ସଜେଇ ହେଉଛି ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ

ଗଣିଆ,୨ା୧୧(ସନ୍ତୋଷ କୁମାର ପ୍ରଧାନ) ପ୍ରତିବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧୫ରୁ ଖୋଲିବ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟର ବାଲୁକା ଟେଣ୍ଟ। ଏ ନେଇ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ପରିଚାଳନା କମିଟି ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପର୍ଯ୍ୟଟନ କେନ୍ଦ୍ରରେ ବିଗତ ଦିନରେ କ୍ୟାନପି ୱାକ ମୁଖ୍ୟ ଆକର୍ଷଣ ପାଲଟିଥିବା ବେଳେ ଚଳିତ ବର୍ଷ ଶଗଡ଼ଗାଡ଼ି ପର୍ଯ୍ୟଟକଙ୍କ ପାଇଁ ସେଲ୍‌ଫି ପଏଣ୍ଟ ପାଲଟିବ ବୋଲି ପରିଚାଳନା କମିଟି ତରଫରୁ ସୂଚନା ମିଳିଛି।
ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ନୟାଗଡ଼ ଜିଲା ଗଣିଆ ବ୍ଲକ ସାଉଥ୍‌ ବଡ଼ମୂଳ ମଙ୍ଗାନାସୀଠାରେ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ଅନ୍ୟତମ। ପ୍ରତିବର୍ଷ ଭଳି ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ସଜେଇ ହେଉଛି। ମହାନଦୀର ବାଲୁକା ଶଯ୍ୟାରେ ଲାଗୁଥିବା ବାଲୁକା ଟେଣ୍ଟଗୁଡିକର ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ଚଳିତ ମାସ ୧୫ରେ ଏହାର ଶୁଭ ଉଦ୍‌ଘାଟନ କରାଯିବା ପାଇଁ ସ୍ଥିର ହୋଇଥିବା ମୁଦୁଲିଗାଡିଆ ମା’ସାତଭଉଣୀ ପର୍ଯ୍ୟଟନ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ପୂର୍ବବର୍ଷ ପରି ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଉପରେ ଚଳିତ ବର୍ଷ ୧୬ଟି ଅଣ ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯିବ। ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ୍ରମେ ଆବଶ୍ୟକସ୍ଥଳେ ଟେଣ୍ଟ ସଂଖ୍ୟାକୁ ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି। ସାତକୋଶିଆ ଗଣ୍ଡକୁ ଲାଗି ରହିଥିବା ଏହି ପର୍ଯ୍ୟଟନସ୍ଥଳୀ ନିକଟରେ ମହାନଦୀର ନୀଳ ଜଳରାଶି ଉପରେ ବୋଟିଂର ମଜା ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିବ। ସେହିପରି ପିଲାଙ୍କ ପାଇଁ ଖେଳଣା ପାର୍କ, ଦୋଳି, ପର୍ଯ୍ୟଟକଙ୍କ ପାଇଁ ଭଲି, ବ୍ୟାଡ୍‌ମିଣ୍ଟନ, ସାଇକେଲିଂ, ଜଙ୍ଗଲ ଟ୍ରାକିଂ, ରୋପ୍‌ ୱେ, ଲାଇବ୍ରେରି, ବୋଟିଂ, କ୍ୟାମ୍ପ ଫାୟାର ଓ ମନୋରଞ୍ଜନ ପାଇଁ ଲୋକକଳା ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା ଥିବାରୁ ବର୍ଷସାରା ଦେଶ ବିଦେଶରୁ ବହୁ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହେଉଛି। ପର୍ଯ୍ୟଟନ ଋତୁରେ ବାଲୁକା ଶଯ୍ୟାରେ ଅସ୍ଥାୟୀ ଟେଣ୍ଟ ବ୍ୟତୀତ ମଙ୍ଗାନାସୀ ପାହାଡ଼ରେ ୩ଟି ଶୀତତାପ ନିୟନ୍ତ୍ରିତ କଟେଜ ଓ ପାହାଡ଼ ପାଦଦେଶରେ ୪ଟି ଶୀତତାପ ନିୟନ୍ତ୍ରିତ ଟେଣ୍ଟ ବର୍ଷ ତମାମ ପର୍ଯ୍ୟଟକଙ୍କ ପାଇଁ ରହିଛି। ତେବେ ପ୍ରକୃତିରାଣୀ କୋଳରେ ଜୈବ ବିବିଧତାର ଗନ୍ତାଘର ପାଲଟିଥିବା ସାତକୋଶିଆ ଗଣ୍ଡରେ ରଙ୍ଗବେରଙ୍ଗର ଦେଶୀୟ ଓ ବିଦେଶୀ ପକ୍ଷୀଙ୍କୁ ସମାଗମ ଦେଖି ପର୍ଯ୍ୟଟକମାନେ ଖୁସି ହେବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମଜା ଉଠାଇ ଥାଆନ୍ତି। ସେଥିପାଇଁ ବହୁ ପ୍ରକୃତିପ୍ରେମୀଙ୍କ ସେଠାକୁ ଆଗମନ ହୋଇଥାଏ।
ସେହିପରି ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ମଙ୍ଗାନାସୀ, ବଡମୂଳ ଆଦି ସ୍ଥାନରେ ବଣଭୋଜି ପାଇଁ ଧୀରେ ଧୀରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଲାଣି। ପର୍ଯ୍ୟଟକଙ୍କୁ ବଣଭୋଜି ପାଇଁ ବଡମୂଳଠାରେ ପିଣ୍ଡି ନିର୍ମାଣ କରାଯିବା ସହ ବଡମୂଳ ଓ ମାଳିସାହି ୨ଟି ସ୍ଥାନରେ ବୋଟିଂ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri