ପ୍ରଦୂଷଣ ବଳୟରେ ଛଟପଟ ପଥଚାରୀ

ଯାଜପୁର,୨ା୧୧(ହର୍ଷବର୍ଦ୍ଧନ ବେହେରା) : ଜିଲା ପ୍ରଶାସନ ଏବଂ ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଆଗରେ ଜନସାଧାରଣଙ୍କ ସ୍ବାର୍ଥ କିପରି ବଳି ପଡେ ତାହାର ଜ୍ୱଳନ୍ତ ଉଦାହରଣ ମାନପୁର ବ୍ରିଜ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି। ଆର୍ଥିକ ଅଭିବୃଦ୍ଧିର ସ୍ବାଦ୍‌ କ’ଣ ଚାଖିବେ ଗତ ୨୦ ବର୍ଷ ମଧ୍ୟରେ ଶିଳ୍ପ କାରଖାନାର କଞ୍ଚାମାଲ ପରିବହନରୁ ସୃଷ୍ଟି ବାୟୁ ପ୍ରଦୂଷଣରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଲୋକେ ଛଟପଟ ହେଉଛନ୍ତି। ବିଶେଷକରି ମାନପୁର ବ୍ରିଜ୍‌ ଏବଂ ଏହାର ଉଭୟ ପାର୍ଶ୍ୱରେ ବାୟୁ ପ୍ରଦୂଷଣ ଉତ୍କଟ ହେଉଛି। ଏଥିରେ କଳିଙ୍ଗନଗର ଶିଳ୍ପ କାରଖାନା ଏବଂ ସୁକିନ୍ଦା ଖଣି ଅଞ୍ଚଳକୁ ଯାତାୟତ କରୁଥିବା ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମାନପୁର ବ୍ରିଜ୍‌ ପାର୍ଶ୍ୱରେ ବନ୍ଦ ପଡିଥିବା ମେସ୍କୋ ଷ୍ଟିଲ କାରଖାନାର ମୁଖ୍ୟ ଗେଟ୍‌ ସମ୍ମୁଖରେ ପ୍ରାୟ ଦେଢ ଫୁଟ୍‌ ଗଭୀର ପର୍ଯ୍ୟନ୍ତ ବାଲି, କୋଇଲା, ଜିପ୍‌ସନ ଆଦି ବିଷାକ୍ତ ଗୁଣ୍ଡ ପଡି ରହିଛି। ଏହି ରାସ୍ତାରେ ମେସ୍କୋ ସାଇଡିଂରୁ ମାନପୁର ବ୍ରିଜ୍‌ ଉପର ଦେଇ ମାଲ୍‌ ପରିବହନ ହେଉଥିବାରୁ ପ୍ରାୟ ୨୪ ଘଣ୍ଟା ଧୂଳି ଉଡୁଥିବା ଦେଖିବାକୁ ମିଳିଛି। ଏହି ବାୟୁ ପ୍ରଦୂଷଣ ସହ ମାନପୁର ବ୍ରିଜ୍‌ ଉପରେ ଶତାଧିକ ଖାଲ ଢିପ ଲୋକଙ୍କୁ ମରଣମୁହଁକୁ ଠେଲି ଦେଇଛି ବୋଲି ମତପ୍ରକାଶ ପାଇଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ସମସ୍ତ ନୀତିନିୟମକୁ ଉଲ୍ଳଂଘନ କରି ମାନପୁର ବ୍ରିଜ୍‌ ନିକଟସ୍ଥ କାରଖାନା ଏବଂ ରେଳୱେ ସାଇଡିଂ କର୍ତ୍ତୃପକ୍ଷଙ୍କ ମନମାନି ସାଧାରଣ ଲୋକଙ୍କୁ ଭୋଗିବାକୁ ପଡିଛି ା ପୂର୍ବରୁ ଏନେଇ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ, ହାଇକୋର୍ଟ, ମାନବାଧିକାର କମିଶନଙ୍କ ତାଗିଦା ମଧ୍ୟ ଏଯାଏ ଫଳପ୍ରଦ ହୋଇ ପାରିନାହିଁ। ଏହିକ୍ରମରେ ପ୍ରଦୂଷଣ ନିୟନ୍ତ୍ରଣ ଅଭାବରୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବାୟୁ, ଜଳ ଓ ଧୂଳିଧୁଆଁଜନିତ ପ୍ରଦୂଷଣରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ା କାରଖାନା ଏବଂ ରେଳୱେ ସାଇଡିଂରେ ଆକ୍ୟୁମ୍ସ ମେଶିନ ଠିକ୍‌ ଭାବେ କାର୍ଯ୍ୟକାରୀ ନ ହେବା, କ୍ଲିନର ବୈଷୟିକ ତ୍ରୁଟି, ଫିଲଟର ବ୍ୟାଗ୍‌ କାମ ନ କରିବା, ଇଏସ୍‌ପି ମେଶିନକୁ ନିୟମିତ ଭାବେ ଚଲା ନ ଯିବା, ନିୟମିତ ଭାବେ ରାସ୍ତାରେ ପାଣି ସିଞ୍ଚନ ନ କରିବା, ବାୟୁ ପ୍ରଦୂଷଣକୁ ରୋକିବାକୁ ଆବଶ୍ୟକ ଚାରା ରୋପଣ ନ ହେବା ଇତ୍ୟାଦି କାରଣରୁ ଏଭଳି ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମତପ୍ରକାଶ ପାଇଛି। ମେସ୍କୋ ରେଲୱେ ସାଇଡିଂରେ ଆଇନର ଉଲ୍ଲଂଘନ ପରିସ୍ଥିତିକୁ ଆହୁରି ଜଟିଳ କରୁଛି। ଏହି ବେଆଇନ କାର୍ଯ୍ୟ ଉପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଙ୍କୁଶ ଲଗାଇବା ପରିବର୍ତ୍ତେ ଓଲଟା ପ୍ରଦୂଷଣକାରୀଙ୍କ ସହାୟକ ହେଉଥିବାରୁ ଅକାଳରେ ଲୋକେ ମରଣ ମୁହଁକୁ ଠେଲି ହୋଇଯାଉଥିବା ଅଭିଯୋଗ ହୋଇଛି।
ଗତ ପ୍ରାୟ ୮ବର୍ଷ ହେଲା ଲୋକଙ୍କ ବିରୋଧ ଓ ଗ୍ରୀନ ଟ୍ରିବ୍ୟୁନାଲର ହସ୍ତକ୍ଷେପ ଯୋଗୁ ଯଖପୁରା ରେଳୱେ ସାଇଡିଂ ବନ୍ଦ ରହିଛି। କିନ୍ତୁ ଏବେ ମେସ୍କୋ ଷ୍ଟିଲ ଏବଂ ସୁକିନ୍ଦା ରେଲୱେ ସାଇଡିଂରେ କୋଇଲା, ଲୁହାପଥର, ଜିପସ୍‌ନ, ଡୋଲମାଇଟ, ପିଗ୍‌ ଆଇରନ ଆଦି ପରିବହନ ଯୋଗୁ ବାୟୁ ପ୍ରଦୂଷଣ ସୀମା ଲଂଘିଛି। ଅନ୍ୟପକ୍ଷେ ମାନପୁର ବ୍ରିଜ୍‌ ପାର୍ଶ୍ୱରେ ଦ୍ୱିତୀୟ ବ୍ରିଜ୍‌ ନିର୍ମାଣରେ କଚ୍ଛପ ଗତି ଲୋକଙ୍କୁ ଆହୁରି ବିପଦରେ ପକାଇଛି। କଳିଙ୍ଗନଗର ମୁଖ୍ୟ ରାସ୍ତାର ମାନପୁର ବ୍ରିଜ୍‌ ଦେଇ ଯାତାୟତ କରିବା ଏବେ ଲୋକଙ୍କ ପାଇଁ କଷ୍ଟକର ହୋଇ ପଡିଛି ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଦାନଗଦିରୁ ମାନପୁର ବ୍ରିଜ୍‌ ଅତିକ୍ରମ କରିବା ପରେ ବାମ ପାର୍ଶ୍ୱରେ ବାଇକ୍‌ ପାର୍କିଂ ରାସ୍ତାକୁ ଅତି ସଙ୍କୁଚିତ କରୁଥିବାରୁ ଯାତାୟତ ସହଜ ହୋଇ ପାରୁ ନ ଥିବା ଦେଖିବାକୁ ମିଳିଛି।
ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ ମାନପୁର ବ୍ରିଜ୍‌ରେ ବାୟୁ ପ୍ରଦୂଷଣକୁ ସ୍ବୀକାର କରି କହିଛନ୍ତି ଏହାକୁ ରୋକିବାକୁ ଜେସିଡିଏ(ଯାଜପୁର କ୍ଲଷ୍ଟର ଡେଭଲପମେଣ୍ଟ ଅଥରିଟି)କୁ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ଏକ ସମନ୍ବିତ ଯୋଜନା ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri