Home

ଚାଇନା ଫେରନ୍ତା ବ୍ୟକ୍ତି ଅସୁସ୍ଥ: ଖଇରାରେ କରୋନା ଆତଙ୍କ

ଖଇରା,୭।୩(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ସାରକୋଣା ପଞ୍ଚାୟତ ସୋଜାଗଡ଼ ଗ୍ରାମରେ କରୋନା ଆତଙ୍କ ଦେଖାଦେଇଛି। ଚାଇନା ଫେରନ୍ତା ଯୁବକ ଜଗନ୍ନାଥ ଜେନାଙ୍କୁ କରୋନା ସଂକ୍ରମିତ ଥିବା ସନ୍ଦେହ କରାଯାଉଛି। ଖଇରା ମେଡିକାଲର ଏକ ଟିମ୍‌ ଶୁକ୍ରବାର ଜଗନ୍ନାଥଙ୍କ ଘରକୁ ଯାଇ…

୪ ବର୍ଷରେ ୮୫ ପଣକିଆ କଣ୍ଠସ୍ଥ

ଦୁର୍ଗ,୭।୩: ବୟସ ମାତ୍ର ୪ ବର୍ଷ ୩ ମାସ। ତେବେ ତାଙ୍କର ପ୍ରତିଭା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ଛତିଶଗଡ଼ର ଦୁର୍ଗ ଅଞ୍ଚଳର ସିଦ୍ଧାନ୍ତ ଭୁତଡ଼ା। ସେ ସ୍ଥାନୀୟ ଗଞ୍ଜପାରା ଅଞ୍ଚଳର ଶକ୍ତି ଛକରେ ବାସ…

ନିର୍ମାଣାଧୀନ ଡ୍ରେନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ପରଜଙ୍ଗ,୭ା୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ରୋଡ଼ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଏକ ନିର୍ମାଣାଧୀନ ଡ୍ରେନ୍‌ରୁ ଶନିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ରୋଡ଼ ଗ୍ରାମର କାଳିଆ ନାଏକ। ସକାଳେ ଡ୍ରେନ୍‌ରେ ମୃତଦେହ ପଡ଼ିଥିବା…

୨୩ ବର୍ଷ ପରେ ପେଶାଓ୍ବର ମସଜିଦ୍‌ରେ ଇଦ୍‌ ନମାଜ ପଢ଼ିବେ ମହିଳା

ଇସଲାମାବାଦ୍‌,୭।୩: ପାକିସ୍ତାନର ପେଶାଓ୍ବରଠାରେ ଥିବା ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ନେଇ ଜାରି ହୋଇଥିବା କଟକଣା ହଟାଇ ନିଆଯାଇଛି। ଏହାଦ୍ୱାରା ୨୩ ବର୍ଷ ପରେ ମହିଳାମାନେ ଏଠାରେ ଇଦ ନମାଜ ପଢ଼ିବାର ସୁଯୋଗ ପାଇପାରିବେ। ପୂର୍ବରୁ ଏଠାରେ ମହିଳାମାନେ ନମାଜ ପାଠକରୁଥିଲେ। ଆତଙ୍କବାଦୀ…

ବିହାରରେ ପୋଷ୍ଟର ଓ୍ବାର

ପାଟନା,୭।୩: ବିହାର ବିଧାନସଭା ନିର୍ବାଚନ ପାଇଁ ସମୟ ବାକିଥିବା ବେଳେ ଏବେଠାରୁ ରାଜନୀତି ହେଲାଣି ସରଗରମ। ବିଭିନ୍ନ ରାଜନୈତିକ ଦଳ ପରସ୍ପର ମଧ୍ୟରେ କଥା କଟାକଟି ଆରମ୍ଭ କରି ଦେଇଥିବା ବେଳେ ଏବେ ଏଠି ପୋଷ୍ଟର ଓ୍ବାର ମଧ୍ୟ ଆରମ୍ଭ ହୋଇଗଲାଣି।…

୧୦୦ ଦିନରେ ଉଦ୍ଧବଙ୍କ ଶାସନ

ମୁମ୍ବାଇ,୭।୩: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶାସନକୁ ୧୦୦ ଦିନ ପୂରିଛି। ଏହି ଅବସରରେ ଉଦ୍ଧବ ଅଯୋଧ୍ୟା ଯାତ୍ରା କରି ସପରିବାର ଲାମଲଲା ଏବଂ ହନୁମାନଗଡ଼ି ଦର୍ଶନ କରିବେ। ଏହାକୁ ମିଶାଇ ତୃତୀୟ ଥର ପାଇଁ ଉଦ୍ଧବ ଅଯୋଧ୍ୟା ଯାତ୍ରା କରୁଛନ୍ତି।…

ବହୁ ମେଶିନ ଅଚଳ: ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ

କଟକ ଅଫିସ,୭ା୩: ଏସ୍‌ସିବି ମେଡିକାଲରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଥିବା ଅନେକ ମେଶିନ ଅଚଳ ହୋଇପଡ଼ିଛି। ଦିନବେଳା ପରୀକ୍ଷାଗାରଗୁଡିକରେ ତାଲା ପଡିରହୁଛି। କିଛି ପରୀକ୍ଷାଗାର ଖୋଲାଥିଲେ ସୁଦ୍ଧା ଘଣ୍ଟାଘଣ୍ଟା ଧରି ଏଠାରେ କୌଣସି କର୍ମଚାରୀ ରହୁନାହାନ୍ତି। ଫଳରେ ରୋଗୀମାନେ ଅସୁବିଧାର…

ସାଢ଼େ ଗୋଟାଏ ଯାଏ ବଜ୍ରପାତ, ବର୍ଷା: ୫ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୭।୩(ବ୍ୟୁରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ୫ ଜିଲାରେ ଝଡତୋଫାନ, ବର୍ଷା ସହ ବଜ୍ରପାତ ହେବ। ଜିଲାଗୁଡିକ ହେଲା ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ମାଲକାନାଗିରି ଏବଂ ବାଲେଶ୍ୱର। ଦିନ ସାଢ଼େ ୧ଟା ପର୍ଯ୍ୟନ୍ତ ଉକ୍ତ ଜିଲାଗୁଡିକୁ…

ଦନ୍ତା ହାତୀ ଦେଖି ଲୋକେ ଭୟଭୀତ

ବାଙ୍କୀ,୭ା୩(ସ୍ବ.ପ୍ର.): କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଚକୁଳେଶ୍ୱର କାଉଚି ଆଶ୍ରମ ନିକଟ ମହାନଦୀ ପଠାରେ ଶୁକ୍ରବାର ଏକ ଜଙ୍ଗଲି ହାତୀ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ରାସ୍ତାରେ ଶହଶହ ଲୋକ ଉପସ୍ଥିତ ରହି ହାତୀର ଗତିବିଧିକୁ ଲକ୍ଷ୍ୟ…

ଫିଟ୍‌ନେସ୍‌ ପାଇଁ ଏବେ ପୋଲ୍‌ ଡ୍ୟାନ୍ସ ଶିଖୁଛନ୍ତି ଅକ୍ଷୟ

ଖୀଲାଡି କିଙ୍ଗ୍‌ ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌କୁ ନେଇ ସବୁବେଳେ ସଚେତନ। ସୁସ୍ଥ ରହିବା ପାଇଁ ସର୍ବଦା ସେ ନୂଆ ନୂଆ ଶୈଳୀ ଆପଣାଇ ଥାନ୍ତି। କେତେବେଳେ କିକ୍‌, ବକ୍ସିଂ, ମାର୍ସଲ ଆର୍ଟସ୍‌ ଶିଖନ୍ତି ତ ଆଉ କେତେବେଳେ ସେ ଭଲିବଲ୍‌,…

ପୁଲ୍‌ଓ୍ବାମା ଆକ୍ରମଣର ଅନ୍‌ଲାଇନ୍‌ ଲିଙ୍କ୍‌: ବ୍ୟବହୃତ ବିସ୍ଫୋରକ ଆମାଜନରୁ ହୋଇଥିଲା କିଣା !

ଶ୍ରୀନଗର,୭।୩: ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଇତିମଧ୍ୟରେ ବର୍ଷେ ବତିଛି। ଏହି ଆକ୍ରମଣରେ ବ୍ୟବହୃତ ହୋଇଥିବା ବିସ୍ଫୋରକ ଅନ୍‌ଲାଇନ୍‌ରେ ଆମାଜନରୁ କିଣାଯାଇଥିଲା। ଏହି ମାମଲାରେ ଏନ୍‌ଆଇଏ ପକ୍ଷରୁ ଓ୍ବାଇଜ୍‌ ଅଲ୍‌ ଇସଲାମ୍‌ ଏବଂ ମହମ୍ମଦ ଅବାସ ରାଥଡ଼େଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀ ସଂଗଠନ…

ବାପାଙ୍କୁ ନୂଆ ଜୀବନ ଦେଲା ପୁଅ

ଭୁବନେଶ୍ୱର, ୭ା୩ (ବ୍ୟୁରୋ): ସମ୍‌ ହସ୍ପିଟାଲରେ ରାଜ୍ୟର ପ୍ରଥମ ଲିଭର ପ୍ରତିରୋପଣ ହୋଇଛି। ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ୫୫ବର୍ଷ ବୟସ୍କ ଜୟନ୍ତ ବିଶ୍ୱାଳଙ୍କ ଶରୀରରେ ତାଙ୍କ ପୁଅ ସୌମ୍ୟ ରଞ୍ଜନ ଦାନ କରିଥିବା ଲିଭରର କିଛି ଅଂଶକୁ ଡାକ୍ତରମାନେ ସଫଳତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?