ପଦାରେ ପଡ଼ିଲା ରାଶନକାର୍ଡ ଅନିୟମିତତା

ନୟାଗଡ଼/ଓଡ଼ଗାଁ,୨ା୧୧(ଲୋକନାଥ ମିଶ୍ର/ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ଆଦର୍ଶ ପଞ୍ଚାୟତ ଭାବେ ରାଜ୍ୟସ୍ତରରେ ପୁରସ୍କୃତ କୁରାଳ ପଞ୍ଚାୟତରେ ରାଶନ କାର୍ଡ ପ୍ରଦାନରେ ଅନିୟମିତତା ଚର୍ଚ୍ଚାକୁ ଆସିଛି । ଏଠାରେ ସରପଞ୍ଚଙ୍କ ବାପା ପେନଶନଧାରୀ ହୋଇଥିଲେ ହେଁ ରାଶନକାର୍ଡ ହାତେଇ ନେବା ଘଟଣା ଅଭିଯୋଗ ହେବା ଓ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଜାତୀୟ ଖାଦ୍ୟ ନିରାପତ୍ତା ସୁରକ୍ଷା ପୋର୍ଟାଲରୁ କ୍ରମିକ ନଂ. ଡିଲିଟ୍‌ କରାଯାଇଛି। ରାଶନକାର୍ଡ କେଳୋଙ୍କାରୀର ତଦନ୍ତ କରିବାକୁ ଗଣମାଧ୍ୟମକୁ ବିବୃତ୍ତି ରଖିଥିବା ବ୍ଲକ ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ମଲିକ ଖାଦ୍ୟ ନିରାପତ୍ତା ସୁରକ୍ଷା ପୋର୍ଟାଲରୁ ରାଶନକାର୍ଡର କ୍ରମିକ ନମ୍ବର ଡିଲିଟ୍‌ କରିବାରେ ସହଯୋଗ କରି ସନ୍ଦେହ ଘେରକୁ ଆସିଛନ୍ତି । ଯଦି ଜାତୀୟ ଖାଦ୍ୟ ନିରାପତ୍ତା ସୁରକ୍ଷା ପୋର୍ଟାଲରୁ କ୍ରମିକ ନମ୍ବର ଡିଲିଟ କରାଗଲା ତେବେ ଜଣେ ପେନଶନଧାରୀଙ୍କୁ କାହିଁକି ରାଶନକାର୍ଡରେ ସାମିଲ କରାଯାଇଥିଲା। ବହୁ ଗରୀବ ଲୋକ ରାଶନ କାର୍ଡ ପାଇବାକୁ ଅପେକ୍ଷାରେ ଥିବାବେଳେ ସରକାରୀ ନିୟମକୁ ଅଣଦେଖା କରାଯାଇ କାହିଁକି ଜାଲିଆତି କରାଯାଇଛି ବୋଲି ପ୍ରଶ୍ନ ଉଠିଛି। ଅନ୍ୟପକ୍ଷେ ରାଶନକାର୍ଡରେ ଉଠିଥିବା ରାଶନ ଉପକରଣର ପ୍ରାପ୍ୟ କାହିଁକି ସରକାରଙ୍କୁ ଫେରସ୍ତ କରାଯାଇ ନାହିଁ ବୋଲି ଅନୁରୂପ ଭାବେ ପ୍ରଶ୍ନ କରାଯାଇଛି। ପୁଣି କାହିଁକି କେଶ କରାଯାଇ ନାହିଁ ବୋଲି କୁହାଯାଇଛି। ଏଭଳି ଅଭିଯୋଗ ପଦାକୁ ଆସିବା ପରେ କୁରାଳ ସରପଞ୍ଚ ସମାଲୋଚିତ ହୋଇଛନ୍ତି। ଜିଲା ଯୋଗାଣ ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
କିଛି ଦିନ ତଳେ ୧ ନମ୍ବର ଜିଲା ପରିଷଦ ସଦସ୍ୟା ଝିଲି ପ୍ରଧାନଙ୍କ ନାମରେ ରାଶନ କାର୍ଡ ରହିଥିବା ଅଭିଯୋଗ ହୋଇଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ତଦନ୍ତ ପୂର୍ବରୁ ରାଶନ କାର୍ଡ ବାତିଲ କରାଯାଇଥିବା କୁହାଯାଇଥିଲା ା ରାଶନ କାର୍ଡରେ ଜିଲା ପରିଷଦ ସଦସ୍ୟଙ୍କ ନଁା କାହିଁକି ଥିଲା, କେଉଁଥିପାଇଁ କଟିଲା ସେନେଇ କିଛି ଉତ୍ତର ମିଳିଲା ନାହିଁ । ବରଂ ମିଳିମଶି ଘଟଣାକୁ ଚାପିଦେଲେ ବୋଲି ଅଭିଯୋଗ ହୋଇଥିଲା। ସମ୍ପ୍ରତି କୁରାଳ ସରପଞ୍ଚ ବିଜନ ପାଇକରାୟଙ୍କ ପିତା ଦୁର୍ଗାଚରଣ ପାଇକରାୟଙ୍କ ନାମରେ କ୍ରମିକ ସଂଖ୍ୟା ୧୯୯୨ ରେ ୨୪୦୭୫୧୩୨୫୪ ନମ୍ବର ରାଶନ କାର୍ଡ ରହିଥିବା ଜାତୀୟ ଖାଦ୍ୟ ନିରାପତ୍ତା ସୁରକ୍ଷା ପୋର୍ଟାଲରୁ ଜଣାପଡିଥିଲା । ଗତ ଅକ୍ଟୋବର ୩୧ରେ ଏନେଇ ଅଭିଯୋଗ ହେବା, ଗଣମାଧ୍ୟମର ପ୍ରତିନିଧିମାନେ ବ୍ଲକ ଯୋଗାଣ ନିରୀକ୍ଷକଙ୍କ ମତାମତ ନେବା, ଖବର ଗଣମାଧ୍ୟମରେ ନଭେମ୍ବର ୧ରେ ପ୍ରକାଶ ପାଇବା ପରେ ହଟଚମଟ ସୃଷ୍ଟି ହୋଇଛି। ତେବେ ଜାତୀୟ ଖାଦ୍ୟ ନିରାପତ୍ତା ସୁରକ୍ଷା ପୋର୍ଟାଲରେ ସରପଞ୍ଚଙ୍କ ବାପାଙ୍କ ନାମ ଆଉ ନାହିଁ । ନାମ ବାଦ ପଡିବା ପରେ ୧୯୯୨ କ୍ରମିକ ନମ୍ବର ତଳ ହିତାଧିକାରୀଙ୍କ ନାମ ଓ କାର୍ଡ ସଂଖ୍ୟା ସ୍ଥାନ ପାଇଛି ।
ସମିତି ସଭ୍ୟା ଅନ୍ତୋଦୟ ହିତାଧିକାରୀ: କୁରାଳ ସମିତି ସଭ୍ୟା କନକ ପାତ୍ରଙ୍କ ସମେତ ତାଙ୍କ ପରିବାରର ୪ ଜଣ ସଦସ୍ୟଙ୍କ ନାମରେ କ୍ରମିକ ସଂଖ୍ୟା ୮୦୦ରେ ୨୪୦୭୧୫୧୧୧୧୧ ନମ୍ବରରେ ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ କାର୍ଡ ରହିଛି । ଏହି ପରିବାର ମାସିକ ୩୫ କେଜି ଚାଉଳ ନେଉଥିବା କୁହାଯାଉଛି । ସମିତି ସଭ୍ୟା ପାତ୍ର ତାଙ୍କ ନାମରେ ରାଶନ କାର୍ଡ ରହିଥିବା କଥା ସ୍ବୀକାର କରିଥିବା ବେଳେ ମୁଁ ଜଣେ ଯୋଗ୍ୟ ହିତାଧିକାରୀ ବୋଲି କହିଛନ୍ତି। ହେଲେ ସମିତି ସଭ୍ୟାଙ୍କ ଶାଶୁ ଘରର ଦୁଇଟି କୋଠା ଘର ଓ ଯାନବାହାନ ରହିଥିବା ଅଭିଯୋଗ ହୋଇଛି। ଘର ନ ଥିବା, ଖାଇବାକୁ ପାଉ ନ ଥିବା ବ୍ୟକ୍ତି ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ ହୋଇ ପାରୁ ନ ଥିବାବେଳେ ଲୋକ ପ୍ରତିନିଧି ବୋଲି କଣ ସମିତି ସଭ୍ୟାଙ୍କ ପାଇଁ ଅଲଗା ଆଇନ ବୋଲି ପ୍ରଶ୍ନ ଉଠିଛି । ଏନେଇ ଜିଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି କୁହନ୍ତି, କୁରାଳ ସରପଞ୍ଚଙ୍କ ବାପା ପେନଶନଧାରୀ ହୋଇଥିବାବେଳେ ସେ କିପରି ରାଶନ କାର୍ଡ ହାତେଇଲେ, କାହିଁକି ତାଙ୍କ ନଁା ଜାତୀୟ ଖାଦ୍ୟ ନିରାପତ୍ତା ସୁରକ୍ଷା ପୋର୍ଟାଲରୁ କ୍ରମିକ ନଂ. ଡିଲିଟ କରାଯାଇଛି ତଦନ୍ତ କରାଯିବ । ଅଯୋଗ୍ୟ ହିତାଧିକାରୀ ଜଣାପଡିଲେ ରାଶନ ସାମଗ୍ରୀ ନେଇଥିବା ସରକାରୀ ପ୍ରାପ୍ୟ ଆଦାୟ କରାଯିବ । ସମିତି ସଭ୍ୟାଙ୍କ କାର୍ଡ ର ମଧ୍ୟ ତଦନ୍ତ କରାଯିବ । ତଦନ୍ତ ଶେଷ ପରେ ପରବର୍ତ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?