Posted inଜାତୀୟ

ମାତ୍ର ୧୨ ଖଣ୍ଡ ଭୋଟ୍‌ରେ ହାରିଲେ ପ୍ରାର୍ଥୀ

ପାଟନା,୧୧।୧୧:ବିହାର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଆସନ୍ତା ପାଞ୍ଚ ବର୍ଷ ପାଇଁ ଜନସାଧାରଣ ପୁଣି ଥରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ମିଳିତ ମଞ୍ଚକୁ କ୍ଷମତା ହସ୍ତାନ୍ତର କରିଛନ୍ତି। ୨୪୩ଟି ଆସନରୁ ଏନଡିଏକୁ ୧୨୫ ଟି ଆସନ, ମହାମେଣ୍ଟକୁ ୧୧୦ଟି ଆସନ ଏବଂ ଏଆଇଏମଆଇଏମ, ବିଏସପି ଏବଂ ଅନ୍ୟ ଦଳଗୁଡିକ ୮ ଟି ଆସନ ପାଇଛନ୍ତି। ସେହିପରି ଏଲଜେପି ଗୋଟିଏ ଆସନରେ ବିଜୟୀ ହୋଇଥିବା ଡେପୁଟି ଇଲେକ୍ସନ କମିଶନର ଆଶିଷ କୁନ୍ଦ୍ରା ସୂଚନା ଦେଇଛନ୍ତି। ରାଜ୍ୟରେ ଆରଜେଡି ସର୍ବାଧିକ ଭୋଟ ପାଇଥିବା ଦଳ ହୋଇଛି। ଭାଜପା ୬୯, ଜେଡିୟୁ ୪୧, ଆରଜେଡି ୭୨, କଂଗ୍ରେସ ୧୮ଟି ଆସନରେ ବିଜୟୀ ହୋଇଛନ୍ତି।
ଏଥର ବିହାରର ହିଲସା ସିଟରେ ସବୁଠାରୁ ରୋଚକ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ରାଉଣ୍ଡ ପରେ ପ୍ରତିଯୋଗିତା ଚାଲିଥିଲା। ଆରଜେଡିର ଶକ୍ତି ସିଂ ଯାଦବ ଏବଂ ଜେଡିୟୁର କୃଷ୍ଣମୂର୍ତ୍ତି ଶରଣଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଶେଷରେ ପ୍ରେମ ବାଜିମାରି ନେଇଥିଲେ। ସେ ମାତ୍ର ୧୨ ଖଣ୍ଡ ଭୋଟରେ ଜିତିଥିଲେ। ଶକ୍ତି ସିଂ ୬୧୮୩୬ ଖଣ୍ଡ ଭୋଟ ପାଇଥିବାବେଳେ ପ୍ରେମଙ୍କୁ ୬୧୮୪୮ ଭୋଟ ମିଳିଛି। ତେବେ ଫଳାଫଳ ଆସିବା ପରେ ଆରଜେଡି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ବିଜୟକୁ ହଜମ କି ପରାଜୟକୁ ସ୍ବୀକାର କରିପାରୁ ନାହିଁ: ମୋଦି

ନୂଆଦିଲ୍ଲୀ, ୨୬।୬: ଗତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏହାକୁ ଦଳ ସ୍ବୀକାର କରୁନାହିଁ କି ଭାଜପାର ବିଜୟକୁ ହଜମ କରିପାରୁ ନାହିଁ ବୋଲି...

୮୦ବର୍ଷିୟା ଆମ୍ମା ହେଲେ ଅନ୍ତର୍ଜାତୀୟ ଷ୍ଟାର୍‌

ଯୋଦ୍ଧାଇୟା ବାଇ ବୈଗା। ବୟସ ୮୦। ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଉମରିଆ ଜିଲାର ଏକ ଛୋଟ ଗ୍ରାମ ଲୋଢାରେ ରୁହନ୍ତି ସେ। ପାଠ ଆଦୌ ପଢି...

ବଦଳିକୁ ନେଇ ରାଗି ଯାଇ ୬୫ କିଲୋମିଟର ଦୌଡିବାକୁ ଉଦ୍ୟମ କଲେ ଏସ୍‌ଆଇ

ଇଟାଓ୍ବା,୧୬।୧୧: ଉତ୍ତର ପ୍ରଦେଶ ଇଟାଓ୍ବା ଜିଲାରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଚାକିରିରେ ବଦଳିକୁ ବିରୋଧ କରି ଜଣେ ସବ୍‌-ଇନସପେକ୍ଟର(ଏସ୍‌ଆଇ) ୬୫...

ନାମାଙ୍କନ ରଦ୍ଦ ହେଲା ପରେ ବି ଶ୍ରତ୍ରୁଘ୍ନଙ୍କର ନିର୍ବାଚନ ଲଢ଼ିବା ନିଶା ଭାଙ୍ଗିନି

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀର କର୍ନଟ ପ୍ଲେସ୍‌ ନିକଟରେ ଥିବା ହନୁମାନ ମନ୍ଦିରଠାରେ ଚା’ ଦୋକାନ କରିଛନ୍ତି ଜଣେ ଯୁବକ। ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ଏହି ଯୁବକଙ୍କର ନାମାଙ୍କନ...

ପୋଲିସ ଚାକିରିକୁ ବାଏବାଏ କହିଲେ ‘ସିଂଘମ୍‌’: ଏବେ କରିବେ ଜନସେବା

ବେଙ୍ଗାଲୁରୁ, ୨୯।୫: କର୍ନାଟକର ‘ସିଂଘମ୍‌’ ନାମରେ ପ୍ରସିଦ୍ଧ ପୋଲିସ ଡିସିପି କେ.ଅନାମଲାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ସେ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି...

୧୮ବର୍ଷ ପରେ ଚପଲ ପିନ୍ଧିବେ ଦେବଦାସ

କିଶନଗଞ୍ଜ,୧୩।୧୧: ବିହାରର କିଶନଗଞ୍ଜର ଦେବଦାସ ଏବେ ୧୮ ବର୍ଷ ପରେ ଚପଲ ପିନ୍ଧିବେ। ରାମମନ୍ଦିର ନିର୍ମାଣ ନହେଲେ ସେ ଚପଲ ପିନ୍ଧିବେନି ବୋଲି ୨୦୦୧ରେ ଶପଥ...

ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ଭଗବନ୍ତ-ଜେଲେନ୍‌ସ୍କିଙ୍କ ଜୀବନୀ

ଚଣ୍ଡିଗଡ଼,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଏଏପି) ସଂଖ୍ୟାଗରିଷ୍ଠତା ସହ ବିଜୟ ହାସଲ କରିଛି। ବହୁମତରେ ବିଜୟ ହାସଲ କରିବା ପରେ ରାଜ୍ୟରେ ଇତିହାସ...

ଲତାଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ,୧୨।୧୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଏବେ ଅସୁସ୍ଥ ହୋଇ ପଡିଛନ୍ତି। ରବିବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇର ବିଚ୍‌ କ୍ୟାଣ୍ଡି...

Advertisement
Archives

Model This Week