Posted inଫୁରସତ

ପ୍ରେରଣାର ଉତ୍ସ ୟୁଟ୍ୟୁବର୍‌ ଶାନ୍ତା ପିଲାଇ

ନୂଆଦିଲ୍ଲୀ: ଆଗ୍ରହ ଥିଲେ ବୟସ କେବେ କୌଣସି କାମ ପାଇଁ ବାଧକ ସାଜେନି। ଏହାର ଏକ ଉଦାହରଣ ହେଉଛନ୍ତି ୟୁଟ୍ୟୁବର ଶାନ୍ତା ପିଲାଇ। ୮୫ ବର୍ଷ ବୟସରେ ୟୁଟ୍ୟୁବର ହୋଇ ଏବେ ସେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
ଶାନ୍ତା ପିଲାଇ ଆଜି ଜଣେ ପ୍ରତିଷ୍ଠିତ ୟୁଟ୍ୟୁବର। ‘ଟେକିଫାଇ ଆଟ୍‌ ୮୫’ ନାମରେ ତାଙ୍କର ଏକ ୟୁଟ୍ୟୁବ ରହିଛି। ଏହି ଚ୍ୟାନେଲ ମାଧ୍ୟମରେ ଶାନ୍ତା ଏବେ ଲୋକମାନଙ୍କୁ ବେଶ୍‌ ସୁନ୍ଦରଭାବେ ନୂଆ ନୂଆ ଟେକ୍ନୋଲୋଜି ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ବଡ଼ କଥା ହେଉଛି ଶାନ୍ତାଙ୍କୁ ଏବେ ବୟସ ହେଉଛି ୮୫ ବର୍ଷ ଆଉ ସେ ଏହି ବର୍ଷ ହିଁ ତାଙ୍କ ଚ୍ୟାନେଲ ଆରମ୍ଭ କରିଛନ୍ତି। ଚ୍ୟାନେଲ ଆରମ୍ଭ କରିବାର ମାତ୍ର କେଇ ମାସ ମଧ୍ୟରେ ସେ ଯେଉଁଭଳି ଲୋକପ୍ରିୟତା ହାସଲ କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋସିଆଲ ମିଡିଆରେ ଏବେ ତାଙ୍କୁ ମିଳିଛି ସ୍ବତନ୍ତ୍ର ପରିଚୟ। ନୂଆ ଟେକ୍ନୋଲୋଜିକୁ ଶାନ୍ତା ଏତେ ସୁନ୍ଦର ଆଉ ସରଳଭାବେ ବୁଝାଇ ତାଙ୍କ ଚ୍ୟାନେଲରେ ଅପ୍‌ଲୋଡ୍‌ କରୁଛନ୍ତି ଯେ ଦର୍ଶକମାନେ ବେଶ୍‌ ପ୍ରଭାବିତ ହୋଇପାରୁଛନ୍ତି। ସେଥିପାଇଁ ତାଙ୍କ ଚ୍ୟାନେଲର ଦର୍ଶକଙ୍କ ସଂଖ୍ୟା ଖୁବ୍‌ ଶୀଘ୍ର ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ତାଙ୍କ ଶିଖାଇବାର ଦକ୍ଷତାକୁ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି। ଶାନ୍ତା ଏହି ବର୍ଷ ଅଗଷ୍ଟ ମାସରେ ହିଁ ତାଙ୍କ ଚ୍ୟାନେଲ ଆରମ୍ଭ କରିଥିଲେ, ଆଉ ପ୍ରଥମ ଭିଡିଓରୁ ହିଁ ତାଙ୍କର ଫଲୋଅରଙ୍କ ସଂଖ୍ୟା ବହୁତ ବଢ଼ିବାରେ ଲାଗିଥିଲା। ଆଉ ତା’ପରେ ଶାନ୍ତା ଯାହା ବି ଭିଡିଓ ଅପଲୋଡ୍‌ କରୁଥିଲେ ତାଙ୍କ ଚ୍ୟାନେଲର ଦର୍ଶକଙ୍କ ସଂଖ୍ୟା ବହୁତ ବଢ଼ିଥିଲା ଏବଂ ତାଙ୍କୁ ବହୁ ପ୍ରଶଂସା ବି ମିଳିପାରିଥିଲା। ବାର୍ଦ୍ଧକ୍ୟ ବୟସରେ ବି ଶାନ୍ତା ଯୁବପିଢ଼ିଙ୍କ ସହ ତାଳ ଦେଇ ପ୍ରସିଦ୍ଧି ଅର୍ଜନ କରି ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri