Posted inଖେଳ

ସଫଳ ହେଲା ଅମ୍ବାନୀ ପରିବାରର କଳା ଯାଦୁ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣରେ ଲଗାତାର ଦ୍ୱିତୀୟ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ୍‌ ହୋଇଛି। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଓ୍ବିକେଟରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ରେ ଚାମ୍ପିୟନ୍‌ ଏବଂ ୨୦୧୦ରେ ରନର୍ସଅପ୍‌ ହୋଇଥିଲା। ଏଥର ମୁମ୍ବାଇ ଇଣ୍ଡିଆନ୍ସ ଜିତିବା ମାତ୍ର ଦର୍ଶକଙ୍କ ଗ୍ୟାଲେରୀରେ ପୁଅ ସହ ବସିଥିବା ମାଲିକାଣୀ ନୀତା ଅମ୍ବାନୀ ଛୋଟ ପିଲାଙ୍କ ଭଳି ଡେଇଁପଡ଼ିଥିଲେ। ଜିତିବାର ଆନନ୍ଦ ତାଙ୍କ ମୁହଁରେ ସ୍ପଷ୍ଟ ବାରିହୋଇ ପଡ଼ୁଥିଲା। ଏଥିସହ ପୂର୍ବ ଏକ ମ୍ୟାଚ୍‌ରେ ନୀତାଙ୍କ ମା’ ଗ୍ୟାଲେରୀରେ ମନ୍ତ୍ର ପଢ଼ୁଥିବାର ଦେଖିବାକୁ ମିଳିଥିଲା। ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ପରେ ଲୋକମାନେ କମେଣ୍ଟକରି କହିଛନ୍ତି ଯେ, ଶେଷରେ ନୀତା ଅମ୍ବାନୀ ପରିବାରର କଳା ଯାଦୁ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁକ୍ରେନ ପାଇଁ ଖେଳିଲେ ସ୍ବିଟେକ, ନାଡାଲ

ନ୍ୟୁୟର୍କ, ୨୬ା୮(ଏପି):ୟୁକ୍ରେନରେ ମାନବିକ ସହାୟତା ପାଇଁ ପାଣ୍ଠି ସହାୟତା ଉଦ୍ଦେଶ୍ୟରେ ୟୁଏସ୍‌ ଓପନ୍‌ ପୂର୍ବରୁ ଟେନିସ ଷ୍ଟାରମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଇଭେଣ୍ଟର ଆୟୋଜନ କରାଯାଇଥିଲା।...

ଦଳ ଚାମ୍ପିଅନ୍‌ ହେବା ପରେ କାହାକୁ ପ୍ରଥମେ ଫୋନ କରିଥିଲେ ଧୋନୀ

ଶାରଜା,୧୭।୧୦: ଆଇପିଏଲ୍‌ ୨୦୨୧ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବାଜି ମାରି ନେଇଛି। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଚତୁର୍ଥଥର ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଛି। ମ୍ୟାଚ୍‌...

‘ହିଟ୍‌ମ୍ୟାନ୍‌ଙ୍କୁ ଯୋଗୁ ଫର୍ମକୁ ଫେରିଲି’

ଲକ୍ଷ୍ନୌ,୨୫।୨: ଗତ ଶୃଙ୍ଖଳାରେ ନିରାଶ କରିବା ପରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ରେ ଫର୍ମକୁ ଫେରିଛନ୍ତି ଓପନର୍‌ ଇଶାନ କିଶନ। ସେ ୫୬ ବଲ୍‌ରେ...

ଇଷ୍ଟ ଜୋନ୍‌ ସ୍ନୁକର: ଶ୍ୟାମ, ଉଦ୍ଭାସଙ୍କ ପ୍ରଭାବୀ ପ୍ରଦର୍ଶନ

ଭୁବନେଶ୍ୱର, ୭।୯(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ପଟିଆ ସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ଶ୍ୟାମ ଅଗ୍ରଓ୍ବାଲ ଓ ଉଦ୍ଭାସ...

ନୀରଜ ଚୋପ୍ରା ଅସୁସ୍ଥ

ନୂଆଦିଲ୍ଲୀ,୧୪।୮: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଅସୁସ୍ଥ। ତାଙ୍କୁ ଗତ ଦୁଇଦିନ ଧରି ପ୍ରବଳ ଜ୍ୱର ହୋଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର...

କୋଭିଡ୍‌-୧୯: ବ୍ୟାଟ୍‌ ନିଲାମ କରିବେ ମୁଶଫିକର

ଢାକା,୨୦।୪ (ପି.ଟି.): କୋଭିଡ୍‌-୧୯ ମହାମାରୀ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ବାହାରକୁ ବାହାରିଛନ୍ତି ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ। ସେ ତାଙ୍କ ବ୍ୟାଟକୁ ନିଲାମ...

ଆଖିବୁଜିଲେ ଏହି କ୍ରିକେଟର୍‌

ମୁମ୍ବାଇ,୫।୪: ମୁମ୍ବାଇର ପୂର୍ବତନ କ୍ରିକେଟର ମେହଲି ଇରାନୀଙ୍କ ଦୁବାଇରେ ଦେହାନ୍ତ ହୋଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ମୁମ୍ବାଇ କ୍ରିକେଟ ଆସୋସିଏସନ (ଏମସିଏ)ର ସର୍ବୋଚ୍ଚ...

ମନୀଷ କୁମାର ଜାତୀୟ ଚାମ୍ପିୟନ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ମନୀଷ କୁମାର ଜାତୀୟ ୧୮ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଛନ୍ତି। ୧୧ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ...

Advertisement
Archives

Model This Week