ ଅସ୍ତ୍ରୋପଚାରରେ ତ୍ରୁଟି ରହୁଥିବା ନେଇ ଅଭିଯୋଗ ଉଠୁଛି। ଅଧୀକ୍ଷକ ପ୍ରଫେସର ମିଶ୍ର ହେଉଛନ୍ତି ଏସ୍‌ସିବି ସ୍ନାୟୁ ଶଲ୍ୟ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ। ଏହାଛଡ଼ା ରାଜ୍ୟର ଜଣେ ପ୍ରତିଷ୍ଠିତ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ଭାବେ ସେ ପରିଚିତ। ଏଭଳି ସମସ୍ୟା ସଂକ୍ରାନ୍ତରେ ସେ କହିଛନ୍ତି, ମସ୍ତିଷ୍କ ଅସ୍ତ୍ରୋପଚାରବେଳେ ଅନେକ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଜରୁରୀ ହୋଇଥାଏ। ଶିଶୁମାନଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର ବହୁ ଜଟିଳ କାର୍ଯ୍ୟ। ପ୍ରଥମତଃ ସେମାନେ ଶିଶୁ, ପୁଣି ସେମାନଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର କରିବାକୁ ପଡ଼ିଥାଏ। ନିଶ୍ଚେତ କରିବା ନିମନ୍ତେ ଉଦ୍ଦିଷ୍ଟ ଇଞ୍ଜେକ୍ସନ ବ୍ୟବହାର କରିବାବେଳେ ସତର୍କ ରହିବାକୁ ପଡ଼େ। ସାଧାରଣ ନିଶ୍ଚେତକଙ୍କ ଅପେକ୍ଷା ଜଣେ ସ୍ନାୟୁ ନିଶ୍ଚେତକ ହିଁ ଏଭଳି କାର୍ଯ୍ୟ ଠିକ୍‌ ଭାବେ ତୁଲାଇପାରିବ। ହେଲେ ଦୀର୍ଘବର୍ଷ ହେବ ସାଧାରଣ ନିଶ୍ଚେତକଙ୍କ ସହଯୋଗରେ ସ୍ନାୟୁ ଶଲ୍ୟ ବିଭାଗରେ ଜଟିଳ ଅସ୍ତ୍ରୋପଚାର ଜାରି ରହିଛି। ସ୍ନାୟୁ-ନିଶ୍ଚେତନା ବିଭାଗ ଖୋଲିଲେ ଚିକିତ୍ସା ସେବା ଆହୁରି ଫଳପ୍ରଦ ହୋଇପାରିବ। ବିଶେଷକରି ନିଶ୍ଚେତକମାନେ ସ୍ବତନ୍ତ୍ର ଭାବେ ସ୍ନାୟୁ-ନିଶ୍ଚେତନା ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିବେ ବୋଲି ଅଧୀକ୍ଷକ ପ୍ରଫେସର ମିଶ୍ର ଜଣାଇଛନ୍ତି।

ସୂଚନାଯୋଗ୍ୟ, ଏସ୍‌ସିବି ମେଡିକାଲ ସମ୍ପ୍ରସାରଣ ପ୍ରକଳ୍ପ ମଧ୍ୟରେ ସ୍ନାୟୁ ଶଲ୍ୟ ବିଭାଗର ରୂପରେଖ ବଦଳାଇବା ପାଇଁ ଯୋଜନା ରହିଛି। ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ ଏ ବାବଦରେ ଏକାଧିକ ପ୍ରସ୍ତାବ ସ୍ବାସ୍ଥ୍ୟ ବିଭାଗକୁ ଦେଇଛନ୍ତି। ବିଭାଗରେ ୬୦ଟି ଶଯ୍ୟା ରହିଛି। ହେଲେ ଏଠାରେ ରୋଗୀସଂଖ୍ୟା ପ୍ରାୟ ସମୟରେ ପାଖାପାଖି ୧୦୦ ରହିଥାଏ। ସମ୍ପ୍ରତି ଏଠାରେ ୩ଟି ୟୁନିଟ୍‌ କାର୍ଯ୍ୟ କରୁଛି। ୨ଜଣ ପ୍ରଫେସର, ଜଣେ ଆସୋସିଏଟ୍‌ ପ୍ରଫେସର, ୪ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିଛନ୍ତି। ୮ଟି ସିନିୟର ରେସିଡେଣ୍ଟସ(ଏସ୍‌ଆର) ପୋଷ୍ଟ ନିମନ୍ତେ ମଞ୍ଜୁରୀ ମିଳିଥିବାବେଳେ ଏହି ପଦବୀରେ ଅଛନ୍ତି ମାତ୍ର ୪ଜଣ। ଏହି ଯୋଜନା କାର୍ଯ୍ୟକାରୀ ହେଲେ ୩ଟି ୟୁନିଟ୍‌ରେ ସୀମିତ ଥିବା ନ୍ୟୁରୋ ସର୍ଜରି ବିଭାଗ ୫ଟି ୟୁନିଟ୍‌ରେ ପହଞ୍ଚତ୍ବ। ସାଧାରଣ ଶଯ୍ୟା ସଂଖ୍ୟା ଅତିକମ୍‌ରେ ୧୦୦ ଛୁଇଁବ। ପ୍ରତ୍ୟେକ ୟୁନିଟ୍‌ରେ ଜଣେ ଲେଖାଏ ପ୍ରଫେସର ପଦବୀର ଡାକ୍ତରଙ୍କ ସମେତ ଜଣେ ଆସୋସିଏଟ ପ୍ରଫେସର ଏବଂ ୨ଜଣ ଆସିଷ୍ଟାଣ୍ଟ ପ୍ରଫେସର ଦାୟିତ୍ୱରେ ରହିବେ। ୮ଜଣ ବଦଳରେ ୨୦ଜଣ ସିନିୟର ରେସିଡେଣ୍ଟସ ନିଯୁକ୍ତି ପାଇବେ। ନ୍ୟୁରୋ ସର୍ଜରି ବିଭାଗରେ ଆଇସିୟୁ ଶଯ୍ୟା ସଂଖ୍ୟା ୬ ରହିଛି। ଏହା ମଧ୍ୟ ୧୦ରେ ପହଞ୍ଚିବ ବୋଲି ହସ୍ପିଟାଲ୍‌ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri