Posted inଖେଳ

ଶୂନରେ ଅଟିକିଛି ଟିମ୍‌ ଇଣ୍ଡିଆ

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଆଉ ଏକ ବୃହତ୍‌ ପରାଜୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ପାକିସ୍ତାନ ଠାରୁ ୧୦ ଉଇକେଟରେ ପରାସ୍ତ ଥିବା ଭାରତୀୟ ଦଳକୁ ୩୩ ବଲ ପୂର୍ବରୁ ୮ ଉଇକେଟରେ ହରାଇ ଦେଇଛି ନ୍ୟୁଜିଲାଣ୍ଡ। ଫଳରେ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍‌ ଖେଳିଥିବା ବିରାଟ କୋହଲିଙ୍କ ଦଳ ପଏଣ୍ଟ ତାଲିକାରେ ଖାତା ଖୋଲି ପାରି ନାହିଁ। ପ୍ରଥମ ଦୁଇ ମ୍ୟାଚ୍‌ରେ ଏଭଳି ଫଳାଫଳ ଯୋଗୁ ଭାରତୀୟ ଦଳର ସେମିଫାଇନାଲ ଆଶା ପ୍ରାୟତଃ ଶେଷ ହୋଇଛି।

ଟସ୍‌ ଜିତିବା ସହ ଭାରତଠାରୁ ଢ଼େର ଆଗକୁ ଚାଲି ଯାଇଥିଲା ନ୍ୟୁଜିଲାଣ୍ଡ। ଦଳର ବୋଲରମାନେ ଭାରତୀୟ ବ୍ୟାଟରଙ୍କୁ ରନ୍‌ କରିବାକୁ ସୁଯୋଗ ଦେଇ ନ ଥିଲେ। ଟ୍ରେଣ୍ଟ ବୋଲ୍ଟ ୩ ଓ ଇଶ ସୋଢି ୨ ଉଇକେଟ ନେଇଥିଲେ। ଏହାଠାରୁ ବଡ଼ କଥା ହେଲା ପକାଇଥିଲେ ୫୪ ଡଟ୍‌ ବଲ। ଭାରତୀୟ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ମାତ୍ର ୧୧୦ ରନ୍‌ କରିପାରିଥିଲା। ପୂରା ଇନିଂସରେ ଭାରତୀୟ ବ୍ୟାଟରମାନେ କେବଳ ୨ ଛକା ଓ ୮ ଛକା ଲଗାଇଥିଲେ।

ବୋଲିଂରେ ଭାରତୀୟ ଦଳ ପାଇଁ କେବଳ ଯଶପ୍ରୀତ ବୁମରା (୨ ଉଇକେଟ)ଙ୍କୁଚ ଛାଡ଼ି ଦେଲେ ଅନ୍ୟ କେହି ସଫଳ ହୋଇ ନ ଥିଲେ। ଫଳରେ ୧୪.୩ ଓଭରରେ ୨ ଉଇକେଟ କ୍ଷତିରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ନ୍ୟୁଜିଲାଣ୍ଡ। ଟି୨୦ ବିଶ୍ୱକପ୍‌ ଇତିହାସରେ ଏହା ନ୍ୟୁଜିଲାଣ୍ଡର ୬ଷ୍ଠ ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅବସର ମ୍ୟାଚ୍‌ରେ ମାସାକାଡ୍‌ଜାଙ୍କ ବିସ୍ଫୋରକ ବ୍ୟାଟିଂ

ଚାଟୋଗ୍ରାମ,୨୧।୯: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଜିମ୍ବାଓ୍ବେ ଦଳର ଅଧିନାୟକ ହାମିଲଟନ ମାସାକାଡ୍‌ଜା କ୍ୟାରିୟରର ଅନ୍ତିମ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ୪୨...

‘ମୁର୍ଖଙ୍କ ଭଳି କାର୍ଯ୍ୟ କଲେ, ପରିଣାମ ଭୋଗିବାକୁ ପଡ଼େ’

ନୂଆଦିଲ୍ଲୀ,୧୭।୨: ମିଷ୍ଟର ଆଇପିଏଲ ଭାବେ ଜଣାଶୁଣା ସୁରେଶ ରାଇନା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ଖେଳିବେ ନାହିଁ। ଇତିହାସରେ ପ୍ରଥମ ଥର ପାଇଁ...

ଜିଆଓଜୁନ୍‌ ସବୁଠାରୁ ବୟସ୍କ ଭାରୋତ୍ତୋଳନ ଚାମ୍ପିୟନ

ଟୋକିଓ, ୧ା୮ (ଏପି)- ଚାଇନାର ଲିୟୁ ଜିଆଓଜୁନ୍‌ ସବୁଠାରୁ ବୟସ୍କ ଭାବେ ଅଲିମ୍ପିକ୍ସ ଭାରୋତ୍ତୋଳନରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶନିବାର ପୁରୁଷ ୮୧ କେ.ଜି....

ଏବେ କହିବାକୁ ବିଶେଷ କିଛି ନାହିଁ: ଚେନ୍ନାଇଠାରୁ ଲଜ୍ଜାଜନକ ପରାଜୟ ପରେ କିଛି ଏଭଳି ପ୍ରତିକ୍ରିୟା ରଖିଲେ…

ନୂଆଦିଲ୍ଲୀ,୧୭।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ଚେନ୍ନାଇ ୬...

ରୁମ୍‌ କ୍ୱାରେଣ୍ଟିନରେ ଟିମ୍‌ ଇଣ୍ଡିଆ ଖେଳାଳି

କଲମ୍ବୋ,୨୭।୭: ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌କୁ ୨୮ ତାରିଖକୁ...

ଫର୍ମରେ ଥାଇ ମଧ୍ୟ ଡବ୍ଲୁଟିସି ଫାଇନାଲରୁ ବାଦ୍‌ ପଡିଲେ ଏହି ୫ ଖେଳାଳି

ଲଣ୍ଡନ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୦ ଖେଳାଳିଙ୍କ ମଧ୍ୟରୁ...

ନମ୍ବର ୧ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର: ଉପରକୁ ଉଠିଲେ ପାଣ୍ଡ୍ୟା

ନୂଆଦିଲ୍ଲୀ,୧୬।୧୧:ଭାରତର ନୂତନ ତାରକା ସୂର୍ଯ୍ୟକୁମାର ଯାଦବ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ରହିଛନ୍ତି। ତାଙ୍କର ୮୫୯ ରେଟିଂ ପଏଣ୍ଟ ରହିଛି ଏବଂ ଦ୍ୱିତୀୟ ସ୍ଥାନରେ ଥିବା...

ଏସିଆ ଏକାଦଶରେ କୋହଲି, ପନ୍ତ, ସାମି

ଢାକା, ୨୬।୨(ପି.ଟି.)- ବାଂଲାଦେଶ ପ୍ରତିଷ୍ଠାତା ଶେଖ୍‌ ମୁଜିବୁର ରହମନଙ୍କ ଜନ୍ମ ଶତବାର୍ଷିକୀ ଅବରସରେ ଆୟୋଜନ ହେବାକୁ ଯାଉଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜରେ...

Advertisement
Archives

Model This Week