Posted inଜାତୀୟ

ଦୁର୍ବଳ ହେଲେ ନୀତୀଶ

ପାଟନା, ୧୧ା୧୧: ତିନି ତିନି ଥର ବିହାରର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ହାତରୁ ଏଥର କ୍ଷମତା ଖସିଯାଇପାରେ। କାରଣ ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଜେଡିୟୁ ୩ ନମ୍ବର ଦଳର ମାନ୍ୟତା ପାଇଛି। ଅନ୍ୟପକ୍ଷେ ପୂର୍ବରୁ ବିହାରରେ ଏନ୍‌ଡିଏର ସାନଭାଇ ଭାବେ ପରିଗଣିତ ହେଉଥିବା ଭାଜପାର ପ୍ରଦର୍ଶନ ଏଥର ଉନ୍ନତ ହୋଇଛି। ଭୋଟ ଗଣତି ଆରମ୍ଭରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭାଜପା ଏବଂ ଆର୍‌ଜେଡି ମଧ୍ୟରେ ଏକ ନମ୍ବର ଦଳ ହେବା ପାଇଁ ଲଗାତର ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି। ଗୈରିକ ଦଳ ୭୦ରୁ ଊର୍ଦ୍ଧ୍ୱ ଆସନ ଦଖଲ କରିବା ସମ୍ଭାବନା ସୃଷ୍ଟି ହୋଇଥିବାରୁ ଭାଜପା ଭିତରୁ ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି ଉଠିଲାଣି।
୨୪୩ ସଦସ୍ୟତା ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ସମସ୍ତ ଆସନରେ ପ୍ରାର୍ଥୀ ଦିଆଯାଇଥିଲା। ସେଥିରୁ ନୀତୀଶଙ୍କ ଜେଡିୟୁ ୧୧୫ ଆସନ ଲଢ଼ିଥିବାବେଳେ ଭାଜପା ୧୧୦ ଆସନରେ ଭାଗ୍ୟ ପରୀକ୍ଷା କରିଥିଲା। ମୁକେଶ ସହାନିଙ୍କ ଭିଆଇପି ୧୧ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝିଙ୍କ ଏଚ୍‌ଏଏମ୍‌ ୭ରେ ଆସନରେ ଲଢ଼ିଥିଲେ। ନୀତୀଶ କୁମାର ହିଁ ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ଚେହେରା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଭୋଟ ପ୍ରଚାର ବେଳେ ଘୋଷଣା କରିଥିଲେ। କିନ୍ତୁ ଭାଜପାର ପୋଷ୍ଟର, ବ୍ୟାନରରେ ନୀତୀଶଙ୍କ ଫଟୋ ସ୍ଥାନ ପାଇ ନ ଥିଲା। ଏପରି କି ନୀତୀଶ କୁମାରଙ୍କ ସୁଶାସନ ବାବୁ ବ୍ରାଣ୍ଡ୍‌ ମଧ୍ୟ ନିର୍ବାଚନରେ କାମ କରି ନ ଥିଲା। ଯାହା କି ତାଙ୍କର ଅନେକ ସଭାରେ ଉପସ୍ଥିତ ଜନତାଙ୍କ ବ୍ୟବହାରରୁ ଆଗୁଆ ବାରି ହୋଇପଡ଼ିଥିଲା। ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶ୍ୱାନଙ୍କ ଭୂମିକା ଜେଡିୟୁକୁ ନିମ୍ନଗାମୀ କରିଥିବା କୁହାଯାଉଛି। ପରିଣାମ ଆସିବା ପରେ ଭାଜପାକୁ ମିଳିଥିବା ଅଭୂତପୂର୍ବ ସଫଳତା କ୍ଷମତାର ସମୀକରଣକୁ ବଦଳାଇଦେଇ ପାରେ ବୋଲି ଚର୍ଚ୍ଚା ହେଉଛି। ଏଭଳି ସମୟରେ ଏନ୍‌ଡିଏ ପକ୍ଷରୁ ଜଣେ ଭାଜପା ନେତାଙ୍କୁ ବିହାର ମୁଖ୍ୟମନ୍ତ୍ରୀ କରାଗଲେ, ସେଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଉଛନ୍ତି।
ତୃତୀୟ ସ୍ଥାନରେ ଜେଡିୟୁ
ବିହାର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଖରାପ ପ୍ରଦର୍ଶନ କରିଛି। ମେଣ୍ଟ ସରକାରରେ ଜେଡିୟୁ ବଡ଼ଭାଇ ଭୂମିକା ନେଇଆସୁଥିଲାବେଳେ ଏଥର ଏହି ମର୍ଯ୍ୟାଦା ହରାଇଛି। ଆସନ ସଂଖ୍ୟା ଦୃଷ୍ଟିରୁ ଏହା ତୃତୀୟ ସ୍ଥାନକୁ ଖସିଯାଇଛି। ୨୦୧୫ ନିର୍ବାଚନରେ ନୀତୀଶଙ୍କ ନେତୃତ୍ୱାଧୀନ ଜେଡିୟୁ ୭୧ ଆସନରେ ଜିତିଥିବାବେଳେ ଏଥର ୪୩ରେ ସୀମିତ ରହିପାରେ ବୋଲି ରାତି ୮ଟା ସୁଦ୍ଧା ଟ୍ରେଣ୍ଡ୍‌ରୁ ଜଣାପଡିଛି।
ସରକାର ବିରୋଧୀ ହାଓ୍ବା
ନୀତୀଶଙ୍କ ୧୫ ବର୍ଷ ଶାସନରେ ବିହାରରେ ବେରୋଜଗାରୀ ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ଏହାକୁ ନେଇ ଲୋକେ ତାତିଥିଲେ। ୨୦ ବର୍ଷ ପୂର୍ବରୁ ଝାଡ଼ଖଣ୍ଡ ବିହାରରୁ ଅଲଗା ହୋଇ ନୂତନ ରାଜ୍ୟର ପରିଚୟ ହାସଲ କରିଥିଲା। ଅଥଚ ବିହାରରେ ମୁଣ୍ଡପିଛା ଆୟ ଝାଡ଼ଖଣ୍ଡଠାରୁ ନିମ୍ନରେ ରହିଛି। ସେଠାରେ ଏବେ ବି ୩୪ ପ୍ରତିଶତ ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଅପରାଧ ହାରରେ ବିହାର ଝାଡ଼ଖଣ୍ଡଠାରୁ ଆଗରେ ରହିଛି। ଏଥିସହିତ ବନ୍ୟା ମୁକାବିଲା ଓ କୃଷକମାନଙ୍କ ସମସ୍ୟା ସମାଧାନ କରିବାରେ ନୀତୀଶଙ୍କ ନେତୃତ୍ୱାଧୀନ ସରକାର ବିଫଳ ହୋଇଥିଲା। କୋଭିଡ୍‌ ପରିଚାଳନାରେ ବିଫଳତା ନୀତୀଶଙ୍କ ଲୋକପ୍ରିୟତା ହ୍ରାସର ଅନ୍ୟତମ କାରଣ ଥିଲା। ଫଳରେ ସେଠାରେ ସରକାର ବିରୋଧୀ ହାଓ୍ବା ସୃଷ୍ଟି ହୋଇଥିଲା।
ଭାଜପା ପୋଷ୍ଟରରେ
ନୀତୀଶ ନ ଥିଲେ
ସରକାର ବିରୋଧୀ ହାଓ୍ବା ସତ୍ତ୍ୱେ ନୀତୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଭରସା କରି ନିର୍ବାଚନ ଲଢ଼ିଲେ। ତାଙ୍କୁ ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଥିଲେ ହେଁ ଭାଜପା ପୋଷ୍ଟରରେ ତାଙ୍କ ଫଟୋ ନ ଥିଲା। ସହଯୋଗୀ ଦଳଠାରୁ ତାଙ୍କୁ ଆଶାନୁରୂପ ସହଯୋଗ ମିଳିଲା ନାହିଁ।
ଲାଲୁ-ରାବ୍ରୀଙ୍କ
ଶାସନକୁ ଟାର୍ଗେଟ
ନିଜ ସରକାରର ଅନେକ ବିଫଳତା ସତ୍ତ୍ୱେ ନୀତୀଶ ନିର୍ବାଚନ ପ୍ରଚାର ବେଳେ ଲାଲୁ ଯାଦବ ଓ ରାବ୍ରୀ ଦେବୀଙ୍କ ୧୫ ବର୍ଷର ଶାସନକୁ ଟାର୍ଗେଟ କରିଥିଲେ। ନିଜ ସରକାର ସମୟରେ ସୃଷ୍ଟି ହୋଇଥିବା ବେରୋଜଗାରୀ, କରୋନା ମହାମାରୀର ମୁକାବିଲାରେ ବିଫଳତା, ଦାଦନ ଶ୍ରମିକ ସମସ୍ୟା, କୃଷି ସଙ୍କଟ ଉପରେ ସେ କିଛି କହି ନ ଥିଲେ।
ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଆଣିବାରେ ବିଫଳ
ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ଲାଗି ନୀତୀଶ କୁମାର ଅତୀତରେ ଅନେକ ଥର ଦାବି କରିଥିଲେ ହେଁ କେନ୍ଦ୍ରଠାରୁ ତାହା ହାସଲ କରିବାରେ ବିଫଳ ହୋଇଥିଲେ। ଭାଜପାର ସହଯୋଗୀ ଦଳ ହୋଇ ମଧ୍ୟ ସେ ଦାବି ହାସଲ ପାଇଁ କେନ୍ଦ୍ର ଉପରେ ଯଥେଷ୍ଟ ଚାପ ପକାଇପାରିଲେ ନାହିଁ।
ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ
ଶାନ୍ତ ସ୍ବଭାବର ନୀତୀଶ ପ୍ରଚାର ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ସେ ବିରୋଧୀଙ୍କ ବୈବାହିକ ବିବାଦକୁ ନେଇ ଅଙ୍ଗୁଳି ଉଠାଇବା ସହ ପ୍ରଶ୍ନ ପଚାରୁଥିବା ବ୍ୟକ୍ତିଙ୍କ ପ୍ରତି ଉତ୍‌କ୍ଷିପ୍ତ ହେବା ଦେଖାଯାଇଥିଲା। ତାଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ଲୋକଙ୍କୁ ନୀତୀଶ ଧମକ ଦେଉଥିଲେ। ଲାଲୁଙ୍କ ପରିବାରକୁ ଜୋର୍‌ଦାର ସମାଲୋଚନା କରୁଥିଲେ।
ଶେଷ ନିର୍ବାଚନ କହିଲେ
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ନୀତୀଶ କହିଥିଲେ ଏହା ତାଙ୍କର ଅନ୍ତିମ ନିିର୍ବାଚନ। ଏହା ପରେ ସେ ନିର୍ବାଚନ ଲଢ଼ିବେ ନାହିଁ। ଏହା ତାଙ୍କର ହତାଶାବୋଧକୁ ସୂଚାଇଥିଲା।
ଭୋଟ ଭାଙ୍ଗିଲା ଏଲ୍‌ଜେପି
ନୀତୀଶଙ୍କ ନେତୃତ୍ୱାଧୀନ ଦଳକୁ କ୍ଷତି ପହଞ୍ଚାଇବାରେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ନେତା ଚିରାଗ ପାଶ୍ୱାନଙ୍କ ଭୂମିକା ରହିଛି। ଯଦିଓ ନିର୍ବାଚନରେ ଏଲ୍‌ଜେପିକୁ ବହୁମୂଲ୍ୟ ଦେବାକୁ ପଡ଼ିଛି, ତେବେ ଏହା ଜେଡିୟୁକୁ ଅନୂ୍ୟନ ୩୦ ଆସନରେ ହରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଫଳାଫଳ ଟ୍ରେଣ୍ଡ୍‌ରୁ ଜଣାପଡିଛି। ଏଲ୍‌ଜେପି ପ୍ରାର୍ଥୀ ଦେବାରୁ ଉକ୍ତ ଆସନଗୁଡ଼ିକରେ ଜେଡିୟୁ ଭୋଟ ଭାଙ୍ଗିଥିଲା।

କିଙ୍ଗ୍‌ମେକର ହୋଇପାରନ୍ତି ଓଓ୍ବାଇସି
ବିହାର ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ ଲାଗି ଏନ୍‌ଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେଉଛି। ଏଭଳି ସ୍ଥିତିରେ ଯଦି ଝୁଲା ବିଧାନସଭା ହୁଏ ତେବେ
ଏଆଇଏମ୍‌ଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି କିଙ୍ଗମେକର ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି। ସେହିପରି ବିଏସ୍‌ପି ଏବଂ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ବଡ଼ ଭୂମିକା ନେଇପାରନ୍ତି। ଏନ୍‌ଡିଏ କୁହୁକ ଅଙ୍କର ନିକଟବର୍ତ୍ତୀ ହୋଇଥିଲେ ବି ଆର୍‌ଜେଡି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ ସରକାର ଗଠନ ଲାଗି ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବ ବୋଲି ଏହାର ନେତା କହିଛନ୍ତି। ୩ ଆସନ ଜିତିଥିବା ଓ ୨ଟିରେ ଆଗରେ ଥିବା ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌, ଗୋଟିଏ ଆସନ ଜିତିଥିବା ବିଏସ୍‌ପି ଏବଂ ଦୁଇ ସ୍ବାଧୀନ ପ୍ରାର୍ଥୀ ନିଅଣ୍ଟିଆ ସ୍ଥିତରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବୋଲି କୁହାଯାଉଛି।
ମୁଖ୍ୟମନ୍ତ୍ରୀ ଆଶାୟୀ ପୁଷ୍ମମ୍‌ ପ୍ରିୟା ନୋଟା ତଳେ

ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସର ପୂର୍ବତନ ଛାତ୍ରୀ ପୁଷ୍ମମ୍‌ ପ୍ରିୟା ଚୌଧୁରୀ ନିଜସ୍ବ ରାଜନୈତିକ ଦଳ ‘ପ୍ଲୁରାଲସ୍‌ ପାର୍ଟି’ ଗଠନ କରି ନିଜକୁ ବିହାର ମୁଖ୍ୟମନ୍ତ୍ରୀ ପଦ ଦାବିଦାର ବୋଲି ଘୋଷଣା କରିଥିଲେ। ସେ ଲଢ଼ିଥିବା ଦୁଇଟିଯାକ ଆସନରେ ବହୁ ପଛରେ ରହିଛନ୍ତି। ମଧୁବଣୀ ଜିଲାର ବିସ୍‌ଫି ଆସନରୁ ସେ ନୋଟା (ନନ୍‌ ଅଫ୍‌ ଦି ଏବଭ୍‌) ଅପ୍ସନ୍‌ଠାରୁ କମ୍‌ ଭୋଟ ପାଇଛନ୍ତି। ପାଟନାର ବାଙ୍କିପୁରା ଆସନରେ ସେ ତୃତୀୟ ସ୍ଥାନରେ ରହିଛନ୍ତି। ସେଠାରେ ଭାଜପାର ନୀତିନ ନବୀନ ଆଗରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ତଥା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ୍‌ ସିହ୍ନା ଦ୍ୱିତୀୟ ସ୍ଥାନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସୂଚାନଯୋଗ୍ୟ, ଉଚ୍ଚଶିକ୍ଷିତା ପୁଷ୍ପମ ପ୍ରିୟା ବିହାରକୁ ଦଶବର୍ଷ ମଧ୍ୟରେ ୟୁରୋପରେ ପରିଣତ କରିଦେବେ ବୋଲି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଯୁବବର୍ଗର ଭୋଟରଙ୍କୁ ଭରସା କରି ସେ ନିଜକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଚ୍ୟାଲେଞ୍ଜର ଭାବେ ଅଭିହିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?