Home

ଦେଶର ନାମ ବଦଳାଇବା ବିବାଦରେ ଆଉ ଏକ ବିବାଦ ଯୋଡିଲା ‘ପ୍ରାଇମ ମିନିଷ୍ଟର ଅଫ ଭାରତ’

ନୂଆଦିଲ୍ଲୀ,୬।୯: ଗତ କିଛି ଦିନ ହେବ ‘ଭାରତ’ ଏବଂ ‘ଇଣ୍ଡିଆ’ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତକୁ ନେଇ ସରକାରୀ ନୋଟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ନୂତନ ପରିବର୍ତ୍ତନ ଅଧୀନରେ ପ୍ରଧାନମନ୍ତ୍ରୀ…

ସଂସଦର ସ୍ବତନ୍ତ୍ର ଅଧିବେଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୬।୯: ସଂସଦର ସ୍ବତନ୍ତ୍ର ଅଧିବେଶନ କେନ୍ଦ୍ର ସରକାର ଡାକିବା ପରଠାରୁ ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଏକ ଦେଶ-ଏକ ନିର୍ବାଚନ ଠାରୁ ଆରମ୍ଭ କରି ଇଣ୍ଡିଆର ନାମ ଭାରତ ପର୍ଯ୍ୟନ୍ତ ପରିବର୍ତ୍ତନ ହେବା ନେଇ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିବା କୁହାଯାଇଛି।…

ବିଗ୍‌ ବି’ଙ୍କୁ ମିଳିଲା ବିଶ୍ୱକପ୍‌ର ଗୋଲଡେନ୍‌ ଟିକେଟ୍‌

ଆଜିକାଲି ଅମିତାଭ ବଚ୍ଚନ କୁଇଜ୍‌ ଶୋ’ ‘କୌନ ବନେଗା କରୋଡପତି’ର ୧୫ତମ ସିଜନ ହୋଷ୍ଟ କରୁଛନ୍ତି। ପ୍ରତ୍ୟେକ ଥର ପରି ଲୋକମାନେ ଅମିତାଭ ବଚ୍ଚନଙ୍କ ମଜାଳିଆ ଶୈଳୀକୁ ପସନ୍ଦ କରୁଛନ୍ତି। ଏହି ଶୋ’ ମାଧ୍ୟମରେ ଅମିତାଭ ବଚ୍ଚନ କ୍ରିକେଟ୍‌କୁ କେତେ ପସନ୍ଦ…

ଭାରତୀୟ ସେନାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାନ ଭାଇଙ୍କୁ ପଦୋନ୍ନତି

ଲକ୍ଷ୍ନୌ,୬।୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାନ ଭାଇ ଶୈଳେନ୍ଦ୍ର ମୋହନ ବିଷ୍ଟଙ୍କ ଭାରତୀୟ ସେନାରେ ପଦୋନ୍ନତି ହୋଇଛି। ସେ ଏବେ ସୁବେଦାର ମେଜର ହୋଇଛନ୍ତି। ଶୈଳେନ୍ଦ୍ର ଏବେ ଗଢଓ୍ବାଲ ରେଜିମେଣ୍ଟର ହୋଇଥିବା ବେଳେ ଭାରତ-ଚାଇନା ସୀମାରେ ଥିବା ମାଣା ବର୍ଡରରେ…

ଚଳିତମାସରେ ପରିଣୀତି-ରାଘବଙ୍କ ପଡ଼ିବ ହାତଗଣ୍ଠି

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି। ଖବ୍ଶୀଘ୍ର ଉଭୟଙ୍କ ହାତଗଣ୍ଠି ପଡିବ। ସେପ୍ଟେମ୍ବର ୨୫ରେ ଉଭୟ ବିବାହ କରିବେ ବୋଲି କୁହାଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କୁହାଯାଉଛି ଯେ…

ଇଣ୍ଡିଆ ବନାମ ଭାରତ: ଇଣ୍ଡିଆ ନାମକୁ ହଟାଇବା ପାଇଁ କ’ଣ କହୁଛି ସମ୍ବିଧାନ

ନୂଆଦିଲ୍ଲୀ,୬।୯: ଇଣ୍ଡିଆ ବନାମ ଭାରତକୁ ନେଇ ଦେଶରେ ରାଜନୀତି ଜୋର ଧରିବାରେ ଲାଗିଛି। ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତିଙ୍କ ତରଫରୁ ଅତିଥିଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍‌…

ଆସିଲା ୟୁପିଆଇ ଏଟିଏମ୍‌: ଏଣିକି ବିନା କାର୍ଡରେ ବି ବାହାର କରିପାରିବେ ଟଙ୍କା

ନୂଆଦିଲ୍ଲୀ,୬।୯: ନ୍ୟାଶନାଲ ପେମେଣ୍ଟସ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ହିତାଚି ପେମେଣ୍ଟ ସର୍ଭିସେସ୍‌ ସହ ପ୍ରଥମ ହ୍ବାଇଟ୍‌ ଲେଭଲ ୟୁପିଆଇ ଏଟିଏମ୍‌ ବଜାରକୁ ଆଣିଛି। ଏହି ଏଟିଏମ୍‌ରୁ କାର୍ଡ ନ ଥାଇ ବି ଟଙ୍କା ବାହାର କରିବାର ସୁବିଧା ମିଳିବ। ଏଥିସହ…

ଗ୍ରୀନ କାର୍ଡ ଆଶାରେ ୪ ଲକ୍ଷରୁ ଅଧିକ ଭାରତୀୟଙ୍କ ଜୀବନ ଦୀପ ଲିଭିଯାଇପାରେ: ୧୧ ଲକ୍ଷରୁ ଅଧିକ ବ୍ୟାକଲଗ୍‌, ଶେଷ ପାଇଁ ଲାଗିବ ୧୩୪ ବର୍ଷରୁ ବେଶି…

ଓ୍ବାଶିଂଟନ,୬।୯ : ଆମେରିକାରେ ଲକ୍ଷ ଲକ୍ଷ ଭାରତୀୟ ଅଛନ୍ତି ଯେଉଁମାନେ ଗ୍ରୀନ କାର୍ଡ ପାଇବାକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଆଜିକାଲି ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଆମେରିକାରେ ଗ୍ରୀନ କାର୍ଡ ପାଇବାକୁ ଅପେକ୍ଷା କରୁଥିବାବେଳେ ଚାରି ଲକ୍ଷରୁ ଅଧିକ ଭାରତୀୟ…

କଂଗ୍ରେସର ୧୬ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ନିର୍ବାଚନ ସମିତିକୁ ନେଇ ଚର୍ଚ୍ଚା ଆରମ୍ଭ, ରାଜସ୍ଥାନର କୌଣସି ନେତା ହୋଇ ନାହାନ୍ତି ସାମିଲ

ନୂଆଦିଲ୍ଲୀ,୬।୯: ଶେଷରେ କଂଗ୍ରେସ ୧୬ ସଦସ୍ୟ ବିଶିଷ୍ଟ ସମିତିର ଘୋଷଣା କରିଛି, ଯାହା ଆଗାମୀ ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବ୍ୟବସ୍ଥା ଓ ନିର୍ଣ୍ଣୟ ଉପରେ ନଜର ରଖିବ, ହେଲେ ଏଥିରେ ରାଜସ୍ଥାନର  ଜଣେ ହେଲେ…

ଦର୍ଶକଙ୍କୁ କ୍ଷମା ମାଗିଲେ ଅଧିନାୟକ

କଲମ୍ବୋ,୬।୯: ୨୦୨୩ ଏସିଆ କପର ସୁପର-୪ରେ ସ୍ଥାନ ପାଇବାକୁ ଆଫଗାନିସ୍ତାନ ଦଳ ବଞ୍ଚିତ ହୋଇଛି। ଦଳକୁ ଶ୍ରୀଲଙ୍କା ବିପକ୍ଷ ଡୁ କିମ୍ବା ଡାଏ ମ୍ୟାଚ୍‌ରେ ୨ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଶ୍ରୀଲଙ୍କା ବିପକ୍ଷ ପରାଜୟ ପରେ ଆଫଗାନିସ୍ତାନ ଅଧିନାୟକ…

‘୭୨ ବର୍ଷ ବୟସରେ ଏତେ ଏନର୍ଜି, ଯୁବକ ବି ଲାଜେଇ ଯିବେ’, ଏମିତି ପ୍ରଶ୍ନର ଉତ୍ତର ଦେଲେ ମୋଦି

ନୂଆଦିଲ୍ଲୀ,୬।୯: ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କିଛି ମିଡିଆ ଗୋଷ୍ଠୀକୁ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ମନି କଣ୍ଟ୍ରୋଲ ସହିତ ଭାରତର ଜି -୨୦ ଏଜେଣ୍ଡା ଉପରେ କଥା ହୋଇଛନ୍ତି। ଏହି ସମୟରେ, ଏକ…

ସୁପର-୪ରେ ଶ୍ରୀଲଙ୍କାର ଦମ୍‌ଦାର ଏଣ୍ଟ୍ରି

ପାଲେକେଲ,୬।୯: ଏସିଆ କପ୍‌ର ସୁପର-୪ ଲାଗି ଯୋଗ୍ୟତା ଅର୍ଜନ କରିଛି ଶ୍ରୀଲଙ୍କା। ମଙ୍ଗଳବାର ଖେଳାଯାଇଥିବା ଅନ୍ତିମ ଗ୍ରୁପ ମ୍ୟାଚ୍‌ରେ ଦଳ ଆଫଗାନିସ୍ତାନକୁ ପରାଜିତ କରିଥିଲା। ଫଳରେ ଦଳ ୪ ପଏଣ୍ଟ ସହ ସୁପର-୪ରେ ଦମ୍‌ଦାର ଏଣ୍ଟ୍ରି କରିଛି। ସୂଚନାଯୋଗ୍ୟ, କୁଶାଲ ମେଣ୍ଡିସଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri