Home

ଧାର୍ଯ୍ୟ ସମୟ ପୂର୍ବରୁ ମଣ୍ଡିରେ ଧାନକିଣା ବନ୍ଦ କରାଯାଉଛି: କଂଗ୍ରେସ

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ଅଭାବୀ ଧାନବିକ୍ରି ଦ୍ୱାରା ଚାଷୀକୁଳ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ମିଲର୍ସ ଓ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ମଣ୍ଡିରୁ ଧାନ ଉଠୁନାହିଁ। ଅନ୍ୟପକ୍ଷରେ ଅଦିନିଆ ବର୍ଷାରେ ମଣ୍ଡିରେ ଧାନ ଭିଜୁଛି। ବର୍ଷାରେ ଧାନର ମାନ ଓ…

ମେହବୁବାଙ୍କ ଅଟକକୁ ନେଇ ଜମ୍ମୁ-କଶ୍ମୀର ପ୍ରଶାସନକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୭ା୨(ଆଇଏଏନ୍‌ଏସ୍‌): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକକୁ ନେଇ ସୁପ୍ରିମକୋର୍ଟ ବୁଧବାର ଜମ୍ମୁ-କଶ୍ମୀର ପ୍ରଶାସନକୁ ନୋଟିସ ଜାରି କରିଛନ୍ତି। ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ)ରେ ମେହବୁବାଙ୍କ ଅଟକକୁ ତାଙ୍କ ଝିଅ ଇଲତିଜା ମୁଫ୍‌ତି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।…

୩ ଭାଜପା ନେତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କର: ହାଇକୋର୍ଟ

ନୂଆଦିଲ୍ଲୀ,୨୭ା୨(ପି.ଟି.): ଯେଉଁ ୩ ଭାଜପା ନେତାଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ଯୋଗୁ ସିଏଏ ହିଂସା ଜୋରଦାର ହେଲା ବୋଲି କୁହାଯାଉଛି, ସେମାନଙ୍କ ବିରୋଧରେ କ’ଣ ପାଇଁ ଏତଲା ଦାଏର ହୋଇନି ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ପୋଲିସକୁ ପ୍ରଶ୍ନ କରିଛନ୍ତି। ଏତଲା ଦାଏର…

ରାସ୍ତା, ପାଣି ପାଇଁ ହୀନସ୍ତା

ବଅଁରପାଳ, ୨୭ା୨(ଡି.ଏନ.ଏ.) – ପାନୀୟଜଳଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସୁବିଧାରୁ ବଞ୍ଚିତ ଅନୁଗୋଳ ଜିଲା ବଅଁରପାଳ ବ୍ଳକ ବଳରାମପ୍ରସାଦ ଆଶପଣ୍ଡ ନିକଟରେ ଥିବା ଲକ୍ଷ୍ମଣପୁର ଗ୍ରାମବାସୀ। ୬ ଶହରୁ ଊର୍ଦ୍ଧ୍ୱ ଲୋକ ବାସ କରୁଥିବା ଏହି ଗ୍ରାମ ସମସ୍ୟା…

ପଦବୀ ପାଇଁ ଚାଲିଛି ଅଙ୍କକଷା

ଅନୁଗୋଳ ଅଫିସ, ୨୭।୨ – ଅନୁଗୋଳ ପୌରପାଳିକାରେ ଖାଲି ପଡ଼ିଥିବା ବିଭିନ୍ନ ପଦପଦବୀକୁ ନେଇ ଏବେ କର୍ମଚାରୀଙ୍କ ମଧ୍ୟରେ ଚାଲିଛି ଅଙ୍କକଷା। ଘଣ୍ଟାକୁ ଘଣ୍ଟା ସେମାନେ ମେଳି ବାନ୍ଧି କାହାକୁ କେଉଁ ଚୌକି ମିଳିବ ସେ ସମ୍ପର୍କରେ ଆଲୋଚନା କରୁଛନ୍ତି। ଗତ…

‘ସେମାନେ ମୋତେ ଆତଙ୍କବାଦୀ କହୁଛନ୍ତି’

ନୂଆଦିଲ୍ଲୀ, ୨୭ା୨: ଦିଲ୍ଲୀ ପୋଲିସକୁ ୩ ଦିନ ସମୟ ଦେଇ ସିଏଏ ବିକ୍ଷୋଭକାରୀଙ୍କୁ ହଟାଅ ନ ହେଲେ ସେମାନେ ପରିଣାମ ଭୋଗିବେ ବୋଲି କହିଥିବା ଭାଜପା ନେତା କପିଲ ମିଶ୍ର ପୁଣି ବୁଧବାର ହିନ୍ଦୀରେ ଏକ ଟୁଇଟ କରି ସେମାନେ ମୋତେ…

କେଜ୍‌ରିଓ୍ବାଲ କହିଲେ ବାହାର ଲୋକ କାମ

ନୂଆଦିଲ୍ଲୀ,୨୭ା୨: ଉତ୍ତର-ପୂର୍ବ ଦିଲ୍ଲୀରେ ଦିଲ୍ଲୀବାସୀ ହିଂସା ଭିଆଇନାହାନ୍ତି। ସେମାନେ ଶାନ୍ତି ଚାହାନ୍ତି। ଯାହାକିଛି ଘଟିଛି ସେଥିରେ ‘ଆମ୍‌ ଆଦ୍‌ମୀ’ଙ୍କ ଭୂମିକା ନାହିଁ, ଏହା ପଛରେ ବାହାର ଲୋକଙ୍କ ହାତ ରହିଛି। ଅସାମାଜିକ ତତ୍ତ୍ୱ, ରାଜନୈତିକ ଓ ବାହାର ଲୋକ ଏପରି କରିଛନ୍ତି।…

ଆଗ୍ରହୀ ମହିଳା ସରୋଗେଟ ମାଆ ହୋଇପାରିବେ

ନୂଆଦିଲ୍ଲୀ,୨୭ା୨: ଏଣିକି କେବଳ ସମ୍ପର୍କୀୟା ନୁହନ୍ତି, ଯେକୌଣସି ଆଗ୍ରହୀ ମହିଳା ସରୋଗେଟ ମାଆ ହୋଇପାରିବେ। କେନ୍ଦ୍ର କ୍ୟାବିନେଟ ବୁଧବାର ସରୋଗେସୀ(ରେଗୁଲେଶନ) ବିଲ୍‌, ୨୦୨୦କୁ ଅନୁମୋଦନ କରିଛି। ଏହି ସେବାକୁ ନିୟନ୍ତ୍ରଣ କରିବା ଲାଗି ଅଣାଯାଇଥିବା ବିଧେୟକ ଅନୁଯାୟୀ ଆଗ୍ରହୀ ବିଧବା ଓ…

ସରକାରୀ କାର୍ଯ୍ୟରେ ପାରିଶ୍ରମିକ ପାଇ ନ ଥିବା ଡ୍ରାଇଭରଙ୍କ ଧାରଣା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ନିର୍ବାଚନ, ଭିଭିଆଇପିଙ୍କ ସୁରକ୍ଷା ଓ କାରକେଡ୍‌ ଭଳି ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଘରୋଇ ଗାଡ଼ିକୁ ନିୟୋଜିତ କରାଯାଉଛି। ଏଥିନିମନ୍ତେ ଆରଟିଓ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଘରୋଇ ଗାଡ଼ିକୁ କିଛିଦିନ ପାଇଁ ଅଧିଗ୍ରହଣ କରାଯାଉଛି। ନିୟୋଜିତ…

ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୭ା୨(ପି.ଟି.): ଉତ୍ତରପୂର୍ବ ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ରୋକିବାରେ ବିଫଳ ହୋଇଥିବା ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟ ବୁଧବାର ଭର୍ତ୍ସନା କରିଛନ୍ତି। ଏହି ହିଂସାରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ସିଏଏ ଦଙ୍ଗାକୁ ନେଇ ହୋଇଥିବା ଆବେଦନ ଉପରେ…

ଲାଗିଲା ମମତା ବିରୋଧୀ ପୋଷ୍ଟର

ପୁରୀ ଅଫିସ,୨୭ା୨: ନାଗରିକତ୍ୱ ସଂଶୋଧିତ ଆଇନ (ସିଏଏ)କୁ ନେଇ ସାରା ଦେଶରେ ଏବେ ବିରୋଧ ଚାଲିଛି। ବିଶେଷ କରି ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ଉଗ୍ରରୂପ ନେଇଥିବାବେଳେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଛକାପଞ୍ଛା ଚାଲିଛି। ତେବେ ବୁଧବାର ପଶ୍ଚିମବଙ୍ଗ…

ସିଏଏରୁ ସାମ୍ପ୍ରଦାୟିକ ହିଂସା

ନୂଆଦିଲ୍ଲୀ,୨୭ା୨: କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଆରମ୍ଭରୁ ବିବାଦ ଲାଗିରହିଛି। ବିବାଦୀୟ ଆଇନକୁ ନେଇ ବିରୋଧ ଏବେ ସାମ୍ପ୍ରଦାୟିକ ଦଙ୍ଗାରେ ପରିଣତ ହୋଇଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏ ସଂକ୍ରାନ୍ତ ବିଲ୍‌କୁ ୨୦୧୯ ଡିସେମ୍ବର ୧୦ରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?