ରାଜ୍ୟରେ ୩,୬୩୬ ଜନଶୂନ୍ୟ ଗ୍ରାମ
ଭୁବନେଶ୍ୱର,୫।୧୦(ବ୍ୟୁରୋ): ରାଜ୍ୟରେ ୩,୬୩୬ଟି ଜନଶୂନ୍ୟ ଗ୍ରାମ ତଥା ବସତି ରହିଛି। ଏହାମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୪୧୨ଟି ମାନବଶୂନ୍ୟ ଗ୍ରାମ ରହିଛି। ଏହାତଳକୁ ବାଲେଶ୍ୱରରେ ୨୯୭, ଅନୁଗୋଳ ୨୧୭, ମୟୂରଭଞ୍ଜ ୧୯୯, ରାୟଗଡ଼ା ୧୯୭, ଯାଜପୁର ୧୮୫, ଖୋର୍ଦ୍ଧା ୧୭୮, କନ୍ଧମାଳ…
ବେଆଇନ ପଥର ଖାଦାନରେ ପୁଣି ମୁଣ୍ଡ ଗଡ଼ିଲା
ଯାଜପୁର ଅଫିସ/ଧର୍ମଶାଳା/ ଜେନାପୁର(ଡି.ଏନ.ଏ.)୫।୧୦: ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନରେ ଗତ ସପ୍ତାହ ମଧ୍ୟରେ ୨ ଜଣ ଶ୍ରମିକଙ୍କ ଅକାଳ ବିୟୋଗ ଘଟିଛି। ପଥର ଖାଦାନ ଓ କମ୍ପ୍ରେସର ମାଲିକ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରି ଗମ୍ଭାରିଆ ଗ୍ରାମର…
କରୋନା ଲାଗି ୩,୧୩୬ ଏମ୍ଏସ୍ଏମ୍ଇ ବନ୍ଦ
ଭୁବନେଶ୍ୱର,୫।୧୦(ବ୍ୟୁରୋ): କରୋନା ସମୟରେ ଗତ ମାର୍ଚ୍ଚ ଠାରୁ ଏବେସୁଦ୍ଧା ପ୍ରାୟ ୩,୧୩୬ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବନ୍ଦ ଥିବା ରାଜ୍ୟ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ସୂଚନା ଦେଇଛନ୍ତି। ତେବେ କେତେ କର୍ମଚାରୀ ଏବଂ…
ଶିଳ୍ପ ପାଇଁ ଆସିବ ୪ ନୂଆ ପଲିସି
ଭୁବନେଶ୍ୱର,୫।୧୦(ବ୍ୟୁରୋ): ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଏବେସୁଦ୍ଧା ୯ଟି ସ୍ବତନ୍ତ୍ର ନୀତି ଆଣିଛନ୍ତି। ଏହାମଧ୍ୟରେ ଆପାରେଲ ପଲିସି, ବାୟୋଟେକ୍ନୋଲୋଜି ପଲିସି, ଓଡ଼ିଶା ଫୁଡ୍ ପ୍ରୋସେସିଂ ପଲିସି, ଓଡ଼ିଶା ଏମ୍ଏସ୍ଏମ୍ଇ ଡେଭଲପ୍ମେଣ୍ଟ ପଲିସି, ହେଲ୍ଥକେୟାର ଇନ୍ଭେଷ୍ଟମେଣ୍ଟ ପ୍ରମୋଶନ ପଲିସି, ଓଡ଼ିଶା ଷ୍ଟାର୍ଟଅପ୍…
ବଦଳିଲେ ଜଗତସିଂହପୁର ଜିଲାପାଳ
ଭୁବନେଶ୍ୱର,୪।୧୦(ବ୍ୟୁରୋ)-ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ରବିବାର ବଦଳି ହୋଇଛି। ତାଙ୍କ ସ୍ଥାନରେ ନୂତନ ଜିଲାପାଳ ଭାବେ ସରୋଜ କୁମାର ମିଶ୍ରଙ୍କୁ ଦାୟିତ୍ୱ ମିଳିଛି। ସଂଗ୍ରାମଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର ଓଏସଡି ଭାବେ ନିଯୁକ୍ତି ମିଳିଛି। ପ୍ରକାଶ ଯେ, ସଂଗ୍ରାମ…
ନୀତୀଶ୍ଙ୍କ ନେତୃତ୍ୱକୁ ବିରୋଧ: ଏକାକୀ ନିର୍ବାଚନ ଲଢ଼ିବ ଏଲ୍ଜେପି
ପାଟନା,୪।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରବିବାର ଏନ୍ଡିଏରେ ଫାଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ୍ କୁମାରଙ୍କୁ ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି) ବିରୋଧ କରିଛି। ଜେଡିୟୁ ସହ ଆଦର୍ଶଗତ ସମାନତା ନ ଥିବା ଦର୍ଶାଇ ଏଲ୍ଜେପି ବିହାର…
ରାଜ୍ୟରେ ସୁସ୍ଥ ହେଲେ ଆଉ ୪୧୦୮ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୪।୧୦(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୪୧୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୪୯୨, ଯାଜପୁରରୁ ୨୧୨, ଅନୁଗୋଳରୁ ୧୮୬, ଝାରସୁଗୁଡାରୁ ୧୫୪, ଜଗତସିଂହପୁରରୁ ୧୪୩, ମୟୂରଭଞ୍ଜରୁ ୧୩୯, ସମ୍ବଲପୁରରୁ ୧୨୮, ନୂଆପଡାରୁ…
ଅପରେସନ ନ ହେଲେ କଟା ହେବ ହାତ କହି ସାହାଯ୍ୟ ମାଗିଲେ ଯୁବକ: ସୋନୁ ଦେଲେ ଏମିତି ଉତ୍ତର
ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ। ବର୍ତ୍ତମାନ ସୋନୁ ଜଣେ ଯୁବକଙ୍କ ହାତ ଅପରେସନ ପାଇଁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। କୁନାଲ ସିଂହ ରାଜପୁତ ନାମକ ଜଣେ ଯୁବକ ସୋନୁ ସୁଦ ଓ ନୀତି ଗୋୟଲଙ୍କୁ ଟ୍ୟାଗ କରି…
ଭୁବନେଶ୍ୱରରୁ ଆଜି ୩୫୪ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍ ୨୪୬
ଭୁବନେଶ୍ୱର,୪।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୦୮ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୪୬ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
କଟକ ସହରୁ ଆଜି ୧୪୭ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ,୪।୧୦-କଟକ ସହରରୁ ରବିବାର ମୋଟ୍ ୧୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୮୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୬ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ କରି…
ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ କରୋନା
ମୁମ୍ବାଇ, ୪।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଗତ କିଛିଦିନ ତଳେ ହାଇଦ୍ରାବାଦରେ ତମନ୍ନା ଏକ ୱେବ ସିରିଜ ପାଇଁ ସୁଟିଂ କରୁଥିଲେ। ଏହାପରେ ତାଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଥିଲା। ସେ କୋଭିଡ ଟେଷ୍ଟ କରିବା ପରେ…
ରାଜଧାନୀରେ ମିଠା ଦୋକାନୀଙ୍କୁ ନିର୍ମମ ହତ୍ୟା
ଭୁବନେଶ୍ୱର,୪।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ରବିବାର ଘଟିଛି ନିର୍ମମ ହତ୍ୟାକାଣ୍ଡ। ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁରସ୍ଥିତ ଦୁର୍ଗାମଣ୍ଡପ ନିକଟରେ ଜଣେ ମିଠା ଦୋକାନୀଙ୍କୁ ହତ୍ୟା କରିଛନ୍ତି ଜଣେ ମିଠା ଦୋକାନୀ। ଧାରୁଆ ଅସ୍ତ୍ରରେ ମିଠା ଦୋକାନୀଙ୍କୁ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ର…
Archives


