ଆଜିଠୁ କରୋନା ସହ ନିର୍ଣ୍ଣାୟକ ଲଢ଼େଇ

ଭୁବନେଶ୍ୱର, ୧୬।୧(ବ୍ୟୁରୋ): ଏବେ କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ। ବଡ଼ଧରଣର ପ୍ରସ୍ତୁତି ପରେ ଶନିବାରଠାରୁ ଓଡ଼ିଶା ସମେତ ସାରା ଦେଶରେ ଆରମ୍ଭ ହେଉଛି ଟିକାକରଣ। ରାଜ୍ୟରେ ପୂର୍ବରୁ ସରକାରୀ ଡାକ୍ତରଖାନା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଘରୋଇ ଡାକ୍ତରଖାନାକୁ ମିଶାଇ ମୋଟ ୧୬୦ ସ୍ଥାନରେ ଟିକାକରଣ ପାଇଁ ବ୍ୟବସ୍ଥା ହୋଇଥିଲା। ଏବେ ଭୁବନେଶ୍ୱର ଏମ୍ସକୁ ଏଥିରେ ସାମିଲ୍‌ କରାଯାଇଛି। ଫଳରେ ରାଜ୍ୟରେ ଟିକାକରଣ କେନ୍ଦ୍ର ସଂଖ୍ୟା ୧୬୧ ହୋଇଛି। ଏଥିମଧ୍ୟରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ସୁନ୍ଦରଗଡ଼ ଜିଲା ସଦର ମହକୁମା ହସ୍ପିଟାଲ ମଧ୍ୟରେ ତଥ୍ୟ ସରବରାହ ପାଇଁ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବା ପରେ ରାଜ୍ୟରେ ଟିକାକରଣର ଶୁଭାରମ୍ଭ ହେବ। ଟିକାକରଣ ସମୟରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଡ୍‌ବ୍ୟାକ୍‌ ନେବେ। ଅପରାହ୍ନ ୧୨ଟାରେ ଜୁମ୍‌ ଲିଙ୍କ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ଯୋଡ଼ିହେବେ। ସମସ୍ତ ଜିଲାରୁ ଟିକା ନେବାକୁ ରହିଥିବା ସ୍ବାସ୍ଥ୍ୟକର୍ମୀଙ୍କ ଆଲୋଚନା କରିବେ।
ଓଡ଼ିଶାରେ ଟିକାକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ୧୬୧ କେନ୍ଦ୍ରରେ ଅବଜରଭେଶନ, ୱେଟିଂ ରୁମ୍‌ ଓ ଭ୍ୟାକସିନ ରୁମ୍‌ ପ୍ରସ୍ତୁତ ରଖାଯାଇଛି। ଟିକାକରଣ ପାଇଁ ୫ଜଣିଆ ଟିମ୍‌କୁ ତାଲିମ ଦିଆଯାଇଛି। ଟିକାକରଣକୁ ନେଇ ଦ୍ୱନ୍ଦ୍ୱ ରହିଥିଲେ ସ୍ବାସ୍ଥ୍ୟ ବିଭାଗର ୧୦୪ ଓ ୧୦୭୫ ନମ୍ବରକୁ ଫୋନ୍‌ କରି ବୁଝିପାରିବେ। ସେପଟେ କେଉଁମାନଙ୍କୁ କରୋନା ଟିକା ଦିଆଯିବ, କେଉଁମାନଙ୍କୁ ଦିଆଯିବ ନାହିଁ ସେ ନେଇ କେନ୍ଦ୍ର ସରକାର ନୂଆ ଗାଇଡ୍‌ଲାଇନ କରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ଜିଲା ଚିକିତ୍ସାଧିକାରୀ, ମେଡିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଜଣାଇଛନ୍ତି। ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ଦିଆଯିବ ନାହିଁ। ସେହିଭଳି ଅସୁସ୍ଥ ବ୍ୟକ୍ତି ଓ ଚିକିତ୍ସାଧୀନ ଲୋକଙ୍କୁ ମଧ୍ୟ ଟିକା ମିଳିବ ନାହିଁ। ଯଦି ଜଣେ ବ୍ୟକ୍ତି ୧୪ ଦିନ ଭିତରେ କୌଣସି ଟିକା ନେଇଥିବେ, ତା’ହେଲେ ତାଙ୍କୁ କୋଭିଡ୍‌ ଟିକା ମନା। ସେହିଭଳି କୋଭିଡ୍‌ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ରୁ ୮ ସପ୍ତାହ ମଧ୍ୟରେ ଟିକା ନେଇପାରିବେ।
ଟିକାକରଣକୁ ନେଇ ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି, ଟିକାକରଣ ପ୍ରକ୍ରିୟା ନୂଆ କଥା ନୁହେଁ। ଆମେ ୧୯୮୫ରୁ ଟିକାକରଣ କରିଆସୁଛୁ। କରୋନା ଟିକାକରଣ ହେଉଛି ସେହି ପ୍ରକ୍ରିୟାର ଅନ୍ୟ ଏକ ଫର୍ମାଟ। ଟିକା କଲେକ୍ସନ ହେବ। ଟ୍ରାନ୍ସପୋର୍ଟଟେଶନ ପରେ ଟିକା ଦିଆଯିବ। ଏହି ମାଧ୍ୟମରେ ପୂର୍ବରୁ ମଧ୍ୟ ଟିକାକରଣ ହୋଇଛି। ଏହା କେବଳ ନୂଆ ଏଥି ପାଇଁ କୁହାଯାଇପାରିବ ଯେ, ପଞ୍ଜିକରଣ କୋ-ୱିନ୍‌ ମାଧ୍ୟମରେ ହୋଇଛି।
ଏହି ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ‘କୋଭିଶିଲ୍ଡ’ ଓ ‘କୋଭାକ୍ସିନ’ ଦୁଇଟି ଟିକା ପ୍ରସ୍ତୁତ ରହିଛି। ରାଜ୍ୟକୁ କୋଭିଶିଲ୍ଡର ୪ ଲକ୍ଷ ୮ ହଜାର ଡୋଜ୍‌ ଏବଂ କୋଭାକ୍ସିନର ୨୦ ହଜାର ଡୋଜ୍‌ ଆସିଛି। ଭୁବନେଶ୍ୱରରେ କୋଭାକ୍ସିନ ଓ ଅନ୍ୟ ସବୁଠି ‘କୋଭିଶିଲ୍ଡ’ ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ଆସିଥିବା ଟିକାକୁ ୧,୯୨,୫୫୫ଜଣ ନେଇପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନକୁ ବେଖାତିର: କ୍ଷୀର, ପରିବା ବିକ୍ରି ଆଳରେ ଖୋଲୁଛି ଚା’, ଭେରାଇଟ ଷ୍ଟୋର

କଣ୍ଟାପଡା,୨୪।୭(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ସେହିପରି କଣ୍ଟାପଡା ବ୍ଲକରେ ଗୁରୁବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ତେବେ...

ଅସନ୍ତୋଷ ପରେ ମାଟିମଣ୍ଡପ ସାହି ପାର୍କିଂ ଟେଣ୍ଡର ବାତିଲ

ପୁରୀ ଅଫିସ,୧୩।୨: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ମଧ୍ୟରେ ଥିବା ଏମାର ମଠର କେତେକ ଅଂଶ ଭଙ୍ଗା ଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ଲୋକେ ଦୁଇଚକିଆ ଯାନ...

କରୋନା ପରୀକ୍ଷା ଲାଗି କିଟ୍‌ ଦିଅ

ଭୁବନେଶ୍ୱର, ୨।୪(ବ୍ୟୁରୋ): ସରକାର ରାଜ୍ୟରେ କୋଭିଡ୍‌-୧୯ ପ୍ରତିରୋଧ କ୍ଷେତ୍ରରେ ସମସ୍ତ ପ୍ରକାର ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ନିୟମିତ ବ୍ୟବଧାନରେ ଭିଡିଓ...

କପାଳୀ କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ

ବନ୍ତ,୨ା୭(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକର କପାଳୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ନେତ୍ରୋସତ୍ବ ଅନୁଷ୍ଠିତ ହୋଇଯାଇଛି। ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ କରିଥିଲେ। ମଙ୍ଗଳବାର ସକାଳେ...

ଏମ୍‌କେସିଜି କରୋନା ୱାର୍ଡରେ ୫ ସନ୍ଦିଗ୍ଧ ଚିକିତ୍ସାଧୀନ

ବ୍ରହ୍ମପୁର ଅଫିସ,୫।୫: ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି(ଏମ୍‌କେସିଜି ) ମେଡିକାଲର କରୋନା ୱାର୍ଡରେ ଏବେ ୫ କରୋନା ସନ୍ଦିଗ୍ଧ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ବାବ ନମୁନା...

ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି ବାରିପଦାର ରାଜେନ୍ଦ୍ର: ଟୁଇଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ, ୩୧ା୩- ବାରିପଦା ସହରର ତକତପୁର ଅଞ୍ଚଳର ରାଜେନ୍ଦ୍ର କବାଟଙ୍କ ପରିବାରବର୍ଗ ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି। ଏନେଇ ମଙ୍ଗଳବାର ‘ଧରିତ୍ରୀ’ରେ ଖବର...

‘ଏକ୍‌ ଜେ ଚିଲୋ ଯମ’ରେ ଧର୍ମନିରପେକ୍ଷ ଭାରତର ବାର୍ତ୍ତା

ପୁରୀ ଅଫିସ,୨୪ା୨: ଧର୍ମକୁ ନେଇ ଅନେକ ରାଜନୀତି କରୁଛନ୍ତି। କୌଣସି ଧାର୍ମିକ ପ୍ରସଙ୍ଗକୁ ଇସ୍ୟୁ କରିଦେଲେ ରାଜନୀତିରେ ସଫଳତା ମିଳିଯିବ ବୋଲି ଅନେକଙ୍କ ମାନସିକତା ରହିଛି। କିନ୍ତୁ...

ଦିଲ୍ଲୀରେ ସ୍ଥାପିତ ହେଲା ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର

ନୂଆଦିଲ୍ଲୀ, ୫।୭: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ହଜାର...

Advertisement
Archives

Model This Week