ଭୋଟର ଲିଷ୍ଟରୁ ଚିହ୍ନଟ କରାଯିବ

ନୂଆଦିଲ୍ଲୀ,୧୬ା୧(ପି.ଟି.): ଭାରତରେ ଶନିବାରଠାରୁ କରୋନା ଟିକାକରଣ ଆରମ୍ଭ ହେଉଥିବାବେଳେ ଏଥିଲାଗି ପୂର୍ଣ୍ଣ ସହଯୋଗ ଦେବାକୁ ଶୁକ୍ରବାର ନିର୍ବାଚନ କମିଶନ (ଇସି) ରାଜି ହୋଇଛନ୍ତି। ପୋଲିଂ ଷ୍ଟେଶନ ସ୍ତରରେ ହିତାଧିକାରୀମାନଙ୍କୁ ଚିହ୍ନଟ କରି କୋଭିଡ୍‌-୧୯ ଭାକ୍ସିନ ଅଭିଯାନ ଚଳାଇବା ପାଇଁ କେନ୍ଦ୍ର ସରକାର ଇସିଙ୍କୁ ଅନୁରୋଧ କରିଥିଲେ। ଇସି ସରକାରଙ୍କୁ ନିର୍ବାଚନ ତଥ୍ୟ ପ୍ରଦାନ ଲାଗି ରାଜି ହୋଇଛନ୍ତି। କିନ୍ତୁ ଟିକାକରଣ ଅଭିଯାନ ଶେଷ ହେବା ପରେ ବ୍ୟବହୃତ ଡାଟା ଡିଲିଟ୍‌ କରିବାକୁ ପଡ଼ିବ ବୋଲି ସର୍ତ୍ତ ବାଢ଼ିଛନ୍ତି।
ଗତ ଡିସେମ୍ବର ୩୧ରେ ସ୍ବାସ୍ଥ୍ୟ ସଚିବ ଅଜୟ ଭାଲା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସୁନୀଲ ଆରୋରାଙ୍କୁ ଏକ ପତ୍ର ଲେଖିଥିଲେ। ମତଦାନ କେନ୍ଦ୍ର ସ୍ତରରେ ୫୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଲାଗି ନିର୍ବାଚନୀ ତଥ୍ୟ ବ୍ୟବହାର ପାଇଁ ସେ ଏଥିରେ ସହଯୋଗ ଲୋଡ଼ିଥିଲେ। ଉକ୍ତ ଡାଟା କେବଳ ଟିକାକରଣ ପାଇଁ ବ୍ୟବହାର କରାଯିବ ଓ ତାହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ ବୋଲି ସ୍ବାସ୍ଥ୍ୟ ସଚିବ ସିଇସିଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ନୀତି ଆୟୋଗର ଅଧିକାରୀମାନେ ମଧ୍ୟ ଗତମାସରେ ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ବୁଥ୍‌ ସ୍ତରରେ ଇସିଙ୍କ ନେଟ୍‌ଓ୍ବର୍କ ବ୍ୟବହାର ପାଇଁ ସହଯୋଗ ଲୋଡ଼ିଥିଲେ। ଇସି ବିସ୍ତୃତ ଭାବେ ଅନୁଧ୍ୟାନ କରିବା ପରେ ତଥ୍ୟ ବ୍ୟବହାର ପାଇଁ ଅନୁମତି ପ୍ରଦାନ ସକାଶେ ଜାନୁୟାରୀ ୪ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟ ଅଧିକାରୀମାନେ ଟିକାକରଣ ପ୍ରକ୍ରିୟା ଶେଷ ହେବା ପରେ ଏହି ତଥ୍ୟକୁ ଡିଲିଟ୍‌ କରିଦେବା ଆବଶ୍ୟକ ବୋଲି ଇସି କହିଛନ୍ତି।
ସୂଚନାନୁଯାୟୀ, ନିର୍ବାଚନ କମିଶନଙ୍କ କେତେଜଣ ବରିଷ୍ଠ ଅଧିକାରୀ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୋଡାଲ ଅଫିସରମାନଙ୍କ ସହ ଯୋଗସୂତ୍ରରେ ରହିବେ। କୋଭିଡ୍‌-୧୯ ଭାକ୍ସିନେଶନ ଡ୍ରାଇଭ୍‌ ଅନୁସାରେ ସଦ୍ୟତମ ଲୋକ ସଭା ଓ ବିଧାନସଭା ନିର୍ବାଚନର ଭୋଟର ତାଲିକା ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ। ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ଦୈନନ୍ଦିନ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବ। ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଭୋଟର ଆଇଡି, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସ୍‌ପୋର୍ଟ, ପେନ୍‌ସନ ଦସ୍ତାବିଜ ଭଳି ୧୨ ପରିଚୟପତ୍ର ମଧ୍ୟରୁ ଗୋଟିଏକୁ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧ କୋଟି ସ୍ବାସ୍ଥ୍ୟ କର୍ମୀ ଓ ୨ କୋଟି ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ନେଇ ଟିକାକରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?