Posted inଜାତୀୟ

ଡ୍ରାଇଭର ସିଟ୍‌ରେ ଭାଜପା

ପାଟନା/ନୂଆଦିଲ୍ଲୀ,୧୧ା୧୧: ବିହାର ବିଧାନସଭା ନିର୍ବାଚନକୁ ନେଇ ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ର ଭବିଷ୍ୟବାଣୀ ଭୁଲ୍‌ ପ୍ରମାଣିତ ହୋଇଛି। ଭୋଟ ଗଣତି ଶେଷ ପର୍ଯ୍ୟାୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସ୍ପଷ୍ଟ ବହୁମତ ସହ ପୁଣି ଥରେ ସରକାର ଗଠନ ଦିଗରେ ଅଗ୍ରସର ହୋଇଛି। ତେବେ ବିହାର ଭୋଟର ଏଥର ଡ୍ରାଇଭର ସିଟ୍‌ରେ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)କୁ ନୁହେଁ, ବରଂ ଭାଜପାକୁ ବସାଇଛନ୍ତି। ଏହି ହିନ୍ଦୀ ଭାଷୀ ଉତ୍ତର ଭାରତୀୟ ରାଜ୍ୟର ୨୦୨୦ ଭୋଟ୍‌ରେ ସୁଶାସନ ବାବୁଙ୍କ ‘ବ୍ରାଣ୍ଡ୍‌ ନୀତୀଶ’ କାମ କରିନାହିଁ। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୧୨୨ ହୋଇଥିବାବେଳେ ଭାଜପାକୁ ୭୪ (୭୩+୧) ଆସନରେ ସଫଳତା ମିଳିଛି। ଜେଡିୟୁ ୪୩ (୪୨+୧) ଆସନରେ ସନ୍ତୁଷ୍ଟ ହୋଇ ତିନି ନମ୍ବରକୁ ଖସିଛି। ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ୭୫(୭୪+୧) ଆସନ ଦଖଲ କରି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି। ମହାମେଣ୍ଟର ଅଂଶୀଦାର କଂଗ୍ରେସ ୧୯ ଓ ବାମଦଳ ୧୬ ଆସନରେ ବିଜୟୀ ହୋଇଛନ୍ତି କିମ୍ବା ଆଗୁଆ ଅଛନ୍ତି। ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ମାତ୍ର ଗୋଟିଏ ଆସନ ଜିତି କେବଳ ଖାତା ଖୋଲିପାରିଛି।
ଷୋଡ଼ଶ ବିଧାନସଭାର କାର୍ଯ୍ୟକାଳ ୨୦୨୦ ନଭେମ୍ବର ୨୦ରେ ଶେଷ ହେବାକୁ ଥିବାବେଳେ ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ଘୋଷଣା ଅନୁସାରେ ମୋଟ ୩ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ଅକ୍ଟୋବର ୨୮ରେ ପ୍ରଥମ ପର୍ଯ୍ୟାୟରେ ୭୧ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଲାଗି ନଭେମ୍ବର ୩ରେ ୯୪ ଆସନ ଓ ଶେଷ ପର୍ଯ୍ୟାୟରେ ୭ ତାରିଖରେ ୭୮ ଆସନରେ ମତଦାନ ହୋଇଥିଲା। ମଇଦାନରେ ମୋଟ ୩,୭୫୫ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ। ଏହି ନିର୍ବାଚନରେ ଏନ୍‌ଡିଏର ଜେଡିୟୁ ୧୧୫, ଭାଜପା ୧୧୦, ମୁକେଶ ସହାନୀଙ୍କ ନେତୃତ୍ୱାଧୀନ ବିକାଶଶୀଳ ଇନ୍‌ଶାନ ପାର୍ଟି (ଭିଆଇପି) ୧୧ ଓ ଜିତନ୍‌ରାମ ମାଞ୍ଝିଙ୍କ ହିନ୍ଦୁସ୍ଥାନୀ ଆଓ୍ବାମ ମୋର୍ଚ୍ଚା (ଏଚ୍‌ଏଏମ୍‌) ୭ ଆସନରେ ଲଢ଼ିଥିଲେ। ସେହିପରି ମହାମେଣ୍ଟ ପକ୍ଷରୁ ଆର୍‌ଜେଡି ୧୪୪, କଂଗ୍ରେସ ୭୦ ଓ ବାମଦଳ ପ୍ରାର୍ଥୀ ୨୯ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଚିରାଗଙ୍କ ଏଲ୍‌ଜେପି ପକ୍ଷରୁ ୧୩୭ ଆସନରେ ପ୍ରାର୍ଥୀ ଦିଆଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଲାସ ପାଶ୍ୱାନଙ୍କ ପରଲୋକ ପରେ ଚିରାଗ ଯେଉଁ ଅନୁକମ୍ପାମୂଳକ ଭୋଟ ପାଇବେ ବୋଲି ଆଶା କରିଥିଲେ, ସେପରି କିଛି ହେଲା ନାହିଁ। ଚିରାଗଙ୍କ ‘କିଙ୍ଗ୍‌ ମେକର’ ସ୍ପପ୍ନ ମଧ୍ୟ ଧୂଳିସାତ ହୋଇଯାଇଛି। ଅଥଚ ତାଙ୍କ ନକାରାମତ୍କ ଭୂମିକା ନୀତୀଶ କୁମାରଙ୍କୁ ଅନୂ୍ୟନ ୩୦ ଆସନରେ କ୍ଷତି ପହଞ୍ଚାଇଛି। ଏଲ୍‌ଜେପି ଭୋଟ କାଟିବାରେ ସଫଳ ହେବାରୁ ଜେଡିୟୁ ୩ ନମ୍ବର ଦଳରେ ପରିଣତ ହୋଇଛି। ଫଳରେ ଭାଜପାର ମୂଲଚାଲ କ୍ଷମତା ବଢ଼ିବା ସହ ନୀତୀଶ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଭାଜପା ଅଧିକ ଆସନ ଦଖଲ କରିଥିବାରୁ ବଡ଼ଭାଇ ହିସାବରେ ଦଳରୁ ହିଁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି କେତେଜଣ ନେତା ଦାବି କରିଛନ୍ତି। ମହାମେଣ୍ଟରେ ଥିବା କଂଗ୍ରେସର ପ୍ରଦର୍ଶନ ସେତେଟା ଭଲ ହୋଇନାହିଁ। ମାତ୍ର ବାମପନ୍ଥୀ ଦଳଗୁଡ଼ିକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏହାସତ୍ତ୍ୱେ ସଂଖ୍ୟାଗରିଷ୍ଠତାଠାରୁ ମହାମେଣ୍ଟ ଦୂରରେ ଥିବାରୁ ଏହାର ନେତା ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ହୋଇ ନ ପାରନ୍ତି।
ଇସିଆଇଙ୍କ ଓ୍ବେବ୍‌ସାଇଟ୍‌ରୁ ସଂଗୃହୀତ ତଥ୍ୟାନୁସାରେ ରାତି ୨ଟା୧୫ ସୁଦ୍ଧା ୨୪୦ ଆସନର ବିଜେତାଙ୍କ ନାମ ଆସିଥିଲା ଓ ଅବଶିଷ୍ଟ ୩ ସିଟ୍‌ରେ ଗଣତି ଚାଲିଥିଲା। ସେଥିମଧ୍ୟରୁ ଏନ୍‌ଡିଏ ୨୨୩ ଆସନରେ ବିଜୟୀ ହୋଇଥିବାବେଳେ ୨ ସିଟ୍‌ରେ ଆଗୁଆ ରହିଛି। ଭାଜପା ସପକ୍ଷରେ ୭୪ ଆସନ ରହିଥିବାବେଳେ ଜେଡିୟୁ ୪୨ ଆସନରେ ବିଜୟୀ ହୋଇ ୧ ଆସନରେ ଆଗୁଆ ରହିଛି। ଏନ୍‌ଡିଏର ଅନ୍ୟ ଦୁଇ ସହଯୋଗୀ ଭିଆଇପି ଏବଂ ଏଚ୍‌ଏଏମ୍‌ ୪ଟି ଲେଖାଏ ଆସନ ଜିତିଛନ୍ତି। ଅନ୍ୟପକ୍ଷେ ଆର୍‌ଜେଡିକୁ ୭୪ ଆସନରେ ସଫଳତା ମିଳିସାରିଥିବାବେଳେ ଦଳ ୧ ଆସନରେ ଆଗୁଆ ରହିଛି। ସହଯୋଗୀ କଂଗ୍ରେସ ୧୯ ଆସନରେ ବିଜୟୀ ହୋଇଛି। ବାମଦଳଙ୍କ କଥା ଦେଖିଲେ ସିପିଆଇ, ସିପିଆଇଏମ୍‌ ୨ଟି ଲେଖାଏ ଆସନରେ ବିଜୟୀ ହୋଇଥିବାବେଳେ ସିପିଆଇଏମ୍‌ଏଲ୍‌ ୧୨ ସିଟ୍‌ ଜିତିଛି। ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌ ୫ ଆସନ ଦଖଲ କରିବାରେ ସକ୍ଷମ ହୋଇଛି। ସେହିପରି ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଓ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଗୋଟିଏ ଲେଖାଏ ଆସନରେ ସଫଳ ହୋଇଛନ୍ତି। ୨୦୧୫ ବିଧାନସଭା ନିର୍ବାଚନରେ ଆର୍‌ଜେଡି ୮୦ ଆସନ ପାଇଥିଲା। ଭାଜପା ୫୩, ଜେଡିୟୁ ୭୧, କଂଗ୍ରେସ ୨୭, ଏଲ୍‌ଜେପି ୨ ଓ ଅନ୍ୟ ଦଳ ତଥା ସ୍ବାଧୀନ ପ୍ରାର୍ଥୀ ୧୦ ଆସନରେ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Watch: ଦଳରୁ ବାଦ ପଡିବା ପରେ ଭୋ ଭୋ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ, ସମ୍ଭାଳିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୨।୭: ସାଉଥାମ୍ପଟନରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା; ବରଂ ସଞ୍ଜୁ ସାମସନ ଦଳକୁ ଫେରିଥିଲେ। ତଥାପି, ଫଳାଫଳ…

ଆସନ୍ତା ବର୍ଷ ଚାଲିବ ଭାରତର ପ୍ରଥମ ବୁଲେଟ ଟ୍ରେନ; ଘୋଷଣା ହେଲା ନୂଆ ରୁଟ

ନୂଆଦିଲ୍ଲୀ,୧୨।୭: ଭାରତରେ ଖୁବଶୀଘ୍ର ବୁଲେଟ ଟ୍ରେନ ଟ୍ରାକରେ ଦୌଡିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଘୋଷଣା କରିଛନ୍ତି ଯେ ମୁମ୍ବାଇ ଏବଂ ଅହମଦାବାଦ ମଧ୍ୟରେ ପ୍ରଥମ…

ବିଦ୍ୟୁତ୍‌ ଫାଶରେ ଲାଗି ଚାଲିଗଲା ମହିଳା ଚାଷୀଙ୍କ ଜୀବନ, ପରିବାର ଉପରେ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼

ବୁଗୁଡ଼ା,୧୨ା୭(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ାରେ ବିଲକୁ ଯାଇ ଫେରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଚାଷୀଙ୍କ ମୃତ୍ୟୁ…

ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ଯାଉଥିଲେ ୩ ପର୍ଯ୍ୟଟକ, ଉଦ୍ଧାର କରି…

ପୁରୀ,୧୨ା୭(ଅଜିତ୍‌ କୁମାର ମହାନ୍ତି): ରବିବାର ସମୁଦ୍ରରେ ଗାଧୋଉଥିବାବେଳେ ୩ ପର୍ଯ୍ୟଟକ ବୁଡ଼ିଯାଉଥିଲେ। ଏହି ସମୟରେ ଲାଇଫଗାର୍ଡ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେକ୍ଟର ୯ ଚୈତନ୍ୟ ଛକ…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ବିଦ୍ୟାଳୟ ରାତ୍ର ଜଗୁଆଳଙ୍କ ଜୀବନ, ରେଲିଂରେ ଧକ୍କା ଦେଇ…

ଦାରିଙ୍ଗବାଡ଼ି,୧୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ବୁଡ଼ାଗୁଡା ଛକରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ…

ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଲିଣ୍ଡସେ ଗ୍ରାହାମଙ୍କ ମୃତ୍ୟୁ; ରୁଷୀୟ ତୈଳ କ୍ରୟ ଉପରେ ଭାରତକୁ ଦେଇଥିଲେ ଧମକ

ଓ୍ବାଶିଂଟନ,୧୨।୭: ଦକ୍ଷିଣ କାରୋଲିନାର ଦୀର୍ଘକାଳୀନ ରିପବ୍ଲିକାନ ସାଂସଦ ଆମେରିକାର ସେନେଟର ଲିଣ୍ଡସେ ଗ୍ରାହାମଙ୍କ ଦେହାନ୍ତ ହୋଇଛି। ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ସହଯୋଗୀ…

୧୧ ଭାରତୀୟ ଥିବା ଜାହାଜ ଉପରକୁ ଆକ୍ରମଣ କଲା ଇରାନ, ଜଣେ ନିଖୋଜ, ପ୍ରତିକ୍ରିୟା ଦେଲା ଭାରତ

ନୂଆଦିଲ୍ଲୀ/ତେହରାନ,୧୨।୭: ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଓମାନ ଉପକୂଳରେ ଯେତେବେଳେ ଏହି ଆକ୍ରମଣ ଘଟିଥିଲା…

ଇରାନ କେବେ ଖୋଲିବ ହର୍ମୁଜ ପ୍ରଣାଳୀ? IRGC ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ରଖିଲା ଏହି ସର୍ତ୍ତ

ତେହରାନ,୧୨।୭: ପଶ୍ଚିମ ଏସିଆରେ ଇରାନ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ଜୀବନରେଖା ହର୍ମୁଜ ପ୍ରଣାଳୀ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri