Home

ବିସିସିଆଇ ଏଜିଏମ୍‌: ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ନିଷ୍ପତ୍ତି; ଆଇସିସି ସିଇସିରେ ଜୟ ଶାହା ପ୍ରତିନିଧିତ୍ୱ କରିବେ

ମୁମ୍ବାଇ,୨।୧୨(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ରବିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ବିସିସିଆଇ ନବ ନିର୍ବାଚିତ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବହୁ…

ତାମିଲନାଡୁରେ ପ୍ରବଳ ବର୍ଷା: ୫ ମୃତ

ଚେନ୍ନାଇ,୨ା୧୨: ତାମିଲନାଡୁରେ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଦୁଇଦିନ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହିତ ୬ଟି ଜିଲା ଥିରୁଭାଲୁର, ଭେଲୋର, ଥିରୁଭନମାଲାଇ, ଥୁଥୁକ୍କୁଡି,…

ମଦନପୁର କଟ୍‌ ନିକଟରୁ ମଦ ଦୋକାନ ଉଚ୍ଛେଦ ଦାବି

ପଟ୍ଟାମୁଣ୍ଡାଇ,୨।୧୨ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ପଞ୍ଚାୟତ ମଦନପୁର କଟ୍‌ ନିକଟରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଉଚ୍ଛେଦ ପାଇଁ ଦାବି ହୋଇଛି। ଏ ନେଇ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ସ୍ଥାନୀୟ…

ଏତଲା ହଜାଇ ଦେଲା ପୋଲିସ

ପଟ୍ଟାମୁଣ୍ଡାଇ,୨।୧୨ (ସ୍ବ.ପ୍ର.): ଟ୍ରାକ୍ଟର ଧକ୍କାରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ପନ୍ତୁରୀ ଗ୍ରାମର ଦମୟନ୍ତୀସାମଲ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଟ୍ରାକ୍ଟର ଚାଳକଙ୍କ ନାଁରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସ ଏତଲା…

ସୀମାରେ ବଢ଼ୁଛି ଅନୁପ୍ରବେଶ ଉଦ୍ୟମ: ବିଏସ୍‌ଏଫ୍‌ ଡିଜି

ନୂଆଦିଲ୍ଲୀ,୨ା୧୨(ପି.ଟି.): ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଭାରତ-ପାକ୍‌ ସୀମାନ୍ତ ଅଧିକ ସମ୍ବେଦନଶୀଳ ହୋଇଥିବା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ମହାନିର୍ଦ୍ଦେଶକ କହିଛନ୍ତି। କଶ୍ମୀର ସଂଲଗ୍ନ ନିୟନ୍ତ୍ରଣ ରେଖା ଏବଂ…

ଦୀର୍ଘବର୍ଷ ଦାବି ସତ୍ତ୍ୱେ ଶୁଣିଲାନି ପ୍ରଶାସନ: ସେତୁ ନିର୍ମାଣ କଲେ ଲୋକେ

ଆଳି,୨।୧୨ (ଡି.ଏନ୍‌.ଏ.): ସ୍ବାଧୀନତାର ୭୨ ବର୍ଷ ପରେ ବି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଧୀନ ପଦନୀପାଳ ପଞ୍ଚାୟତକୁ ଏ ପର୍ଯ୍ୟନ୍ତ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଇନାହିଁ। ଚତୁଃପାର୍ଶ୍ୱରେ ଖରସ୍ରୋତା ଓ କାଣୀନଦୀ ପ୍ରବାହିତ ହେଉଥିବାରୁ ପଞ୍ଚାୟତବାସୀ ବାହାରକୁ…

ତିତ୍‌ଲିରେ ଧୋଇଯାଇଛି କଳିଙ୍ଗକୁ ରାସ୍ତା: ବର୍ଷକ ପରେ ବି ପଦକ୍ଷେପ ଶୂନ

ପାରଳାଖେମୁଣ୍ଡି,୨ା୧୨(ସ୍ବ.ପ୍ର.)- ୨୦୧୮ ତିତ୍‌ଲି ବାତ୍ୟାରେ ଗଜପତି ଜିଲା ପ୍ରଭାବିତ ହେବା ସହ ରାୟଗଡ଼ ବ୍ଲକ୍‌ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟା ପରବର୍ତ୍ତୀ ବର୍ଷାରେ ସମସ୍ତ ନଦୀ ନାଳ ଭର୍ତ୍ତି ହୋଇ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରବଳ ବର୍ଷା ଯୋଗୁ ରାୟଗଡ଼…

ଦେଶରେ ଥମୁନି ଲଜ୍ଜା

ନୂଆଦିଲ୍ଲୀ,୨ା୧୨: ଦୁଇବର୍ଷ ବିଳମ୍ବ ପରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ଗତ ଅକ୍ଟୋବର ୨୮ରେ ପ୍ରକାଶ ପାଇଥିଲା ଭାରତର ବାର୍ଷିକ ଅପରାଧ ରିପୋର୍ଟ-୨୦୧୭। ଉକ୍ତ ରିପୋର୍ଟ ଅନୁସାରେ ୨୦୧୭ରେ ମୋଟ ୩,୫୯,୮୪୯ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ…

ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର, ହତ୍ୟା ଘଟଣା: ଅଭିଯୁକ୍ତଙ୍କ ମା’ କହିଲେ ବଳାତ୍କାରୀ ପୁଅକୁ ଜାଳିଦିଅ

ହାଇଦ୍ରାବାଦ,୨ା୧୨: ମୋ ପୁଅ ଯଦି ଅପରାଧ ଘଟାଇଛି, ସେ ମୋ ପାଇଁ କେହି ନୁହେଁ। ସେ ଯଦି ବଳାତ୍କାର ଓ ହତ୍ୟା କରିଛି ତାକୁ ବି ଜାଳିଦିଅ। କାରଣ ଭୁଲକୁ କେବେ ଠିକ୍‌ ବୋଲି କୁହାଯାଇ ପାରିବ ନାହିଁ। ଦୋଷୀକୁ ଦଣ୍ଡ…

ତୁଟୁନି ଧାନ କିଣାବିକା ସମସ୍ୟା

ବରଗଡ଼ ଅଫିସ୍‌, ୨।୧୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୫ଦିନ ବିତିଯାଇଛି । ଧାନ କିଣାବିକା ଚାଲିଥିଲେ ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଦେଖାଯାଇଥିବା ସମସ୍ୟା ଅସମାହିତ ହୋଇ ରହିଛି । ଟୋକନ ପାଇବାରୁ ବଞ୍ଚିତ…

ଲୋକପାଳ ଦେଉଛନ୍ତି ୫୦ ଲକ୍ଷ ହୋଟେଲ ଭଡ଼ା

ନୂଆଦିଲ୍ଲୀ,୨ା୧୨: ନୂଆଦିଲ୍ଲୀରେ ଲୋକପାଳ ମାସକୁ ୫୦ ଲକ୍ଷ ଟଙ୍କା ହୋଟେଲ ଭଡ଼ା ଦେଉଛନ୍ତି। ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଏହା ସତ। ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମଗାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ପି.ସି.…

ସୁନା ଦୋକାନୀଙ୍କୁ ଭୁଜାଲିରେ ଆକ୍ରମଣ: ୨ ଗୁରୁତର ସୁନା, ରୁପା ଗହଣା ଓ ଟଙ୍କା ଲୁଟ୍‌

ପଟ୍ଟାମୁଣ୍ଡାଇ, ୨।୧୨ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ସୁନା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ଓ ନଗଦ ଟଙ୍କା ଲୁଟି ଦେଇଛନ୍ତି। ଏଥିସହ ଏହି ଘଟଣାରେ ୨ଜଣ ଗୁରୁତର ହୋଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri