ବହୁ ମେଶିନ ଅଚଳ: ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ

କଟକ ଅଫିସ,୭ା୩: ଏସ୍‌ସିବି ମେଡିକାଲରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଥିବା ଅନେକ ମେଶିନ ଅଚଳ ହୋଇପଡ଼ିଛି। ଦିନବେଳା ପରୀକ୍ଷାଗାରଗୁଡିକରେ ତାଲା ପଡିରହୁଛି। କିଛି ପରୀକ୍ଷାଗାର ଖୋଲାଥିଲେ ସୁଦ୍ଧା ଘଣ୍ଟାଘଣ୍ଟା ଧରି ଏଠାରେ କୌଣସି କର୍ମଚାରୀ ରହୁନାହାନ୍ତି। ଫଳରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମେଡିକାଲରେ ଅସହାୟ ରୋଗୀଙ୍କ ସେବା କରୁଥିବା ସାମାଜିକ ଅନୁଷ୍ଠାନ ‘ସେବା ମନ୍ଦିର’ ପକ୍ଷରୁ ଏ ନେଇ ୫-ଟି ସଚିବ, ସ୍ବାସ୍ଥ୍ୟ ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ, ଜିଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ବରିଷ୍ଠ ଡାକ୍ତରମାନେ ଆଉଟ୍‌ଡୋରରେ ଠିକ୍‌ ସମୟରେ ଆସୁନାହାନ୍ତି। ପରେ ପହଞ୍ଚିଲେ ମଧ୍ୟ ଅଧିକ ସମୟ ଆଉଟ୍‌ଡୋରରେ ରହୁନାହାନ୍ତି। ଅନ୍ତର୍ବିଭାଗ ଶଯ୍ୟା ନିକଟରେ କେବେ ବି ଇସିଜି ହେଉନାହିଁ। ସମ୍ପୂର୍ଣ୍ଣ ମେଡିକାଲରେ ମୋଟ୍‌ ୪ଟି ଇସିଜି ମେଶିନ ଓ ୪ ଜଣ ଟେକ୍ନିସିଆନ ଅଛନ୍ତି। ଫଳରେ ଦିନତମାମ ଏଠାରେ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଡପ୍‌ଲର ପରୀକ୍ଷା ପାଇଁ ରୋଗୀଙ୍କୁ ଏଠାରେ ୪ ମାସ ଅପେକ୍ଷା କରିବାକୁ ପଡୁଛି। ହେପାଟାଇଟିସ୍‌ ରୋଗୀଙ୍କ ଏଲିସା ଟେଷ୍ଟ ଏଠାରେ ଆରମ୍ଭ ହୋଇନାହିଁ। ସାଧାରଣ ରୋଗୀଙ୍କୁ ଅଲଟ୍ରାସାଉଣ୍ଡ ପାଇଁ ୧୫ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ମାନସିକ ରୋଗୀମାନଙ୍କ ଉତ୍କୃଷ୍ଟ ଚିକିତ୍ସା ପାଇଁ ଯେଉଁ ଇସିଟି ଦେବା କଥା ତାହା ଖୋଲାଯାଇ ପାରୁନାହିଁ। ନିଶ୍ଚେତକ ବିଶେଷଜ୍ଞଙ୍କ ଅଭାବରୁ ଇସିଟି ସେବା ଆରମ୍ଭ ହେଉନାହିଁ। ଅନୁଷ୍ଠାନର ସଦସ୍ୟ ଅଚ୍ୟୁତ କୁମାର ସାହୁଙ୍କ କହିବାନୁଯାୟୀ, ପ୍ରତ୍ୟହ ମେଡିକାଲରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି। ଏ ଦିଗରେ ଧ୍ୟାନ ଦିଆ ନ ଗଲେ ଏହାର ମର୍ଯ୍ୟାଦା କ୍ଷୁଣ୍ଣ ହେବ। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲର ଜରୁରିକାଳୀନ ଅଧୀକାରୀ ଡା. ଭୁବନାନନ୍ଦ ମହାରଣାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଡେରା ପକାଇଥିଲେ ବଣୁଆ ହାତୀ, ଗାଧୋଇବାକୁ ଯିବା ବେଳେ ହାବୁଡ଼ରେ ପଡ଼ିଗଲେ ଯୁବକ; ଶୁଣ୍ଢରେ କଚାଡ଼ି…

ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri