ଘନ କୁହୁଡ଼ି: ବିମାନ ଉଡ଼ାଣ ବାତିଲ, ରେଳ ସେବା ବ୍ୟାହତ, ଏକ୍ସପ୍ରେସ୍ ଓ୍ବେରେ ୨୫ ଗାଡ଼ି ଦୁର୍ଘଟଣା
ନୂଆଦିଲ୍ଲୀ,୧୬।୧: ଘନ କୁହୁଡି ଯୋଗୁ ଦିଲ୍ଲୀ ଏନ୍ସିଆର୍ରେ ସଙ୍କଟ ସୃଷ୍ଟି ହୋଇଛି। ୨-୩ ମିଟର ଦୂରରୁ ଦେଖିବା ମଧ୍ୟ ସମ୍ଭବ ହେଉ ନାହିଁ। ସୁରକ୍ଷା ଦୃଷ୍ଟିରୁ କେତେକ ବିମାନର ଉଡ଼ାଣକୁ ବାତିଲ କରାଯାଇଛି। ସେହିପରି ଟ୍ରେନ୍ ଚଳାଚଳ ମଧ୍ୟ ବ୍ୟାହତ ହୋଇଛି।…
୯୫ ପ୍ରତିଶତ ଡ୍ରାଇଭରଙ୍କୁ ଜଣା ନାହିଁ ଟ୍ରାଫିକ୍ ନିୟମ
ନୂଆଦିଲ୍ଲୀ,୧୬।୧: ଦେଶରେ ଘଟୁଥିବା ସଡ଼କ ଦୁର୍ଘଟଣା ପାଇଁ ଗାଡ଼ି ଡ୍ରାଇଭର ମୁଖ୍ୟତଃ ଦାୟୀ। ୯୫ ପ୍ରତିଶତ ଡ୍ରାଇଭରଙ୍କୁ ଟ୍ରାଫିକ୍ ନିୟମ ଜଣା ନାହିଁ। ପ୍ରଚଳିତ ୫୦ ପ୍ରତିଶତ ଟ୍ରାଫିକ୍ ନିୟମ ସମ୍ପର୍କରେ ଡ୍ରାଇଭରଙ୍କୁ ଅଜଣା। ଏକ୍ଷେତ୍ରରେ ଦିଲ୍ଲୀ ଏବଂ ବେଙ୍ଗାଲୁରୁର ଡ୍ରାଇଭର…
ନବୀନ ପୁଣି ନମ୍ବର ଓ୍ବାନ୍
ଭୁବନେଶ୍ୱର,୧୬।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ଓ୍ବାନ୍ ହୋଇଛନ୍ତି । ଦେଶର ସବୁଠୁ ଭଲ ଓ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ସି ଭୋଟର ଏବଂ ଏବିପି ଦେଶ୍କା ମୁଡ୍ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।…
ଆଜିଠୁ କରୋନା ସହ ନିର୍ଣ୍ଣାୟକ ଲଢ଼େଇ
ଭୁବନେଶ୍ୱର, ୧୬।୧(ବ୍ୟୁରୋ): ଏବେ କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ। ବଡ଼ଧରଣର ପ୍ରସ୍ତୁତି ପରେ ଶନିବାରଠାରୁ ଓଡ଼ିଶା ସମେତ ସାରା ଦେଶରେ ଆରମ୍ଭ ହେଉଛି ଟିକାକରଣ। ରାଜ୍ୟରେ ପୂର୍ବରୁ ସରକାରୀ ଡାକ୍ତରଖାନା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଘରୋଇ ଡାକ୍ତରଖାନାକୁ…
ଦିଲ୍ଲୀ ଏମ୍ସ୍ର କରୋନା ଯୋଦ୍ଧା ନେଲେ ପ୍ରଥମ ଟିକା
ନୂଆଦିଲ୍ଲୀ,୧୬।୧: ଦେଶରେ ଶନିବାରଠାରୁ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଟିକା ଦିଲ୍ଲୀ ଏମ୍ସ୍ର କରୋନା ଯୋଦ୍ଧାଙ୍କୁ ଦିଆଯାଇଛି। ହସ୍ପିଟାଲର ସଫେଇ କର୍ମଚାରୀ ମନିଶ କୁମାର ପ୍ରଥମେ ଟିକା ନେଇଛନ୍ତି। ଏହି ଅବସରରେ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଏମ୍ସ୍ର…
ପ୍ରତୀକ୍ଷାର ଅନ୍ତ ଘଟିଲା, ଆସିଲା କରୋନା ଟିକା: ମୋଦି
ନୂଆଦିଲ୍ଲୀ,୧୬।୧: ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ଏବେ ଦେଶବାସୀଙ୍କୁ କରୋନା ଟିକା ଦିଆଯିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସାର୍ବଜନୀକ ଟିକାକରଣ ଅଭିଯାନର ଶୁଭାରମ୍ଭ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରି ଏପରି କହିଛନ୍ତି। ଭାରତରେ ସର୍ବବୃହତ୍ ଟିକାକରଣ…
‘ସ୍ପୁଟ୍ନିକ୍-ଭି’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମଞ୍ଜୁରୀ
ନୂଆଦିଲ୍ଲୀ,୧୬।୧: ଭାରତ କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ପୃଥିବୀର ଅନ୍ୟ ଦେଶ ତୁଳନାରେ ବେଶ୍ ଆଗୁଆ ରହିଛି। ଦେଶରେ ସାର୍ବଜନୀକ ଭାବେ କୋଭିଶିଲ୍ଡ୍ ଏବଂ କୋଭ୍ୟାକ୍ସିନ୍ର ଟିକାକରଣ ଆରମ୍ଭ କରାଯାଇଛି। ଇତିମଧ୍ୟରେ ରୁଷ୍ ଦ୍ୱାରା ପ୍ରସ୍ତୁତ କରୋନ ପ୍ରତିଷେଧକ ଟିକା ସ୍ପୁଟନିକ୍-ଭିର…
ଏସ୍-୪୦୦ ମିଶାଇଲ୍ ଡିଫେନ୍ସ୍ ସିଷ୍ଟମ୍ ବାଟରେ କଣ୍ଟା ସାଜିଛି ଆମେରିକା
ନୂଆଦିଲ୍ଲୀ,୧୬।୧: ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରୁଷ୍ଠାରୁ ଏସ୍-୪୦୦ ମିଶାଇଲ୍ ଡିଫେନ୍ସ୍ ସିଷ୍ଟମ କିଣାଯିବା ଲାଗି ଚୁକ୍ତି ସ୍ବାକ୍ଷର ହୋଇଛି। ତେବେ ବାଟରେ ଆମେରିକା କଣ୍ଟା ସାଜିଛି। ଭାରତର ଏହି ଚୁକ୍ତିକୁ ରଦ୍ଦ କରିବା ଲାଗି ରାଷ୍ଟ୍ରପତି ଡୋନାଲ୍ଡ୍…
ଚାଷୀଙ୍କ ପ୍ରତି ସମ୍ମାନ ନାହିଁ
ନୂଆଦିଲ୍ଲୀ/ଲକ୍ଷ୍ନୌ/ଜୟପୁର/ଚଣ୍ଡିଗଡ଼,୧୬ା୧:ଚାଷୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦୌ ସମ୍ମାନ ନାହିଁ। କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକମାନଙ୍କୁ ପ୍ରତିହତ କରିବା ଲାଗି ମୋଦି ଉଦ୍ୟମ ଚଳାଇଛନ୍ତି। ସରକାର କାଳକ୍ଷେପଣ କୌଶଳ ଆପଣାଇ ଆନ୍ଦୋଳନ କରୁଥିବା କୃଷକଙ୍କ ସହ ଆଲୋଚନା କରୁଥିବା ଶୁକ୍ରବାର…
କେନ୍ଦ୍ର-କୃଷକ ବୈଠକ ନିଷ୍ଫଳ
‘ନୂଆଦିଲ୍ଲୀ,୧୬ା୧(ପି.ଟି.): ୩ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶୁକ୍ରବାର ନବମ ପର୍ଯ୍ୟାୟ ବୈଠକ ନିଷ୍ଫଳ ହୋଇଛି। ସୁପ୍ରିମକୋର୍ଟ କୃଷି ଆଇନ ଉପରେ ସ୍ଥଗିତାଦେଶ ଜାରି କରି ବିଶେଷଜ୍ଞ କମିଟି…
ଇଣ୍ଡୋନେସିଆ ଭୂକମ୍ପରେ ୪୨ ମୃତ
ମାମୁଜୁ, ୧୬।୧: ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ଗୁରୁବାର ବିଳମ୍ବିତ ରାତ୍ରରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ କୋଠା ଭୁଶୁଡ଼ିବା ସହ ୪୨ ଜଣ ପ୍ରାଣ ହରାଇଛନ୍ତି ଓ ୮୨୦ରୁ ଅଧିକ ଆହତ ହୋଇଛନ୍ତି। ଘରଗୁଡ଼ିକର ଭଗ୍ନାବଶେଷ…
ଭୋଟର ଲିଷ୍ଟରୁ ଚିହ୍ନଟ କରାଯିବ
ନୂଆଦିଲ୍ଲୀ,୧୬ା୧(ପି.ଟି.): ଭାରତରେ ଶନିବାରଠାରୁ କରୋନା ଟିକାକରଣ ଆରମ୍ଭ ହେଉଥିବାବେଳେ ଏଥିଲାଗି ପୂର୍ଣ୍ଣ ସହଯୋଗ ଦେବାକୁ ଶୁକ୍ରବାର ନିର୍ବାଚନ କମିଶନ (ଇସି) ରାଜି ହୋଇଛନ୍ତି। ପୋଲିଂ ଷ୍ଟେଶନ ସ୍ତରରେ ହିତାଧିକାରୀମାନଙ୍କୁ ଚିହ୍ନଟ କରି କୋଭିଡ୍-୧୯ ଭାକ୍ସିନ ଅଭିଯାନ ଚଳାଇବା ପାଇଁ କେନ୍ଦ୍ର ସରକାର…

