ସ୍କୁଲ ଖୋଲୁ ଖୋଲୁ ଶିକ୍ଷୟିତ୍ରୀଙ୍କୁ କରୋନା
ବରଗଡ଼ ଅଫିସ୍,୧୩।୧: ରାଜ୍ୟରେ ଗତ ୮ ତାରିଖରୁ ହାଇସ୍କୁଲଗୁଡ଼ିକ ଖୋଲିଛି। କେବଳ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ପାଠପଢ଼ା ଚାଲିଛି। ନିୟମିତ ଛାତ୍ରୀଛାତ୍ର ମଧ୍ୟ ସ୍କୁଲକୁ ଆସୁଛନ୍ତି । ତେବେ ସ୍କୁଲ ଖୋଲିବା ପରେ ବରଗଡ଼ ଜିଲାର ଏକ ବାଳିକା ହାଇସ୍କୁଲରେ ଜଣେ…
ପରଲୋକରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ
କଟକ ଅଫିସ,୧୩।୧: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବୁଧବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଏସ୍ସିବି କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ଦୀର୍ଘ ୨୦ ଦିନ ଧରି ସେ ଚିକିତ୍ସିତ ହେଉଥିବା ବେଳେ ଅପରାହ୍ନରେ…
ଜାନୁୟାରୀ ୧୬ରେ କୋ-ଓ୍ବିନ୍ ଆପ୍ର ଲୋକାର୍ପଣ କରିବେ ମୋଦି
ନୂଆଦିଲ୍ଲୀ,୧୩।୧: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଏନେଇ ସାର୍ବଜନୀକ ପ୍ରତିଷେଧକ ଟିକାକରଣ ଜାନୁୟାରୀ ୧୬ରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ। ଏହି ଦିନ ମୋଦି କୋ-ଓ୍ବିନ୍ ଆପ୍ର…
ଏଲ୍ଓସିରେ ୧୫୦ ମିଟର ଲମ୍ବ ସୁଡ଼ଙ୍ଗ ଠାବ
ଶ୍ରୀନଗର,୧୩।୧: ପାକିସ୍ତାନର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍ ହୋଇଛି। ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ବୁଧବାର କଠୁଆ ଜିଲାର ଏଲ୍ଓସି ନିକଟବର୍ତ୍ତୀ ବୋବିଆ ଗାଁରେ ଏହି ସୁଡ଼ଙ୍ଗଠାବ ହୋଇଛି। ଏହାର ଲମ୍ବ ୧୫୦ ମିଟର…
ଏପ୍ରିଲ୍ ସୁଦ୍ଧା ଭାରତକୁ ମିଳିପାରେ ୫ ନୂଆ କରୋନା ଟିକା
ନୂଆଦିଲ୍ଲୀ,୧୩।୧: ଏବେ ଭାରତକୁ ଦୁଇଟି କରୋନା ଟିକା ମିଳିଛି। କୋଭିଶିଲ୍ଡ୍ ଏବଂ କୋଭାକ୍ସିନ୍ ଟିକାର ସାର୍ବଜନୀକ ଟିକାକରଣ ଜାନୁୟାରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଆସନ୍ତା ଏପ୍ରିଲ୍ ସୁଦ୍ଧା ଦେଶରେ ୫ଟି ନୂଆ ଟିକା ଉପଲବ୍ଧ ହେବ ବୋଲି କୁହାଯାଉଛି।…
କାହାକୁ କେଉଁ ଟିକା ଦିଆଯିବ ସରକାର ନେବେ ନିଷ୍ପତ୍ତି
ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୬ରୁ ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏବେ ଦେଶରେ କୋଭିଶିଲ୍ଡ୍ ଏବଂ କୋଭାକ୍ସିନ୍ କରୋନା ଟିକା ଉପଲବ୍ଧ ହେଉଛି। ତେବେ ଲୋକେ କେଉଁ ଟିକା ନେବେ ତାହାକୁ ପସନ୍ଦ କରିପାରିବେ ନାହିଁ। ସରକାର…
ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ
ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୬ରୁ ଦେଶରେ କରୋନା ପ୍ରତିଷେଧକ ଟିକାଦାନ ପ୍ରକ୍ରିୟା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୭ଠାରୁ ଆରମ୍ଭ ହେବାକୁ ଥିବା ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଉପରେ ସରକାରଙ୍କ ପକ୍ଷରୁ ରୋକ ଲଗାଯାଇଛି। ଏହି ଦିନଟିକୁ ଜାତୀୟସ୍ତରରେ ପୋଲିଓ…
ଆତଙ୍କବାଦ ବିରୋଧରେ ଭାରତର ୮ ସୂତ୍ରୀ ଯୋଜନା
ଜାତିସଂଘ,୧୩।୧: ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ୮ ସୂତ୍ରୀ ଯୋଜନା ଉପସ୍ଥାପନ କରିଛି। ଆତଙ୍କବାଦକୁ କେବେ ସହ୍ୟ କରାଯିବ ନାହିଁ। ଏଥିପାଇଁ ଭାରତ ପକ୍ଷରୁ ଜିରୋ ଟୋଲରେନ୍ସ୍ ନୀତି ଉପରେ ଗୁରତ୍ୱାରୋପ କରାଯାଉଛି। ଅନ୍ତର୍ଜାତୀୟ ଶାନ୍ତି ଏବଂ…
ରାୟକୁ ସ୍ବାଗତ, ହଟିବୁ ନାହିଁ
ନୂଆଦିଲ୍ଲୀ,୧୩ା୧: ସୁପ୍ରିମକୋର୍ଟ କୃଷି ଆଇନ ଉପରେ ମଙ୍ଗଳବାର ସ୍ଥଗିତାଦେଶ ଜାରି କରି ଦେଇଥିବା ରାୟକୁ କୃଷକ ସଙ୍ଗଠନଗୁଡ଼ିକ ସ୍ବାଗତ କରିଛନ୍ତି। ତେବେ ସମ୍ପୂର୍ଣ୍ଣ ଆଇନକୁ ପ୍ରତ୍ୟାହାର କରା ନ ଯିବା ଯାଏ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।…
କୃଷକଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କହିପାରିବୁ ନାହିଁ
ନୂଆଦିଲ୍ଲୀ,୧୩ା୧(ଆଇଏଏନ୍ଏସ୍): କୃଷକମାନଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଜଣେ ଆଇନଜୀବୀଙ୍କ ଯୁକ୍ତିକୁ ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ କୃଷି ଆଇନ ସମ୍ପର୍କରେ ଆଲୋଚନା ପାଇଁ ଆନ୍ଦୋଳନରତ କୃଷକମାନଙ୍କ ପାଖକୁ ଯାଇନାହାନ୍ତି ବୋଲି ଓକିଲ ଏମ୍.ଏଲ୍. ଶର୍ମା ଖଣ୍ଡପୀଠଙ୍କୁ…
ମାଟ୍ରିକ୍ ପରୀକ୍ଷା ଫି’ ଛାଡ୍
ଭୁବନେଶ୍ବର,୧୨।୧: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ…
ଏଲ୍ଏସିରୁ ପଛଘୁଞ୍ଚା ଦେଲେ ୧୦ ହଜାର ଚାଇନା ସୈନ୍ୟ
ଲେହ,୧୨।୧: ପୂର୍ବ ଲଦାଖର ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ତେବେ ଏଠାର ପ୍ରବଳ ଥଣ୍ଡା ସହି ନ ପାରି ଚାଇନା ସୈନ୍ୟ ପଛଘୁଞ୍ଚାମାନେ ପଛଘୁଞ୍ଚା ଦେଇଛନ୍ତି। ୧୦ ହଜାର ଚାଇନା ସୈନ୍ୟ ଏଲ୍ଏସିଠାରୁ ୨୦୦ କିଲୋମିଟର…

