ଆଇକାର୍ଡ଼ା ପକ୍ଷରୁ କ୍ଷେତ୍ର ପରିଦର୍ଶନ

ବାଲେଶ୍ୱର ଅଫିସ,୨୯।୨- ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ଏବଂ ଅନ୍ତରାଷ୍ଟ୍ରୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା ସଂସ୍ଥା(ଆଇକାର୍ଡ଼ା) ନୂଆଦିଲ୍ଲୀ ଦ୍ୱାରା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ କରାଯାଉଥିବା କଣ୍ଟାବିହୀନ ନାଗଫେଣୀ ଏବଂ ଡାଲି ଜାତୀୟ ଫସଲର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରାଯାଇଛି। ଆଇକାର୍ଡ଼ାର ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ଆଞ୍ଚଳିକ ସଂଯୋଜକ ଡ. ଆଶୁତୋଷ ସର୍କାର ଏବଂ ଜୋର୍ଡ଼ାନ ଦେଶରୁ ଆସିଥିବା ଆନ୍ତର୍ଜାତିକ ନାଗଫେଣୀ ବିଶେଷଜ୍ଞ ଡ. ସସାନ ହୁସେନଙ୍କ ସମେତ ଆଇକାର୍ଡ଼ାର ରାଜ୍ୟ ପ୍ରତିନିଧି ଶନିବାର ବାଲେଶ୍ୱର ଜିଲାର ନୀଳଗିରି, ଔପଦା, ଜଳେଶ୍ୱର ଏବଂ ବାଲିଆପାଳ ବ୍ଲକର ବିଭିନ୍ନ କ୍ଷେତ୍ରମାନ ପରିଦର୍ଶନ କରିଥିଲେ। ବିଭିନ୍ନ ଅଞ୍ଚଳରେ ଏହି ଟିମ୍‌କୁ ସଂସ୍ଥା ଦ୍ୱାରା ପରିଚାଳିତ ଗ୍ରାମ୍ୟ କୃଷକ କମିଟି, ଗ୍ରାମ୍ୟ ବିହନ ଭଣ୍ଡାରର ସଦସ୍ୟାସଦସ୍ୟମାନଙ୍କ ଦ୍ୱାରା ପାରମ୍ପରିକ ରୀତିରେ ସ୍ବାଗତ କରାଯାଇଥିଲା। ଆଇକାର୍ଡ଼ାର କ୍ଷେତ୍ର ପରାମର୍ଶଦାତା ପ୍ରଶାନ୍ତ କୁମାର ପଟେଲଙ୍କ ତତ୍ତ୍ୱାବଧାନରେ ଜିଲା ସଂଯୋଜକ ଏବଂ କ୍ଷେତ୍ର ସହାୟକମାନଙ୍କ ସହାୟତାରେ ଦିବସବ୍ୟାପୀ ବିଭିନ୍ନ କ୍ଷେତ୍ରରେ ଆୟୋଜନ କରାଯାଇ ପରୀକ୍ଷାମୂଳକ ଚାଷ ଭାବରେ ଆରମ୍ଭ ହୋଇଥିବା କଣ୍ଟାବିହୀନ ନାଗଫେଣୀ ଏବଂ ଖେସାରୀ ଫସଲ ବାବଦରେ ଆଲୋଚନା କରିଥିଲେ। ଅନୁର୍ବର ପାହାଡ଼ିଆ ପତିତ ଜମିରେ ଏହାକୁ ଚାଷ କରାଯାଉଥିବା ବେଳେ ଏଥିରେ ଜଳସେଚନର ଆବଶ୍ୟକତା ପଡ଼ି ନ ଥାଏ। ଏହା ମୃତ୍ତିକା କ୍ଷୟ ରୋକିବାରେ ବିଶେଷ ଭୂମିକା ଗ୍ରହଣ କରୁଥିବା ବେଳେ କଣ୍ଟାବିହୀନ ନାଗଫେଣୀ ମୁଖ୍ୟତଃ ଗାଈ, ଗୋରୁ, ଛେଳି, ମେଣ୍ଢାଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ ହୋଇଥାଏ। ଏହାର ଫଳ ସୁସ୍ବାଦୁ ଏବଂ ମନୁଷ୍ୟ ଖାଦ୍ୟପଯୋଗୀ ହୋଇଥାଏ। ଏହାର ଫୁଲ, ଫଳ, ପତ୍ର ବା କାଣ୍ଡରୁ ବିଭିନ୍ନ ପ୍ରସାଧନ ସାମଗ୍ରୀ, ଓଷଧ, ଖାଦ୍ୟପଦାର୍ଥ ତିଆରି ହୋଇଥାଏ। ଏହି କଣ୍ଟାବିହୀନ ନାଗଫେଣୀ ଗଛ ପାଖାପାଖି ୧୫ରୁ ୨୦ବର୍ଷ ପର୍ଯ୍ୟନ୍ତ ଅମଳ ଦେଇଥାଏ। ଏହି ଟିମ୍‌ ବିଭିନ୍ନ ଅଞ୍ଚଳରେ ଥିବା ଫାଉଣ୍ଡେଶନ ନର୍ସରୀ, ଜିପି ଟ୍ରାଏଲ ଫିଲ୍ଡ, ଫାର୍ମର ଫିଲ୍ଡମାନ ବୁଲି ଦେଖିବା ସହ ପରାମର୍ଶ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ,ଉଦ୍ଦେଶ୍ୟ ସମ୍ପର୍କରେ…

ଭଞ୍ଜନଗର,୨୫।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ଆନୁକୂଲ୍ୟରେ ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ…

ବରଗଡ଼ରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ୨୪ ମାମଲାର ଶୁଣାଣି

ବରଗଡ଼, ୨୫।୮(ପ୍ରେମାନନ୍ଦ ଖମାରୀ): ମହିଳାମାନଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ସମସ୍ୟାର ସମାଧାନ ବ୍ୟବସ୍ଥାକୁ ସେମାନଙ୍କ ଦ୍ୱାରଦେଶରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ…

ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣା: ଆଉ ୬ ଗିରଫ, ମୋଟ ଗିରଫ ସଂଖ୍ୟା ୮କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୫।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗ୍ରାମରେ ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୋଲିସକୁ ବଡ଼…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri