Posted inଜାତୀୟ

ଡ୍ରାଇଭର ସିଟ୍‌ରେ ଭାଜପା

ପାଟନା/ନୂଆଦିଲ୍ଲୀ,୧୧ା୧୧: ବିହାର ବିଧାନସଭା ନିର୍ବାଚନକୁ ନେଇ ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ର ଭବିଷ୍ୟବାଣୀ ଭୁଲ୍‌ ପ୍ରମାଣିତ ହୋଇଛି। ଭୋଟ ଗଣତି ଶେଷ ପର୍ଯ୍ୟାୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସ୍ପଷ୍ଟ ବହୁମତ ସହ ପୁଣି ଥରେ ସରକାର ଗଠନ ଦିଗରେ ଅଗ୍ରସର ହୋଇଛି। ତେବେ ବିହାର ଭୋଟର ଏଥର ଡ୍ରାଇଭର ସିଟ୍‌ରେ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)କୁ ନୁହେଁ, ବରଂ ଭାଜପାକୁ ବସାଇଛନ୍ତି। ଏହି ହିନ୍ଦୀ ଭାଷୀ ଉତ୍ତର ଭାରତୀୟ ରାଜ୍ୟର ୨୦୨୦ ଭୋଟ୍‌ରେ ସୁଶାସନ ବାବୁଙ୍କ ‘ବ୍ରାଣ୍ଡ୍‌ ନୀତୀଶ’ କାମ କରିନାହିଁ। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୧୨୨ ହୋଇଥିବାବେଳେ ଭାଜପାକୁ ୭୪ (୭୩+୧) ଆସନରେ ସଫଳତା ମିଳିଛି। ଜେଡିୟୁ ୪୩ (୪୨+୧) ଆସନରେ ସନ୍ତୁଷ୍ଟ ହୋଇ ତିନି ନମ୍ବରକୁ ଖସିଛି। ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ୭୫(୭୪+୧) ଆସନ ଦଖଲ କରି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି। ମହାମେଣ୍ଟର ଅଂଶୀଦାର କଂଗ୍ରେସ ୧୯ ଓ ବାମଦଳ ୧୬ ଆସନରେ ବିଜୟୀ ହୋଇଛନ୍ତି କିମ୍ବା ଆଗୁଆ ଅଛନ୍ତି। ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ମାତ୍ର ଗୋଟିଏ ଆସନ ଜିତି କେବଳ ଖାତା ଖୋଲିପାରିଛି।
ଷୋଡ଼ଶ ବିଧାନସଭାର କାର୍ଯ୍ୟକାଳ ୨୦୨୦ ନଭେମ୍ବର ୨୦ରେ ଶେଷ ହେବାକୁ ଥିବାବେଳେ ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ଘୋଷଣା ଅନୁସାରେ ମୋଟ ୩ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ଅକ୍ଟୋବର ୨୮ରେ ପ୍ରଥମ ପର୍ଯ୍ୟାୟରେ ୭୧ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଲାଗି ନଭେମ୍ବର ୩ରେ ୯୪ ଆସନ ଓ ଶେଷ ପର୍ଯ୍ୟାୟରେ ୭ ତାରିଖରେ ୭୮ ଆସନରେ ମତଦାନ ହୋଇଥିଲା। ମଇଦାନରେ ମୋଟ ୩,୭୫୫ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ। ଏହି ନିର୍ବାଚନରେ ଏନ୍‌ଡିଏର ଜେଡିୟୁ ୧୧୫, ଭାଜପା ୧୧୦, ମୁକେଶ ସହାନୀଙ୍କ ନେତୃତ୍ୱାଧୀନ ବିକାଶଶୀଳ ଇନ୍‌ଶାନ ପାର୍ଟି (ଭିଆଇପି) ୧୧ ଓ ଜିତନ୍‌ରାମ ମାଞ୍ଝିଙ୍କ ହିନ୍ଦୁସ୍ଥାନୀ ଆଓ୍ବାମ ମୋର୍ଚ୍ଚା (ଏଚ୍‌ଏଏମ୍‌) ୭ ଆସନରେ ଲଢ଼ିଥିଲେ। ସେହିପରି ମହାମେଣ୍ଟ ପକ୍ଷରୁ ଆର୍‌ଜେଡି ୧୪୪, କଂଗ୍ରେସ ୭୦ ଓ ବାମଦଳ ପ୍ରାର୍ଥୀ ୨୯ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଚିରାଗଙ୍କ ଏଲ୍‌ଜେପି ପକ୍ଷରୁ ୧୩୭ ଆସନରେ ପ୍ରାର୍ଥୀ ଦିଆଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଲାସ ପାଶ୍ୱାନଙ୍କ ପରଲୋକ ପରେ ଚିରାଗ ଯେଉଁ ଅନୁକମ୍ପାମୂଳକ ଭୋଟ ପାଇବେ ବୋଲି ଆଶା କରିଥିଲେ, ସେପରି କିଛି ହେଲା ନାହିଁ। ଚିରାଗଙ୍କ ‘କିଙ୍ଗ୍‌ ମେକର’ ସ୍ପପ୍ନ ମଧ୍ୟ ଧୂଳିସାତ ହୋଇଯାଇଛି। ଅଥଚ ତାଙ୍କ ନକାରାମତ୍କ ଭୂମିକା ନୀତୀଶ କୁମାରଙ୍କୁ ଅନୂ୍ୟନ ୩୦ ଆସନରେ କ୍ଷତି ପହଞ୍ଚାଇଛି। ଏଲ୍‌ଜେପି ଭୋଟ କାଟିବାରେ ସଫଳ ହେବାରୁ ଜେଡିୟୁ ୩ ନମ୍ବର ଦଳରେ ପରିଣତ ହୋଇଛି। ଫଳରେ ଭାଜପାର ମୂଲଚାଲ କ୍ଷମତା ବଢ଼ିବା ସହ ନୀତୀଶ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଭାଜପା ଅଧିକ ଆସନ ଦଖଲ କରିଥିବାରୁ ବଡ଼ଭାଇ ହିସାବରେ ଦଳରୁ ହିଁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି କେତେଜଣ ନେତା ଦାବି କରିଛନ୍ତି। ମହାମେଣ୍ଟରେ ଥିବା କଂଗ୍ରେସର ପ୍ରଦର୍ଶନ ସେତେଟା ଭଲ ହୋଇନାହିଁ। ମାତ୍ର ବାମପନ୍ଥୀ ଦଳଗୁଡ଼ିକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏହାସତ୍ତ୍ୱେ ସଂଖ୍ୟାଗରିଷ୍ଠତାଠାରୁ ମହାମେଣ୍ଟ ଦୂରରେ ଥିବାରୁ ଏହାର ନେତା ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ହୋଇ ନ ପାରନ୍ତି।
ଇସିଆଇଙ୍କ ଓ୍ବେବ୍‌ସାଇଟ୍‌ରୁ ସଂଗୃହୀତ ତଥ୍ୟାନୁସାରେ ରାତି ୨ଟା୧୫ ସୁଦ୍ଧା ୨୪୦ ଆସନର ବିଜେତାଙ୍କ ନାମ ଆସିଥିଲା ଓ ଅବଶିଷ୍ଟ ୩ ସିଟ୍‌ରେ ଗଣତି ଚାଲିଥିଲା। ସେଥିମଧ୍ୟରୁ ଏନ୍‌ଡିଏ ୨୨୩ ଆସନରେ ବିଜୟୀ ହୋଇଥିବାବେଳେ ୨ ସିଟ୍‌ରେ ଆଗୁଆ ରହିଛି। ଭାଜପା ସପକ୍ଷରେ ୭୪ ଆସନ ରହିଥିବାବେଳେ ଜେଡିୟୁ ୪୨ ଆସନରେ ବିଜୟୀ ହୋଇ ୧ ଆସନରେ ଆଗୁଆ ରହିଛି। ଏନ୍‌ଡିଏର ଅନ୍ୟ ଦୁଇ ସହଯୋଗୀ ଭିଆଇପି ଏବଂ ଏଚ୍‌ଏଏମ୍‌ ୪ଟି ଲେଖାଏ ଆସନ ଜିତିଛନ୍ତି। ଅନ୍ୟପକ୍ଷେ ଆର୍‌ଜେଡିକୁ ୭୪ ଆସନରେ ସଫଳତା ମିଳିସାରିଥିବାବେଳେ ଦଳ ୧ ଆସନରେ ଆଗୁଆ ରହିଛି। ସହଯୋଗୀ କଂଗ୍ରେସ ୧୯ ଆସନରେ ବିଜୟୀ ହୋଇଛି। ବାମଦଳଙ୍କ କଥା ଦେଖିଲେ ସିପିଆଇ, ସିପିଆଇଏମ୍‌ ୨ଟି ଲେଖାଏ ଆସନରେ ବିଜୟୀ ହୋଇଥିବାବେଳେ ସିପିଆଇଏମ୍‌ଏଲ୍‌ ୧୨ ସିଟ୍‌ ଜିତିଛି। ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌ ୫ ଆସନ ଦଖଲ କରିବାରେ ସକ୍ଷମ ହୋଇଛି। ସେହିପରି ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଓ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଗୋଟିଏ ଲେଖାଏ ଆସନରେ ସଫଳ ହୋଇଛନ୍ତି। ୨୦୧୫ ବିଧାନସଭା ନିର୍ବାଚନରେ ଆର୍‌ଜେଡି ୮୦ ଆସନ ପାଇଥିଲା। ଭାଜପା ୫୩, ଜେଡିୟୁ ୭୧, କଂଗ୍ରେସ ୨୭, ଏଲ୍‌ଜେପି ୨ ଓ ଅନ୍ୟ ଦଳ ତଥା ସ୍ବାଧୀନ ପ୍ରାର୍ଥୀ ୧୦ ଆସନରେ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ମଦ

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri