Posted inTrending, ଖେଳ

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ ଦୁଇଟି ଭିନ୍ନ ଦେଶ ବିପକ୍ଷରେ ମ୍ୟାଚ ଖେଳିବ। ପ୍ରଥମେ ଜାପାନରେ ଏସିଆନ ଗେମ୍ସ ୨୦୨୬ର କ୍ରିକେଟ ଫାଇନାଲରେ ଭାରତର ଟି-୨୦ ଟିମ ପାକିସ୍ତାନକୁ ଭେଟିବ। ଏହାପରେ ଦିନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ ଖେଳିବ ଭାରତ। ତେବେ ଗୋଟିଏ ଦିନରେ ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ଭାରତ ପାଇଁ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ୧୯୯୮ରେ ମଧ୍ୟ ଟିମ ଇଣ୍ଡିଆ ଗୋଟିଏ ଦିନରେ ଦୁଇଟି ମ୍ୟାଚ ଖେଳିଥିଲା।
ଭାରତୀୟ କ୍ରିକେଟ ଇତିହାସରେ ୧୨ ସେପ୍ଟେମ୍ବର ୧୯୯୮ରେ ଏଭଳି ଘଟଣା ଘଟିଥିଲା। ସେତେବେଳେ କମନୱେଲଥ ଗେମ୍ସରେ ଭାରତ ମ୍ୟାଚ ଖେଳିଥିବା ବେଳେ ସେହି ଦିନ ସାହାରା କପ୍‌ରେ ପାକିସ୍ତାନ ବିପକ୍ଷରେ ମଧ୍ୟ ମ୍ୟାଚ ଖେଳିଥିଲା। ବିଶେଷ କଥା ହେଉଛି, ଉଭୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା। ପ୍ରାୟ ୨୮ ବର୍ଷ ପରେ ପୁଣି ଥରେ ଇତିହାସ ଦୋହରାଇବାକୁ ଯାଉଛି। ଏବେ ନଜର ରହିବ ଯେ, ୧୯୯୮ ଭଳି ଏଥର ମଧ୍ୟ ଭାରତ ଗୋଟିଏ ଦିନରେ ଖେଳିବାକୁ ଥିବା ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରିପାରୁଛି କି ନାହିଁ।

ଏସିଆନ ଗେମ୍ସ ୨୦୨୬ର କ୍ରିକେଟ ଇଭେଣ୍ଟର ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଗୋଲ୍ଡ ମେଡାଲ ପାଇଁ ଏହି ମ୍ୟାଚ ଜାପାନର ନିଶିନ୍ସ୍ଥିତ କୋରୋଗି ସ୍ପୋଟର୍‌ସ ପାର୍କରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ମ୍ୟାଚ୍‌ଟି ସକାଳ ୧୦ଟାରୁ ଆରମ୍ଭ ହେବ। ଫାଇନାଲ ଜିତିବା ଦଳ ଗୋଲ୍ଡ ମେଡାଲ ହାସଲ କରିବ। ପରାଜିତ ଦଳକୁ ସିଲଭର ମେଡାଲରେ ସନ୍ତୁଷ୍ଟ ହେବାକୁ ପଡ଼ିବ।
ଏସିଆନ ଗେମ୍ସ ଫାଇନାଲ ବ୍ୟତୀତ ଶନିବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ତୃତୀୟ ଦିନିକିଆ ମ୍ୟାଚ ମଧ୍ୟ ଖେଳିବ ଭାରତୀୟ ଦଳ। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ।

ମ୍ୟାଚ୍‌ର ଟସ ଅପରାହ୍ନ ୧ଟା ୩୦ରେ ହେବ ଏବଂ ଖେଳ ୨ଟାରୁ ଆରମ୍ଭ ହେବ। ତିନି ମ୍ୟାଚ୍‌ର ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ତେଣୁ ୱେଷ୍ଟଇଣ୍ଡିଜ ସିରିଜ୍‌ରେ କ୍ଲିନ ସ୍ବିପ୍‌ରୁ ବଞ୍ଚିବାକୁ ଚେଷ୍ଟା କରିବ। ଅନ୍ୟପଟେ ଭାରତୀୟ ଦଳର ନଜର ସିରିଜକୁ ୩-୦ରେ ଜିତି କ୍ଲିନ ସ୍ବିପ୍‌ କରିବା ଉପରେ ରହିବ।

ଗୋଟିଏ ଦିନରେ ଦୁଇଟି ଭିନ୍ନ ଦେଶ ବିପକ୍ଷରେ ଦୁଇଟି ବଡ଼ ମୁକାବିଲା। ତେଣୁ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଶନିବାରର ଦିନଟି ନିଶ୍ଚିତ ଭାବେ ରୋମାଞ୍ଚକର ରହିବ।

 

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?