ମଧ୍ୟାହ୍ନଭୋଜନ ଭାତରେ ପୋକ

ରୂପ୍‌ସା, ୧।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ୟୁଜିଏମ୍‌ଇ ସ୍କୁଲରେ ଶନିବାର ଉତ୍ତେଜନା ଦେଖାଦେଇଛି। ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ଦିଆଯାଇଥିବା ଭାତରେ ପୋକ ଥିବାରୁ ଅଭିଭାବକମାନେ ସ୍କୁଲରେ ପହଞ୍ଚତ୍ ହୋହଲ୍ଲା କରିଛନ୍ତି। ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତାକୁ ବିରୋଧ କରି ତାଙ୍କୁ ଅଫିସ୍‌ ଭିତରେ ୫ଘଣ୍ଟା ଅଟକ ରଖାଯାଇଥିଲା। ଘଟଣାସ୍ଥଳରେ ରୂପ୍‌ସା ଥାନା ଏଏସ୍‌ଆଇ ହେମନ୍ତ କୁମାର ଦେବ, ସିଆରସିସି ଅନିଲ କୁମାର ପାତ୍ର, ମ୍ୟାନେଜମେଣ୍ଟ କମିଟି ସଭାପତି ୟୁସୁଫ ଖାନ ପ୍ରମୁଖ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଅପରାହ୍ନ ସାଢ଼େ ୩ଟାରେ ପ୍ରଧାନଶିକ୍ଷକ ମୁକୁଳିଥିଲେ। ଅଭିଯୋଗ ମୁତାବକ ସମସ୍ୟାର ସମାଧାନ ଦିଗରେ ଶୀଘ୍ର ବିଭାଗୀୟ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
ଶନିବାର ସକାଳୁଆ ସ୍କୁଲ ଥିଲା। ପୂର୍ବାହ୍ନ ୧୦ଟାରେ ପିଲାଙ୍କୁ ମଧ୍ୟାହ୍ନଭୋଜନ ଖାଇବାକୁ ଦିଆଯାଇଥିଲା। ହେଲେ ଛାତ୍ରୀଛାତ୍ର ପୋକରା ଚାଉଳ ଭାତ ଖାଉଥିବା ଜାଣିପାରି ଅଭିଭାବକ ଜାହିଦ୍‌ ବକ୍ସ, ମଣି ସିଂ, ଚମ୍ପା ବିନ୍ଧାଣୀ, ସର୍ପରାଜ ଖାନ, ପରମାନନ୍ଦ ସିଂ, ଜୀବନ ସିଂ, ଗୌରୀ ମଢୁଆଳ, ଶ୍ରୀକାନ୍ତ ସିଂଙ୍କ ସମେତ ଅନ୍ୟମାନେ ସ୍କୁଲରେ ପହଞ୍ଚତ୍ ଏହାକୁ ବିରୋଧ କରିଥିଲେ। ଛାତ୍ରୀଛାତ୍ରଙ୍କୁ ଦୀର୍ଘଦିନ ଧରି ପୋକରା ଚାଉଳର ଭାତ ଦିଆଯାଉଥିବା ପ୍ରଧାନଶିକ୍ଷକଙ୍କୁ ପୂର୍ବରୁ ଅବଗତ କରାଯାଇଥିଲେ ହେଁ ଏହାର ପୁନରାବୃତ୍ତି ଘଟୁଥିବାରୁ ତାଙ୍କୁ ଅଟକ ରଖି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଫଳରେ ଅନ୍ୟ ଶିକ୍ଷକ ଓ କର୍ମଚାରୀମାନେ ସ୍କୁଲରେ ଅଟକ ରହିଥିଲେ। ବିଦ୍ୟାଳୟ ନଳକୂପରୁ ପାଣି ବାହାରୁ ନ ଥିବାରୁ ସ୍କୁଲ ସମୟରେ ଛାତ୍ରୀଛାତ୍ରଙ୍କୁ ବାହାରକୁ ପାଣି ଆଣିବା ଓ ମାର୍କେଟିଂ ପାଇଁ ପଠାଇବା ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତା ବୋଲି ସିଆର୍‌ସିସିଙ୍କଠାରେ ଅଭିଯୋଗ ହୋଇଥିଲା। ଏହାଛଡ଼ା ଗତ ୨୭ତାରିଖ ଅପରାହ୍ନ ୨ଟା ୨୦ମିନିଟ୍‌ରେ ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବା ଘଟଣା ମଧ୍ୟ ସିଆର୍‌ସିସିଙ୍କୁ ଅବଗତ କରାଯାଇଥିଲା। ବିଦ୍ୟାଳୟ ହତା ପରିଷ୍କାର ପରିଚ୍ଛନ୍ନ କରା ନ ଯିବା, ପାଣି ଟାଙ୍କି ବ୍ୟବହାର ଉପଯୋଗୀ ନ ଥିବାରୁ ଉତ୍ତେଜନା ଦେଖାଦେଇଥିଲା। ପ୍ରଧାନଶିକ୍ଷକଙ୍କ ସମେତ ଦୀର୍ଘଦିନ ଧରି ରହିଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତୁରନ୍ତ ବଦଳି ଦାବି ହୋଇଥିଲା। ସିଆର୍‌ସିସି ପାତ୍ର ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାର୍ଚ୍ଚ ୧୨ ତାରିଖରେ ଅଭିଭାବକ ବୈଠକ ଡକାଯାଇ ସମସ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା ପୂର୍ବକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ଘୋଷଣା କରିବା ପରେ ଅପରାହ୍ନ ସାଢ଼େ ୩ଟାରେ ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକମାନେ ଘରକୁ ଯାଇଥିଲେ। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ରମେଶ ସିଂଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ପୋକରା ଚାଉଳ ପାଛୁଡ଼ି ରୋଷେଇ କରିବା ପାଇଁ ମୁଁ ରୋଷେୟାଙ୍କୁ କହିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri