ସ୍କୁଲ ଅଧୀନକୁ ଆସିବ ଜମି
ଭୁବନେଶ୍ୱର,୧।୧୧(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ କେତେକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଜମିଗୁଡ଼ିକର ମାଲିକାନା ସ୍କୁଲ ହୋଇ ନାହିଁ। ସେହି ସ୍କୁଲଗୁଡ଼ିକର ଅବ୍ୟବସ୍ଥିତ ଜମିଗୁଡ଼ିକର ରେକର୍ଡ ଅଫ ରାଇଟ(ଆର୍ଓଆର୍) ସଂଶୋଧନ କରିବାକୁ ଗଣଶିକ୍ଷା…
ଶୂନରେ ଅଟିକିଛି ଟିମ୍ ଇଣ୍ଡିଆ
ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ଆଉ ଏକ ବୃହତ୍ ପରାଜୟର ସମ୍ମୁଖୀନ ହୋଇଛି ଟିମ୍ ଇଣ୍ଡିଆ। ପାକିସ୍ତାନ ଠାରୁ ୧୦ ଉଇକେଟରେ ପରାସ୍ତ ଥିବା ଭାରତୀୟ ଦଳକୁ ୩୩ ବଲ ପୂର୍ବରୁ ୮ ଉଇକେଟରେ ହରାଇ ଦେଇଛି ନ୍ୟୁଜିଲାଣ୍ଡ। ଫଳରେ ଏପର୍ଯ୍ୟନ୍ତ…
ନୂଆ ନିୟମ: ଏଣିକି ସହଜରେ ନେପାଳରେ ପଶି ପାରିବେ ନାହିଁ ଭାରତୀୟ
ନୂଆଦିଲ୍ଲୀ,୩୧ା୧୦: ଭାରତୀୟଙ୍କ ପାଇଁ ନେପାଳ ସରକାର ନୂଆ ନିୟମ ଲାଗୁ କରିଛନ୍ତି । ଏଣିକି ନେପାଳରେ ପ୍ରବେଶ ପାଇଁ ଭାରତୀୟ ନାଗରିକଙ୍କୁ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରିଛନ୍ତି ନେପାଳ ସରକାର। ପୂର୍ବରୁ ଯେକୌଣସି ଭାରତୀୟ ବିନା କାଗଜପତ୍ରରେ ନେପାଳରେ ପ୍ରବେଶ…
ଅନାଥ ଶିଶୁଙ୍କ ଥଇଥାନ ରିପୋର୍ଟ ଲୋଡିଲେ ସୁପ୍ରିମ୍କୋର୍ଟ, ସମସ୍ତ ରାଜ୍ୟକୁ ନୋଟିସ୍…
ନୂଆଦିଲ୍ଲୀ,୩୧।୧୦: କରୋନା ମହାମାରୀ ଯୋଗୁ ଅନାଥ ହୋଇଥିବା ଶିଶୁମାନଙ୍କର ଥଇଥାନ ରିପୋର୍ଟ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଲୋଡା ଯାଇଛି। ସୁପ୍ରିମକୋର୍ଟ ରାଜ୍ୟଗୁଡିକରୁ ସ୍ଥିତି ସମ୍ପର୍କରେ ରିପୋର୍ଟ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଲୋଡ଼ିଛନ୍ତି। ଏନେଇ ଶୀର୍ଷକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି…
ମନ୍ଦିର ସୁନା ତରଳାଇବା ଉପରେ ରୋକ ଲଗାଇଲେ ହାଇକୋର୍ଟ…
ଚେନ୍ନାଇ,୩୧।୧୦: ମାଡ୍ରାସ ହାଇକୋର୍ଟ ତାମିଲନାଡୁର ବିଭିନ୍ନ ମନ୍ଦିରର ସୁନା ତରଳାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିି ଉପରେ ରୋକ ଲଗାଇଛନ୍ତି। କୋର୍ଟ କହିଛନ୍ତି, କେବଳ ମନ୍ଦିରର ଟ୍ରଷ୍ଟିମାନେ ଏଭଳି ନିଷ୍ପତ୍ତି ନେଇପାରିବେ, ସରକାର ନୁହେଁ। ରାଜ୍ୟର ମୁଖ୍ୟମନ୍ତ୍ରୀ…
ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ, ଭାରତ ନେତୃତ୍ୱରେ ବିଶ୍ୱସ୍ତରୀୟ ଅଭିଯାନ…
ନୂଆଦିଲ୍ଲୀ,୩୧।୧୦: ପ୍ରତ୍ୟେକ ଦେଶ ବିଦେଶାଗତ ପକ୍ଷୀମାନଙ୍କର ଆତିଥ୍ୟତା ନେଇ ଏକତ୍ରିତ ହେବେ। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ନେତୃତ୍ୱରେ ଏକ ବିଶ୍ୱସ୍ତରୀୟ ଅଭିଯାନ ପରିଚାଳିତ ହେବାକୁ ଯାଉଛି। ହଜାର ହଜାର କିଲୋମିଟର ଉଡ଼ି ଉଡ଼ି ଗୋଟିଏ ଦେଶରୁ ଅନ୍ୟ…
ପୁଣି ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ: କରାଗଲା ଏୟାରଲିଫ୍ଟ
ଫୁଲବାଣୀ ଅଫିସ/ଦାରିଙ୍ଗବାଡ଼ି,୩୧ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଗସ୍ତରେ ଆସିଥିବାବେଳେ ପଞ୍ଚାୟତିରାଜ ତଥା ପାନୀୟଜଳ, ଆଇନମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଥଣ୍ଡା କାଶରେ ପୀଡ଼ିତ ହେବା ସହ କଫ ଯୋଗୁ ନିଶ୍ୱାସ ନେବାରେ କଷ୍ଟ ପାଇଥିଲେ। ଏଥିସହ ତାଙ୍କଠାରେ ରକ୍ତଚାପର ସମସ୍ୟା…
ଜୀବନ ଭୟରେ ଜଙ୍ଗଲ ଛାଡୁଛନ୍ତି ଆତଙ୍କବାଦୀ, ସର୍ଚ୍ଚ ଅପରେଶନ୍ ଜାରି …
ଶ୍ରୀନଗର,୩୧।୧୦: ଦୁଇ ସପ୍ତାହ ପରେ ରବିବାର ସକାଳେ ଜମ୍ମୁ-ରାଜୌରୀ ଜାତୀୟ ରାଜପଥକୁ ଯାତାୟତ ପାଇଁ ଖୋଲି ଦିଆଯାଇଛି। ଅପରେଶନ୍ ଅଲ୍ଆଉଟ୍ ଅନ୍ତର୍ଗତ ଗତ ୨୧ ଦିନ ଧରି ଜାରି ରହିଥିବା ସର୍ଚ୍ଚ ଅପରେଶନ ଯୋଗୁଁ ଏହା ବନ୍ଦ ହୋଇଯାଇଥିଲା। ଅଧିକାରୀମାନେ କହିଛନ୍ତି…
ପାରିବାରିକ ଉତ୍ସବରେ ଯୋଗ ଦେଇ ପାରିବେ କଏଦୀ, ହାଇକୋର୍ଟ…
ଚଣ୍ଡିଗଡ଼,୩୧।୧୦: ଦୋଷୀ ସାବ୍ୟସ୍ତ ହୋଇ ଜେଲରେ କାରାଦଣ୍ଡାଦେଶ ଭୋଗୁଥିବା କଏଦୀ ଗୁରୁତ୍ୱପୂର୍ଣ୍ଣ ପାରିବାରିକ ଉତ୍ସବରେ ଯୋଗ ଦେଇପାରିବେ। ସେମାନଙ୍କୁ ଏଥିରୁ ବଞ୍ଚିତ କରିହେବ ନାହିଁ ବୋଲି ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ପାରିବାରିକ ବିବାହ ଉତ୍ସବରେ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ଗାଁର ୧୪ ଜଣଙ୍କ ମୃତ୍ୟୁ…
ଡେରାଡୁନ୍,୩୧।୧୦: ଉତ୍ତରାଖଣ୍ଡ ଡେରାଡୁନ୍ରେ ଏକମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ଗାଁର ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଚକରାତାର ବିକାଶ ନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି…
ଚାଇନାକୁ ୫୦ ହଜାର କୋଟିର ଝଟ୍କା…
ନୂଆଦିଲ୍ଲୀ,୩୧।୧୦: ଦୀପାବଳି ପୂର୍ବରୁ ଭାରତରେ ଚାଇନାର ସାମଗ୍ରୀର କାରବାରରେ ବ୍ୟାପକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ କୁହାଯାଇଛି ଯେ ଘରୋଇ ବଜାରରେ ଭାରତୀୟମାନେ ଚାଇନା ସାମଗ୍ରୀ ବର୍ଜନ କରୁଥିବାରୁ ଚଳିତ ବର୍ଷ…
ପାକିସ୍ତାନକୁ ଆତଙ୍କବାଦୀ ସଂଗଠନ ଆଇଏସ୍ର ଧମକ…
ଇସଲାମାବାଦ୍,୩୧।୧୦: ଆତଙ୍କବାଦୀ ସଂଗଠନ ଆଇଏସ-ଖୋରାସାନ (ଆଇଏସ-କେ) ସାରା ବିଶ୍ୱରେ ଶାରିଆ ଆଇନ କାର୍ଯ୍ୟକାରୀ କରିବାକୁ ଚାହୁଁଛି। ଏହି ସଂଗଠନ ଚେତାବନୀ ଦେଇଛି ଯେ ବିଶ୍ୱରେ ଯେ କେହି ଇସଲାମ କିମ୍ବା କୁରାନ ବିରୁଦ୍ଧରେ ଯିବେ ସେ ଆଇଏସଆଇଏସ-କେର ପରିଣାମ ଭୋଗିବେ। ଆତଙ୍କବାଦୀ…

