ଦନ୍ତା ହାତୀ ଦେଖି ଲୋକେ ଭୟଭୀତ

ବାଙ୍କୀ,୭ା୩(ସ୍ବ.ପ୍ର.): କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଚକୁଳେଶ୍ୱର କାଉଚି ଆଶ୍ରମ ନିକଟ ମହାନଦୀ ପଠାରେ ଶୁକ୍ରବାର ଏକ ଜଙ୍ଗଲି ହାତୀ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ରାସ୍ତାରେ ଶହଶହ ଲୋକ ଉପସ୍ଥିତ ରହି ହାତୀର ଗତିବିଧିକୁ ଲକ୍ଷ୍ୟ କରିଥିଲେ। ଚନ୍ଦକା ଅଭୟାରଣ୍ୟରୁ ଏହି ହାତୀ ପାଣି ପିଇବାକୁ ଆସି ମହାନଦୀ ପଠାର ତଣ୍ଡି ବୁଦାରେ ଲୁଚି ରହିଯାଇଥିବା ଜଙ୍ଗଲ ବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି। ଡମପଡ଼ା ଓ ଖୋର୍ଦ୍ଧା ବନ ବିଭାଗ କର୍ମଚାରୀ ହାତୀକୁ ଜଙ୍ଗଲକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ସେମାନେ ବାଣ, ବାଜା ଓ ନିଆଁ ହୁଳା ଦେଖାଇବାକୁ ମହଜୁଦ ରଖିଛନ୍ତି। ଏହା ଦନ୍ତାହାତୀ ହୋଇଥିବାରୁ ଜଙ୍ଗଲରୁ ଖାଦ୍ୟାପାନୀୟ ପାଇଁ ବାହାରି ଆସିଛି ବୋଲି ସେମାନେ ଅନୁମାନ କରୁଛନ୍ତି। ବାଙ୍କୀ ବନବିଭାଗର ଶିଶୁଆ ଫରେଷ୍ଟ ଅଧିକାରୀ ପ୍ରିୟଦର୍ଶିନୀ ସେଠୀ, ଡମପଡା ରେଞ୍ଜ ଅଫିସର ସଂଗ୍ରାମ କେଶରୀ ମହାନ୍ତି, ଡମପଡ଼ା ଫରେଷ୍ଟର ରାକେଶ ସ୍ବାଇଁ ଓ କର୍ମଚାରୀମାନେ ଉପସ୍ଥିତ ରହି ହାତୀର ଗତିବିଧିକୁ ଲକ୍ଷ୍ୟ କରୁଛନ୍ତି। ହାତୀ ଯୋଗୁ ଜନସାଧାରଣଙ୍କ ଅସୁବିଧା ହେବନାହିଁ ବୋଲି ଜଙ୍ଗଲ ବିଭାଗ ଅଧିକାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶିଷ୍ଟ ଲୋକ ଗାୟିକା ତୀଜନ ବାଈଙ୍କ ପରଲୋକ: ୭୦ ବର୍ଷ ବୟସରେ ଏମ୍ସ ରାୟପୁରରେ ଛାଡିଲେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୫/୭: ଖ୍ୟାତନାମା ଲୋକ ଗାୟିକା ତୀଜନ ବାଈଙ୍କର ପରଲୋକ ହୋଇଯାଇଛି। ୭୦ ବର୍ଷ ବୟସରେ ସେ ରାୟପୁର ଏମ୍ସ (AIIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ସିମନବାଡି–ତିଲୋରୀ ଯାତାୟାତ ଠପ୍

ଦାରିଙ୍ଗବାଡି, ୫।୭ (ଅରୁଣ ସାହୁ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା…

ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ଖବର! ବଦଳିଲା ସପ୍ଲାଇ ନିୟମ, ସରକାର ହଟାଇଲେ ଜରୁରୀକାଳୀନ ନିୟନ୍ତ୍ରଣ

ନୂଆଦିଲ୍ଲୀ,୫/୭: ମିଡିଲ୍ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଯୁଦ୍ଧବିରତି ଏବଂ ହୋର୍ମୁଜ୍ ଷ୍ଟ୍ରେଟ୍‌ (Strait of Hormuz) ଦେଇ ସାମୁଦ୍ରିକ ଜାହାଜ ଚଳାଚଳ ପୁଣି ଥରେ ଆରମ୍ଭ ହେବା…

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା କରି ଦିଆଯାଉଛି ଦୁର୍ଘଟଣାର ରୂପ

ନୂଆପଡ଼ା,୫।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୋଟେନଚୁଆ ପଞ୍ଚାୟତ ତିଲେଇଝର ଗାଁରେ ଶୁକ୍ରବାର ରାତିରେ ଜଣେ ଯୁବକଙ୍କ ଟ୍ରାକ୍ଟରରୁ ପଡି ମୃତ୍ୟୁ ଘଟିଥିବା ଖରିଆର ରୋଡ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri