କହ୍ନେୟା କୁମାରଙ୍କ କାର୍କୁ ଆକ୍ରମଣ
ନୂଆଦିଲ୍ଲୀ,୬ା୨: ସିପିଆଇ ନେତା କହ୍ନେୟା କୁମାରଙ୍କ ଉପରେ ବିହାରରେ ବୁଧବାର ଟେକାମାଡ଼ ହୋଇଛି। ପାଟନାରୁ ୨୫୦ କି.ମି. ଦୂର ସୁପାଉଲଠାରେ ସେ କାର୍ରେ ଯାଉଥିବାବେଳେ କେତେଜଣ ବ୍ୟକ୍ତି ଆକ୍ରମଣ କରିଥିଲେ। ଜେଏନ୍ୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର ସୁପାଉଲରୁ…
କେ. ପରାଶରନ୍ ହେବେ ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ
ନୂଆଦିଲ୍ଲୀ/ଲକ୍ଷ୍ନୌ,୬ା୨: ରାମ ଜନ୍ମଭୂମି-ବାବ୍ରୀ ମସ୍ଜିଦ ବିବାଦ ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରିଥିବା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ କେ. ପରାଶରନ୍ (୯୨) ରାମ ମନ୍ଦିର ନିର୍ମାଣ ପାଇଁ ଗଠନ ହେବାକୁ ଯାଉଥିବା ଟ୍ରଷ୍ଟର ମୁଖ୍ୟ ହେବେ ବୋଲି ଜଣାପଡିଛି। ଶ୍ରୀରାମ ଜନ୍ମଭୂମି…
ଡ୍ରୋନ୍ ବିକ୍ରି ପାଇଁ ହାଲ୍-ଇସ୍ରାଏଲ କମ୍ପାନୀ ଏମ୍ଓୟୁ
ଲକ୍ଷ୍ନୌ,୬ା୨(ଆଇଏଏନ୍ଏସ୍): ଡ୍ରୋନ୍ ନିର୍ମାଣ ଓ ବିକ୍ରି ଲାଗି ରାଷ୍ଟ୍ରାୟତ୍ତ ଏରୋସ୍ପେସ୍ ଓ ପ୍ରତିରକ୍ଷା କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍(ହାଲ୍) ଇସ୍ରାଏଲର ଏକ କମ୍ପାନୀ ସହ ବୁଝାମଣାପତ୍ର (ଏମ୍ଓ) ସ୍ବାକ୍ଷର କରିଛି। ଡିଫେନ୍ସ ଏକ୍ସପୋ ୨୦୨୦ ଅବସରରେ ବୁଧବାର ହାଲ୍ ଇସ୍ରାଏଲ୍ ଏରୋସ୍ପେସ୍…
୫ ବିଲିୟନ ଡଲାର ପ୍ରତିରକ୍ଷା ରପ୍ତାନି ଲକ୍ଷ୍ୟ
ଲକ୍ଷ୍ନୌ,୬ା୨(ପି.ଟି.): ଆଗାମୀ ୫ ବର୍ଷରେ ପ୍ରତିରକ୍ଷା ରପ୍ତାନି ୫ ବିଲିୟନ ଡଲାର (ପାଖାପାଖି ୩୫ ହଜାର କୋଟି ଟଙ୍କା)ରେ ପହଞ୍ଚାଇବା ପାଇଁ ଭାରତ ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି ଏବଂ ଏଠାରେ ଶିଳ୍ପ…
ମହାଭିଯୋଗ ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ
ଓ୍ବାଶିଂଟନ,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଶେଷରେ ଖାରଜ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ସିନେଟରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଛି। ଟ୍ରମ୍ପଙ୍କ ନାଁ କ୍ଷମତାର ଦୁରୁପଯୋଗ ମହାଭିଯୋଗ ହୋଇଥିଲା। ସିନେଟରେ ତାଙ୍କ ଦଳୀୟ ଏମ୍ପିମାନେ (ରିପବ୍ଲିକାନ…
ଓଡ଼ିଶାକୁ ରେଳ ଅନୁଦାନ ହ୍ରାସ
ଭୁବନେଶ୍ୱର,୬ା୨: ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪,୩୭୩ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏହା ଗତ ବର୍ଷ ବ୍ୟୟ ବରାଦଠାରୁ ୨୨୦ କୋଟି ଟଙ୍କା କମ୍ ରହିଛି। ପୂର୍ବତଟ ରେଳପଥ ଲାଗି…
ନିଯୁକ୍ତି ବ୍ୟବସ୍ଥାରେ ସ୍ବଚ୍ଛତା ପ୍ରୟାସ: ଓପିଏସ୍ସି ଆରମ୍ଭ କଲା ୱେବ୍ପୋର୍ଟାଲ
କଟକ ଅଫିସ୍, ୬ା୨: ସରକାରୀ ପଦ ପଦବୀ ଲାଗି ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଦିଗରେ ପଦକ୍ଷେପ ନେଇଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି)। ବୁଧବାର ଓପିଏସ୍ସି ପକ୍ଷରୁ ଅତ୍ୟାଧୁନିକ ୱେବ୍ପୋର୍ଟାଲ ବା କମ୍ପ୍ରେହେନ୍ସିଭ୍ ସିଲେକ୍ସନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ସିଏସ୍ଏମ୍ଏସ୍) ଆରମ୍ଭ…
ଆର୍ଆଇ ଅଫିସ ଖାଲି ଯୋଗୁ ଲୋକେ ହନ୍ତସନ୍ତ
ପୁରୁଣା ଭୁବନେଶ୍ୱର,୬ା୨(ଡି.ଏନ.ଏ.): ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଓ ଜମି ଅଧିଗ୍ରହଣ ନେଇ ମାପଚୁପ ଚାଲିଛି। ଅନ୍ୟ ଅଧିକାରୀଙ୍କ ସହ ରାଜସ୍ବ ନିରୀକ୍ଷକ ପ୍ରତ୍ୟକ୍ଷ ଭାବେ ଏଠାରେ ଉପସ୍ଥିତ ରହୁ ଥିବାରୁ ସାଧାରଣ ଲୋକ ବହୁ ଅସୁବିଧାର…
ଏବେ ଯିବନି ‘ସୁନ୍ଦରୀ’
ଭୁବନେଶ୍ୱର,୬ା୨(ବ୍ୟୁରୋ)/ ବନ୍ତଳା(ଡି.ଏନ୍.ଏ) – ଓଡ଼ିଶାରୁ ଏବେ ଯିବ ନାହିଁ ବାଘୁଣୀ ‘ସୁନ୍ଦରୀ’। ସାତକୋଶିଆରେ ଥିବା ସୁନ୍ଦରୀ ବର୍ତ୍ତମାନ ମଧ୍ୟପ୍ରଦେଶର ‘କାହ୍ନା’ ଅଭୟାରଣ୍ୟକୁ ଯିବନି। କାହ୍ନା ଅଭୟାରଣ୍ୟ ଘୋରେଲାରେ ଏବେ ୨ ବାଘ ଅଛନ୍ତି। ସେଠାରେ ସୁନ୍ଦରୀକୁ ଛାଡ଼ିବାର ଥିଲା। କିନ୍ତୁ ଦୁଇଟି…
ବିଦ୍ୟୁତ ବିଲ୍ ବକେୟା ୧୬୭ କୋଟି
ଜୟପୁର,୬ା୨(ନି.ପ୍ର.) କୋରାପୁଟ ଜିଲା ଅଧୀନ ଜୟପୁର ଉପଖଣ୍ଡରେ ୯୬ କୋଟି ଓ କୋରାପୁଟ ଉପଖଣ୍ଡରେ ୭୦ କୋଟି ଟଙ୍କାର ବିଦ୍ୟୁତ ବକେୟା ପଡ଼ିଛି। ୧୫ ତାରିଖ ସୁଦ୍ଧା ବକେୟା ବିଲ୍ ଜମା କରିବା ପାଇଁ ସମୟ ଦେଇଛି ସାଉଥ୍କୋ। ପ୍ରଚାର ଗାଡ଼ି…
ଇଣ୍ଡିଆ ଗେଟ୍ରେ ପରିବେଶ ପାଇଁ ସଚେତନ କଲେ କପିଳ
ଭୁବନେଶ୍ୱର, ୬ା୨ (ବ୍ୟୁରୋ): ପେଟ୍ରୋଲ, ଡିଜେଲ ଚାଳିତ ଗାଡ଼ିମୋଟରର ବ୍ୟାପକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବଢ଼ି ଚାଲିଛି। ବିଶେଷକରି ନୂଆଦିଲ୍ଲୀର ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା ହ୍ରାସ ପାଇବା ସହ ଓଜୋନସ୍ତର ବଢ଼ିବାରେ ଲାଗିଛି। ପ୍ରଦୂଷଣ ବଳୟର ଅନ୍ଧକାରରେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି…
୩ ଦିନରେ ୧୦ ମଣ୍ଡପ ସିଲ୍, ୭୦ ହଜାର ଜରିମାନା
ଭୁବନେଶ୍ୱର, ୬ା୨(ବ୍ୟୁରୋ): ବିନା ବିଲ୍ଡିଂ ପ୍ଲାନ୍ ଅନୁମୋଦନରେ କୋଠା ର୍ନିମାଣ, ବିନା ଟ୍ରେଡ୍ ଲାଇସେନ୍ସରେ ବ୍ୟବସାୟ, ହୋଲ୍ଡିଂ ଟିକସ ଫାଙ୍କି, ପାର୍କିଂ ସୁବିଧା ନ ଥିବା କଲ୍ୟାଣ ମଣ୍ଡପ ଓ ବିବାହ ମଣ୍ଡପକୁ ବିଏମ୍ସିି ପକ୍ଷରୁ ସିଲ୍ ପ୍ରକ୍ରିୟା ଜାରି ରହିଛି।…
Archives


