Posted inଜାତୀୟ

ସନାତନ ଧର୍ମର ବିଲୋପ ଜରୁରୀ: ଉଦୟନିଧି

ଚେନ୍ନାଇ/ନୂଆଦିଲ୍ଲୀ,୪ା୯ : ଭୋଟ ପାଖେଇ ଆସିଲେ ଭାଜପା ନେତାମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଛାଡ଼ି ଧର୍ମୀୟ କାର୍ଡ ଖେଳିବା ସହ ଧ୍ରୁବୀକରଣ ବଳରେ ନିର୍ବାଚନ ଜିତିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥାଏ। ଦେଶରେ ବଢ଼ିଚାଲିଥିବା ମୁଦ୍ରାସ୍ଫୀତି, ବେକାରି ସମସ୍ୟା ଓ ଲୋକଙ୍କ ସୁବିଧା ଅସୁବିଧାକୁ ଭୁଲି ସେମାନେ ହିନ୍ଦୁତ୍ୱ ଉପରେ ଅତ୍ୟଧିକ ଗୁରୁତ୍ୱ ଦେଇଥାଆନ୍ତି। ଶାସକ ଦଳର ଉଗ୍ର ହିନ୍ଦୁତ୍ୱବାଦ ସମ୍ପର୍କିତ ହୋହଲ୍ଲା ଭିତରେ ଅନେକ ମତଦାତା ନିଜ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଭୁଲି ପ୍ରଭାବିତ ହୋଇଯାଆନ୍ତି। ଏଭଳି ସ୍ଥିତିରେ ୨୦୨୪ ଲୋକ ସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପୁଅ ତଥା କ୍ରୀଡ଼ାମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ ସନାତନ ଧର୍ମକୁ କରୋନା ଭୂତାଣୁ, ମ୍ୟାଲେରିଆ ଏବଂ ଡେଙ୍ଗୁ ଜ୍ୱର ସହ ତୁଳନା କରି ଏହାକୁ ନଷ୍ଟ କରିଦିଆଯିବା ଆବଶ୍ୟକ ବୋଲି କହିଛନ୍ତି। ଉଦୟନିଧିଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ରାଜନୈତିକ ପ୍ରସଙ୍ଗ କରିବା ପାଇଁ ଭାଜପାକୁ ସୁଯୋଗ ମିଳିଯାଇଛି।

ସନାତନ ଧର୍ମ ସମାନତା ଏବଂ ସାମାଜିକ ନ୍ୟାୟ ବିରୋଧୀ। ଏହି ଧର୍ମର ବିଲୋପ ହେବା ଆବଶ୍ୟକ ବୋଲି ଡିଏମ୍‌କେ ଯୁବ ଶାଖାର ସମ୍ପାଦକ ତଥା ତାମିଲନାଡୁ କ୍ରୀଡ଼ା ଓ ଯୁବକଲ୍ୟାଣ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସମାଲୋଚନା କରିଛନ୍ତି। ସେ ସନାତନ ଧର୍ମକୁ କରୋନା ଭୂତାଣୁ, ମ୍ୟାଲେରିଆ ଏବଂ ଡେଙ୍ଗୁ ଜ୍ୱର ସହ ତୁଳନା କରି ଏହାକୁ ବିରୋଧ ନୁହେଁ, ବରଂ ନଷ୍ଟ କରିଦିଆଯିବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ତାମିଲନାଡୁର ପ୍ରଗତିଶୀଳ ଲେଖକ ଓ କଳାକାର ସଂଘର ଏକ ବୈଠକକୁ ଉଦ୍‌ବୋଧନ ଦେବା ଅବସରରେ ଡିଏମ୍‌କେ ଯୁବ ନେତା ଏଭଳି ବିବୃତି ଦେଇଥିଲେ। ଉକ୍ତ ସଂଗଠନ ‘ସନାତନକୁ ବିରୋଧ’ ପରିବର୍ତ୍ତେ ‘ସନାତନର ବିଲୋପ’ ଶୀର୍ଷକ ଚୟନ କରିଥିବାରୁ ଉଦୟନିଧି ଏହାର ପ୍ରଶଂସା କରିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି କହିଥିଲେ, କେତେକ ବିଷୟକୁ ବିରୋଧ କରାଯାଇପାରିବ ନାହିଁ, ସେଗୁଡ଼ିକୁ କେବଳ ହଟାଇ ଦିଆଯିବା ଜରୁରୀ। ସନାତନମ୍‌ କେବଳ ଏକ ସଂସ୍କୃତ ନାମ। ଏହା ସମାନତା ଏବଂ ସାମାଜିକ ନ୍ୟାୟର ବିରୋଧୀ ବ୍ୟତୀତ ଅନ୍ୟ କିଛି ନୁହେଁ।

ସନାତନର ଅର୍ଥ ଏହା ଶାଶ୍ୱତ, ଯାହାକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ। କେହି ଏହା ଉପରେ ପ୍ରଶ୍ନ କରିପାରିବେ ନାହିଁ। ସନାତନ ଜାତି ଆଧାରରେ ଲୋକଙ୍କୁ ଭାଗ ଭାଗ କରୁଥିବା ଉଦୟନିଧି କହିଥିଲେ। ସେ ଆହୁରି କହିଥିଲେ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧି ସବୁ ସମ୍ପ୍ରଦାୟକୁ ଏକାଠି କରିବା ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ସେ ସାମଥୁଭାପୁରମ୍‌ (ପଡୋଶୀଙ୍କ ମଧ୍ୟରେ ସମାନତା) ସ୍ଥାପନ କରିଥିଲେ। ସବୁ ଜାତିର ଲୋକ ମନ୍ଦିର ପୂଜକ ହୋଇପାରିବେ ବୋଲି ସେ ଆଇନ ଆଣିଥିଲେ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ଅର୍ଚକ ତାଲିମ ସମ୍ପୂର୍ଣ୍ଣ କରିଥିବା ଲୋକଙ୍କୁ ମନ୍ଦିରରେ ପୂଜକ ନିଯୁକ୍ତ କରିଛନ୍ତି। ଏହା ଦ୍ରାବିଡୀୟ ଆଦର୍ଶ ବୋଲି ଉଦୟନିଧି କହିଛନ୍ତି।

ଡିଏମ୍‌କେ ଯୁବନେତା କହିଛନ୍ତି, ସନାତନ ଧର୍ମ ମହିଳାମାନଙ୍କୁ ଦାସୀ ସଜାଇଥିବାବେଳେ ସେମାନଙ୍କୁ ଘରୁ ବାହାରିବା ଲାଗି ଅନୁମତି ଦେଇ ନ ଥାଏ। ଏବେ ମହିଳାମାନେ କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରିବା ସହ ଅନେକେ ଆର୍ଥତ୍କ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇପାରିଛନ୍ତି। ସନାତନ ଧର୍ମ ମହିଳାମାନଙ୍କୁ ସେମାନଙ୍କ ମୃତ ସ୍ବାମୀଙ୍କ ଚିତାକୁ ଠେଲିଦେଉଥିଲା (ପୂର୍ବର ସତୀଦାହ ପ୍ରଥା)। ବିଧବାମାନଙ୍କୁ ଲଣ୍ଡା ହେବା ସହ ଧଳା ଶାଢ଼ି ପିନ୍ଧିବାକୁ ବାଧ୍ୟ କରାଯାଉଥିଲା। ସନାତନ ଧର୍ମରେ ବାଲ୍ୟ ବିବାହ ରହିଥିଲା। ଦ୍ରାବିଡ ବିଚାରଧାରା ମହିଳାମାନଙ୍କୁ ବସ୍‌ରେ ମାଗଣା ଯାତ୍ରା କରିବାର ସୁଯୋଗ ଦେଇଛି। କଲେଜ ଛାତ୍ରୀମାନଙ୍କୁ ମାସିକ ୧,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି ବୋଲି ଉଦୟନିଧି ଶନିବାର କହିଥିଲେ।

ସନାତନ ଧର୍ମ ସମ୍ପର୍କରେ ଉଦୟନିଧିଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ହିନ୍ଦୁତ୍ୱକୁ ଘୃଣା କରେ ଓ ଏହା ଆମ ଐତିହ୍ୟ ଉପରେ ଆକ୍ରମଣ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ରବିବାର କହିଛନ୍ତି। ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜସ୍ଥାନର ଡୁଙ୍ଗରପୁରରେ ଭାଜପାର ପରିବର୍ତ୍ତନ ଯାତ୍ରା ଶୁଭାରମ୍ଭ ଅବସରରେ ଉଦ୍‌ବୋଧନ ଦେଇ ଶାହା କହିଥିଲେ, ଉଦୟନିଧିଙ୍କ ମନ୍ତବ୍ୟ ଇଣ୍ଡିଆ ବ୍ଲକ୍‌ର ଭୋଟବ୍ୟାଙ୍କ ରାଜନୀତି ଏବଂ ତୁଷ୍ଟୀକରଣ କୌଶଳର ଅଂଶବିଶେଷ। ଉଦୟନିଧିଙ୍କ ମନ୍ତବ୍ୟ ଭାଇରାଲ ହେବା ପରେ ଭାଜପା ନେତାମାନେ ଏହାକୁ ନରସଂହାର ପାଇଁ ଆହ୍ବାନ ବୋଲି କହିବା ସହ ତୀବ୍ର ସମାଲେଚନା କରିଛନ୍ତି। ‘ଇଣ୍ଡିଆ’ର ସଦସ୍ୟମାନେ ଡିଏମ୍‌କେ ନେତାଙ୍କ ମନ୍ତବ୍ୟରେ ସହମତ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ୨୦୧୦ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ମନେପକାଇ ଦେଇଛନ୍ତି ଅମିତ୍‌ ଶାହା। ସେତେବେଳେ ରାହୁଲ କହିଥିଲେ, ଲଶ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନଠାରୁ କଠୋରପନ୍ଥୀ ହିନ୍ଦୁ ସଂଗଠନଗୁଡ଼ିକ ବଡ଼ ବିପଦ। ରାହୁଲ ହିନ୍ଦୁ ସଂଗଠନକୁ ଲଶ୍ମର-ଇ-ତୋଇବା ସହ ତୁଳନା କରିବା ସହ ଦେଶରେ ହିନ୍ଦୁ ଆତଙ୍କବାଦ ଚାଲିଥିବା କହିଥିଲେ। ରାଜସ୍ଥାନ ରାଲିରେ ଶାହା କହିଛନ୍ତି, ସନାତନ ଧର୍ମ ଲୋକଙ୍କ ହୃଦୟରେ ରାଜ କରୁଛି। ମୋଦି ଜିତିଲେ ସନାତନ ଶାସନ ଆସିବ। ସମ୍ବିଧାନ ଅନୁଯାୟୀ ଭାରତ ଚାଲିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି। ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ କଂଗ୍ରେସ ଅଟକାଇ ରଖିଥିଲା। ଆଗାମୀ ଜାନୁୟାରୀରେ ସେଠାରେ ଭବ୍ୟ ରାମମନ୍ଦିର ଉଦ୍‌ଘାଟନ ହେବାକୁ ଯାଉଛି। ଇଣ୍ଡିଆ ମେଣ୍ଟ ଏହାକୁ ଅଟକାଇପାରିବ ନାହିଁ ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?