ଭୋଟର ଲିଷ୍ଟରୁ ଚିହ୍ନଟ କରାଯିବ

ନୂଆଦିଲ୍ଲୀ,୧୬ା୧(ପି.ଟି.): ଭାରତରେ ଶନିବାରଠାରୁ କରୋନା ଟିକାକରଣ ଆରମ୍ଭ ହେଉଥିବାବେଳେ ଏଥିଲାଗି ପୂର୍ଣ୍ଣ ସହଯୋଗ ଦେବାକୁ ଶୁକ୍ରବାର ନିର୍ବାଚନ କମିଶନ (ଇସି) ରାଜି ହୋଇଛନ୍ତି। ପୋଲିଂ ଷ୍ଟେଶନ ସ୍ତରରେ ହିତାଧିକାରୀମାନଙ୍କୁ ଚିହ୍ନଟ କରି କୋଭିଡ୍‌-୧୯ ଭାକ୍ସିନ ଅଭିଯାନ ଚଳାଇବା ପାଇଁ କେନ୍ଦ୍ର ସରକାର ଇସିଙ୍କୁ ଅନୁରୋଧ କରିଥିଲେ। ଇସି ସରକାରଙ୍କୁ ନିର୍ବାଚନ ତଥ୍ୟ ପ୍ରଦାନ ଲାଗି ରାଜି ହୋଇଛନ୍ତି। କିନ୍ତୁ ଟିକାକରଣ ଅଭିଯାନ ଶେଷ ହେବା ପରେ ବ୍ୟବହୃତ ଡାଟା ଡିଲିଟ୍‌ କରିବାକୁ ପଡ଼ିବ ବୋଲି ସର୍ତ୍ତ ବାଢ଼ିଛନ୍ତି।
ଗତ ଡିସେମ୍ବର ୩୧ରେ ସ୍ବାସ୍ଥ୍ୟ ସଚିବ ଅଜୟ ଭାଲା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସୁନୀଲ ଆରୋରାଙ୍କୁ ଏକ ପତ୍ର ଲେଖିଥିଲେ। ମତଦାନ କେନ୍ଦ୍ର ସ୍ତରରେ ୫୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଲାଗି ନିର୍ବାଚନୀ ତଥ୍ୟ ବ୍ୟବହାର ପାଇଁ ସେ ଏଥିରେ ସହଯୋଗ ଲୋଡ଼ିଥିଲେ। ଉକ୍ତ ଡାଟା କେବଳ ଟିକାକରଣ ପାଇଁ ବ୍ୟବହାର କରାଯିବ ଓ ତାହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ ବୋଲି ସ୍ବାସ୍ଥ୍ୟ ସଚିବ ସିଇସିଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ନୀତି ଆୟୋଗର ଅଧିକାରୀମାନେ ମଧ୍ୟ ଗତମାସରେ ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ବୁଥ୍‌ ସ୍ତରରେ ଇସିଙ୍କ ନେଟ୍‌ଓ୍ବର୍କ ବ୍ୟବହାର ପାଇଁ ସହଯୋଗ ଲୋଡ଼ିଥିଲେ। ଇସି ବିସ୍ତୃତ ଭାବେ ଅନୁଧ୍ୟାନ କରିବା ପରେ ତଥ୍ୟ ବ୍ୟବହାର ପାଇଁ ଅନୁମତି ପ୍ରଦାନ ସକାଶେ ଜାନୁୟାରୀ ୪ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟ ଅଧିକାରୀମାନେ ଟିକାକରଣ ପ୍ରକ୍ରିୟା ଶେଷ ହେବା ପରେ ଏହି ତଥ୍ୟକୁ ଡିଲିଟ୍‌ କରିଦେବା ଆବଶ୍ୟକ ବୋଲି ଇସି କହିଛନ୍ତି।
ସୂଚନାନୁଯାୟୀ, ନିର୍ବାଚନ କମିଶନଙ୍କ କେତେଜଣ ବରିଷ୍ଠ ଅଧିକାରୀ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୋଡାଲ ଅଫିସରମାନଙ୍କ ସହ ଯୋଗସୂତ୍ରରେ ରହିବେ। କୋଭିଡ୍‌-୧୯ ଭାକ୍ସିନେଶନ ଡ୍ରାଇଭ୍‌ ଅନୁସାରେ ସଦ୍ୟତମ ଲୋକ ସଭା ଓ ବିଧାନସଭା ନିର୍ବାଚନର ଭୋଟର ତାଲିକା ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ। ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ଦୈନନ୍ଦିନ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବ। ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଭୋଟର ଆଇଡି, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସ୍‌ପୋର୍ଟ, ପେନ୍‌ସନ ଦସ୍ତାବିଜ ଭଳି ୧୨ ପରିଚୟପତ୍ର ମଧ୍ୟରୁ ଗୋଟିଏକୁ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧ କୋଟି ସ୍ବାସ୍ଥ୍ୟ କର୍ମୀ ଓ ୨ କୋଟି ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ନେଇ ଟିକାକରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚଭୂତରେ ବିଲିନ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ: ପୁଅ ରାଜବୀର ଦେଲେ ମୁଖାଗ୍ନି

ଆଲିଗଡ଼,୨୩ ।୮: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କର ବୁଲନ୍ଦସହରର ନରୌରା ଘାଟରେ ଅନ୍ତିମ ସଂସ୍କାର କରାଯାଇଛି ।...

ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ନିର୍ବାଚନ: ୪ ଦିନ ପରେ ଫଳାଫଳ

କୋଲକାତା, ୨୮।୪: ପଶ୍ଚିମବଙ୍ଗରେ ଗୁରୁବାର ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୩୫ ନିର୍ବାଚନ ମଣ୍ଡଳୀର ୮୪ ଲକ୍ଷରୁ ଅଧିକ...

ଜେଏନ୍‌ୟୁ ହିଂସା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ: ପୋଲିସ ପକ୍ଷରୁ ତଦନ୍ତ ଜାରି

ନୂଆଦିଲ୍ଲୀ,୭।୧: ଜେଏନ୍‌ୟୁ ହିଂସାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଜାରି ରହିଥିବାବେଳେ ହିନ୍ଦୁ ରକ୍ଷା ଦଳ ପକ୍ଷରୁ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି। ଜେଏନ୍‌ୟୁ...

କ୍ୱିଭରେ ଗୁଳିମାଡରେ ଜଣେ ଭାରତୀୟ ଛାତ୍ର ଆହତ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଘନଘଟା ମଧ୍ୟରେ ନବମ ଦିନରେ ବି ଗର୍ଜୁଛି ମିଶାଇଲ, ଜଳୁଛି ସହର ପରେ ସହର । ତେବେ ୟୁକ୍ରେନରେ ଥିବା...

କରୋନା ମୁକାବିଲା : କ୍ୱାରାଣ୍ଟାଇନ୍‌ ଅବଧି ୨୧ ଦିନ ବଢ଼ାଇବାକୁ ପରାମର୍ଶ

ଭୁବନେଶ୍ୱର,୮ା୫(ବ୍ୟୁରୋ): କରୋନା(କୋଭିଡ୍‌-୧୯) ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାର ବହୁ ଆଗୁଆ ପଦକ୍ଷେପ ନେଇଛନ୍ତି। ଫଳରେ ଓଡ଼ିଶା ସମଗ୍ର ଦକ୍ଷିଣ ଏସିଆରେ ଉଦାହରଣ ସୃଷ୍ଟି କରିଛି। ଏହା...

ବଢୁଛି ଆପରାଧିକ କାର୍ଯ୍ୟକଳାପ

ପୁରୀ ଅଫିସ,୨୦ା୮: ପୁରୀରେ କୌଣସି ପ୍ରକାର ଅପରାଧକୁ ବରଦାସ୍ତ କରାଯିବ ନାହିଁ। ଆଧ୍ୟାତ୍ମିକ ସହର ପୁରୀରେ ଅପରାଧ କିମ୍ବା ଅପରାଧୀଙ୍କ କୌଣସି ସ୍ଥାନ ନାହିଁ। ଅପରାଧୀ...

ରାଜ୍ୟରୁ ସୁସ୍ଥ ହେଲେ ୮୧୮୧ କରୋନା ଆକ୍ରାନ୍ତ

ଭୁବନେଶ୍ବର,୩୧।୧(ବ୍ୟୁରୋ) : ରାଜ୍ୟରେ ଏବେ ଦୈନିକ କୋଭିଡ ସଂକ୍ରମଣ ହାର ଧିରେ ଧିରେ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧି ପାଉଛି। ସୋମବାର ରାଜ୍ୟରେ ୮୧୮୧...

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି, ୨୦୨୩ ବର୍ଷ ସମସ୍ତଙ୍କ...

Advertisement
Archives

Model This Week