ବିଜେଡି ହାତରେ ବାଲେଶ୍ୱର, ତିର୍ତ୍ତୋଲ

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜେଡି ବାଜିମାତ୍‌ କରିଛି। ଉଭୟ ଆସନରେ ବିଜୟୀ ହୋଇ ଦଳ ନିଜର ପ୍ରତିିପତ୍ତି ପୁଣି ଜାହିର କରିଛି। ବାଲେଶ୍ୱର ଆସନକୁ ବିଜେଡି ଭାଜପା ହାତରୁ ଛଡ଼ାଇ ଆଣିଛି। ଭାଜପାର ଅନୁକମ୍ପା ଭୋଟ ହାତେଇବାର ସବୁ ରଣନୀତି ଫେଲ୍‌ ମାରିଛି। ଅନ୍ୟପକ୍ଷରେ ତିର୍ତ୍ତୋଲ ଆସନରେ ବିଜେଡି ନିଜ ଆସନକୁ ସୁରକ୍ଷିତ ରଖିବାରେ ମଧ୍ୟ ସଫଳ ହୋଇଛି। ତିର୍ତ୍ତୋଲରେ ଭାଜପା ଦ୍ୱିତୀୟ ଆସନରେ ଥିବାବେଳେ କଂଗ୍ରେସ ଉଭୟ ଆସନରେ ତୃତୀୟ ସ୍ଥାନରେ ରହିଛି। ଏହି ଉପନିର୍ବାଚନରେ ବାଲେଶ୍ୱରରେ ବିଜେଡି ଏବଂ ଭାଜପା ମଧ୍ୟରେ କଡା ଟକ୍କର ହୋଇଥିବା ଦେଖିବାକୁ ମିଳିଛି। ଭାରତର ନିର୍ବାଚନ କମିଶନ(ଇସିଆଇ) କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ତାଙ୍କର ନିକଟତମ ଭାଜପା ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ୧୩,୩୫୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ସ୍ବରୂପଙ୍କୁ ୮୪,୦୯୭ ଖଣ୍ଡ ଭୋଟ ମିଳିଥିବା ବେଳେ ମାନସଙ୍କୁ ୭୦,୭୪୬ ଖଣ୍ଡ ଭୋଟ ମିଳିଛି। ସେହପିରି ତୃତୀୟ ସ୍ଥାନରେ ରହିଥିବା କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ୪,୯୮୩ ଖଣ୍ଡ ଭୋଟ ମିଳିଥିବାବେଳେ ନୋଟାକୁ ୭୦୦ଖଣ୍ଡ ଭୋଟ ଯାଇଛି। ସେହିପରି ତିର୍ତ୍ତୋଲ ବିଧାନସଭା ଆସନରେପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ରାଜ କିଶୋର ବେହେରାଙ୍କୁ ୪୧,୭୦୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ବିଜୟ ୮୮,୩୧୦ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ରାଜକିଶୋର ୪୬,୬୦୭ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ୨୮,୭୭୮ ଖଣ୍ଡ ଭୋଟ ମିଳିଛି। ନୋଟାକୁ ୭୮୬ଖଣ୍ଡ ଭୋଟ ଯାଇଛି।
୨୦୦୯ ଏବଂ ୨୦୧୪ରେ ବିଜେଡି ଦଖଲରେ ଥିବା ବାଲେଶ୍ୱର ସିଟ୍‌କୁ ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ଛଡାଇ ନେବାରେ ସକ୍ଷମ ହୋଇଥିଲା। ହେଲେ ବର୍ଷକ ପରେ ବିଜେଡି ବାଲେଶ୍ୱର ସିଟ୍‌କୁ ଭାଜପା ନିକଟରୁ ପୁଣି ଛଡାଇ ନେବାରେ ସଫଳ ହୋଇଛି। ଭାଜପା ବିଧାୟକ ମଦନ ମୋହନ ଦତ୍ତଙ୍କ ଅକାଳ ବିୟୋଗ ଯୋଗୁ ଏହି ଆସନରେ ଉପନିର୍ବାଚନ କରାଯାଇଥିଲା। ତାଙ୍କ ପୁଅ ମାନସ ଭାଜପା ପ୍ରାର୍ଥୀ ହୋଇଥିଲେ ମଧ୍ୟ ପିତାଙ୍କ ମୃତ୍ୟୁର ଅନୁକମ୍ପା ଭୋଟ ହାତେଇବାରେ ସଫଳ ହୋଇପାରିଲେ ନାହିଁ। ଫଳରେ ଭାଜପାକୁ ବାଲେଶ୍ୱର ସିଟ୍‌ ହରାଇବାକୁ ପଡିଛି। ବିଜେଡିର ରଣ କୌଶଳ ଆଗରେ ଭାଜପାର ସମସ୍ତ ଉଦ୍ୟମ ବିଫଳ ହୋଇଛି।
ଉଲ୍ଲେଖ ଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ପ୍ରାର୍ଥୀ ମଦନ ମୋହନ ଦତ୍ତ ବାଲେଶ୍ୱର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ସେ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କୁ ପ୍ରାୟ ୧୨ ହଜାର ଭୋଟରେ ପରାସ୍ତ କରିଥିଲେ। ମଦନଙ୍କୁ ୭୪ ହଜାର ୮୧୫ ଖଣ୍ଡ ଭୋଟ ମିଳିଥିବା ବେଳେ ଜୀବନଙ୍କୁ ୬୧ ହଜାର ୪୦୯ ଖଣ୍ଡ ଭୋଟ ମିଳିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀ ମାନସ ରଞ୍ଜନ ଦାସପଟ୍ଟନାୟକ ୧୯ ହଜାର ୭୦୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଭାଜାପା ୪୭.୨୬ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେଡି ୩୮.୨୯ ଏବଂ କଂଗ୍ରେସ ୧୨.୪୫ ପ୍ରତିଶତ ଭୋଟ ପାଇଥିଲା। ଅନ୍ୟ ପକ୍ଷରେ ତିର୍ତ୍ତୋଲ ବିଧାନସଭା ଆସନକୁ ବିଜେଡି ନିଜ କବ୍‌ଜାରେ ରଖିଛି। ୨୦୧୯ରେ ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସ ଏହି ସିଟ୍‌ରେ ବିଜୟୀ ହୋଇଥିଲେ। ତାଙ୍କ ବିୟୋଗ ପରେ ଉକ୍ତ ଆସନରେ ହୋଇଥିବା ଉପନିର୍ବାଚନରେ ପୁତ୍ର ତଥା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି। ବିଜେଡି ରଣନୀତି ଏବଂ ପିତାଙ୍କ ମୃତ୍ୟୁଜନିତ ଅନୁକମ୍ପା ତାଙ୍କୁ ବିଜୟୀ କରିବାରେ ସକ୍ଷମ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଷ୍ଣୁ ଚରଣ ଦାସ ନିକଟତମ ଭାଜପା ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ପ୍ରାୟ ୪୦ ହଜାର ଭୋଟରେ ପରାସ୍ତ କରିଥିଲେ। ବିଷ୍ଣୁ ୯୩ ହଜାର ୯୬୩ ଖଣ୍ଡ ଭୋଟ ପାଇଥିବାବେଳେ ରମାକାନ୍ତ ୫୩ ହଜାର ୫୮୧ ଏବଂ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ମଲ୍ଲିକ ୨୩ ହଜାର ୮୦୯ ଖଣ୍ଡ ଭୋଟ ପାଇଥିଲେ। ଉକ୍ତ ନିର୍ବାଚନରେ ବିଜେଡିକୁ ୫୪.୧୮ ପ୍ରତିଶତ ଭୋଟ ମିଳିଥିବା ବେଳେ ଭାଜପାକୁ ୩୦.୯ ଏବଂ କଂଗ୍ରେସକୁ ୧୩.୭୩ ପ୍ରତିଶତ ଭୋଟ ମିଳିଥିଲା।
କରୋନା କଟକଣା ଯୋଗୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବାକୁ ଯାଇ ନ ଥିଲେ। ଭର୍ଚୁଆଲ ମଞ୍ଚ ମାଧ୍ୟମରେ ନବୀନ ଉଭୟ ଉପନିର୍ବାଚନ ପାଇଁ ପ୍ରଚାର କରିଥିଲେ। ଏହା ସତ୍ତ୍ୱେ ଉଭୟ ଆସନରେ ବିଜୟୀ ହେବା ବିଜେଡିର ଲୋକପ୍ରିୟତାକୁ ପୁଣି ପ୍ରମାଣିତ କରିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଦଳକୁ ବିଜୟୀ କରିବାରେ ସହାୟକ ହେଉଛି ବୋଲି ରାଜନୈତିକ ବିଶାରଦ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ନନ୍ଦୀଗ୍ରାମ ଉପନିର୍ବାଚନରେ ହାଇଡ୍ରାମା: ମମତାଙ୍କ ସମର୍ଥନ ମିଳିବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଗିରଫ

କୋଲକାତା,୧୮।୯: ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ନାମପତ୍ର ପ୍ରତ୍ୟାହାର କରିବା,…

ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?