Posted inଜାତୀୟ

୯୫ ପ୍ରତିଶତ ଡ୍ରାଇଭରଙ୍କୁ ଜଣା ନାହିଁ ଟ୍ରାଫିକ୍‌ ନିୟମ

ନୂଆଦିଲ୍ଲୀ,୧୬।୧: ଦେଶରେ ଘଟୁଥିବା ସଡ଼କ ଦୁର୍ଘଟଣା ପାଇଁ ଗାଡ଼ି ଡ୍ରାଇଭର ମୁଖ୍ୟତଃ ଦାୟୀ। ୯୫ ପ୍ରତିଶତ ଡ୍ରାଇଭରଙ୍କୁ ଟ୍ରାଫିକ୍‌ ନିୟମ ଜଣା ନାହିଁ। ପ୍ରଚଳିତ ୫୦ ପ୍ରତିଶତ ଟ୍ରାଫିକ୍‌ ନିୟମ ସମ୍ପର୍କରେ ଡ୍ରାଇଭରଙ୍କୁ ଅଜଣା। ଏକ୍ଷେତ୍ରରେ ଦିଲ୍ଲୀ ଏବଂ ବେଙ୍ଗାଲୁରୁର ଡ୍ରାଇଭର ଟ୍ରାଫିକ୍‌ ନିୟମ ସମ୍ପର୍କରେ ସର୍ବନିମ୍ନ ତଥ୍ୟ ଜାଣିଥାନ୍ତି। ଅପରପକ୍ଷରେ କୋଲକାତା ଏବଂ ଚେନ୍ନାଇର ଡ୍ରାଇଭର ଟ୍ରାଫିକ୍‌ ନିୟମ ନେଇ ସର୍ବାଧିକ ସଚେତନ ବୋଲି ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ୍‌ ଏବଂ କୋଲକାତା ଆଦି ୬ଟି ସହରରେ ଏହି ସର୍ଭେ କରାଯାଇଛି। ସର୍ଭେରେ ୧୫୬୧ ଡ୍ରାଇଭରଙ୍କୁ ସାମିଲ କରାଯାଇଥିଲା। ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ଫୋନ୍‌ରେ କଥା ହେବା ଯୋଗୁ ଅଧିକ ଦୁର୍ଘଟଣା ଘଟୁଥିବା ୯୭ ପ୍ରତିଶତ ଡ୍ରାଇଭର କହିଛନ୍ତି। ସେହିପରି ୮୦ ପ୍ରତିଶତ ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଳାଇବାକୁ ନା ପସନ୍ଦ କରିଛନ୍ତି। କୋଲକାତାରେ ୩୦ ପ୍ରତିଶତ ଡ୍ରାଇଭର ଟ୍ରାଫିକ୍‌ ନିୟମ ପାଳନ କରୁଥିବା କହିଥିବାବେଳେ ୬୫ ପ୍ରତିଶତ ଡ୍ରାଇଭର ରଙ୍ଗ ସାଇଡ୍‌ ବ୍ୟବହାର କରୁଥିବା କହିଥିଲେ। ସେହିପରି ଦିଲ୍ଲୀର ୬୬ ଡ୍ରାଇଭର ଟ୍ରାଫିକ୍‌ ସିଗନାଲ୍‌ ପୂର୍ବରୁ ଗାଡି ରୋକୁ ନ ଥିବା କହିଥିବାବେଳେ ୩୦ ପ୍ରତିଶତ ନୋ ପାର୍କିଂ ଜୋନ୍‌ରେ ଗାଡ଼ି ପାର୍କ କରୁଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri